ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଖୋଜାଖୋଜି ଆପ୍‌କୁ MagSafe ସହିତ ଆପଣଙ୍କ iPhone ୱଲେଟ୍‌ରେ ଯୋଡ଼ନ୍ତୁ

ଯଦି ଆପଣଙ୍କ iPhoneର MagSafe ସହିତ ୱଲେଟ୍‌ରେ “ଖୋଜାଖୋଜି”ର ସହାୟତା ଅଛି, ତେବେ ଆପଣ ଏହାକୁ ଆପଣଙ୍କ Apple ଆକାଉଣ୍ଟ୍ ସହିତ ସଂଯୋଗ କରିପାରିବେ, ଯାହାଦ୍ବାରା ଆପଣ ଖୋଜାଖୋଜି ଆପ୍ ରେ ଏହାର ଶେଷ ଜ୍ଞାତ ଲୋକେଶନ୍ ଦେଖିପାରିବେ। ଆପଣ, ଏହାକୁ ଖୋଜିଥିବା ବ୍ଯକ୍ତିଙ୍କୁ ଆପଣଙ୍କ କଣ୍ଟାକ୍ଟ୍ ସୂଚନା ଦେଖିବା ପାଇଁ ଅନୁମତି ଦେଇପାରିବେ ଯାହା ତାଙ୍କୁ ଏହାକୁ ଆପଣଙ୍କୁ ଫେରାଇବାରେ ସହାୟତା କରିବ।

ଆପଣ ନିଜର iPhone ୱଲେଟ୍ ସହିତ MagSafeକୁ ଖୋଜାଖୋଜି ଆପ୍‌ରେ ଯୋଡ଼ିଲେ, ଏହା ଆପଣଙ୍କ iPhoneରୁ ଅଲଗା ହୋଇଗଲେ ଆପଣ ସୂଚନା ପ୍ରାପ୍ତ କରିପାରିବେ।

ଧ‍୍ୟାନ ଦିଅନ୍ତୁ: iPhone MagSafe ସହିତ ୱଲେଟ୍ ଏବଂ ଖୋଜାଖୋଜି ସହାୟତାକୁ ସୁସଙ୍ଗତ iPhone ମଡେଲ୍‌ଗୁଡ଼ିକ ସହିତ ବ୍ଯବହାର କରାଯାଇପାରିବ।

ଆପଣ ୱଲେଟ୍‌କୁ ପ୍ରଥମ ଥର ପାଇଁ ନିଜ iPhoneରେ ଯୋଡ଼ିବା ସମୟରେ ଏହାକୁ iPhone MagSafe ସହିତ ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  2. MagSafe ସହିତ ଆପଣଙ୍କ iPhone ୱଲେଟ୍‌କୁ ଆପଣଙ୍କ iPhoneରେ “ଖୋଜାଖୋଜି”ର ସହାୟତା ସହିତ ଆଟାଚ୍‌ କରନ୍ତୁ।

  3. ଆପଣଙ୍କ iPhone ସ୍କ୍ରୀନ୍‌ରେ “ଜାରି ରଖନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ପରେ MagSafe ସହିତ iPhone ୱଲେଟ୍ ଯୋଡ଼ନ୍ତୁ

ଯଦି ଆପଣ ନିଜ ୱଲେଟ୍‌କୁ iPhone ସହିତ ପ୍ରଥମେ ଆଟାଚ୍‌ କରିବା ସମୟରେ ଏହାକୁ MagSafe ଏବଂ “ଖୋଜାଖୋଜି” ସହାୟତା ସହିତ ନ ଯୋଡ଼ିବାକୁ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ ଏହାକୁ ପରେ ଖୋଜାଖୋଜି ଆପ୍‌ରୁ ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ “ଖୋଜାଖୋଜି” ଆପ୍ କୁ ଯାଆନ୍ତୁ।

  2. MagSafe ସହିତ ଆପଣଙ୍କ iPhone ୱଲେଟ୍‌କୁ ଆପଣଙ୍କ iPhoneରେ “ଖୋଜାଖୋଜି”ର ସହାୟତା ସହିତ ଆଟାଚ୍‌ କରନ୍ତୁ।

  3. “ଯୋଡ଼ନ୍ତୁ” ବଟନ୍‌ ଉପରେ ଟାପ୍ କରନ୍ତୁ ଏବଂ “MagSafe ଆକ୍ସେସରି ଯୋଡ଼ନ୍ତୁ” ବାଛନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଯଦି iPhone ୱଲେଟ୍ MagSafe ଏବଂ “ଖୋଜାଖୋଜି” ସହାୟତା ସହିତ ଅନ୍ଯ କାହାର Apple ଆକାଉଣ୍ଟ୍ ସହିତ ସଂଯୁକ୍ତ ଥାଏ, ତେବେ ଆପଣ ଯୋଡ଼ିବା ପୂର୍ବରୁ ସେମାନଙ୍କୁ ଏହାକୁ କାଢ଼ିବାକୁ ପଡ଼ିବ। iPhoneରେ ଥିବା “ଖୋଜାଖୋଜି”ରୁ ଏକ ଡିଭାଇସ୍ କାଢ଼ନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.