ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଷ୍ଟକ୍ ଯାଞ୍ଚ କରନ୍ତୁ

ମାର୍କେଟ୍ ଆକ୍ଟିଭିଟି ଟ୍ରାକ୍ କରିବା ଏବଂ ଆପଣ ଫଲୋ କରୁଥିବା ଷ୍ଟକ୍‌ର ପ୍ରଦର୍ଶନ ଦେଖିବା ପାଇଁ ଷ୍ଟକ୍ ଆପ୍‌ର ବ୍ୟବହାର କରନ୍ତୁ।

Siri: ଏହିପରି କିଛି କୁହନ୍ତୁ: “ବଜାର କେମିତି ଚାଲିଛି?” କିମ୍ବା “ଆଜି Apple ଷ୍ଟକ୍ କେମିତି ଅଛି?” Siriକୁ କିପରି ବ୍ୟବହାର କରିବେ ଶିଖନ୍ତୁ

ବିଭିନ୍ନ ଷ୍ଟକ୍‌ର ଲିଷ୍ଟ୍‌ ଦେଖାଉଥିବା ଷ୍ଟକ୍ ଆପ୍‌ର ଏକ ୱାଚ୍‌ଲିଷ୍ଟ୍। ଲିଷ୍ଟ୍‌ର ପ୍ରତ୍ଯେକ ଷ୍ଟକ୍ ବାମରୁ ଡାହାଣକୁ, ଷ୍ଟକ୍ ପ୍ରତୀକ ଏବଂ ନାମ, ଏକ ପ୍ରଦର୍ଶନ ଚାର୍ଟ୍, ଷ୍ଟକ୍ ମୂଲ୍ୟ ଏବଂ ମୂଲ୍ୟ ପରିବର୍ତ୍ତନ ଡିସ୍‌ପ୍ଲେ କରିଥାଏ। ସ୍କ୍ରୀନ୍‌ର ଶୀର୍ଷରେ, ମୋ ପ୍ରତୀକ ୱାଚ୍‌ଲିଷ୍ଟ୍‌ର ଶୀର୍ଷକ ଉପରେ, ସର୍ଚ୍ଚ୍ ଫିଲ୍ଡ୍‌ ଅଛି। ସ୍କ୍ରୀନ୍‌ର ତଳେ ବିଜିନେସ୍ ନ୍ୟୁଜ୍ ଅଛି। ଷ୍ଟୋରି ଡିସ୍‌ପ୍ଲେ କରିବା ପାଇଁ ବିଜିନେସ୍ ନ୍ୟୁଜ୍‌ରେ ଉପରକୁ ସ୍ୱାଇପ୍ କରନ୍ତୁ।

ଷ୍ଟକ୍ ଯାଞ୍ଚ କରନ୍ତୁ

  1. ଆପଣଙ୍କ iPhoneରେ ଷ୍ଟକ୍‌ ଆପ୍ କୁ ଯାଆନ୍ତୁ।

  2. ଅଧିକ ବିବରଣୀ ପାଇଁ ମୋ ପ୍ରତୀକ ୱାଚ୍‌ଲିଷ୍ଟ୍‌ରେ ଏକ ଟିକର୍ ପ୍ରତୀକ ଟାପ୍ କରନ୍ତୁ।

  3. ଏକ ନିର୍ଦ୍ଦିଷ୍ଟ ଷ୍ଟକ୍ ସର୍ଚ୍ଚ୍‌ କରିବାକୁ, ସ୍କ୍ରୀନ୍‌ର ଶୀର୍ଷରେ ଥିବା ସର୍ଚ୍ଚ୍‌ ଫୀଲ୍ଡ୍‌ରେ ଏକ ଟିକର୍‌ ପ୍ରତୀକ, କମ୍ପାନି ନାମ, ଫଣ୍ଡ୍‌ ନାମ କିମ୍ୱା ସୂଚକାଙ୍କ ଲେଖନ୍ତୁ, ତା’ପରେ ସର୍ଚ୍ଚ୍‌ ଫଳାଫଳରେ ପ୍ରତୀକରେ ଟାପ୍ କରନ୍ତୁ।

ଚାର୍ଟ୍, ବିବରଣୀ ଏବଂ ନ୍ଯୁଜ୍‌ ଦେଖନ୍ତୁ ଦେଖନ୍ତୁ।

ମୋ ପ୍ରତୀକ ୱାଚ୍‌ଲିଷ୍ଟ୍‌ରେ ପ୍ରତୀକଗୁଡ଼ିକୁ ପରିଚାଳନା କରନ୍ତୁ

ଯେତେବେଳେ ଆପଣ ପ୍ରଥମେ ଷ୍ଟକ୍ ଆପ୍ ଖୋଲନ୍ତି, ଟିକର୍ ପ୍ରତୀକଗୁଡ଼ିକର ଏକ ଲିଷ୍ଟ୍‌ ସ୍କ୍ରୀନ୍‌ରେ ଦେଖାଯାଏ; ଏହାକୁ ମୋ ପ୍ରତୀକ ୱାଚ୍‌ଲିଷ୍ଟ୍ କୁହାଯାଏ। ଆପଣ “ମୋ ପ୍ରତୀକ” ୱାଚ୍‌ଲିଷ୍ଟ୍‌କୁ ଅପ୍‌ଡେଟ୍ ଏବଂ ପରିଚାଳନା କରିପାରିବେ ଏବଂ ଆପଣଙ୍କର ନିଜର ୱାଚ୍‌ଲିଷ୍ଟ୍ ତିଆରି କରିପାରିବେ

  1. ଆପଣଙ୍କ iPhoneରେ ଷ୍ଟକ୍‌ ଆପ୍ କୁ ଯାଆନ୍ତୁ।

  2. ଏହାର ସବୁଠାରୁ ସଦ‍୍ୟତମ ମୂଲ୍ୟ, ଦୈନିକ ପ୍ରତିଶତ ପରିବର୍ତ୍ତନ, ମାର୍କେଟ୍ କ୍ଯାପିଟାଲାଇଜେଶନ୍ ମୂଲ୍ୟ ଏବଂ ଆହୁରି ଅଧିକ ଦେଖିବା ପାଇଁ ଏକ ପ୍ରତୀକରେ ଟାପ୍‌ କରନ୍ତୁ।

  3. ମୋ ପ୍ରତୀକ ୱାଚ୍‌ଲିଷ୍ଟ୍‌ରେ ପରିବର୍ତ୍ତନ କରିବା ପାଇଁ, ନିମ୍ନୋକ୍ତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଏକ ପ୍ରତୀକ ଯୋଡ଼ନ୍ତୁ: ସର୍ଚ୍ଚ୍ ଫିଲ୍ଡ୍‌ରେ, ଏକ ଟିକର୍ ପ୍ରତୀକ, କମ୍ପାନି ନାମ, ପାଣ୍ଠି ନାମ କିମ୍ବା ସୂଚୀ ଲେଖନ୍ତୁ। ସର୍ଚ୍ଚ ଫଳାଫଳରେ “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

    • ଏକ ପ୍ରତୀକ ଡିଲିଟ୍ କରନ୍ତୁ: ଆପଣଙ୍କ ୱାଚ୍‌ଲିଷ୍ଟ୍‌ରେ ଥିବା ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ।

      ଧ‍୍ୟାନ ଦିଅନ୍ତୁ: ଯଦି ଆପଣ “ମୋ ପ୍ରତୀକ” ୱାଚ୍‌ଲିଷ୍ଟ୍‌ରୁ କୌଣସି ପ୍ରତୀକ ଡିଲିଟ୍‌ କରନ୍ତି, ତେବେ ସେହି ପ୍ରତୀକ ଆପଣଙ୍କର ଅନ୍ୟ ୱାଚ୍‌ଲିଷ୍ଟ୍‌ରୁ ମଧ୍ୟ ଡିଲିଟ୍‌ ହୋଇଯିବ (ଏକାଧିକ ୱାଚ୍‌ଲିଷ୍ଟ୍‌ ପରିଚାଳନା କରନ୍ତୁ ଦେଖନ୍ତୁ)।

    • ପ୍ରତୀକଗୁଡ଼ିକୁ ପୁଣି କ୍ରମରେ ସଜାନ୍ତୁ: ଆପଣଙ୍କ ୱାଚ୍‌ଲିଷ୍ଟ୍‌ରେ ଏକ ପ୍ରତୀକକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ ଏବଂ ପରେ ଏହାକୁ ଏକ ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ।

    • ମୁଦ୍ରା ଦେଖାନ୍ତୁ: “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଷ୍ଟକ୍‌ ଟ୍ରେଡ୍‌ ହୋଇଥିବା ମୁଦ୍ରା ଡିସ୍‌ପ୍ଲେ କରିବା ପାଇଁ “ମୁଦ୍ରା ଦେଖାନ୍ତୁ”ରେ ଟାପ୍ କରନ୍ତୁ।

    • ଗୋଟିଏ ପ୍ରତୀକ ଶେୟର୍ କରନ୍ତୁ: ଆପଣଙ୍କ ୱାଚ୍‌ଲିଷ୍ଟ୍‌ରେ ଥିବା ଏକ ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ, “ଶେୟର୍ କରନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ମେସେଜ୍‌ କିମ୍ବା Mail ପରି ଏକ ଶେୟରିଂ ବିକଳ୍ପ ବାଛନ୍ତୁ।

ଚାର୍ଟ୍, ବିବରଣୀ ଏବଂ ନ୍ଯୁଜ୍‌ ଦେଖନ୍ତୁ

ଆପଣ ଇଣ୍ଟରାକ୍ଟିଭ୍ ଚାର୍ଟ୍, ପ୍ରଦର୍ଶନର ବିବରଣୀ ଏବଂ ଆପଣଙ୍କ ୱାଚ୍‌ଲିଷ୍ଟ୍‌ ଟିକର୍ ପ୍ରତୀକ ଏବଂ ଆପଣ ସର୍ଚ୍ଚ୍ କରୁଥିବା ପ୍ରତୀକ ବିଷୟରେ ନ୍ୟୁଜ୍ ଷ୍ଟୋରି ଦେଖିପାରିବେ।

  1. ଆପଣଙ୍କ iPhoneରେ ଷ୍ଟକ୍‌ ଆପ୍ କୁ ଯାଆନ୍ତୁ।

  2. ଆପଣ ଅଧିକ ବିବରଣୀ ଦେଖିବାକୁ ଚାହୁଁଥିବା ଏକ ପ୍ରତୀକରେ ଟାପ୍ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ଯରୁ ଥିବା ଯେକୌଣସି କାର୍ଯ୍ୟ କରନ୍ତୁ:

    • ସମୟ ସହିତ ପ୍ରଦର୍ଶନ ଦେଖନ୍ତୁ: ଚାର୍ଟ୍‌ର ଶୀର୍ଷରେ ଥିବା ଟାଇମ୍‌ ରେଞ୍ଜ୍‌ ଚୟନରୁ ଏକ ବିକଳ୍ପ ଉପରେ ଟାପ୍ କରନ୍ତୁ।

    • ଏକ ନିର୍ଦ୍ଦିଷ୍ଟ ତାରିଖ କିମ୍ବା ସମୟ ପାଇଁ ମୂଲ୍ୟ ଦେଖନ୍ତୁ: ଗୋଟିଏ ଆଙ୍ଗୁଠିରେ ଚାର୍ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    • ସମୟ ସହିତ ମୂଲ୍ୟରେ ପାର୍ଥକ୍ୟ ଦେଖନ୍ତୁ: ଦୁଇଟି ଆଙ୍ଗୁଠିରେ ଚାର୍ଟ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    • ଅଧିକ ବିବରଣୀ ଦେଖନ୍ତୁ: 52-ସପ୍ତାହର ଉଚ୍ଚ ଏବଂ ନିମ୍ନ, ବିଟା, EPS, ଏବଂ ହାରାହାରି ଟ୍ରେଡିଂ ଭଲ‍୍ୟୂମ୍ ଭଳି ଅତିରିକ୍ତ ବିବରଣୀ ଦେଖିବା ପାଇଁ ଚାର୍ଟ୍‌ର ନିମ୍ନରେ ଥିବା ଡେଟାକୁ ସ୍ୱାଇପ୍ କରନ୍ତୁ।

    • ନ୍ଯୁଜ୍ ପଢ଼ନ୍ତୁ: ଅତିରିକ୍ତ ନ‍୍ୟୁଜ୍ ଷ୍ଟୋରି ଦେଖିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏକ ଷ୍ଟୋରିରେ ଟାପ୍ କରନ୍ତୁ।

  3. ଆପଣଙ୍କ ୱାଚ୍‌ଲିଷ୍ଟ୍‌କୁ ଫେରିବାକୁ ଡିସ୍‌ମିସ୍ ଓଭରଲେ ବଟନ୍‌ରେ ଟାପ୍ କରନ୍ତୁ।

ଟିପ୍‌: ଆପଣଙ୍କ ୱାଚ୍‌ଲିଷ୍ଟ୍‌ରେ ଏକ ପ୍ରତୀକକୁ ସ୍ପର୍ଶ କରି ହୋଲ୍ଡ୍ କରି ଏହାର ଏକ ପର୍ଫମାନ୍ସ୍‌ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.