ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଆପଣଙ୍କ ଜର୍ନଲ୍ ଏଣ୍ଟ୍ରି ଦେଖନ୍ତୁ ଏବଂ ସର୍ଚ୍ଚ୍ କରନ୍ତୁ

ଜର୍ନଲ୍‌ ଆପ୍ ଆପଣଙ୍କ ପୁରୁଣା ଏଣ୍ଟ୍ରିଗୁଡ଼ିକର ଏକ ସ୍କ୍ରୋଲ୍ ଯୋଗ୍ଯ ଦୃଶ୍ଯ ପ୍ରଦାନ କରେ। ଆପଣ ନିଜର ଏଣ୍ଟ୍ରିରେ ଟେକ୍ସଟ୍ ସର୍ଚ୍ଚ୍ କରିପାରିବେ ଏବଂ ଫଟୋ, ଲୋକେଶନ୍ ଏବଂ ବାର୍ତ୍ତାଳାପ ଭଳି ବିବରଣୀ ପାଇଁ ଫିଲ୍ଟର୍ କରିପାରିବେ। ଆପଣ ଏଣ୍ଟ୍ରିଗୁଡ଼ିକୁ ବୁକ୍‌ମାର୍କ୍ କରି ପରେ ପୁନର୍ବାର ଦେଖିପାରିବେ ଏବଂ ଆପଣଙ୍କ ଜର୍ନାଲ୍‌ରୁ ଏଣ୍ଟ୍ରି ଏଡିଟ୍ କିମ୍ବା ଡିଲିଟ୍ କରିପାରିବେ।

ଶୀର୍ଷ ଡାହାଣ ପଟେ ସର୍ଚ୍ଚ୍ ବଟନ୍ ସହିତ ସ୍କୀନ୍‌ ଜର୍ନଲ୍‌ ଏଣ୍ଟ୍ରି ଦେଖାଉଛି।

ଆପଣଙ୍କ ଜର୍ନଲ୍ ଏଣ୍ଟ୍ରି ଦେଖନ୍ତୁ ଏବଂ ସର୍ଚ୍ଚ୍ କରନ୍ତୁ

  1. ଆପଣଙ୍କ iPhoneରେ ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

  2. ଆପଣଙ୍କ ଏଣ୍ଟ୍ରିଗୁଡ଼ିକ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ଏଣ୍ଟ୍ରିକୁ ସମ୍ପ୍ରସାରିତ କରିବା ପାଇଁ ଏଥିରେ ଥିବା ଟେକ୍ସଟ୍‌ ଉପରେ ଟାପ୍ କରନ୍ତୁ। ଏଣ୍ଟ୍ରିକୁ ଭାଙ୍ଗିବା ପାଇଁ, ଏଥିରେ ପୁଣିଥରେ ଟାପ୍ କରନ୍ତୁ। ଫୁଲ୍‌ସ୍କ୍ରୀନ୍‌ରେ ଦେଖିବା ପାଇଁ କୌଣସି “ଆଟାଚ୍‌ମେଣ୍ଟ୍” ଉପରେ ଟାପ୍ କରନ୍ତୁ।

  4. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ନିର୍ଦ୍ଦିଷ୍ଟ ଏଣ୍ଟ୍ରି ଖୋଜନ୍ତୁ: “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ଫଟୋ କିମ୍ବା ବାର୍ତ୍ତାଳାପ ପରି ଏକ ବର୍ଗ ବାଛନ୍ତୁ, ତା’ପରେ ଆପଣଙ୍କ ଏଣ୍ଟ୍ରି ପାଇଁ ସର୍ଚ୍ଚ୍ କରିବାକୁ ଟେକ୍ସଟ୍‌ ଟାଇପ୍ କରନ୍ତୁ।

    • ଏକ ନିର୍ଦ୍ଦିଷ୍ଟ ଦିନ ପାଇଁ ଏଣ୍ଟ୍ରି ଖୋଜନ୍ତୁ: “କ୍ଯାଲେଣ୍ଡର୍‌” ବଟନ୍ରେ ଟାପ୍ କରନ୍ତୁ, ତା’ପରେ କ୍ଯାଲେଣ୍ଡର୍‌ରେ “ତାରିଖ”ରେ ଟାପ୍ କରନ୍ତୁ।

    • ଏଣ୍ଟ୍ରିଗୁଡ଼ିକୁ କ୍ରମବଦ୍ଧ କରନ୍ତୁ: “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, "କ୍ରମବଦ୍ଧ କରନ୍ତୁ"ରେ ଟାପ୍ କରନ୍ତୁ, ତା’ପରେ ଏଣ୍ଟ୍ରି ତାରିଖ କିମ୍ବା ସ୍ମରଣୀୟ ମୁହୂର୍ତ୍ତର ତାରିଖ ବାଛନ୍ତୁ।

ଗୁରୁତ୍ୱପୂର୍ଣ୍ଣ ଜର୍ନଲ୍ ଏଣ୍ଟ୍ରିଗୁଡ଼ିକୁ ବୁକ୍‌ମାର୍କ୍ କରନ୍ତୁ

  1. ଆପଣଙ୍କ iPhoneରେ ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ଏଣ୍ଟ୍ରିର ଠିକ୍ ଉପରେ ଡାହାଣକୁ ସ୍ୱାଇପ୍ କରନ୍ତୁ, ତା’ପରେ “ବୁକ୍‌ମାର୍କ୍‌” ବଟନ୍‌ରେ ଟାପ୍ କରନ୍ତୁ।

    ଜର୍ନଲ୍ ଏଣ୍ଟ୍ରି ଦେଖାଉଥିବା ଏକ ସ୍କ୍ରୀନ୍। ଗୋଟିଏ ଏଣ୍ଟ୍ରି ଡାହାଣକୁ ସ୍ୱାଇପ୍ ହୋଇଛି ଏବଂ ବୁକ୍‌ମାର୍କ୍ ବଟନ୍ ଦେଖାଉଛି।
  3. କେବଳ ବୁକ୍‌ମାର୍କ୍ ହୋଇଥିବା ଏଣ୍ଟ୍ରିଗୁଡ଼ିକ ଦେଖିବା ପାଇଁ “ସର୍ଚ୍ଚ୍‌ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ବୁକ୍‌ମାର୍କ୍ ହୋଇଛି"ରେ ଟାପ୍ କରନ୍ତୁ।

ଜର୍ନଲ୍‌ ଏଣ୍ଟ୍ରି ଏଡିଟ୍ କରନ୍ତୁ ଏବଂ ତାରିଖ ବଦଳାନ୍ତୁ

  1. ଆପଣଙ୍କ iPhoneରେ ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ଏଣ୍ଟ୍ରି ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍ କରନ୍ତୁ।

  3. ତାରିଖ ବଦଳାଇବା ପାଇଁ “ଅଧିକ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ "ତାରିଖ ଏଡିଟ୍‌ କରନ୍ତୁ"ରେ ଟାପ୍ କରନ୍ତୁ।

ଜର୍ନଲ୍‌ ଏଣ୍ଟ୍ରି ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଜର୍ନଲ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ଏଣ୍ଟ୍ରି ଉପରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.