ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଫଟୋରେ ଲୋକ ଏବଂ ପୋଷା ଜୀବ ଖୋଜନ୍ତୁ ଏବଂ ନାମ ଦିଅନ୍ତୁ

ଫଟୋ ଆପ୍ ଲୋକ ଏବଂ ପୋଷା ଜୀବ ସଂଗ୍ରହରେ (କିମ୍ବା କୌଣସି ପୋଷା ଜୀବ ନ ଥିଲେ ଲୋକ ସଂଗ୍ରହରେ) ଲୋକ, କୁକୁର ଏବଂ ବିଲେଇର ଫଟୋ ଏବଂ ଭିଡିଓକୁ କ୍ରମବଦ୍ଧ କରିଥାଏ। ଆପଣ ନିଜ ଫଟୋ ଲାଇବ୍ରେରିରେ କିମ୍ବା ଲୋକ ଏବଂ ପୋଷା ଜୀବରେ ଏକ ଫଟୋ କିମ୍ବା ଭିଡିଓରୁ ସିଧାସଳଖ ଜଣେ ବ୍ଯକ୍ତି, କୁକୁର କିମ୍ବା ବିଲେଇର ନାମ ରଖିପାରିବେ।

ଫଟୋ କିମ୍ବା ଭିଡିଓରେ ଜଣେ ବ୍ୟକ୍ତି କିମ୍ବା ପୋଷା ଜୀବଙ୍କ ନାମ ଦିଅନ୍ତୁ

ଆପଣ କୌଣସି ଫଟୋ କିମ୍ବା ଭିଡିଓରେ କୌଣସି ବ୍ୟକ୍ତି କିମ୍ବା ପୋଷାଜୀବଙ୍କୁ ନାମ ଦେବା ସମୟରେ, ସେମାନଙ୍କୁ ଆପଣଙ୍କ ଲାଇବ୍ରେରିରେ ଥିବା ଅନ୍ୟ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବରେ “ଲୋକ ଏବଂ ପୋଷାଜୀବ”ରେ ଯୋଡାଯାଏ ଏବଂ ନାମିତ କରାଯାଏ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ କିମ୍ବା ଭିଡିଓ ଖୋଲନ୍ତୁ, ତା’ପରେ ବିବରଣୀ ଦେଖିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ।

    ଫଟୋ କିମ୍ବା ଭିଡିଓରେ ଥିବା ଲୋକ କିମ୍ବା ପୋଷା ଜୀବ ନିମ୍ନ-ବାମ କୋଣରେ ଦେଖାଯିବେ। ଆପଣ ଯେଉଁମାନଙ୍କର ନାମ ଦେଇନାହାନ୍ତି, ସେମାନଙ୍କର ପାର୍ଶ୍ୱରେ ଏକ ପ୍ରଶ୍ନ ଚିହ୍ନ ଦେଖାଯିବ।

  3. ଫଟୋ ପାଖରେ ପ୍ରଶ୍ନ ଚିହ୍ନ ଥିବା ବ୍ଯକ୍ତି କିମ୍ବା ପୋଷା ପ୍ରାଣୀ ଉପରେ ଟାପ୍ କରନ୍ତୁ, ତା’ପରେ “ନାମ ଏବଂ ଫଟୋ ଏଡିଟ୍ କରନ୍ତୁ” ଉପରେ ଟାପ୍ କରନ୍ତୁ।

    iPhone ସ୍କ୍ରୀନ୍‌ର ଶୀର୍ଷରେ ଥିବା ଫଟୋ ଆପ୍‌ରେ ଖୋଲାଥିବା ଏକ ଫଟୋ। ଫଟୋର ନିମ୍ନ-ବାମ କୋଣରେ ଫଟୋରେ ଦେଖାଯାଉଥିବା ଲୋକ ଏବଂ ପୋଷା ଜୀବଙ୍କ ପାଖରେ ପ୍ରଶ୍ନ ଚିହ୍ନ ରହିଛି। ଏକ ପ୍ରଶ୍ନ ଚିହ୍ନ ଚୟନ କରାଯାଇଛି ଏବଂ ବିକଳ୍ପ ମେନ୍ଯୂରେ, ଶୀର୍ଷରୁ ତଳ ପର୍ଯ୍ୟନ୍ତ, ଏହି ବ୍ୟକ୍ତିଙ୍କ ନାମ ଦିଅନ୍ତୁ, ସମସ୍ତ ଫଟୋ, ମୁଖ୍ଯ ଫଟୋ କରନ୍ତୁ, ନାମ ଏବଂ ଫଟୋ ଏଡିଟ୍ କରନ୍ତୁ ଏବଂ ଏହି ବ୍ୟକ୍ତିଙ୍କୁ କମ୍ ଫୀଚର କରନ୍ତୁ ଅଛି।
  4. “ଏହି ବ୍ଯକ୍ତିଙ୍କ ନାମ ଦିଅନ୍ତୁ”ରେ ଟାପ୍ କରନ୍ତୁ, ତାଙ୍କ ନାମ ଲେଖନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଲୋକ ଏବଂ ପୋଷା ଜୀବଙ୍କ ସଂଗ୍ରହରେ ଜଣେ ବ୍ଯକ୍ତି କିମ୍ବା ପୋଷା ଜୀବର ନାମ ଲେଖନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫଟୋ ଲାଇବ୍ରେରି ତଳେ, ଲୋକ ଏବଂ ପୋଷା ଜୀବଙ୍କ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ ନାମ ଦେବାକୁ ଚାହୁଁଥିବା ବ୍ଯକ୍ତି କିମ୍ବା ପୋଷା ଜୀବ ଉପରେ ଟାପ୍ କରନ୍ତୁ।

    ଫଟୋ ଆପ୍‌ରେ ଲୋକ ଏବଂ ପୋଷା ଜୀବ ସଂଗ୍ରହ। ଗ୍ରୂପ୍‌ ଶୀର୍ଷରେ ଦେଖାଯାଏ ଏବଂ ଲୋକ ଏବଂ ପୋଷା ଜୀବ ନିମ୍ନରେ ଲିଷ୍ଟ୍‌ ହୋଇଛନ୍ତି।
  3. ଏହି ବ୍ୟକ୍ତିଙ୍କ ନାମ ଦିଆନ୍ତୁ କିମ୍ବା ଏହି ପୋଷା ଜୀବର ନାମ ଦିଅନ୍ତୁରେ ଟାପ୍‌ କରନ୍ତୁ, ତା’ପରେ ତାଙ୍କ ନାମ ଲେଖନ୍ତୁ।

  4. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଯଦି ଆପଣ ନାମ ଦେବାକୁ ଚାହୁଁଥିବା ବ୍ଯକ୍ତି କିମ୍ବା ପୋଷା ଜୀବ ଦେଖାଯାଉ ନାହାନ୍ତି, ତେବେ ଅଧିକ ଚେହେରା ଦେଖିବା ପାଇଁ ଲୋକ ଏବଂ ପୋଷା ଜୀବଙ୍କ ତଳେ ଥିବା “ଲୋକଙ୍କୁ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

ଗ୍ରୂପ୍ ତିଆରି ଏବଂ ଏଡିଟ୍ କରିବା ପାଇଁ ଗ୍ରୂପ୍ ଫଟୋ ଖୋଜନ୍ତୁ ଦେଖନ୍ତୁ।

ଜଣେ ବ୍ଯକ୍ତି କିମ୍ବା ପୋଷା ଜୀବ ପାଇଁ କୀ’ ଫଟୋ ବଦଳାନ୍ତୁ

ଲୋକ ଏବଂ ପୋଷା ଜୀବଙ୍କ ସଂଗ୍ରହରେ କେଉଁ ଫଟୋ ଦେଖାଇବେ, ତାହା ଆପଣ ବାଛି ପାରିବେ। ସେହି ବ୍ଯକ୍ତି କିମ୍ବା ପୋଷା ଜୀବଙ୍କ ସମସ୍ତ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଆପଣ ଟାପ୍‌ କରୁଥିବା ଫଟୋ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲୋକ ଏବଂ ପୋଷା ଜୀବ ଉପରେ ଟାପ୍ କରନ୍ତୁ, ତା’ପରେ ଜଣେ ବ୍ଯକ୍ତି କିମ୍ବା ପୋଷା ଜୀବ ଉପରେ ଟାପ୍ କରନ୍ତୁ।

  3. “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ମୁହଁ ଦେଖାନ୍ତୁ”ରେ ଟାପ୍‌ କରନ୍ତୁ।

  4. ଏକ ଫଟୋ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ମେକ୍ କୀ’ ଫଟୋରେ ଟାପ୍ କରନ୍ତୁ।

ଜଣେ ଲୋକ କିମ୍ବା ପୋଷା ଜୀବଙ୍କୁ ଜଣେ ଫେଭରିଟ୍ ଭାବରେ ଚିହ୍ନଟ କରନ୍ତୁ

ଯେଉଁ ଲୋକ କିମ୍ବା ପୋଷା ଜୀବମାନଙ୍କ ସହିତ ଆପଣ ଅଧିକ ଇଣ୍ଟରାକ୍ଟ୍ କରନ୍ତି ସେମାନଙ୍କୁ ଫେଭରିଟ୍ ଭାବରେ ଚିହ୍ନଟ କରନ୍ତୁ ଯାହା ଦ୍ୱାରା ସେମାନଙ୍କୁ ଖୋଜିବା ସହଜ ହେବ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲୋକ ଏବଂ ପୋଷା ଜୀବମାନଙ୍କ ଉପରେ ଟାପ୍ କରନ୍ତୁ।

  3. ଜଣେ ବ୍ୟକ୍ତି କିମ୍ବା ପୋଷା ଜୀବକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଫେଭରିଟ୍‌ରେ ଟାପ୍ କରନ୍ତୁ।

ଜଣେ ଲୋକ କିମ୍ବା ପୋଷା ଜୀବକୁ ଅନ୍‌ଫେଭରିଟ୍‌ କରିବାକୁ, “ଲୋକ ଏବଂ ପୋଷା ଜୀବ”ରେ ସେମାନଙ୍କ କୀ’ଫଟୋକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଅନ୍‌ଫେଭରିଟ୍‌ରେ ଟାପ୍ କରନ୍ତୁ।

ଭୁଲ୍ ନାମ ଠିକ୍‌ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲୋକ ଏବଂ ପୋଷା ଜୀବମାନଙ୍କ ଉପରେ ଟାପ୍ କରନ୍ତୁ, ତା’ପରେ ଭୁଲ ନାମ ଥିବା ଲୋକ କିମ୍ବା ପୋଷା ଜୀବ ଉପରେ ଟାପ୍ କରନ୍ତୁ।

  3. ନିମ୍ନୋକ୍ତ ମଧ୍ୟରୁ ଗୋଟିଏ କାର୍ଯ୍ଯ କରନ୍ତୁ:

    • ସମସ୍ତ ଆଇଟମ୍ ପାଇଁ ଲୋକ କିମ୍ବା ପୋଷା ଜୀବଙ୍କ ନାମ ରୀନେମ୍‌ କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ନାମରେ ଟାପ୍‌ କରନ୍ତୁ, ତା’ପରେ ଏହାକୁ ଏଡିଟ୍ କରନ୍ତୁ। “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

    • ଏକ ନିର୍ଦ୍ଦିଷ୍ଟ ଆଇଟମ୍ ଫିକ୍ସ୍‌ କରନ୍ତୁ: ଭୁଲ୍ ନାମ ଥିବା ଫଟୋ କିମ୍ୱା ଭିଡିଓ ଟାପ୍‌ କରନ୍ତୁ, “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଏହା [ନାମ] ନୁହେଁରେ ଟାପ୍ କରନ୍ତୁ।

ଆପଣଙ୍କ ଲାଇବ୍ରେରିରେ ଫଟୋ ଦେଖିବା ସମୟରେ ଆପଣ ଭୁଲ ନାମକୁ ମଧ୍ୟ ଠିକ୍‌ କରିପାରିବେ। ଫଟୋ ସୂଚନା ଦେଖିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ। ଫଟୋର ତଳ-ବାମ କୋଣରେ ଭୁଲ୍‌ ଭାବରେ ନାମିତ “ବ୍ୟକ୍ତି କିମ୍ବା ପୋଷାଜୀବ”ରେ ଟାପ୍ କରନ୍ତୁ, ତା’ପରେ ଏହା [ନାମ] ନୁହେଁରେ ଟାପ୍ କରନ୍ତୁ।

ଲୋକ ଓ ପୋଷା ଜୀବମାନଙ୍କୁ ବର୍ଣ୍ଣାନୁକ୍ରମିକ କିମ୍ବା ମାନ୍ଯୁଅଲି କ୍ରମବଦ୍ଧ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲୋକ ଏବଂ ପୋଷା ଜୀବରେ ଟାପ୍ କରନ୍ତୁ, “କ୍ରମବଦ୍ଧ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ‍୍ୟରୁ ଗୋଟିଏ ବାଛନ୍ତୁ:

    • ବର୍ଣ୍ଣାନୁକ୍ରମିକରେ କ୍ରମବଦ୍ଧ କରନ୍ତୁ: ନାମରେ ଟାପ୍ କରନ୍ତୁ।

    • ମାନ୍ଯୁଅଲି କ୍ରମବଦ୍ଧ କରନ୍ତୁ: କଷ୍ଟମ୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ କୀ’ଫଟୋକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

ଜଣେ ବ୍ଯକ୍ତି କିମ୍ବା ପୋଷା ଜୀବକୁ କାଢ଼ି ଦିଅନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଲୋକ ଏବଂ ପୋଷା ଜୀବଙ୍କ ଉପରେ ଟାପ୍ କରନ୍ତୁ, ତା’ପରେ ଆପଣ କାଢ଼ିବାକୁ ଚାହୁଁଥିବା ବ୍ଯକ୍ତି କିମ୍ବା ପୋଷା ଜୀବଙ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. ଲୁଚାନ୍ତୁ [ନାମ]ରେ ଟାପ୍ କରନ୍ତୁ।

ଟିପ୍‌: ଯଦି ଆପଣ ପସନ୍ଦ କରନ୍ତି, ତେବେ ଆପଣ ଜଣେ ବ୍ଯକ୍ତି କିମ୍ବା ପୋଷା ଜୀବଙ୍କୁ କାଢ଼ିବା ପରିବର୍ତ୍ତେ କମ୍ ଥର ଫୀଚର କରିପାରିବେ। ଜଣେ ବ୍ୟକ୍ତିଙ୍କୁ କମ୍ ଥର ଦେଖାନ୍ତୁ କିମ୍ୱା ଆଦୌ ଦେଖାନ୍ତୁ ନାହିଁ ଦେଖନ୍ତୁ।

ଆପଣ iCloud Photos ବ୍ଯବହାର କରିବା ସମୟରେ, ଆପଣଙ୍କ ସମସ୍ତ ଡିଭାଇସ୍‌ରେ “ଲୋକ ଓ ପୋଷଜୀବ”କୁ ଅପ୍ ଟୁ ଡେଟ୍ ରଖାଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.