ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହିତ Magic Keyboard ପେୟର୍ କରନ୍ତୁ

iPhoneରେ ଟେକ୍ସଟ୍ ଲେଖିବା ପାଇଁ ଆପଣ Magic Keyboard ସମେତ ସାଂଖ୍ୟିକ କୀ’ପ୍ଯାଡ୍ ସହ Magic Keyboard ବ୍ଯବହାର କରିପାରିବେ। Bluetooth® ବ୍ଯବହାର କରି iPhone ସହିତ Magic Keyboard ସଂଯୋଗ କରାଯାଏ।

Magic Keyboardକୁ ପେୟର୍ କରନ୍ତୁ

  1. ସୁନିଶ୍ଚିତ କରନ୍ତୁ ଯେ କୀ’ବୋର୍ଡ୍ ଚାଲୁ ଅଛି ଏବଂ ଚାର୍ଜ୍ ହୋଇଛି।

  2. iPhoneରେ, ସେଟିଂସ୍ > Bluetoothକୁ ଯାଆନ୍ତୁ, ତା’ପରେ Bluetooth ଚାଲୁ କରନ୍ତୁ।

  3. ଅନ୍ଯ ଡିଭାଇସ୍ ଲିଷ୍ଟ୍‌ରେ ଦେଖାଯିବା ସମୟରେ ଡିଭାଇସ୍ ଚୟନ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି Magic Keyboard ପୂର୍ବରୁ ଅନ୍ଯ ଡିଭାଇସ୍ ସହିତ ପେୟର୍ ହୋଇଛି, ତେବେ ଆପଣ Magic Keyboardକୁ ଆପଣଙ୍କ iPhone ସହ ସଂଯୋଗ କରିବା ପୂର୍ବରୁ ସେଗୁଡ଼ିକୁ ଅନ୍‌ପେୟର୍ କରିବା ଆବଶ୍ଯକ। ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

  • iPhone କିମ୍ବା iPadରେ: Bluetooth ଆକ୍ସେସରି ଅନ୍‌ପେୟର୍ କରନ୍ତୁ ଦେଖନ୍ତୁ।

  • macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍‌ରେ: Apple ମେନ୍ଯୁ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡବାର୍‌ରେ Bluetooth ଉପରେ କ୍ଲିକ୍ କରନ୍ତୁ, ଡିଭାଇସ୍‌ରେ କଣ୍ଟ୍ରୋଲ୍-କ୍ଲିକ୍ କରନ୍ତୁ, ତା’ପରେ ଫର୍ଗେଟ୍ ଚୟନ କରନ୍ତୁ।

  • macOS 12.5 କିମ୍ବା ତା’ର ପୂର୍ବବର୍ତ୍ତୀ ଭର୍ଶନ୍‌ରେ: Apple ମେନ୍ଯୁ > ସିଷ୍ଟମ୍ ପ୍ରାଥମିକତା ଚୟନ କରନ୍ତୁ, Bluetoothରେ କ୍ଲିକ୍ କରନ୍ତୁ, ଡିଭାଇସ୍ ନାମରେ କଣ୍ଟ୍ରୋଲ୍-କ୍ଲିକ୍ କରନ୍ତୁ, ତା’ପରେ”କାଢ଼ନ୍ତୁ”ରେ କ୍ଲିକ୍ କରନ୍ତୁ।

iPhoneକୁ Magic Keyboard ସହ ପୁନଃ ସଂଯୋଗ କରନ୍ତୁ

ଆପଣ Magic Keyboardର ସ୍ବିଚ୍ ବନ୍ଦ କରିବା ସମୟରେ କିମ୍ବା ଏହାକୁ ମୂଭ୍ କରିବା ସମୟରେ କିମ୍ବା iPhone Bluetoothର ପରିସର -ପ୍ରାୟ 33 ଫୁଟ (10 ମୀଟର୍) ବାହାରେ ଥିବାବେଳେ ଏହାର ସଂଯୋଗ ବିଚ୍ଛିନ୍ନ ହୋଇଥାଏ।

ପୁନଃ ସଂଯୋଗ କରିବାକୁ, କୀ’ବୋର୍ଡ୍ ସ୍ବିଚ୍ ଅନ୍‌ କରନ୍ତୁ କିମ୍ବା କୀ’ବୋର୍ଡ୍ ଓ iPhoneକୁ ରେଞ୍ଜ୍‌କୁ ଫେରାଇ ଆଣନ୍ତୁ, ତା’ପରେ ଯେକୌଣସି “କୀ’”ଉପରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.