ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneର ନୋଟ୍‌ରେ ଫର୍ମୁଲା ଏବଂ ସମୀକରଣ ଲେଖନ୍ତୁ

ନୋଟ୍ ଆପ୍‌ରେ ଗଣିତ ସାହାଯ୍ଯରେ ଆପଣ ରେଖାଚିତ୍ର ତିଆରି କରିପାରିବେ, ସମୀକରଣ ସମାଧାନ କରିପାରିବେ, ଭେରିଅବଲ୍‌ ଆସାଇନ୍ କରନ୍ତୁ ଏବଂ ଗ୍ରାଫ୍ ପ୍ଲଟ୍ କରନ୍ତୁ। ଯେତେବେଳେ ଆପଣ ଏକ ସମାନ ଚିହ୍ନ ଲେଖନ୍ତି କିମ୍ବା ଟାଇପ୍ କରନ୍ତି ଗାଣିତିକ ପରିପ୍ରକାଶଗୁଡ଼ିକ ଇନ୍‌ଲାଇନ୍‌ରେ ସମାଧାନ ହୋଇଥାଏ।

ଧ‍୍ୟାନ ଦିଅନ୍ତୁ: ନୋଟ୍ ଆପ୍ ପାଶ୍ଚାତ୍ଯ ଆରବୀୟ ସଂଖ୍ଯା ଏବଂ ସାଧାରଣ ଗାଣିତିକ ଚିହ୍ନ ବ୍ଯବହାର କରି ଲେଖାଯାଇଥିବା କିମ୍ବା ଆରବୀୟ (ପୂର୍ବାଞ୍ଚଳ ଓ ପାଶ୍ଚାତ୍ଯ) ଏବଂ ଦେବନାଗରୀ ସଂଖ୍ଯା ଏବଂ ସାଧାରଣ ଗାଣିତିକ ଚିହ୍ନ ବ୍ଯବହାର କରି ଟାଇପ୍ କରାଯାଇଥିବା ଗଣିତକୁ ସମର୍ଥନ କରେ।

ଯାତ୍ରା ଖର୍ଚ୍ଚ ଏବଂ ଏକ ଫଟୋ ସହିତ ଏକ ଯାତ୍ରା ଯୋଜନା କରିବା ପାଇଁ ଏକ ନୋଟ୍।

ଏକ ନୋଟ୍‌ରେ ଗାଣିତିକ ପରିପ୍ରକାଶ ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍ ଖୋଲନ୍ତୁ କିମ୍ବା ଏକ ନୂଆ ନୋଟ୍ ଆରମ୍ଭ କରିବା ପାଇଁ “ନୂଆ ନୋଟ୍” ବଟନ୍‌ରେ ଟାପ୍‌ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଗାଣିତିକ ପରିପ୍ରକାଶ ଟାଇପ୍ କରନ୍ତୁ, ତା’ପରେ ଏକ ସମାନ ଚିହ୍ନ ଅନ୍ତର୍ଭୁକ୍ତ କରନ୍ତୁ।

    • “ମାର୍କ୍‌ଅପ୍” ବଟନ୍‌ରେ ଟାପ୍‌ କରନ୍ତୁ, ଏକ ଗାଣିତିକ ସମୀକରଣକୁ ଭୂସମାନ୍ତର ଭାବରେ ଲେଖନ୍ତୁ, ତା'ପରେ ଏକ ସମାନ ଚିହ୍ନ ଦିଅନ୍ତୁ।

    • “ମାର୍କ୍‌ଅପ୍” ବଟନ୍‌ରେ ଟାପ୍‌ କରନ୍ତୁ, ସଂଖ୍ୟାର ଷ୍ଟାକ୍‌ ଲେଖନ୍ତୁ, ତା’ପରେ ଷ୍ଟାକ୍‌ରେ ସଂଖ୍ୟାଗୁଡ଼ିକୁ ଯୋଡ଼ିବା ପାଇଁ ସଂଖ୍ୟାଗୁଡ଼ିକ ତଳେ ଏକ ଭୂସମାନ୍ତର ରେଖା ଆଙ୍କନ୍ତୁ। ଯଦି ଆପଣ ଏକ ଭିନ୍ନ ଅପରେଶନ୍ ଚାହୁଁଛନ୍ତି ତେବେ ପ୍ରତ୍ଯେକ ଅଙ୍କର ବାମ ପାର୍ଶ୍ୱରେ ଏକ ଭିନ୍ନ ଚିହ୍ନ ଲେଖନ୍ତୁ।

  4. ଆପଣ ଯାହ ଲେଖିଛନ୍ତି ସେଥିରୁ ନୋଟ୍‌ କଣ ବୁଝିଛି, ଦେଖିବା ପାଇଁ “ସମାନ ଚିହ୍ନ”ରେ ଟାପ୍ କରନ୍ତୁ। ତ୍ରୁଟି ସଂଶୋଧନ କରିବା ପାଇଁ, ଆପଣ ନିମ୍ନଲିଖିତ ମଧ୍ଯରୁ ଯେକୌଣସିକୁ ଠିକ୍ କରିପାରିବେ:

    • ଅଜଣା ଗଣିତ ଏବଂ ସମାଧାନ ଯୋଗ୍ଯନଥିବା ପରିପ୍ରକାଶ: ତ୍ରୁଟି ବିଷୟରେ ବିବରଣୀ ଦେଖିବା ପାଇଁ କୌଣସି ବିନ୍ଦୁଯୁକ୍ତ ଲାଲ୍ ରେଖା ଉପରେ ଟାପ୍ କରନ୍ତୁ।

    • ଅସ୍ପଷ୍ଟ ବର୍ଣ୍ଣ: ଆପଣ ଯାହା ଲେଖିଛନ୍ତି ତାହା ସ୍ପଷ୍ଟ କରିବାକୁ କୌଣସି ବିନ୍ଦୁଯୁକ୍ତ ନୀଳ ରେଖା ଉପରେ ଟାପ୍ କରନ୍ତୁ।

ଏକ ଗ୍ରାଫ୍ ତଆରି କରନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୋଟ୍ ଖୋଲନ୍ତୁ କିମ୍ବା ଏକ ନୂଆ ନୋଟ୍ ଆରମ୍ଭ କରିବା ପାଇଁ “ନୂଆ ନୋଟ୍” ବଟନ୍‌ରେ ଟାପ୍‌ କରନ୍ତୁ।

  3. ସମୀକରଣର ବାମ ପାର୍ଶ୍ୱରେ x ଏବଂ y ଭାରିଏବଲ୍‌ ସହିତ ଏକ ସମୀକରଣ ଟାଇପ୍ କରନ୍ତୁ କିମ୍ବା ଲେଖନ୍ତୁ। ଉଦାହରଣ ସ୍ୱରୂପ, y = 5x + 3।

    ଆପଣ ପୂର୍ବରୁ ଲେଖିଥିବା ସମୀକରଣରେ ସମାନ ଚିହ୍ନକୁ ଟାପ୍‌ କରିପାରିବେ।

  4. ଆପଣ ସମୀକରଣ ସମାପ୍ତ କଲା ପରେ, ଏକ ମେନ୍ଯୁ ଦେଖାଯାଏ। ଗ୍ରାଫ୍ ଇନ୍‌ସର୍ଟ୍‌ କରିବା ପାଇଁ ଟାପ୍ କରନ୍ତୁ।

    y ଭେରିଏବଲ୍ ଭୂଲମ୍ବ ଅକ୍ଷରେ ଦର୍ଶାଯାଇଛି ଏବଂ x ଭେରିଏବଲ୍ ଭୂସମାନ୍ତର ଅକ୍ଷରେ ଦର୍ଶାଯାଇଛି।

ସମାନ ଗ୍ରାଫ୍‌ରେ ଅନ୍ୟ ଏକ ସମୀକରଣ ଯୋଡ଼ିବାକୁ, ଏକ ନୂଆ ସମୀକରଣ ଟାଇପ୍ କିମ୍ୱା ଲେଖିବାକୁ, ତା'ପରେ ପୂର୍ବରୁ ଥିବା “ଗ୍ରାଫ୍‌କୁ ଯୋଡନ୍ତୁ”ରେ ଟାପ୍ କରନ୍ତୁ।

iPhoneରେ ଥିବା କାଲ୍‌କୁଲେଟର୍‌ର ଗଣିତ ନୋଟ୍‌ରେ ଗ୍ରାଫ୍ ସହିତ କାର୍ଯ୍ଯ କରିବାମଧ୍ଯ ଦେଖନ୍ତୁ।

କାଲ୍‌କୁଲେଟର୍‌ ଆପ୍‌ରେ ତିଆରି ହୋଇଥିବା ଗଣିତ ନୋଟ୍ ଆକ୍ସେସ୍ କରନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଫୋଲ୍ଡର୍ ଲିଷ୍ଟ୍‌ରେ “ଗଣିତ ନୋଟ୍” ଉପରେ ଟାପ୍ କରନ୍ତୁ।

କାଲ୍‌କୁଲେଟର୍‌ରେ ଗଣିତ ନୋଟ୍ ସହିତ ଗଣିତ ସମାଧାନଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.