ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା Mail ଆପ୍‌ରେ ଏକ ଡ୍ରାଫ୍ଟ୍ ସେଭ୍ କରନ୍ତୁ

ଆପଣ ଏକ ଡ୍ରାଫ୍ଟ୍‌କୁ ପରେ ସମାପ୍ତ କରିବା ପାଇଁ ସେଭ୍ କରିପାରିବେ ଏବଂ ଆପଣଙ୍କ ସମସ୍ତ ଆକାଉଣ୍ଟ୍‌ରୁ ସମସ୍ତ ଡ୍ରାଫ୍ଟ୍ ହୋଇଥିବା ଇମେଲ୍ ଦେଖିପାରିବେ।

ପରବର୍ତ୍ତୀ ସମୟ ପାଇଁ ଏକ ଡ୍ରାଫ୍ଟ୍‌ ସେଭ୍ କରନ୍ତୁ

  1. ଆପଣଙ୍କ iPhoneରେ Mail ଆପ୍ କୁ ଯାଆନ୍ତୁ।

  2. ଆପଣ ଲେଖୁଥିବା ମେସେଜ୍‌ରେ, “ବାତିଲ କରନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଡ୍ରାଫ୍ଟ୍ ସେଭ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

    ଆପଣ ଡ୍ରାଫ୍ଟ୍ ଭାବରେ ସେଭ୍ କରିଥିବା ମେସେଜ୍‌ରେ କାର୍ଯ୍ଯକୁ ପୁନଃ ଚାଲୁ କରିବା ପାଇଁ “କମ୍ପୋଜ୍” ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଏକ ଡ୍ରାଫ୍ଟ୍ ଚୟନ କରନ୍ତୁ।

ଆପଣ ଲେଖୁଥିବା ମେସେଜ୍‌ର ଟାଇଟଲ୍ ବାର୍‌କୁ ମଧ୍ଯ ସ୍ୱାଇପ୍ କରି ପରବର୍ତ୍ତୀ ସମୟ ପାଇଁ ସେଭ୍ କରିପାରିବେ। ଆପଣ ନିଜ ମେସେଜ୍‌କୁ ଫେରିବାକୁ ପ୍ରସ୍ତୁତ ହେଲାପରେ, ସ୍କ୍ରୀନ୍‌ ତଳେ ଏହାର “ଶୀର୍ଷକ”ରେ ଟାପ୍ କରନ୍ତୁ।

ଟିପ୍‌: ଆପଣ ନିଜ ମଧ୍ୟ iPhone ଏବଂ Mac ମଧ୍ଯରେ ଅସମ୍ପୂର୍ଣ୍ଣ ଇମେଲ୍‌ଗୁଡ଼ିକ ହ୍ଯାଣ୍ଡ୍‌ ଅଫ୍‌ କରିପାରିବେ। ଆପଣଙ୍କ iPhone ଏବଂ ଆପଣଙ୍କ ଅନ୍ଯ ଡିଭାଇସ୍‌ଗୁଡ଼ିକୁ ମଧ୍ଯରେ ଟାସ୍କ୍‌କୁ ବାଣ୍ଟନ୍ତୁ ଦେଖନ୍ତୁ।

ଆପଣଙ୍କ ସମସ୍ତ ଆକାଉଣ୍ଟ୍‌ରୁ ଡ୍ରାଫ୍ଟ୍ ଇମେଲ୍ ଦେଖାନ୍ତୁ

ଯଦି ଆପଣଙ୍କର ଗୋଟିଏରୁ ଅଧିକ ଇମେଲ୍ ଆକାଉଣ୍ଟ୍‌ ଅଛି, ତେବେ ଆପଣ ନିଜ ସମସ୍ତ ଆକାଉଣ୍ଟ୍‌ରୁ ଡ୍ରାଫ୍ଟ୍ ଇମେଲ୍ ଦେଖାଇ ପାରିବେ।

  1. ଆପଣଙ୍କ iPhoneରେ Mail ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ମେଲ୍‌ବକ୍ସ୍‌ ନ ଦେଖାଯିବା ପର୍ଯ୍ଯନ୍ତ ଶୀର୍ଷ-ବାମ କୋଣରେ ଥିବା “ପଛକୁ ଯାଆନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  3. ଲିଷ୍ଟ୍‌ର ଶୀର୍ଷରେ ଥିବା “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ମେଲ୍‌ବକ୍ସ୍‌ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ସମସ୍ତ ଡ୍ରାଫ୍ଟ୍‌ ମେଲ୍‌ବକ୍ସ୍‌” ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.