ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneର ଫଟୋରେ ଆପଣଙ୍କ ମେମୋରିକୁ ପର୍ସନଲାଇଜ୍ କରନ୍ତୁ

ଆପଣ ନିଜ ମେମୋରି ମୂଭିଗୁଡ଼ିକୁ ଆହୁରି ଅଧିକ ପର୍ସନଲ୍ କରିବା ପାଇଁ ସେଗୁଡ଼ିକୁ ଏଡିଟ୍ କରିପାରିବେ। ମେମୋରି ମିକ୍ସ୍‌ ବ୍ଯବହାର କରି ଦେଖନ୍ତୁ, ଯାହା ଆପଣଙ୍କୁ ଏକ ମେଳ ଖାଉଥିବା ଫଟୋଗ୍ରାଫିକ୍ ଲୁକ୍ ସହି ଭିନ୍ନ ଗୀତ ଲାଗୁ କରିବାକୁ ଅନୁମତି ଦିଏ। ଆପଣ ନୂଆ ଗୀତ ମଧ୍ୟ ବାଛିପାରିବେ, ମେମୋରି ମୂଭିର ଶୀର୍ଷକ ଏଡିଟ୍ କରିପାରିବେ, ଲମ୍ବ ବଦଳାଇପାରିବେ ଏବଂ ଫଟୋ ଯୋଡ଼ିପାରିବେ, ପୁଣି ବ୍ଯବସ୍ଥିତ କରିପାରିବେ କିମ୍ବା କାଢ଼ି ପାରିବେ। Apple Music କାଟାଲଗ୍‌ରେ ଉପଲବ୍ଧ ଲକ୍ଷ ଲକ୍ଷ ଗୀତରୁ Apple Musicର ଗ୍ରାହକମାନେ ଗୀତ ଯୋଡ଼ିପାରିବେ।

ସ୍କ୍ରୀନ୍ ମଝିରେ ଏକ ମେମୋରି ଚାଲୁଅଛି। ସ୍କ୍ରୀନ୍ ତଳେ ବାମରୁ ଡାହାଣକୁ ମେମୋରି ମିକ୍ସ୍‌, ଫଟୋ ଏବଂ ମୂଭି ବଟନ୍ ଅଛି। ଶୀର୍ଷ ଡାହାଣ ପାର୍ଶ୍ୱରେ ଭଲ୍ଯୂମ୍‌, ଅଧିକ ଏବଂ ବନ୍ଦ ବଟନ୍ ଅଛି। ଶୀର୍ଷ ବାମ ପାର୍ଶ୍ୱରେ ମେମୋରିର ଶୀର୍ଷକ ଏବଂ ଗୀତ ଓ ଚାଲୁଥିବା କଳାକାରଙ୍କ ନାମ ଅଛି।

ମେମୋରି ମିକ୍ସ୍‌ ଯୋଡ଼ନ୍ତୁ

ମେମୋରି ମିକ୍ସ୍‌ ବିଭିନ୍ନ ଗୀତ, ପେସିଂ ଏବଂ ଷ୍ଟାଇଲ୍‌ର କ୍ଯୁରେଟଡ୍ କମ୍ବିନେଶନ୍ ଅଟେ ଯାହା ମେମୋରିର ରୂପ ଏବଂ ଅନୁଭବ ବଦଳାଇଥାଏ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  4. ବିଭିନ୍ନ ମେମୋରି ମିକ୍ସ୍‌ ଦେଖିବା ପାଇଁ ବାମକୁ ସ୍ୱାଇପ୍ କରନ୍ତୁ।

  5. ମେମୋରି ମିକ୍ସ୍‌ ଲାଗୁ କରିବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ।

ମେମୋରିର ଲୁକ୍ ବଦଳାନ୍ତୁ

ମେମୋରିରେ ଥିବା ସମସ୍ତ ଫଟୋରେ ସୁସଂଗତ ରଙ୍ଗ ଏବଂ ଷ୍ଟାଇଲ୍ ଆଡ୍‌ଜଷ୍ଟ୍‌ମେଣ୍ଟ୍‌ ଲାଗୁ କରିବା ପାଇଁ ମେମୋରି ଲୁକ୍‌ର ବ୍ଯବହାର କରନ୍ତୁ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  4. ଫିଲ୍ଟର୍ ବଟନ୍‌ରେ ଟାପ୍‌ କରନ୍ତୁ, ଏକ ମେମୋରି ଲୁକ୍‌ରେ ଟାପ୍‌ କରନ୍ତୁ, ତା’ପରେ ସମ୍ପୂର୍ଣ୍ଣରେ ଟାପ୍‌ କରନ୍ତୁ।

ମ୍ୟୁଜିକ୍ ବଦଳାନ୍ତୁ

ଆପଣ Apple Musicରେ ମେମୋରି ସାଉଣ୍ଡ୍‌ଟ୍ରାକ୍ କିମ୍ବା ପ୍ରସ୍ତାବିତ ଗୀତଗୁଡ଼ିକ ମଧ୍ଯରୁ ଚୟନ କରି ଏକ ମେମୋରିର ମ୍ଯୂଜିକ୍‌କୁ ପରିବର୍ତ୍ତନ କରିପାରିବେ। Apple Music ସବ୍‌ସ୍କ୍ରାଇବର୍‌ମାନେ ମଧ୍ୟ ସେମାନଙ୍କର Apple Music ଲାଇବ୍ରେରିକୁ ଆକ୍ସେସ୍‌ କରିପାରିବେ ଏବଂ ମ୍ଯୁଜିକ୍‌ ପସନ୍ଦ କିମ୍ବା ମେମୋରିର ବିଷୟବସ୍ତୁ ଉପରେ ଆଧାରିତ ପ୍ରସ୍ତାବିତ ଗୀତଗୁଡ଼ିକ ଦେଖିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ ମେମୋରି ମିକ୍ସ୍‌ ବଟନ୍‌ରେ ଟାପ୍ କରନ୍ତୁ।

  4. ମ୍ଯୁଜିକ୍‌ ବଟନ୍ରେ ଟାପ୍‌ କରନ୍ତୁ, ଏକ ଗୀତରେ ଟାପ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍‌ କରନ୍ତୁ।

    Apple Music ସବ୍‌ସ୍କ୍ରାଇବର୍ Apple Music ଲାଇବ୍ରେରିରେ ଗୀତ ସର୍ଚ୍ଚ୍‌ କରିବାକୁ “ସର୍ଚ୍ଚ୍ କରନ୍ତୁ” ବଟନ୍‌ରେ ଟାପ୍ କରିପାରିବେ।

ଫଟୋ ଯୋଡ଼ନ୍ତୁ କିମ୍ବା କାଢ଼ନ୍ତୁ

ଆପଣ ମେମୋରିରେ ଦେଖାଯାଉଥିବା ଫଟୋଗୁଡ଼ିକୁ ଚୟନ କରିପାରିବେ-ପ୍ରସ୍ତାବିତ ଫୀଚର୍ ହୋଇଥିବା ଫଟୋ ଯୋଡ଼ିପାରିବେ କିମ୍ବା କାଢ଼ିପାରିବେ କିମ୍ବା ସିଧାସଳଖ ଆପଣଙ୍କ ଲାଇବ୍ରେରିରୁ ଫଟୋ ଏବଂ ଭିଡିଓ ବାଛିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ, ଫଟୋରେ ଟାପ୍‌ କରନ୍ତୁ, ତା’ପରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ।

  4. “ଶୀର୍ଷକ ଏବଂ ଫଟୋ ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଫଟୋ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

  5. ନିମ୍ନୋକ୍ତ ମଧ୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଆପଣଙ୍କ ଫଟୋ ଲାଇବ୍ରେରିରୁ ଏକ ଫଟୋ ଯୋଡ଼ନ୍ତୁ: ସମସ୍ତରେ ଟାପ୍‌ କରନ୍ତୁ, ଆପଣଙ୍କ ଲାଇବ୍ରେରି ମାଧ୍ଯମରେ ସ୍କ୍ରୋଲ୍ କରନ୍ତୁ, ତା’ପରେ ଆପଣ ଯୋଡ଼ିବାକୁ ଚାହୁଁଥିବା ଫଟୋ ଉପରେ ଟାପ୍‌ କରନ୍ତୁ।

    • ଫଟୋ କାଢ଼ନ୍ତୁ: ମେମୋରିରୁ ଏହାକୁ କାଢ଼ିବା ପାଇଁ ଏକ ଫଟୋକୁ ଅଚୟନ କରନ୍ତୁ।

    • ଆପଣଙ୍କ ଫଟୋ ଲାଇବ୍ରେରିରେ ଫଟୋ ସର୍ଚ୍ଚ୍ କରନ୍ତୁ: ସର୍ଚ୍ଚ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ଜଣେ ବ୍ୟକ୍ତିଙ୍କ ନାମ, ସ୍ଥାନ କିମ୍ବା ତାରିଖ ଟାଇପ୍ କରନ୍ତୁ। ସର୍ଚ୍ଚ ଫଳାଫଳରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଯୋଡ଼ିବାକୁ ଚାହୁଁଥିବା ଫଟୋରେ ଟାପ୍‌ କରନ୍ତୁ।

  6. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଏକ ଫଟୋକୁ କାଢ଼ିବା ପରିବର୍ତ୍ତେ ଲୁଚାଇବା ପାଇଁ, ଫଟୋରେ ଟାପ୍ କରନ୍ତୁ, ଫଟୋକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଲୁଚାନ୍ତୁରେ ଟାପ୍ କରନ୍ତୁ।

ଶୀର୍ଷକ, ଉପଶୀର୍ଷକ ଏବଂ କୀ’ଫଟୋ ଏଡିଟ୍ କରନ୍ତୁ

ଆପଣ ଏକ ମେମୋରି ମୂଭିର ଶୀର୍ଷକ କିମ୍ବା ଉପଶୀର୍ଷକ ଏଡିଟ୍ କରିପାରିବେ କିମ୍ବା ମେମୋରି ମୂଭିର ଶୀର୍ଷକ ସହିତ ଦେଖାଯାଉଥିବା କୀ’ଫଟୋ ବଦଳାଇ ପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ, ଫଟୋରେ ଟାପ୍‌ କରନ୍ତୁ, ତା’ପରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ।

  4. “ମୂଭି ଶୀର୍ଷକ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ମେମୋରି ଶୀର୍ଷକ କିମ୍ବା ଉପଶୀର୍ଷକ ଏଡିଟ୍ କରନ୍ତୁ: ଟେକ୍ସ୍‌ଟ୍ ଫିଲ୍ଡ୍‌ରେ ଏକ ନୂଆ ଶୀର୍ଷକ କିମ୍ବା ଉପଶୀର୍ଷକ ଲେଖନ୍ତୁ।

    • କୀ’ଫଟୋ ବଦଳାନ୍ତୁ: କୀ’ଫଟୋ ଏଡିଟ୍ କରନ୍ତୁରେ ଟାପ୍‌ କରନ୍ତୁ, ତା’ପରେ ଏକ ଫଟୋରେ ଟାପ୍‌ କରନ୍ତୁ।

  5. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଏକ ମେମୋରିରେ ଫଟୋ ପୁନଃ କ୍ରମରେ ସଜାନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ମେମୋରି ଚାଲୁଥିବା ସମୟରେ, ସ୍କ୍ରୀନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ।

  4. ମୂଭି ଟାଇମ୍‌ଲାଇନ୍ ଏଡିଟ୍ କରିବା ପାଇଁ ଟାପ୍ କରନ୍ତୁ, ଏକ ଫଟୋକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ଗ୍ରିଡ୍‌ରେ ଏକ ନୂଆ ସ୍ଥିତିକୁ ଡ୍ରାଗ୍ କରନ୍ତୁ।

  5. ମେମୋରିକୁ ଫେରିବାକୁ “ପଛକୁ ଯାଆନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ମେମୋରିର ଲମ୍ବ ବଦଳାନ୍ତୁ

ମେମୋରିରେ ଫଟୋ ସଂଖ୍ଯା ଉପରେ ନିର୍ଭର କରି, ଆପଣ ଏକ ମେମୋରିର ଲମ୍ବ ଛୋଟ, ମଧ୍ଯମ କିମ୍ବା ବଡ଼ କରିପାରିବେ। ଆପଣଙ୍କ ପସନ୍ଦ ସ୍ବୟଂଚାଳିତ ଭାବରେ ଅନ୍ତର୍ଭୁକ୍ତ ଫଟୋ ସଂଖ୍ଯାକୁ ଆଡ୍‌ଜଷ୍ଟ୍‌ କରିଥାଏ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ମେମୋରି ପର୍ଯ୍ଯନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଏକ ମେମୋରିକୁ ଚଲାଇବା ପାଇଁ ସେଥିରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, ତା’ପରେ “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ

  4. ଛୋଟ, ମଧ୍ଯମ କିମ୍ବା ଲମ୍ବାରେ ଟାପ୍ କରନ୍ତୁ।

    ଯଦି ଆପଣ ନିଜେ ଫଟୋ ଯୋଡ଼ି କିମ୍ବା କାଢ଼ି ମୂଭିର ଅବଧି କଷ୍ଟମାଇଜ୍ କରନ୍ତି, ତେବ କଷ୍ଟମ୍‌କୁ ଅବଧି ଭାବରେ ଚୟନ କରାଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.