ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ମେସେଜ୍‌ରେ GIF ପଠାନ୍ତୁ ଏବଂ ସେଭ୍ କରନ୍ତୁ

ଆପଣ ଶତାଧିକ ଟ୍ରେଣ୍ଡିଂ GIFs ଖୋଜିବାକୁ #images ସନ୍ଧାନ କରିପାରିବେ ଯାହାକୁ ଆପଣ ଆପଣଙ୍କ ଟେକ୍ସ୍‌ଟ୍‌ ମେସେଜ୍‌ରେ ଯୋଡ଼ିପାରିବେ ଏବଂ ଅନ୍ୟମାନେ ଆପଣଙ୍କୁ ପଠାଉଥିବା GIFs ସେଭ୍ କରିପାରିବେ (ସମସ୍ତ ଦେଶ କିମ୍ୱା ଅଞ୍ଚଳରେ ଉପଲବ୍ଧ ନାହିଁ)।

#imagesରୁ ଏକ GIF ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “କମ୍ପୋଜ୍” ବଟନ୍‌ରେ ଟାପ୍‌ କରନ୍ତୁ ଏବଂ ପ୍ରାପ୍ତକର୍ତ୍ତାଙ୍କୁ ଯୋଡ଼ନ୍ତୁ କିମ୍ବା ଏକ ପୂର୍ବରୁ ଥିବା ବାର୍ତ୍ତାଳାପ ଚୟନ କରନ୍ତୁ।

  3. “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ #imagesରେ ଟାପ୍‌ କରନ୍ତୁ। (ଆପଣଙ୍କୁ ଉପରକୁ ସ୍ୱାଇପ୍ କରିବାକୁ ପଡ଼ିପାରେ।)

  4. ଏକ ନିର୍ଦ୍ଦିଷ୍ଟ GIF ଖୋଜିବା ପାଇଁ “ଇମେଜ୍ ଖୋଜନ୍ତୁ”ରେ ଟାପ୍ କରନ୍ତୁ, ଏକ କୀ’ୱର୍ଡ୍ (ଯେପରି “ଜନ୍ମଦିନ”) ଲେଖନ୍ତୁ, ତା’ପରେ ସର୍ଚ୍ଚ୍‌ରେ ଟାପ୍ କରନ୍ତୁ।

  5. ଆପଣଙ୍କ ମେସେଜ୍‌ରେ ଯୋଡ଼ିବାକୁ GIFରେ ଟାପ୍‌ କରନ୍ତୁ, ତା’ପରେ “ପଠାନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: #imagesରୁ GIF ଗୁଡ଼ିକ କେବଳ Apple ଡିଭାଇସ୍‌ରେ ଥିବା ମେସେଜ୍ ଆପ୍‌ରେ ଆନିମେଟ୍ ହୁଏ।

GIF ସେଭ୍ କରନ୍ତୁ

ପରେ ପୁଣି ବ୍ଯବହାର କରିବାକୁ ଆପଣ ଏକ GIF ସେଭ୍ କରିପାରିବେ ଯାହା ଆପଣ ଏକ ମେସେଜ୍‌ରେ ପ୍ରାପ୍ତ କରିଛନ୍ତି।

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ସେହି ବାର୍ତ୍ତାଳାପ ଖୋଲନ୍ତୁ ଯେଉଁଥିରେ GIF ଅଛି ଯାହାକୁ ଆପଣ ସେଭ୍ କରିବାକୁ ଚାହୁଁଛନ୍ତି।

  3. GIFକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

    GIF ଫଟୋ ଆପ୍‌ରେ ସେଭ୍ ହୋଇଛି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.