ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଏକ ଆପ୍‌କୁ ଲକ୍ କରନ୍ତୁ କିମ୍ବା ଲୁଚାନ୍ତୁ

ଯଦି ଆପଣ ନିଜ iPhoneରେ କାହାକୁ କିଛି ଦେଖାଇବା ପାଇଁ ଚାହୁଁଛନ୍ତି କିନ୍ତୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ ସେମାନେ ନିର୍ଦ୍ଦିଷ୍ଟ ଆପ୍‌ରେ ପ୍ରବେଶ କରିପାରିବେ ନାହିଁ, ତେବେ ଆପଣ ଆପ୍‌କୁ ଲକ୍ କରିପାରିବେ କିମ୍ବା ଲୁଚାଇ ପାରିବେ। ଆପ୍‌ ଲକ୍ କରିବାକୁ କିମ୍ବା ଏହାକୁ ଖୋଲିବାକୁ Face ID, Touch ID କିମ୍ବା ଖୋଲିବାକୁ ଆପଣଙ୍କ ପାସ୍‌କୋଡ୍‌ ଆବଶ୍ୟକ। ଏକ ଲକ୍ ହୋଇଥିବା ଆପ୍‌ ଭିତରେ ଥିବା ସୂଚନା ଆପଣଙ୍କ ଡିଭାଇସ୍‌ର ଅନ୍ୟ ଲୋକେଶନ୍‌ରେ ଦେଖାଯିବ ନାହିଁ- ଉଦାହରଣ ସ୍ୱରୂପ, CarPlay, ନୋଟିଫିକେଶନ୍‌ର ପୂର୍ବାବଲୋକନ, ସର୍ଚ୍ଚ୍‌, Siri ପରାମର୍ଶ କିମ୍ବା ଆପଣଙ୍କ କଲ୍ ହିଷ୍ଟ୍ରିରେ।

ଆପଣ ନିଜର ଡିଭାଇସ୍‌ରେ କୌଣସି ଆପ୍ ଲକ୍ କରିବା କିମ୍ୱା ଲୁଚାଇବା ସମୟରେ ଏହା କେବଳ ସେହି ଡିଭାଇସ୍‌ରେ ଲକ୍ କିମ୍ବା ଲୁକ୍କାୟିତ ହୋଇଥାଏ। ଏକ ଆପ୍‌ର ଲକ୍ କିମ୍ବା ଲୁକ୍କାୟିତ ସ୍ଥିତି iCloudରେ ସିଙ୍କ୍ ହୁଏ ନାହିଁ।

ଧ‍୍ୟାନ ଦିଅନ୍ତୁ: ଫ୍ୟାମିଲି ଶେୟରିଂ ଗ୍ରୁପ୍‌ରେ 13 ବର୍ଷରୁ କମ୍ ପିଲାମାନେ ଆପ୍‌କୁ ଲକ୍ କରିପାରିବେ ନାହିଁ କିମ୍ବା ଲୁଚାଇ ପାରିବେ ନାହିଁ। ଫ୍ୟାମିଲି ଶେୟରିଂ ଗ୍ରୂପରେ 13 ରୁ 17 ବର୍ଷ ବୟସର ଯେ କୌଣସି ପିଲା ଆପ୍‌ ଲକ୍ କରିପାରିବେ କିମ୍ବା ଲୁଚାଇ ପାରିବେ କିନ୍ତୁ ଶେୟରିଂ ଗ୍ରୂପର ଜଣେ ପିତାମାତା କିମ୍ବା ଅଭିଭାବକ ସ୍କ୍ରୀନ୍‌ ଟାଇମ୍‌ ବ୍ଯବହାର କରି ଦେଖିପାରିବେ ଯେ ଆପ୍ ଡାଉନ୍‌ଲୋଡ୍ ହୋଇଛି ଏବଂ ଏହା କେତେ ସମୟ ବ୍ୟବହୃତ ହୋଇଛି ଏବଂ ଏହାକୁ ଆକ୍ସେସ୍‌ ସୀମିତ କରିପାରିବେ। (ଏହି ବୟସ ଦେଶ କିମ୍ବା ଅଞ୍ଚଳ ଅନୁୟାୟୀ ଭିନ୍ନ ହୋଇଥାଏ।)

ଏକ ଆପ୍‌କୁ ଲକ୍ କରନ୍ତୁ

ଆପ୍‌ ଲକ୍ କରିବାକୁ କିମ୍ବା ଖୋଲିବାକୁ Face ID, Touch ID କିମ୍ବା ଖୋଲିବାକୁ ଆପଣଙ୍କ ପାସ୍‌କୋଡ୍‌ ଆବଶ୍ୟକ।

ଧ‍୍ୟାନ ଦିଅନ୍ତୁ: iPhone ସହିତ ଆସୁଥିବା କେତେକ ଆପ୍‌ ଲକ୍ ହୋଇପାରିବ ନାହିଁ—ଯେଉଁଥିରେ କାଲ୍‌କୁଲେଟର୍‌, କ୍ୟାମେରା, ଘଣ୍ଟା, କଣ୍ଟାକ୍ଟ୍, ଖୋଜାଖୋଜି, ମ୍ୟାପ୍, ଶର୍ଟକଟ୍ ଏବଂ ସେଟିଂସ୍ ଅନ୍ତର୍ଭୁକ୍ତ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପଣ ଲକ୍‌ କରିବାକୁ ଚାହୁଁଥିବା ଆପ୍‌କୁ ଚିହ୍ନଟ କରନ୍ତୁ।

  3. କ୍ବିକ୍‌ ଆକ୍ସନ୍ ମେନ୍ଯୁ ନ ଖୋଲିବା ପର୍ଯ୍ଯନ୍ତ ଆପ୍ ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. “Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌)ଆବଶ୍ଯକ”ରେ ଟାପ୍‌ କରନ୍ତୁ।

  5. “ପୁଣି Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍) ଆବଶ୍ୟକ”ରେ ଟାପ୍ କରନ୍ତୁ ତା'ପରେ Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

ଲକ୍ ହୋଇଥିବା ଏକ ଆପ୍‌ ଖୋଲନ୍ତୁ

ଆପଣ ଲକ୍ କରିଥିବା ଏକ ଆପ୍‌ ଖୋଲିପାରିବେ ଏବଂ ବ୍ୟବହାର କରିପାରିବେ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପଣ ଖୋଲିବାକୁ ଚାହୁଁଥିବା ଆପ୍‌କୁ ଚିହ୍ନଟ କରନ୍ତୁ।

  3. ଆପ୍‌ରେ ଟାପ୍ କରନ୍ତୁ, ତା'ପରେ Face ID (କିମ୍ୱା Touch ID କିମ୍ୱା ଏକ ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

ଏକ ଆପ୍ ଅନ୍‌ଲକ୍‌ କରନ୍ତୁ

ଆପଣ ଏକ ଆପ୍‌ ଅନଲକ୍ କରିପାରିବେ ଯାହା ଦ୍ୱାରା ଆପଣଙ୍କୁ ଏହାକୁ ଖୋଲିବା ପାଇଁ ଆଉ Face ID, Touch ID କିମ୍ବା ପାସ୍‌କୋଡ୍‌ ବ୍ୟବହାର କରିବାକୁ ପଡ଼ିବ ନାହିଁ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପଣ ଅନ୍‌ଲକ୍‌ କରିବାକୁ ଚାହୁଁଥିବା ଆପ୍‌କୁ ଚିହ୍ନଟ କରନ୍ତୁ।

  3. କ୍ବିକ୍‌ ଆକ୍ସନ୍ ମେନ୍ଯୁ ନ ଖୋଲିବା ପର୍ଯ୍ଯନ୍ତ ଆପ୍ ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. “Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌) ଆବଶ୍ୟକ ନାହିଁ”ରେ ଟାପ୍‌ କରନ୍ତୁ, ତାପରେ Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

ଏକ ଆପ୍ ଲୁଚାନ୍ତୁ

ଏକ ଆପ୍‌ ଲୁଚାଇବା ଦ୍ବାରା ଅନ୍ୟମାନେ ଏହାକୁ ଦେଖିବା କିମ୍ବା ଖୋଲି ପାରନ୍ତି ନାହିଁ (ଯଦି ସେମାନଙ୍କ ପାଖରେ Face ID, Touch ID କିମ୍ବା ପାସ୍‌କୋଡ୍‌ ବ୍ୟବହାର କରି ଆପଣଙ୍କ iPhone ପ୍ରମାଣୀକରଣ କରିବାର ଏକ ଉପାୟ ନଥାଏ)।

ଆପଣ ଏକ ଆପ୍‌ ଲୁଚାଇଲେ ମଧ୍ଯ, ଏହାର ନାମ କିଛି ସ୍ଥାନରେ ଦେଖାଯାଏ, ଯେପରିକି ସ୍କ୍ରୀନ୍ ଟାଇମ୍, ଆପ୍‌ ହିସାବରେ ବ୍ୟାଟରିର ଉପଯୋଗ (ସେଟିଂସ୍‌ରେ) ଏବଂ ଆପଣଙ୍କ App Storeର କ୍ରୟ ହିଷ୍ଟ୍ରି।

ଧ‍୍ୟାନ ଦିଅନ୍ତୁ: iOS 18କିମ୍ବା ପରବର୍ତ୍ତୀ ଭର୍ଶନ୍‌ ସହିତ ଇନ୍‌ଷ୍ଟଲ୍‌ ହୋଇଥିବା ଆପ୍‌କୁ ଲୁଚାଯାଇ ପାରିବ ନାହିଁ—ଆପଣ କେବଳ App Storeରୁ ଅଲଗା ଡାଉନ୍‌ଲୋଡ୍ କରୁଥିବା ଆପ୍‌କୁ ଲୁଚାଇ ପାରିବେ। ୟୁଜର୍‌ଙ୍କ ଦ୍ବାରା ଡିଫଲ୍ଟ୍ ଭାବରେ ସେଟ୍ ହୋଇଥିବା ୱେବ୍ ବ୍ରାଉଜର୍ କିମ୍ବା ଆପ୍ ବଜାର (କେବଳ EUରେ ଉପଲବ୍ଧ) ମଧ୍ଯରୁ କାହାକୁ ବି ଲୁଚାଇ ରଖାଯାଇପାରିବ ନାହିଁ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପଣ ଲୁଚାଇବାକୁ ଚାହୁଁଥିବା ଆପ୍ ଚିହ୍ନଟ କରନ୍ତୁ।

  3. କ୍ବିକ୍‌ ଆକ୍ସନ୍ ମେନ୍ଯୁ ନ ଖୋଲିବା ପର୍ଯ୍ଯନ୍ତ ଆପ୍ ଆଇକନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  4. “Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌)ଆବଶ୍ଯକ”ରେ ଟାପ୍‌ କରନ୍ତୁ।

  5. ଲୁଚାନ୍ତୁ ଏବଂ Face ID (କିମ୍ୱା Touch ID କିମ୍ୱା ଏକ ପାସ୍‌କୋଡ୍‌) ଆବଶ୍ୟକରେ ଟାପ୍‌ କରନ୍ତୁ, Face ID (କିମ୍ୱା ଟଚ୍ ID କିମ୍ୱା ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ, ତା'ପରେ “ଆପ୍‌ ଲୁଚାନ୍ତୁ”ରେ ଟାପ୍‌ କରନ୍ତୁ।

    ଆପ୍ ଆପଣଙ୍କ ହୋମ୍ ସ୍କ୍ରୀନ୍‌ରୁ ଅଦୃଶ୍ଯ ହୋଇ ଆପ୍ ଲାଇବ୍ରେରୀର ନିମ୍ନରେ ଥିବା ଲୁକ୍କାୟିତ ଫୋଲ୍ଡର୍‌କୁ ମୂଭ୍ ହୋଇଯାଏ।

ଟିପ୍‌: ଆପଣଙ୍କ ଲୁକ୍କାୟିତ ଆପ୍‌ର ଲିଷ୍ଟ୍‌ରେ ଦେଖିବା ପାଇଁ, ସେଟିଂସ୍‌  > ଆପ୍‌ > କୁକ୍କାୟିତ ଆପ୍‌କୁ ଯାଆନ୍ତୁ, ତା’ପରେ Face ID (କିମ୍ବା Touch ID କିମ୍ବା ପାସ୍‌କୋଡ୍‌)କୁ ବ୍ଯବହାର କରି ପ୍ରମାଣୀକରଣ କରନ୍ତୁ।

ଏକ ଲୁକ୍କାୟିତ ଆପ୍ ଖୋଲନ୍ତୁ

ଆପଣ ଲୁଚାଇଥିବା ଏକ ଆପ୍‌କୁ ଖୋଲିପାରିବେ ଏବଂ ବ୍ୟବହାର କରିପାରିବେ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍ ଲାଇବ୍ରେରିକୁ ଯିବା ପାଇଁ ଆପଣଙ୍କ ସମସ୍ତ ହୋମ୍ ସ୍କ୍ରୀନ୍‌ ପୃଷ୍ଠା ବାମକୁ ସ୍ୱାଇପ୍ କରନ୍ତୁ।

  3. ଆପ୍ ଲାଇବ୍ରେରିର ନିମ୍ନରେ “ଲୁକ୍କାୟିତ ଫୋଲ୍ଡର୍‌”ରେ ଟାପ୍ କରନ୍ତୁ, ତା'ପରେ Face ID (କିମ୍ୱା Touch ID କିମ୍ୱା ଏକ ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

    ଲୁକ୍କାୟିତ ଫୋଲ୍ଡର୍‌ରେ ଆପ୍‌ ଦେଖାଯିବ।

  4. ଆପ୍‌ରେ ଟାପ୍ କରନ୍ତୁ, ତା'ପରେ Face ID (କିମ୍ୱା Touch ID କିମ୍ୱା ଏକ ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

ଏକ ଆପ୍‌କୁ ଅନ୍‌ହାଇଡ୍‌ କରନ୍ତୁ

ଆପଣ ଏକ ଆପ୍ ଲୁଚାଇବା ବନ୍ଦ କରିପାରିବେ ଯାହା ଦ୍ୱାରା ଆପଣ ଏହାକୁ ଦେଖିପାରିବେ ଏବଂ ବ୍ୟବହାର କରିପାରିବେ।

  1. ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. ଆପ୍ ଲାଇବ୍ରେରିକୁ ଯିବା ପାଇଁ ଆପଣଙ୍କ ସମସ୍ତ ହୋମ୍ ସ୍କ୍ରୀନ୍‌ ପୃଷ୍ଠା ବାମକୁ ସ୍ୱାଇପ୍ କରନ୍ତୁ।

  3. ଆପ୍ ଲାଇବ୍ରେରିର ନିମ୍ନରେ “ଲୁକ୍କାୟିତ ଫୋଲ୍ଡର୍‌”ରେ ଟାପ୍ କରନ୍ତୁ, ତା'ପରେ Face ID (କିମ୍ୱା Touch ID କିମ୍ୱା ଏକ ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

  4. ଆପ୍‌କୁ ଲୁକ୍କାୟିତ ଫୋଲ୍ଡର୍‌ରୁ ବାହାରକୁ ମୂଭ୍ କରିବାକୁ, ଆପ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, “Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌) ଆବଶ୍ୟକ ନାହିଁ”ରେ ଟାପ୍‌ କରନ୍ତୁ, ତା'ପରେ Face ID (କିମ୍ୱା Touch ID କିମ୍ୱା ପାସ୍‌କୋଡ୍‌) ବ୍ୟବହାର କରି ପ୍ରମାଣୀକରଣ କରନ୍ତୁ।

    ଆପ୍ ଲାଇବ୍ରେରିର ଶୀର୍ଷର ନିକଟରେ ଆପ୍ ଦେଖାଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.