ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଫଟୋ ଆପ୍‌ରେ ମେମୋରି ଦେଖନ୍ତୁ

ଫଟୋ ଆପ୍‌ରେ ମେମୋରି ଫୀଚର୍ ଫଟୋ ଏବଂ ଭିଡିଓର ପର୍ସନଲ୍‌ ସଂଗ୍ରହ ତିଆରି କରେ ଯାହା ମ୍ୟୂଜିକ୍‌ରେ ସେଟ୍ ହୋଇ ଏକ ମୂଭି ଭଳି ଚାଲିଥାଏ। ପ୍ରତ୍ୟକ ମେମୋରି ଆପଣଙ୍କ ଫଟୋ ଲାଇବ୍ରେରିରୁ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି, ପୋଷା ଜୀବ, ସ୍ଥାନ, ଆକ୍ଟିଭିଟି, ଥୀମ୍ କିମ୍ବା ଇଭେଣ୍ଟ୍‌କୁ ଫୀଚର୍ କରେ। ଆପଣ ନିଜସ୍ୱ ମେମୋରି ମଧ୍ୟ ତିଆରି କରିପାରିବେ ଏବଂ ସେଗୁଡ଼ିକୁ ବନ୍ଧୁ ଏବଂ ପରିବାର ସହିତ ଶେୟର୍ କରିପାରିବେ।

ଫଟୋ ଆପ୍ ମେମୋରି ସଂଗ୍ରହ ପାଇଁ ଖୋଲା ଅଛି। ନିମ୍ନରେ ମେମୋରିର ଏକ ଲିଷ୍ଟ୍ ସହିତ ସମସ୍ତ ଟାବ୍ ଚୟନ କରାଯାଇଛି।

ଏକ ମେମୋରି ଚଲାନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଦେଖିବାକୁ ଚାହୁଁଥିବା ମେମୋରିରେ ଟାପ୍ କରନ୍ତୁ। ଅଧିକ ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ।

  3. ଏହାକୁ ଚଲାଇବା ପାଇଁ ମେମୋରିରେ ଟାପ୍ କରନ୍ତୁ। ଆପଣ ଦେଖୁଥିବା ସମୟରେ, ନିମ୍ନୋକ୍ତ ଯେକୌଣସି କାର୍ଯ୍ୟ କରିପାରିବେ:

    • ପଜ୍ କରନ୍ତୁ: ସ୍କ୍ରୀନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ “ପଜ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ବ୍ଯାକ୍‌ୱର୍ଡ୍‌ କିମ୍ବା ଫର୍‌ୱର୍ଡ୍‌କୁ ଯାଆନ୍ତୁ: ସ୍କ୍ରୀନ୍‌ରେ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରନ୍ତୁ। କିମ୍ବା ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ତଳେ ବାମ କିମ୍ବା ଡାହାଣ ପାର୍ଶ୍ୱରେ ଫ୍ରେମ୍‌ଗୁଡ଼ିକୁ ସ୍ଲାଇଡ୍ କରନ୍ତୁ।

    • ଏକ ମେମୋରି ବନ୍ଦ କରନ୍ତୁ: ସ୍କ୍ରୀନ୍ ଉପରେ ଟାପ୍ କରନ୍ତୁ, ତା’ପରେ “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଟିପ୍‌: ଲୁପ୍‌ରେ ଚାଲିବା ପାଇଁ ଏକ ମେମୋରି ସେଟ୍ କରିବାକୁ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଲୁପ୍ ମୂଭି”ରେ ଟାପ୍‌ କରନ୍ତୁ।

ଏକ ମେମୋରି ତିଆରି କରନ୍ତୁ

ଆପଣ ଏକ ଇଭେଣ୍ଟ୍, ଆପଣଙ୍କ ଲାଇବ୍ରେରିରେ ଏକ ନିର୍ଦ୍ଦିଷ୍ଟ ଦିନ କିମ୍ବା ଏକ ଆଲ୍‌ବମ୍‌ରୁ ନିଜସ୍ୱ ମେମୋରି ତିଆରି କରିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ବିଦ୍ୟମାନ ସଂଗ୍ରହ କିମ୍ବା ଆଲ୍‌ବମ୍‌ରେ ଟାପ୍‌ କରନ୍ତୁ, ତା’ପରେ ଫଟୋ ଏବଂ ଭିଡିଓକୁ ମେମୋରି ଭାବରେ ଦେଖିବା ପାଇଁ ମୂଭିରେ ଟାପ୍‌ କରନ୍ତୁ।

    ସ୍କ୍ରାଚ୍‌ରୁ ଏକ ମେମୋରି ତିଆରି କରିବା ପାଇଁ, ଫଟୋ ଆଲ୍‌ବମ୍ ତିଆରି କରନ୍ତୁ, ତା’ପରେ ଏହାକୁ ମେମୋରି ଭାବରେ ଦେଖିବା ପାଇଁ ଉପରୋକ୍ତ ଷ୍ଟେପ୍‌ଗୁଡ଼ିକ ଅନୁସରଣ କରନ୍ତୁ।

ଏକ ଭିଡିଓ ଭାବରେ ଏକ ମେମୋରି ଶେୟର୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରିକୁ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ମେମୋରିରେ ଟାପ୍ କରନ୍ତୁ।

  3. ମେମୋରି ଚାଲୁଥିବା ସମୟରେ, ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ।

  4. “ମୂଭି ଶେୟର୍ କରନ୍ତୁ‌”ରେ ଟାପ୍ କରନ୍ତୁ, ତାପରେ ଏକ ଶେୟରିଂ ପଦ୍ଧତି ବାଛନ୍ତୁ, ଯେପରିକି AirDrop, ମେସେଜ୍‌, କିମ୍ୱା Mail।

ଟିପ୍‌: ମୂଭି ପରିବର୍ତ୍ତେ ମେମୋରିରେ କେବଳ ଫଟୋଗୁଡ଼ିକ ପଠାଇବାକୁ, ସ୍କ୍ରୀନ୍‌ର ନିମ୍ନରେ ଥିବା ଫଟୋଗୁଡ଼ିକରେ ଟାପ୍‌ କରନ୍ତୁ, “ଅଧିକ” ବଟନ୍‌, ତା’ପରେ “ଫଟୋ ଶେୟର୍ କରନ୍ତୁ”ରେ ଟାପ୍‌ କରନ୍ତୁ।

ଏକ ମେମୋରିରୁ ସମସ୍ତ ଫଟୋ ଶେୟର୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରିକୁ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ମେମୋରିରେ ଟାପ୍ କରନ୍ତୁ।

  3. ମେମୋରି ଚାଲୁଥିବା ସମୟରେ, ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଫଟୋରେ ଟାପ୍‌ କରନ୍ତୁ।

  4. “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଫଟୋ ଶେୟର୍‌ କରନ୍ତୁ”ରେ ଟାପ୍‌ କରନ୍ତୁ।

  5. AirDrop, ମେସେଜ୍‌ କିମ୍ବା Mail ଭଳି ଶେୟରିଂ ପଦ୍ଧତି ବାଛନ୍ତୁ।

ଫେଭରିଟ୍‌ରେ ଏକ ମେମୋରି ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଫେଭରିଟ୍‌ରେ ଯୋଡ଼ିବାକୁ ଚାହୁଁଥିବା ମେମୋରିର ଶୀର୍ଷ-ଡାହାଣ କୋଣରେ ଫେଭରିଟ୍‌ ବଟନ୍ରେ ଟାପ୍ କରନ୍ତୁ।

ଆପଣଙ୍କର ଫେଭରିଟ୍‌ ମେମୋରି ଦେଖିବା ପାଇଁ ମେମୋରିରେ ଟାପ୍ କରନ୍ତୁ, ତା’ପରେ ଫେଭରିଟ୍‌ରେ ଟାପ୍ କରନ୍ତୁ।

ମେମୋରି ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ମେମୋରିକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ମେମୋରି ଡିଲିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.