ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା FaceTimeରେ ଏକ ଅଡିଓ କଲ୍ ରେକର୍ଡ୍‌ ଓ ଟ୍ରାନ୍‌ସ୍କ୍ରାଇବ୍ କରନ୍ତୁ

କିଛି ଦେଶ ଏବଂ ଅଞ୍ଚଳରେ, ଆପଣ ଅନ୍ୟ ବ୍ୟକ୍ତିଙ୍କ ସହ କଥା ହେବା ସମୟରେ ଆପଣ ଏକ FaceTime ଅଡିଓ କଲ୍ ରେକର୍ଡ୍‌ କରିପାରିବେ। ଚୟନିତ ଅଞ୍ଚଳ ଏବଂ ଭାଷାଗୁଡ଼ିକରେ, ଆପଣ ନୋଟ୍ ଆପ୍‌ରେ କଲ୍‌ର ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖିପାରିବେ। iOS ଏବଂ iPadOS ଫୀଚର୍‌ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: କଲ୍ ରେକର୍ଡିଂ ସମ୍ପ୍ରତି ୟୁରୋପୀୟ ସଂଘ ଆଜର୍‌ବାଇଜାନ୍‌, ବାହରିନ୍‌, ଇଜିପ୍ଟ, ଇରାନ୍, ଇରାକ୍, ଜୋର୍ଡନ୍, କୁଏତ୍‌, ମୋରକ୍କୋ, ନାଇଜେରିଆ, ଓମାନ୍‌, ପାକିସ୍ତାନ୍‌, କତର୍, ରୁଷିଆ, ସାଉଦି ଆରବ୍, ଦକ୍ଷିଣ ଆଫ୍ରିକା, ତୁର୍କୀ, ସଂଯୁକ୍ତ ଆରବ୍ ଏମିରେଟ୍ସ୍‌ ଏବଂ ୟେମେନ୍‌ରେ ଉପଲବ୍ଧ ନାହିଁ।

କଲ୍ ରେକର୍ଡ୍ କରନ୍ତୁ

ଆରମ୍ଭ କରିବା ପୂର୍ବରୁ, iOS ଓ iPadOSର ଫୀଚର୍ ଉପଲବ୍ଧତା ଓ୍ବେବ୍‌ସାଇଟ୍‌ ଯାଞ୍ଚ କରି ଆପଣଙ୍କ ଭାଷା ଏବଂ ଅଞ୍ଚଳରେ କଲ୍ ରେକର୍ଡିଂ ଉପଲବ୍ଧ ଅଛି କି ନାହିଁ ଦେଖନ୍ତୁ ଏବଂ କଲ୍‌ର ଅନ୍ଯ ଅଂଶଗ୍ରହଣକାରୀ ରେକର୍ଡ୍ କରିବାକୁ ଇଚ୍ଛୁକ ଥିବା ନିଶ୍ଚିତ କରନ୍ତୁ।

  1. FaceTime ଆପ୍ ରେ ୱନ୍-ଟୁ-ୱନ୍ ଅଡିଓ କଲ୍ ସମୟରେ, “କଲ୍ ରେକର୍ଡିଂ ଆରମ୍ଭ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    କଲ୍ ରେକର୍ଡ୍‌ କରାଯାଉଛି ବୋଲି ଉଭୟ କଲ୍ ଅଂଶଗ୍ରହଣକାରୀ ଏକ ଅଡିଓ ନୋଟିସ୍ ଶୁଣନ୍ତି।

  2. ରେକର୍ଡିଂ ବନ୍ଦ କରିବା ପାଇଁ, “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ କିମ୍ବା କେବଳ କଲ୍ ଶେଷ କରନ୍ତୁ।

    ନୋଟ୍ ଆପ୍‌ରେ କଲ୍ ରେକର୍ଡିଂ ସ୍ୱୟଂଚାଳିତ ଭାବରେ ଏକ କଲ୍ ରେକର୍ଡିଂ ଫୋଲ୍ଡର୍‌ରେ ସେଭ୍ ହୋଇଥାଏ।

ଏକ କଲ୍ ରେକର୍ଡିଂ ଚଲାନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. କଲ୍ ରେକର୍ଡିଂ ଫୋଲ୍ଡର୍‌ରେ ଏକ ନୋଟ୍ ଚୟନ କରନ୍ତୁ, ତା’ପରେ “ଚଲାନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

ଯଦି ଆପଣଙ୍କର କୌଣସି iPhone 16 ମଡେଲ୍, iPhone 15 Pro, କିମ୍ବା iPhone 15 Pro Max ଅଛି, ତେବେ ଆପଣ ନୋଟ୍‌ରେ ଏକ ଅଡିଓ ରେକର୍ଡିଂର ସାରାଂଶ ଦେଖିପାରିବେ।

ଏକ କଲ୍‌ର ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖନ୍ତୁ

ଚୟନିତ ଅଞ୍ଚଳ ଓ ଭାଷାରେ, ଆପଣ ନୋଟ୍ ଆପ୍‌ରେ ଏକ ରେକର୍ଡ୍‌ ହୋଇଥିବା କଲ୍‌ର ଟ୍ରାନ୍ସ୍‌କ୍ରିପ୍ଟ୍‌ ଦେଖିପାରିବେ। ଟ୍ରାନ୍ସ୍‌କ୍ରିପ୍ଟ୍‌ ତୁରନ୍ତ ଉପଲବ୍ଧ ହୋଇନପାରେ— “ଟ୍ରାନ୍ସ୍‌କ୍ରିପ୍ସନ୍‌ ପ୍ରଗତିରେ ଅଛି” ବୋଲି ଆପଣ ଏକ ମେସେଜ୍ ଦେଖିପାରିବେ।

ଧ‍୍ୟାନ ଦିଅନ୍ତୁ: ଏହା ଉପରେ ନିର୍ଭର କରିବା ପୂର୍ବରୁ ଏକ ଟ୍ରାନ୍‌ସ୍କ୍ରିପ୍ସନ୍‌ର ସଠିକତା ଯାଞ୍ଚ କରନ୍ତୁ। ଏହା ବାର୍ତ୍ତାଳାପର ଏକ ସଠିକ୍ ଉପସ୍ଥାପନା ହୋଇନପାରେ।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. କଲ୍ ରେକର୍ଡିଂ ଫୋଲ୍ଡର୍‌ରେ ଏକ ନୋଟ୍ ଚୟନ କରନ୍ତୁ, ତା’ପରେ “ଟ୍ରାନ୍ସକ୍ରିପ୍ଟ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ସମର୍ଥିତ ଭାଷାରେ କଥିତ ଶବ୍ଦ ସ୍ୱୟଂଚାଳିତ ଭାବରେ ଟ୍ରାନ୍ସ୍‌କ୍ରାଇବ୍ ହୋଇଥାଏ। ଯଦି ଆପଣ ଟ୍ରାନ୍ସ୍‌ସ୍କ୍ରିପ୍ଟ୍‌ ଦେଖୁନାହାନ୍ତି, ତେବେ ଆପଣଙ୍କର iPhone ସର୍ବନିମ୍ନ ଆବଶ୍ଯକତାକୁ ପୂରଣ କରୁନାହିଁ କିମ୍ବା ସମର୍ଥିତ ଭାଷା ଚିହ୍ନଟ କରିପାରୁନାହିଁ।

    ଟ୍ରାନ୍ସକ୍ରିପ୍ଟ୍‌ରେ, ପ୍ରତ୍ଯେକ ଷ୍ଟେଟ୍‌ମେଣ୍ଟ୍‌ର ସ୍ପୀକର୍‌କୁ ଚିହ୍ନଟ କରାଯାଇଥାଏ।

  3. ଟ୍ରାନ୍ସ୍‌କ୍ରିପ୍ଟ୍ ଦେଖିବା ସମୟରେ, ଆପଣ ନିମ୍ନଲିଖିତ ମଧ୍ଯରୁ ଯେକୌଣସି କାର୍ଯ୍ଯ କରିପାରିବେ:

    • ଏକ ନିର୍ଦ୍ଦିଷ୍ଟ ପଏଣ୍ଟ୍‌ରୁ ଅଡିଓ ଚଲାନ୍ତୁ: ଆପଣ ଶୁଣିବାକୁ ଚାହୁଁଥିବା ଟେକ୍ସ୍‌ଟ୍ ଚୟନ କରନ୍ତୁ।

    • ଟ୍ରାନ୍ସ୍‌କ୍ରିପ୍ଟ୍ ସର୍ଚ୍ଚ୍‌ କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଟ୍ରାନ୍ସ୍‌କ୍ରିପ୍ଟ୍‌ରେ ଖୋଜନ୍ତୁ”ରେ ଟାପ୍‌ କରନ୍ତୁ।

    • ଟ୍ରାନ୍ସ୍‌କ୍ରିପ୍ଟ୍ କପି କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଟ୍ରାନ୍ସ୍‌କ୍ରିପ୍ଟ୍‌ରେ “ନୋଟ୍‌ ଯୋଡ଼ନ୍ତୁ” କିମ୍ବା “ଟ୍ରାନ୍ସ୍‌କ୍ରିପ୍ଟ୍‌କୁ କପି କରନ୍ତୁ” ବାଛନ୍ତୁ।

    • ଅଡିଓ ରେକର୍ଡିଂ ସେଭ୍ କିମ୍ବା ଡିଲିଟ୍ କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଅଡିଓ ରେକର୍ଡିଂ ଡିଲିଟ୍ କଲେ ଟ୍ରାନ୍ସ୍‌କ୍ରିପ୍ଟ୍ ମଧ୍ଯ ଡିଲିଟ୍ ହୋଇଯାଏ।

    • ରେକର୍ଡିଂର ୱେଭ୍‌ଫର୍ମ୍‌ ଦେଖନ୍ତୁ: ”ଟ୍ରାନ୍ସ୍‌କ୍ରିପ୍ଟ୍‌ ଲୁଚାନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ଯଦି ଆପଣଙ୍କର କୌଣସି iPhone 16 ମଡେଲ୍, iPhone 15 Pro, କିମ୍ବା iPhone 15 Pro Max ଅଛି, ତେବେ ଆପଣ ନୋଟ୍‌ରେ ଏକ ଅଡିଓ ରେକର୍ଡିଂର ସାରାଂଶ ଦେଖିପାରିବେ।

କଲ୍ ରେକର୍ଡିଂ ବନ୍ଦ କରନ୍ତୁ

କଲ୍ ରେକର୍ଡିଂ ଡିଫଲ୍ଟ୍ ଭାବରେ ଚାଲୁ ଅଛି କିନ୍ତୁ ଆପଣ ଏହାକୁ ବନ୍ଦ କରିପାରିବେ।

  1. ସେଟିଂସ୍‌  > ଆପ୍‌ > ଫୋନ୍‌କୁ ଯାଆନ୍ତୁ।

  2. କଲ୍ ରେକର୍ଡିଂରେ ଟାପ୍ କରନ୍ତୁ, ତା’ପରେ କଲ୍ ରେକର୍ଡିଂ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.