ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହିତ EarPods ବ୍ଯବହାର କରନ୍ତୁ

ମ୍ଯୁଜିକ୍‌ ଓ ଭିଡିଓ ଶୁଣିବା ସହିତ iPhoneରେ କଲ୍ କରିବା ପାଇଁ ଆପଣ EarPods (ଅଲଗା ବିକ୍ରି ହେଉଛି) ବ୍ଯବହାର କରିପାରିବେ। EarPodsରେ ଏକ ମାଇକ୍ରୋଫୋନ୍, ଭଲ୍ଯୂମ୍‌ ବଟନ୍ ଏବଂ ସେଣ୍ଟର୍ ବଟନ୍ ଅଛି।

iPhone ଲକ୍ ଥିବାବେଳେ ମଧ୍ଯ, କଲ୍‌ର ଉତ୍ତର ଦେବା ଏବଂ ଶେଷ କରିବା, ଅଡିଓ ଏବଂ ଭିଡିଓ ପ୍ଲେବ୍ଯାକ୍ କରିବା, ନିୟନ୍ତ୍ରଣ କରିବା ଏବଂ Siri ବ୍ଯବହାର କରିବା ପାଇଁ ସେଣ୍ଟର୍ ବଟନ୍ ବ୍ଯବହାର କରନ୍ତୁ।

Apple EarPods; ଡାହାଣ କାନ ପାଇଁ ଇଅର୍‌ପୀସ୍ ଆଡ଼କୁ ଯାଉଥିବା କର୍ଡ୍‌ରେ ସେଣ୍ଟର୍ ବଟନ୍ ଥାଏ।

ଆପଣଙ୍କ EarPods ସାହାଯ୍ଯରେ ଅଡିଓ ନିୟନ୍ତ୍ରଣ କରନ୍ତୁ

  • ପଜ୍ କରନ୍ତୁ: “ସେଣ୍ଟର୍ ବଟନ୍” ଦବାନ୍ତୁ। ପୁନଃ ଚାଲୁ କରିବା ପାଇଁ ପୁନର୍ବାର ଦବାନ୍ତୁ।

  • ଆଗକୁ ଯାଆନ୍ତୁ: ସେଣ୍ଟର୍ ବଟନ୍‌କୁ ଦୁଇଥର ଶୀଘ୍ର ଦବାନ୍ତୁ।

  • ପଛକୁ ଯାଆନ୍ତୁ: ସେଣ୍ଟର୍ ବଟନ୍‌କୁ ତିନିଥର ଶୀଘ୍ର ଦବାନ୍ତୁ।

  • ଫାଷ୍ଟ୍ ଫର୍‌ୱର୍ଡ୍ କରନ୍ତୁ: ସେଣ୍ଟର୍ ବଟନ୍‌କୁ ଦୁଇଥର ଶୀଘ୍ର ଦବାଇ ହୋଲ୍ଡ୍ କରନ୍ତୁ।

ଆପଣଙ୍କ EarPods ବ୍ଯବହାର କରି କଲ୍ ପରିଚାଳନା କରନ୍ତୁ

  • ଏକ ଇନ୍‌କମିଂ କଲ୍‌ର ଉତ୍ତର ଦିଅନ୍ତୁ: “ସେଣ୍ଟର୍ ବଟନ୍” ଦବାନ୍ତୁ।

  • ସାମ୍ପ୍ରତିକ କଲ୍ ଶେଷ କରନ୍ତୁ: “ସେଣ୍ଟର୍ ବଟନ୍” ଦବାନ୍ତୁ।

  • ଏକ ଇନ୍‌କମିଂ କିମ୍ବା ହୋଲ୍ଡ୍‌ରେ ଥିବା କଲ୍‌କୁ ସ୍ବିଚ୍ କରନ୍ତୁ ଏବଂ ସାମ୍ପ୍ରତିକ କଲ୍‌କୁ ହୋଲ୍ଡ୍‌ରେ ରଖନ୍ତୁ: “ସେଣ୍ଟର୍ ବଟନ୍” ଦବାନ୍ତୁ। ପ୍ରଥମ କଲ୍‌କୁ ଫେରିବାକୁ ପୁନର୍ବାର ଦବାନ୍ତୁ।

ଆପଣଙ୍କ EarPods ସାହାଯ‍୍ୟରେ Siriକୁ ପଚାରନ୍ତୁ

ଆପଣ ଏକ ବୀପ୍ ନ ଶୁଣିବା ପର୍ଯ୍ଯନ୍ତ ସେଣ୍ଟର୍ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ। ଛାଡ଼ି ଦିଅନ୍ତୁ, ତା’ପରେ Siriକୁ ଏକ ଟାସ୍କ୍ କରିବା ପାଇଁ କିମ୍ବା ଆପଣଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ କୁହନ୍ତୁ। iPhoneରେ Siri ବ୍ଯବହାର କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.