ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଫାଇଲ୍‌ ଆପ୍‌ରେ ଫାଇଲ୍ ଓ ଫୋଲ୍ଡର୍‌ଗୁଡ଼ିକୁ ବ୍ଯବସ୍ଥିତ କରନ୍ତୁ

ଫାଇଲ୍ ଆପ୍‌ରେ ଆପଣ ଡକ୍ଯୁମେଣ୍ଟ୍‌, ଇମେଜ୍ ଏବଂ ଅନ୍ଯ ଫାଇଲ୍‌ଗୁଡ଼ିକୁ ଫୋଲ୍ଡର୍‌ରେ ଅର୍ଗାନାଇଜ୍ କରିପାରିବେ।

ଫୋଲ୍ଡର୍ ତିଆରି କରନ୍ତୁ

  1. ଆପଣଙ୍କ iPhoneରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଏକ ଲୋକେଶନ୍ କିମ୍ବା ଏକ ବିଦ୍ଯମାନ ଫୋଲ୍ଡର୍ ଖୋଲନ୍ତୁ।

  3. ଅଧିକ ବଟନ୍‌ ଉପରେ ଟାପ୍ କରନ୍ତୁ, ତା’ପରେ ନୂଆ ଫୋଲ୍ଡର୍‌ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ନୂଆ ଫୋଲ୍ଡର୍ ଦେଖିପାରୁନାହାନ୍ତି, ତେବେ ଆପଣ ସେହି ଲୋକେଶନ୍‌ରେ ଏକ ଫୋଲ୍ଡର୍ ତିଆରି କରିପାରିବେ ନାହିଁ।

ଏକ ଫାଇଲ୍ କିମ୍ବା ଫୋଲ୍ଡର୍‌କୁ ରୀନେମ୍ କରନ୍ତୁ, କମ୍ପ୍ରେସ୍ କରନ୍ତୁ ଏବଂ ଏଥିରେ ଅନ‍୍ୟ ପରିବର୍ତ୍ତନ କରନ୍ତୁ

  1. ଆପଣଙ୍କ iPhoneରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଏକ ଲୋକେଶନ୍ କିମ୍ବା ଏକ ବିଦ୍ଯମାନ ଫୋଲ୍ଡର୍ ଖୋଲନ୍ତୁ।

  3. ଫାଇଲ୍ କିମ୍ବା ଫୋଲ୍ଡର୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ: କପି କରନ୍ତୁ, ମୂଭ୍ କରନ୍ତୁ, ରୀନେମ୍ କରନ୍ତୁ, କମ୍ପ୍ରେସ୍ କରନ୍ତୁ, ଡୁପ୍ଲିକେଟ୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ।

ଏକ ସମୟରେ ଏକାଧିକ ଫାଇଲ୍ କିମ୍ବା ଫୋଲ୍ଡର୍ ପରିବର୍ତ୍ତନ କରିବାକୁ, ଅଧିକ ବଟନ୍‌ରେ ଟାପ୍ କରନ୍ତୁ, “ଚୟନ କରନ୍ତୁ” ରେ ଟାପ୍ କରନ୍ତୁ, ଆପଣ ପରିବର୍ତ୍ତନ କରିବାକୁ ଚାହୁଁଥିବା ଫାଇଲ୍ କିମ୍ବା ଫୋଲ୍ଡର୍ ଚୟନ କରିବାକୁ ଟାପ୍ କରନ୍ତୁ, ତା’ପରେ ସ୍କ୍ରୀନ୍ ତଳେ ଥିବା ଏକ ବିକଳ୍ପରେ ଟାପ୍ କରନ୍ତୁ (ଉଦାହରଣ ସ୍ୱରୂପ, “ଶେୟର୍ କରନ୍ତୁ”, “ମୂଭ୍ କରନ୍ତୁ” କିମ୍ବା “ଡିଲିଟ୍ କରନ୍ତୁ”)।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ଦ୍ବାରା ଚୟନ କରାଯାଇଥିବା ଆଇଟମ୍ ଉପରେ ନିର୍ଭର କରି କେତେକ ବିକଳ୍ପ ଉପଲବ୍ଧ ହୋଇନପାରେ; ଉଦାହରଣ ସ୍ୱରୂପ, ଆପଣ ଏକ ଆପ୍ ଲାଇବ୍ରେରି (ଆପ୍ ନାମ ସହିତ ଲେବଲ୍ ହୋଇଥିବା ଏକ ଫୋଲ୍ଡର୍) ଡିଲିଟ୍ କିମ୍ବା ମୂଭ୍‌ କରିପାରିବେ ନାହିଁ।

ଗୋଟିଏ ଫାଇଲ୍ କିମ୍ବା ଫୋଲ୍ଡର୍ ଜିପ୍‌ କିମ୍ବା ଅନ୍‌ଜିପ୍‌ କରନ୍ତୁ

ଆପଣ ଏକ ଫାଇଲ୍ କିମ୍ବା ଫୋଲ୍ଡର୍‌କୁ କିମ୍ବା କମ୍ପ୍ରେସ୍‌ କରିବା ପାଇଁ ଜିପ୍ କରିପାରିବେ, ଯାହା ଦ୍ୱାରା ଏହା ଆପଣଙ୍କ iPhoneରେ କମ୍‌ ଷ୍ଟୋରେଜ୍ ଜାଗା ନେବ। ଆପଣ ଏକ କମ୍ପ୍ରେସ୍ ହୋଇଥିବା ଫାଇଲ୍ କିମ୍ୱା ଫୋଲ୍ଡର୍‌କୁ ଅନ୍‌ଜିପ୍ ମଧ୍ୟ କରିପାରିବେ।

  1. ଆପଣଙ୍କ iPhoneରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଆପଣ ଜିପ୍ କରିବାକୁ ଚାହୁଁଥିବା ଫାଇଲ୍ କିମ୍ବା ଫୋଲ୍ଡର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “କମ୍ପ୍ରେସ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

କମ୍ପ୍ରେସ୍‌ ହୋଇଥିବା ଫାଇଲ୍ କିମ୍ବା ଫୋଲ୍ଡର୍ ଅନ୍‌ଜିପ୍‌ କରିବାକୁ, ଏହାକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଅନ୍‌କମ୍ପ୍ରେସ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ଏକ ଫାଇଲ୍ କିମ୍ବା ଫୋଲ୍ଡର୍ ଟ୍ଯାଗ୍ କରନ୍ତୁ

  1. ଆପଣଙ୍କ iPhoneରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଏକ ଲୋକେଶନ୍ କିମ୍ବା ଏକ ବିଦ୍ଯମାନ ଫୋଲ୍ଡର୍ ଖୋଲନ୍ତୁ।

  3. ଫାଇଲ୍ କିମ୍ବା ଫୋଲ୍ଡର୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ଟ୍ଯାଗ୍‌ରେ ଟାପ୍‌ କରନ୍ତୁ, ତା’ପରେ ଗୋଟିଏ କିମ୍ବା ଅଧିକ ଟ୍ଯାଗ୍ ଉପରେ ଟାପ୍ କରନ୍ତୁ।

  4. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଟ୍ଯାଗ୍ ହୋଇଥିବା ଆଇଟମ୍ ଖୋଜିବା ପାଇଁ, ବ୍ରାଉଜ୍‌ରେ ଟାପ୍ କରନ୍ତୁ, ତା’ପରେ ଟ୍ଯାଗ୍ ତଳେ ଥିବା ଏକ ଆଇଟମ୍ ଉପରେ ଟାପ୍ କରନ୍ତୁ।

ଏକ ଟ୍ଯାଗ୍‌ କାଢ଼ିବା ପାଇଁ, ଏହାକୁ ପୁନଃ ଟାପ୍ କରନ୍ତୁ।

ଏକ ଫୋଲ୍ଡର୍‌କୁ ଏକ ଫେଭରିଟ୍ ଭାବରେ ଚିହ୍ନିତ କରନ୍ତୁ

  1. ଆପଣଙ୍କ iPhoneରେ ଫାଇଲ୍ ଆପ୍‌କୁ ଯାଆନ୍ତୁ।

  2. ଏକ ଲୋକେଶନ୍ ଖୋଲନ୍ତୁ, ଫୋଲ୍ଡର୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଫେଭରିଟ୍ ଉପରେ ଟାପ୍ କରନ୍ତୁ।

ଫେଭରିଟ୍ ଖୋଜିବା ପାଇଁ, ବ୍ରାଉଜର୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.