ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPhoneରେ ଏକ ଷ୍ଟକ୍ ୱିଜେଟ୍ ବ୍ଯବହାର କରନ୍ତୁ

ଆପଣଙ୍କ iPhone ହୋମ୍ ସ୍କ୍ରୀନ୍‌ରେ ଏକ ନଜରରେ ଷ୍ଟକ୍ ଯାଞ୍ଚ କରିବାକୁ ଏକ ୱିଜେଟ୍‌ର ବ୍ୟବହାର କରନ୍ତୁ। ଆପଣ ୱିଜେଟ୍‌ର ସାଇଜ୍ ଏବଂ ୱିଜେଟ୍ ଡିସ୍‌ପ୍ଲେ କରୁଥିବା ସୂଚନାର ରାଶି ବାଛିପାରିବେ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଏକ ଷ୍ଟକ୍ ୱିଜେଟ୍ ଯୋଡ଼ନ୍ତୁ

  1. ଆପ୍‌ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ୍ଯନ୍ତ ହୋମ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  2. ୱିଜେଟ୍ ଗ୍ଯାଲେରି ଖୋଲିବା ପାଇଁ ସ୍କ୍ରୀନ୍ ଶୀର୍ଷରେ ଥିବା “ୱିଜେଟ୍ ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  3. ଷ୍ଟକ୍ ଖୋଜିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏହାକୁ ଟାପ୍ କରନ୍ତୁ।

  4. ବିଭିନ୍ନ ୱିଜେଟ୍‌ର ପ୍ରକାର (ୱାଚ୍‌ଲିଷ୍ଟ୍ ଏବଂ ପ୍ରତୀକ) ଏବଂ ଆକାର ଦେଖିବା ପାଇଁ ବାମ ଏବଂ ଡାହାଣକୁ ସ୍ୱାଇପ୍ କରନ୍ତୁ। ଯେତେବେଳେ ଆପଣ ଚାହୁଁଥିବା ବିକଳ୍ପ ଦେଖନ୍ତି, “ୱିଜେଟ୍ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ।

ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ୱିଜେଟ୍‌କୁ ମୂଭ୍‌ କରିବା ପାଇଁ, ଆପ୍‌ ଜିଗଲ୍‌ କରିବା ଆରମ୍ଭ ନକରିବା ପର୍ଯ୍ଯନ୍ତ ହୋମ୍ ସ୍କ୍ରୀନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ। ଓ୍ବିଜେଟ୍‌କୁ ଏକ ନୂଆ ଲୋକେଶନ୍‌କୁ ଡ୍ରାଗ୍ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ।

ୱିଜେଟ୍ ଡିସ୍‌ପ୍ଲେ ବଦଳାନ୍ତୁ

ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ ଷ୍ଟକ୍ ୱିଜେଟ୍ ଯୋଡ଼ିବା ପରେ, ଏହାର ଆପିଅରନ୍ସ୍ ଏବଂ ଏହା ଡିସ୍‌ପ୍ଲେ କରୁଥିବା ସୂଚନାକୁ ଆପଣ ବଦଳାଇ ପାରିବେ।

  1. ଆପଣଙ୍କ ହୋମ୍ ସ୍କ୍ରୀନ୍‌ରେ ଷ୍ଟକ୍ ୱିଜେଟ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  2. “ୱିଜେଟ୍ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣ ବାଛିଥିବା ୱିଜେଟ୍‌ର ପ୍ରକାର, ୱାଚ୍‌ଲିଷ୍ଟ୍ କିମ୍ବା ପ୍ରତୀକ ଉପରେ ନିର୍ଭର କରି ଆପଣ ନିମ୍ନଲିଖିତ ପରିବର୍ତ୍ତନ କରିପାରିବେ:

    • ୱିଜେଟ୍ ପ୍ରତୀକ ବଦଳାନ୍ତୁ: ସାମ୍ପ୍ରତିକ ପ୍ରତୀକରେ ଟାପ୍‌ କରନ୍ତୁ, ତା’ପରେ ୱାଚ୍‌ଲିଷ୍ଟ୍‌ରୁ ଆପଣ ଚାହୁଁଥିବା “ନୂଆ ପ୍ରତୀକ”ରେ ଟାପ୍‌ କରନ୍ତୁ। କିମ୍ବା ଏକ ନୂଆ ପ୍ରତୀକ ସର୍ଚ୍ଚ କରିବା ପାଇଁ ସର୍ଚ୍ଚ ଫିଲ୍ଡ୍‌କୁ ବ୍ୟବହାର କରନ୍ତୁ।

    • ୱିଜେଟ୍ ୱାଚ୍‌ଲିଷ୍ଟ୍‌ ବଦଳାନ୍ତୁ: ସାମ୍ପ୍ରତିକ ୱାଚ୍‌ଲିଷ୍ଟ୍‌ର ନାମରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିସ୍‌ପ୍ଲେ କରିବାକୁ ଚାହୁଁଥିବା ୱାଚ୍‌ଲିଷ୍ଟ୍‌ରେ ଟାପ୍ କରନ୍ତୁ।

    • ନ୍ୟୁଜ୍ ଷ୍ଟୋରି ଦେଖାଯିବା ସମୟରେ ବଦଳାନ୍ତୁ: “ଅଫ୍‌ ଆୱାର୍‌”ରେ ଟାପ୍ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ।

    • “ୱାଚ୍‌ଲିଷ୍ଟ୍” ନାମ ଦେଖାନ୍ତୁ: “ୱାଚ୍‌ଲିଷ୍ଟ୍ ନାମ ଦେଖାନ୍ତୁ”କୁ ଚାଲୁ କରନ୍ତୁ।

    • ଅଧିକ ପ୍ରତୀକ କିମ୍ବା ଅତିରିକ୍ତ ପ୍ରତୀକ ସୂଚନା ଦେଖାନ୍ତୁ: “ଅଧିକ ବିବରଣୀ ଦେଖାନ୍ତୁ”କୁ ଚାଲୁ କରନ୍ତୁ।

ଟିପ୍‌: ଆପଣ ନିଜ ହୋମ୍ ସ୍କ୍ରୀନ୍‌ରେ ଏକରୁ ଅଧିକ ଷ୍ଟକ୍ ୱିଜେଟ୍ ଯୋଡ଼ିପାରିବେ- ଏବଂ ପ୍ରତ୍ୟେକଟି ପାଇଁ ଏକ ଭିନ୍ନ ସାଇଜ୍‌ ବାଛିପାରିବେ- ଯାହାଦ୍ୱାରା ଆପଣ ବିଭିନ୍ନ ପ୍ରତୀକ କିମ୍ୱା ୱାଚ୍‌ଲିଷ୍ଟ୍‌ଗୁଡ଼ିକ ପାଇଁ ଶୀଘ୍ର ଅପ୍‌ଡେଟ୍ ଦେଖିପାରିବେ।

iPhone ଲକ୍ ସ୍କ୍ରୀନ୍‌ ପାଇଁ ଷ୍ଟକ୍ ୱିଜେଟ୍ ମଧ୍ୟ ଉପଲବ୍ଧ। ଏକ କଷ୍ଟମ୍ ଲକ୍ ସ୍କ୍ରୀନ୍ ତିଆରି କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.