ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଫଟୋ ଏବଂ ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

ଫଟୋ ଆପ୍‌ରେ ଆପଣ ନିଜ iPhoneରୁ ଫଟୋ ଏବଂ ଭିଡିଓ ଡିଲିଟ୍ କରିପାରିବେ କିମ୍ବା ସେଗୁଡ଼ିକୁ ଲୁଚାଇ ପାରିବେ। ଆପଣ ସମ୍ପ୍ରତି ଡିଲିଟ୍ କରିଥିବା ଫଟୋଗୁଡ଼ିକୁ ମଧ୍ୟ ରିକଭର୍ କରିପାରିବେ। ଆପଣ ଡିଲିଟ୍ କରିଥିବା ଏବଂ ଲୁଚାଇଥିବା ଫଟୋଗୁଡ଼ିକ “ସମ୍ପ୍ରତି ଡିଲିଟ୍ କରାଯାଇଛି ଏବଂ ଲୁଚାଯାଇଛି”ରେ ସେଭ୍‌ ହୋଇଛି, ଯାହାକୁ ଆପଣ Face ID, Touch ID କିମ୍ୱା ଆପଣଙ୍କ ପାସ୍‌କୋଡ୍‌ ବ୍ୟବହାର କରି ଅନ୍‌ଲକ୍ କରିପାରିବେ।

ଆପଣ iCloud ଫଟୋ ବ୍ୟବହାର କରିବାସମୟରେ ଆପଣ ଡିଲିଟ୍‌ କରୁଥିବା କିମ୍ବା ଲୁଚାଉଥିବା ଫଟୋ ଆପଣଙ୍କ ସମସ୍ତ ଡିଭାଇସ୍‌ରୁ ଡିଲିଟ୍ କାରାଯାଏ କିମ୍ବା ଲୁଚାଯାଏ।

ଫଟୋ କିମ୍ବା ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏକ ଫଟୋ କିମ୍ବା ଭିଡିଓ ଦେଖିବା ସମୟରେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଡିଲିଟ୍ କରନ୍ତୁ: iCloud ଫଟୋ ଚାଲୁ ଥିବା ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPhone ଏବଂ ଅନ୍ୟ ଡିଭାଇସ୍‌ଗୁଡ଼ିକରୁ ଏକ ଫଟୋ ଡିଲିଟ୍‌ କରିବା ପାଇଁ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

      ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓ 30 ଦିନ ପାଇଁ "ସମ୍ପ୍ରତି ଡିଲିଟ କରାଯାଇଛି”ରେ ରଖାଯାଏ। ସେହି ସମୟ ମଧ୍ୟରେ, ଆପଣ ସେଗୁଡ଼ିକୁ ରିକଭର୍‌ କରିପାରିବେ କିମ୍ବା ସମସ୍ତ ଡିଭାଇସ୍‌ରୁ ସ୍ଥାୟୀ ଭାବରେ କାଢ଼ିପାରିବେ।

    • ଲୁଚାନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଲୁଚାନ୍ତୁରେ ଟାପ୍‌ କରନ୍ତୁ।

      ଲୁଚାଯାଇଥିବା ଫଟୋଗୁଡ଼ିକୁ “ଲୁକ୍କାୟିତ ସଂଗ୍ରହକୁ” ମୂଭ୍ କରାଯାଇଛି। ଆପଣ ସେଗୁଡ଼ିକୁ ଅନ୍ୟ କେଉଁଠି ଦେଖିପାରିବେ ନାହିଁ।

      ଫଟୋ ଆପ୍‌ରେ ଲୁକ୍କାୟିତ ସଂଗ୍ରହ ଦେଖାନଯିବାକୁ ଏହାକୁ ବନ୍ଦ କରିବା ପାଇଁ, ଭ୍ଯୁରୁ ଲୁକ୍କାୟିତ ସଂଗ୍ରହଗୁଡ଼ିକୁ ଲୁଚାନ୍ତୁ ଦେଖନ୍ତୁ।

ଏକାଧିକ ଫଟୋ ଏବଂ ଭିଡିଓ ଡିଲିଟ୍ କରନ୍ତୁ କିମ୍ବା ଲୁଚାନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ସମ୍ପୂର୍ଣ୍ଣ ଫଟୋ ଗ୍ରିଡ୍ ଦେଖିବା ପାଇଁ ତଳକୁ ସ୍ୱାଇପ୍ କରନ୍ତୁ।

  3. “ଚୟନ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଆପଣ ଡିଲିଟ୍ କିମ୍ବା ଲୁଚାଇବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଉପରେ ଟାପ୍ କରନ୍ତୁ।

  4. ନିମ୍ନୋକ୍ତ ମଧ୍ୟରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ଡିଲିଟ୍ କରନ୍ତୁ: iCloud ଫଟୋ ଚାଲୁ ଥିବା ଏବଂ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଆପଣଙ୍କ iPhone ଏବଂ ଅନ୍ୟ ଡିଭାଇସ୍‌ଗୁଡ଼ିକରୁ ଏକ ଆଇଟମ୍‌ ଡିଲିଟ୍‌ କରିବା ପାଇଁ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

      ଡିଲିଟ୍ ହୋଇଥିବା ଫଟୋ ଏବଂ ଭିଡିଓ 30 ଦିନ ପାଇଁ "ସମ୍ପ୍ରତି ଡିଲିଟ କରାଯାଇଛି”ରେ ରଖାଯାଏ। ସେହି ସମୟ ମଧ୍ୟରେ, ଆପଣ ସେଗୁଡ଼ିକୁ ରିକଭର୍‌ କରିପାରିବେ କିମ୍ବା ସମସ୍ତ ଡିଭାଇସ୍‌ରୁ ସ୍ଥାୟୀ ଭାବରେ କାଢ଼ିପାରିବେ।

    • ଲୁଚାନ୍ତୁ: ଆପଣ ଲୁଚାଇବାକୁ ଚାହୁଁଥିବା ଆଇଟମ୍‌ଗୁଡ଼ିକ ଚୟନ କରିବା ପାଇଁ ସ୍କ୍ରୀନ୍ ଉପରେ ଟାପ୍ କରନ୍ତୁ କିମ୍ବା ଆଙ୍ଗୁଠିରେ ଡ୍ରାଗ୍‌ କରନ୍ତୁ, “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ ତା’ପାରେ ଲୁଚାନ୍ତୁରେ ଟାପ୍‌ କରନ୍ତୁ

ଫଟୋ ଲୁଚାଇବା ବନ୍ଦ କରନ୍ତୁ

ଆପଣ ପୂର୍ବରୁ ଲୁଚାଇ ରଖିଥିବା ଫଟୋ ଅନ୍‌ହାଇଡ୍‌ କରିପାରିବେ, ଯାହାଦ୍ୱାରା ଏହା ଆପଣଙ୍କ ଫଟୋ ଲାଇବ୍ରେରିରେ ପୁଣି ଦେଖାଯିବ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଉପରକୁ ସ୍ୱାଇପ୍ କରନ୍ତୁ, “ଲୁକ୍କାୟିତ ଅଛି” (ୟୂଟିଲିଟି ତଳେ)ରେ ଟାପ୍ କରନ୍ତୁ, ତା’ପରେ “ଆଲବମ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣ ଅନ୍‌ହାଇଡ୍‌ କରିବାକୁ ଚାହୁଁଥିବା ଫଟୋକୁ ଟାପ୍ କରନ୍ତୁ।

  4. “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଅନ୍‌ହାଇଡ୍‌ରେ ଟାପ୍‌ କରନ୍ତୁ।

ଡିଲିଟ୍ ହୋଇଥିବା ଫଟୋ ରିକଭର୍‌ କରନ୍ତୁ କିମ୍ବା ସ୍ଥାୟୀ ଭାବରେ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଉପରକୁ ସ୍ୱାଇପ୍ କରନ୍ତୁ, “ନିକଟରେ ଡିଲିଟ୍ ହୋଇଛି” (“ୟୂଟିଲିଟି” ତଳେ)ରେ ଟାପ୍ କରନ୍ତୁ, ତା’ପରେ “ଆଲବମ୍ ଦେଖନ୍ତୁ”ରେ ଟାପ୍ କରନ୍ତୁ।

  3. ବାଛନ୍ତୁରେ ଟାପ୍ କରନ୍ତୁ, ତା’ପରେ ଆପଣ ରିକଭର୍ କରିବାକୁ କିମ୍ବା ଡିଲିଟ୍ କରିବାକୁ ଚାହୁଁଥିବା ଫଟୋ ଏବଂ ଭିଡିଓ ଚୟନ କରନ୍ତୁ।

  4. ସ୍କ୍ରୀନ୍‌ର ତଳେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ରିକଭର୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଖୋଜୁଥିବା ଫଟୋ ସମ୍ପତି ଡିଲିଟ୍ ହୋଇଛିରେ ଦେଖାଯାଉ ନାହିଁ, ତେବେ ସେଗୁଡ଼ିକ ରିକଭର୍ କରନ୍ତୁରେ ଥାଇପାରେ। ରିକଭର୍ ହୋଇଥିବା ଆଇଟମ୍ ଖୋଜନ୍ତୁ ଏବଂ ସେଗୁଡ଼ିକୁ ସେଭ୍ କିମ୍ବା ଡିଲିଟ୍ କରନ୍ତୁ ଦେଖନ୍ତୁ।

ସମ୍ପ୍ରତି ଡିଲିଟ୍ କରାଯାଇଥିବା ଏବଂ ଲୁଚାଯାଇଥିବା ସଂଗ୍ରହ ଲକ୍ ଏବଂ ଅନ୍‌ଲକ୍‌ କରନ୍ତୁ

ସମ୍ପ୍ରତି ଡିଲିଟ୍ କରାଯାଇଥିବା ଏବଂ ଲୁଚାଯାଇଛି ଡିଫଲ୍ଟ୍ ଭାବରେ ଲକ୍ ଥାଏ। Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍‌ ବ୍ୟବହାର କରି ଆପଣ ଏହି ସଂଗ୍ରହଗୁଡ଼ିକୁ ଅନ୍‌ଲକ୍‌ କରନ୍ତି।

ଡିଫଲ୍ଟ୍‌ ସେଟିଂକୁ ଲକ୍‌ରୁ ଅନ୍‌ଲକ୍‌କୁ ପରିବର୍ତ୍ତନ କରିବା ପାଇଁ, ସେଟିଂସ୍‌  > ଆପ୍‌ > ଫଟୋକୁ ଯାଆନ୍ତୁ, ତା’ପରେ Face ID, Touch ID କିମ୍ବା ପାସ୍‌କୋଡ୍‌ ବ୍ଯବହାର କରିବା ବନ୍ଦ କରନ୍ତୁ।

ଭ୍ଯୁରୁ ଲୁକ୍କାୟିତ ସଂଗ୍ରହଗୁଡ଼ିକୁ ଲୁଚାନ୍ତୁ

ଡିଫଲ୍ଟ୍ ଭାବରେ, ଲୁକ୍କାୟିତ ସଂଗ୍ରହ ଲକ୍ ହୋଇଛି। ଆପଣ ଏହାକୁ ଭ୍ଯୁରୁ କାଢ଼ି ଗୋପନୀୟତାର ଏକ ଅତିରିକ୍ତ ସ୍ତର ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଶୀର୍ଷ-ଡାହାଣ କୋଣରେ ଥିବା ଆପଣଙ୍କ ଆକାଉଣ୍ଟ୍‌ରେ ଟାପ୍ କରନ୍ତୁ।

  3. ଲୁକ୍କାୟିତ ଆଲ୍‌ବମ୍ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.