ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ନୋଟ୍ ଆପ୍ ଆରମ୍ଭ କରନ୍ତୁ

ଆପଣଙ୍କ ଚିନ୍ତାଧାରାକୁ ଶୀଘ୍ର କ୍ୟାପ୍ଚର୍ କରିବା ପାଇଁ ନୋଟ୍ ଆପ୍‌ର ବ୍ଯବହାର କରନ୍ତୁ। ଆପଣ ଇମେଜ୍ ଏବଂ ସ୍କେଚ୍ ଯୋଡ଼ିପାରିବେ, ସମୀକରଣ ସମାଧାନ କରିପାରିବେ, ଚେକ୍‌ ଲିଷ୍ଟ୍‌ ପ୍ରସ୍ତୁତ କରିପାରିବେ କିମ୍ବା ଡକ୍ୟୁମେଣ୍ଟ୍‌ ସ୍କାନ୍ କରିପାରିବେ। ଏବଂ iCloud ସହିତ, ଆପଣ ଯେଉଁଠିକି ମଧ୍ଯ ଯାଆନ୍ତୁ ଆପଣଙ୍କ ସମସ୍ତ ଡିଭାଇସ୍‌ରେ ଆପଣଙ୍କ ନୋଟ୍ ଅପ୍‌ ଟୁ ଡେଟ୍‌ ରହେ।

ଯାତ୍ରା ଖର୍ଚ୍ଚ ଏବଂ ଏକ ଫଟୋ ସହିତ ଏକ ଯାତ୍ରା ଯୋଜନା କରିବା ପାଇଁ ଏକ ନୋଟ୍।

ଏହାକୁ ଲେଖନ୍ତୁ

“ନୂଆ ନୋଟ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ଆପଣଙ୍କ ଟେକ୍ସ୍‌ଟ୍‌ ଲେଖନ୍ତୁ।

ଆଇସ୍‌ଲ୍ଯାଣ୍ଡ୍‌ର ମ୍ଯାପ୍ ଉପରେ ଏକ ୱିଣ୍ଡୋ ଓଭର୍‌ଲେରେ ଏକ କ୍ୱିକ୍ ନୋଟ୍। ମ୍ଯାପ୍, ଫଟୋ ଏବଂ ଟେକ୍ସଟ୍ ପାଇଁ ନୋଟ୍‌ର ଏକ ଲିଙ୍କ୍ ଅଛି।

ଯେକୌଣସି ସ୍ଥାନରେ ଶୀଘ୍ର ନୋଟ୍ କରନ୍ତୁ

ଯେକୌଣସି ଆପ୍ କିମ୍ବା ସ୍କ୍ରୀନ୍‌ରୁ ସୂଚନା ଲେଖିବାକୁ କ୍ୱିକ୍ ନୋଟ୍ ବ୍ଯବହାର କରନ୍ତୁ। “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ନୂଆ କ୍ବିକ୍ ନୋଟ୍‌”ରେ ଟାପ୍‌ କରନ୍ତୁ। ଇମେଜ୍, ଲିଙ୍କ୍ ଇତ୍ଯାଦି ଯୋଡ଼ନ୍ତୁ।

ସ୍କାନ୍ ହେଉଥିବା ଡକ୍ଯୁମେଣ୍ଟ୍ ଦେଖାଉଥିବା ଏକ ସ୍କ୍ରୀନ୍। “ଫଟୋ ଉଠାନ୍ତୁ” ବଟନ୍ ନିମ୍ନ ଭାଗର ମଝିରେ ଅଛି।

ପ୍ରାୟ ସବୁକିଛି ଯୋଡ଼ନ୍ତୁ

ଆପଣ ଡକ୍ଯୁମେଣ୍ଟ୍ ସ୍କାନ୍ କରିପାରିବେ, ଅଡିଓ ରେକର୍ଡ୍‌ କରିପାରିବେ, ଫଟୋ ଉଠାଇପାରିବେ ଏବଂ ଆହୁରି ଅନେକ କିଛି କରିପାରିବେ। “ଆଟାଚ୍‌ମେଣ୍ଟ୍” ବଟନ୍ରେ ଟାପ୍‌ କରନ୍ତୁ, ତା'ପରେ ଏକ ବିକଳ୍ପ ବାଛନ୍ତୁ।

ସ୍କାନ୍ ହେଉଥିବା ଡକ୍ଯୁମେଣ୍ଟ୍ ଦେଖାଉଥିବା ଏକ ସ୍କ୍ରୀନ୍। “ଫଟୋ ଉଠାନ୍ତୁ” ବଟନ୍ ନିମ୍ନ ଭାଗର ମଝିରେ ଅଛି।

ଆପଣଙ୍କ ଭାବନାକୁ ସ୍କେଚ୍‌ କରନ୍ତୁ

“ହସ୍ତାକ୍ଷର ଟୂଲ୍” ବଟନ୍ରେ ଟାପ୍‌ କରନ୍ତୁ, ତା'ପରେ ଆପଣଙ୍କ ଆଙ୍ଗୁଠି ସହାୟତାରେ ଡ୍ର କରନ୍ତୁ କିମ୍ବା ଲେଖନ୍ତୁ। ଆପଣ ବିଭିନ୍ନ ମାର୍କ୍‌ଅପ୍ ଟୂଲ୍ ଏବଂ ରଙ୍ଗ ମଧ୍ଯରୁ ବାଛି ପାରିବେ ଏବଂ ରୂଲର୍ ସହିତ ସିଧା ରେଖା ଟାଣି ପାରିବେ।

ଶେୟରିଂ ବିକଳ୍ପ ଦେଖାଉଥିବା ଏକ ଓଭରଲେ ସହିତ ଏକ ନୋଟ୍।

ସହଯୋଗ କରିବା ପାଇଁ ଅନ୍ଯମାନଙ୍କୁ ଆମନ୍ତ୍ରଣ କରନ୍ତୁ

“ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ଶେୟର୍ କରିବା ପାଇଁ ଏକ ବିକଳ୍ପ ବାଛନ୍ତୁ। ଆପଣ ଯେଉଁ ଲୋକମାନଙ୍କ ସହ ଶେୟର୍ କରୁଛନ୍ତି ସେମାନେ ଏକ ନୋଟ୍ ଦେଖିପାରିବେ କିମ୍ବା ସେଥିରେ ପରିବର୍ତ୍ତନ କରିପାରିବେ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

ଆପଣଙ୍କ ଭାଷା ଏବଂ ଦେଶ କିମ୍ବା ଅଞ୍ଚଳ ଉପରେ ନିର୍ଭର କରି ନୋଟ୍ ଫିଚର୍‌ର ଉପଲବ୍ଧତା ଭିନ୍ନ ହୋଇପାରେ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.