ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଜର୍ନଲ୍ ସହିତ ଆରମ୍ଭ କରନ୍ତୁ

ଜର୍ନଲ୍ ଆପ୍ ଜର୍ନଲ୍‌ ଲେଖିବାକୁ ଅଭ୍ଯାସରେ ପରିଣତ କରିବା ସହଜ କରିଥାଏ। ଆପଣଙ୍କୁ ମନେ ରଖିବା ଏବଂ ଆପଣଙ୍କ ଅଭିଜ୍ଞତାକୁ ପ୍ରତିଫଳିତ କରିବାରେ ସହାୟତା କରିବା ପାଇଁ ଜର୍ନଲିଂ ପରାମର୍ଶଗୁଡ଼ିକ ଚତୁରତାର ସହ ଆଉଟିଙ୍ଗ୍, ଫଟୋ, ୱର୍କ୍‌ଆଉଟ୍ ଇତ୍ଯାଦି ଏକାଠି କରେ। ଆପଣ ଫଟୋ, ଭିଡିଓ, ଅଡିଓ ଏବଂ ଏପରିକି ଆପଣଙ୍କ ସାମ୍ପ୍ରତିକ ମାନସିକ ସ୍ଥିତି ଯୋଡ଼ିପାରିବେ। ସମୟକ୍ରମେ ଆପଣଙ୍କ ଲେଖିବା ଧାରା ଏବଂ ଅନ୍ୟ ଇନ୍‌ସାଇଟ୍ ଦେଖନ୍ତୁ ଏବଂ ଅତୀତର ଏଣ୍ଟ୍ରିଗୁଡ଼ିକୁ ଶୀଘ୍ର ଖୋଜିବା ପାଇଁ କ୍ଯାଲେଣ୍ଡର୍ ଭ୍ଯୁ ଏବଂ ସର୍ଚ୍ଚ୍ ଫୀଚର୍ ବ୍ଯବହାର କରନ୍ତୁ। ଆପଣ ନିଜର ଜର୍ନଲ୍‌କୁ ଲକ୍ ମଧ୍ୟ କରିପାରିବେ ଯାହା ଦ୍ୱାରା କେବଳ ଆପଣ ଏହାକୁ Face ID, Touch ID କିମ୍ବା ଆପଣଙ୍କ ପାସ୍‌କୋଡ୍ ଦ୍ବାରା ଆକ୍ସେସ୍ କରିପାରିବେ।

ଜର୍ନଲ୍ ଆପ୍ ପାଇଁ ସ୍ୱାଗତ ସ୍କ୍ରୀନ୍।

ଜର୍ନଲ୍ ସେଟ୍ ଅପ୍ କରନ୍ତୁ

ପ୍ରଥମ ଥର ପାଇଁ ଆପଣ ଜର୍ନଲ୍‌ ଖୋଲିବା ସମୟରେ, ଚାଲୁ କରିବା ପାଇଁ ଏବଂ କଷ୍ଟମାଇଜ୍ ଜର୍ନଲିଂ ପରାମର୍ଶ ପାଇବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଏକ ଜର୍ନଲ୍‌ ଏଣ୍ଟ୍ରି କମ୍ପୋଜ୍ କରିବା ପାଇଁ ସ୍କ୍ରୀନ୍‌ ଯାହାର ଶୀର୍ଷରେ ଫଟୋ ସହିତ ଆପଣଙ୍କୁ ଲେଖିବା ଆରମ୍ଭ କରିବାରେ ସାହାଯ୍ଯ କରିବା ପାଇଁ ଏକ ପ୍ରମ୍ପ୍ଟ୍ ଅଛି।

ଜର୍ନଲ୍‌ ଏଣ୍ଟ୍ରି ତିଆରି କରନ୍ତୁ

“କମ୍ପୋଜ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା'ପରେ “ନୂଆ ଏଣ୍ଟ୍ରି”ରେ ଟାପ୍ କରନ୍ତୁ କିମ୍ୱା ଆପଣଙ୍କ ସାମ୍ପ୍ରତିକ ଆଉଟିଂ, ମ୍ୟୁଜିକ୍‌, ୱର୍କ୍‌ଆଉଟ୍‌ ଇତ୍ଯାଦି ଆଧାରରେ ପର୍ସନାଲାଇଜ୍ ହୋଇଥିବା ପରାମର୍ଶଗୁଡିକରୁ ବାଛନ୍ତୁ। ଲେଖିବା କିମ୍ବା ନିର୍ଦ୍ଦେଶ ଦେବା ଆରମ୍ଭ କରନ୍ତୁ ଏବଂ ଫଟୋ, ଅଡିଓ ଏବଂ ଲୋକେଶନ୍ ଭଳି ଅଧିକ ବିବରଣୀ ଯୋଡ଼ନ୍ତୁ।

ଶୀର୍ଷର ଡାହାଣ ପଟେ ସର୍ଚ୍ଚ୍ ବଟନ୍ ସହିତ ଜର୍ନଲ୍‌ ଏଣ୍ଟ୍ରି ଦେଖାଯାଉଛି।

ଆପଣଙ୍କ ଜର୍ନଲ୍ ଏଣ୍ଟ୍ରିଗୁଡ଼ିକର ସମୀକ୍ଷା କରନ୍ତୁ

ପୂର୍ବର ଏଣ୍ଟ୍ରିଗୁଡ଼ିକ ଦେଖିବା ପାଇଁ ଆପଣଙ୍କ ଜର୍ନଲ୍‌ ମଧ୍ଯରେ ସ୍କ୍ରୋଲ୍ କରନ୍ତୁ। କେବଳ ନିର୍ଦ୍ଦିଷ୍ଟ ପ୍ରକାରର ଏଣ୍ଟ୍ରି ଦେଖିବାପାଇଁ, “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ଫଟୋ କିମ୍ବା ବାର୍ତ୍ତାଳାପ ଭଳି ଏକ ବର୍ଗ ବାଛନ୍ତୁ, ତାପରେ ଆପଣଙ୍କ ଏଣ୍ଟ୍ରିରେ ସର୍ଚ୍ଚ୍‌ କରିବାକୁ ଟେକ୍ସଟ୍ ଲେଖନ୍ତୁ। ଏକ ନିର୍ଦ୍ଦିଷ୍ଟ ଦିନର ଏଣ୍ଟ୍ରି ଖୋଜିବା ପାଇଁ “କ୍ଯାଲେଣ୍ଡର୍‌” ବଟନ୍ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ ଏକ ତାରିଖରେ ଟାପ୍ କରନ୍ତୁ।

ଆପଣଙ୍କ ଜର୍ନଲ୍ ଅନ୍‌ଲକ୍ କରିବା ପାଇଁ Face ID ବ୍ଯବହାର କରିବାକୁ ଅନୁରୋଧ କରୁଥିବା ଏକ ସ୍କ୍ରୀନ୍।

ଆପଣଙ୍କ ଜର୍ନଲ୍ ଗୋପନୀୟ ରଖନ୍ତୁ

ଆପଣଙ୍କ ଜର୍ନଲ୍‌କୁ ସୁରକ୍ଷିତ ରଖନ୍ତୁ ଯାହା ଦ୍ୱାରା କେବଳ ଆପଣ ଏହାକୁ Face ID, Touch ID କିମ୍ୱା ଆପଣଙ୍କ ପାସ୍‌କୋଡ୍ ଦ୍ବାରା ଆକ୍ସେସ୍ କରିପାରିବେ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.