ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ରିମାଇଣ୍ଡର୍‌ରେ ଆଇଟମ୍‌ଗୁଡ଼ିକୁ ଟ୍ଯାଗ୍ କରନ୍ତୁ

ରିମାଇଣ୍ଡର୍‌ ଆପ୍‌ରେ ଆପଣ ଟ୍ଯାଗ୍‌କୁ ଆପଣଙ୍କ ରିମାଇଣ୍ଡର୍‌ଗୁଡ଼ିକୁ ବର୍ଗୀକରଣ ଏବଂ ବ୍ଯବସ୍ଥିତ କରିବା ପାଇଁ ଏକ ଦ୍ରୁତ ଏବଂ ପରିବର୍ତ୍ତନୀୟ ଉପାୟ ଭାବରେ ବ୍ଯବହାର କରିପାରିବେ। ଆପଣ ଏକ ରିମାଇଣ୍ଡର୍‌ରେ ଏକ କିମ୍ୱା ଅଧିକ ଟ୍ୟାଗ୍ ଯୋଡ଼ିପାରିବେ, ଯେପରିକି #shopping ଏବଂ #work, ଏବଂ ଟ୍ୟାଗ୍ ବ୍ରାଉଜର୍ କିମ୍ୱା ସ୍ମାର୍ଟ୍ ଲିଷ୍ଟ୍ ବ୍ୟବହାର କରି ସମସ୍ତ ଲିଷ୍ଟ୍‌ରେ ସହଜରେ ଆପଣଙ୍କ ରିମାଇଣ୍ଡର୍‌ ସର୍ଚ୍ଚ୍‌ ଏବଂ ଫିଲ୍ଟର୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍‌ ଫୀଚର୍‌ଗୁଡ଼ିକ ଉପଲବ୍ଧ ହୁଏ ଯେତେବେଳେ ଆପଣ ଅପ୍‌ଡେଟ୍‌ ହୋଇଥିବା ରିମାଇଣ୍ଡର୍‌ଗୁଡ଼ିକ ବ୍ୟବହାର କରନ୍ତି। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରୁଥିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

ଟ୍ଯାଗ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଯେତେବେଳେ ଆପଣ ଏକ ଲିଷ୍ଟ୍‌ରେ ଏକ ଆଇଟମ୍ ତିଆରି କିମ୍ବା ଏଡିଟ୍ କରନ୍ତି, # ଟାଇପ୍ କରନ୍ତୁ, ତା’ପରେ ଟ୍ଯାଗ୍ ନାମ କିମ୍ବା କୀ’ବୋର୍ଡ୍ ଉପରେ ଥିବା ମେନ୍ଯୁରୁ ଏକ ଟ୍ଯାଗ୍ ବାଛନ୍ତୁ।

    ଗୋଟିଏ ଟ୍ଯାଗ୍ କେବଳ ଗୋଟିଏ ଶବ୍ଦ ହୋଇପାରେ, କିନ୍ତୁ ଶବ୍ଦ ଏକତ୍ର କରିବା ପାଇଁ ଆପଣ ଡାଶ୍ ଏବଂ ଅଣ୍ଡର୍‌ସ୍କୋର୍ ବ୍ଯବହାର କରିପାରିବେ। ଆପଣ ଏକ ଆଇଟମ୍‌ରେ ଏକାଧିକ ଟ୍ଯାଗ୍ ଯୋଡ଼ିପାରିବେ।

ଟ୍ଯାଗ୍ ଥିବା ଆଇଟମ୍‌ଗୁଡ଼ିକ ଦେଖନ୍ତୁ

  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଲିଷ୍ଟ୍” (ଶୀର୍ଷ-ବାମ କୋଣରେ)ରେ ଟାପ୍ କରନ୍ତୁ।

    ଏକାଧିକ ଲିଷ୍ଟ୍ ଏବଂ ତଳେ ଥିବା ଟାଗ୍ ବ୍ରାଉଜର୍ ସହିତ ଏକ ରିମାଇଣ୍ଡର୍ ସ୍କ୍ରୀନ୍‌।
  3. ସ୍କ୍ରୀନ୍‌ର ନିମ୍ନରେ ଥିବା ଟ୍ଯାଗ୍‌ଗୁଡ଼ିକ ତଳେ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ନିର୍ଦ୍ଦିଷ୍ଟ ଟ୍ଯାଗ୍ ସହିତ ଆଇଟମ୍ ଦେଖନ୍ତୁ: “ଗୋଟିଏ କିମ୍ବା ଅଧିକ ଟ୍ଯାଗ୍” ଉପରେ ଟାପ୍ କରନ୍ତୁ, ତା’ପରେ ଦେଖିବା ପାଇଁ କୌଣସି କିମ୍ବା ସମସ୍ତ ଚୟନିତ ଟ୍ଯାଗ୍ ସହିତ ମେଳ ହେଉଥିବା ଆଇଟମ୍‌ଗୁଡ଼ିକ ବାଛନ୍ତୁ।

      ଟିପ୍‌: ଏହି ଲିଷ୍ଟ୍‌କୁ ସ୍ମାର୍ଟ ଲିଷ୍ଟ୍ ଭାବରେ ସେଭ୍ କରିବାକୁ “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ସ୍ମାର୍ଟ ଲିଷ୍ଟ୍ ତିଆରି କରନ୍ତୁ"ରେ ଟାପ୍ କରନ୍ତୁ।

    • ଟ୍ଯାଗ୍ ସମସ୍ତ ଆଇଟମ୍‌ ଦେଖନ୍ତୁ: “ସମସ୍ତ ଟ୍ଯାଗ୍‌”ରେ ଟାପ୍ କରନ୍ତୁ।

      FarmersMarket ଟ୍ଯାଗ୍‌ ସହିତ ଆଇଟମ୍‌ଗୁଡ଼ିକର ଏକ ଲିଷ୍ଟ୍। ଉପର ପାର୍ଶ୍ୱରେ ଥିବା ବଟନ୍ ଅତିରିକ୍ତ ଟ୍ଯାଗ୍‌ ଦେଖାଉଛି ଯାହାକୁ ଆପଣ ପ୍ରୟୋଗ କରିପାରିବେ।

ଟ୍ଯାଗ୍ ରୀନେମ୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. “ଲିଷ୍ଟ୍” (ଶୀର୍ଷ-ବାମ କୋଣରେ)ରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍ ନିମ୍ନ ଭାଗରେ ଥିବା ଟ୍ଯାଗ୍‌ଗୁଡ଼ିକ ତଳେ, ଏକ ଟ୍ଯାଗ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଟ୍ଯାଗ୍ ରୀନେମ୍‌ କରନ୍ତୁ ”କିମ୍ବା ଟ୍ଯାଗ୍ ଡିଲିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    ଆପଣ ଏକ ଟ୍ଯାଗ୍ ଡିଲିଟ୍ କଲେ, ଏହାକୁ ବ୍ଯବହାର କରୁଥିବା ସମସ୍ତ ସ୍ମାର୍ଟ ଲିଷ୍ଟ୍‌ରୁ ମଧ୍ଯ ଏହାକୁ କାଢ଼ି ଦିଆଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.