ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆପଣଙ୍କ iPhone କ୍ୟାମେରା ସହାୟତାରେ ଭିଡିଓ ରେକର୍ଡ୍ କରନ୍ତୁ

ଭିଡିଓ ଏବଂ QuickTake ଭିଡିଓ ରେକର୍ଡ୍ କରିବା ପାଇଁ ଆପଣଙ୍କ iPhone କ୍ୟାମେରା ବ୍ୟବହାର କରନ୍ତୁ। ଭିଡିଓ ଫର୍ମାଟ୍ ମଧ୍ୟରେ କିପରି ପରିବର୍ତ୍ତନ କରିବେ, ସିନେମାଟିକ୍, ସ୍ଲୋ-ମୋସନ୍ ଏବଂ ଟାଇମ୍-ଲାପ୍ସ୍ ଭିଡିଓ ଗୁଡ଼ିକ ନେବା ପାଇଁ କିପରି ମୋଡ୍ ପରିବର୍ତ୍ତନ କରିବେ ଏବଂ ଭିଡିଓ ଷ୍ଟେବଲାଇଜେଶନ୍‌ ଉନ୍ନତ କରିବାକୁ ଆକ୍ସନ୍ ମୋଡ୍ କିପରି ବ୍ୟବହାର କରିବେ, ତାହା ଶିଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଫୋନ୍ କିମ୍ବା FaceTime କଲ୍ ସମୟରେ ଭିଡିଓ ରେକର୍ଡିଂ ଉପଲବ୍ଧ ନୁହେଁ।

ଏକ ଭିଡିଓ ରେକର୍ଡ୍ କରନ୍ତୁ

  1. ଆପଣଙ୍କ iPhoneରେ କ୍ଯାମେରା ଖୋଲନ୍ତୁ।

  2. ଭିଡିଓ ମୋଡ୍ ଚୟନ କରନ୍ତୁ (କ୍ଯାମେରା ମୋଡ୍ ମଧ୍ଯରେ ସ୍ୱିଚ୍ କରନ୍ତୁରେ ଦେଖନ୍ତୁ)।

  3. ରେକର୍ଡ୍‌ ବଟନ୍‌ରେ ଟାପ୍ କରନ୍ତୁ, ରେକର୍ଡିଂ ଆରମ୍ଭ କରିବାକୁ, ଭଲ୍ୟୁମ୍ ବଟନ୍ ଦବାନ୍ତୁ କିମ୍ୱା କ୍ୟାମେରା କଣ୍ଟ୍ରୋଲ୍‌କୁ (ସମର୍ଥିତ ମଡେଲ୍‌ରେ) କ୍ଲିକ୍ କରନ୍ତୁ। ରେକର୍ଡିଂ ସମୟରେ, ଆପଣ ନିମ୍ନୋକ୍ତ କାର୍ଯ୍ୟ କରିପାରିବେ:

    • ଏକ ସ୍ଥିର ଫଟୋ ନେବା ପାଇଁ ହ୍ୱାଇଟ୍ ଶଟର୍ ବଟନ୍‌ରେ ଟାପ୍ କରନ୍ତୁ।

    • ରେକର୍ଡିଂକୁ ପଜ୍ କରିବା ପାଇଁ ପଜ୍ ବଟନ୍‌ରେ ଟାପ୍ କରନ୍ତୁ।

    • ଜୂମ୍ ଇନ୍ ଏବଂ ଆଉଟ୍ କରିବା ପାଇଁ ସ୍କ୍ରୀନ୍‌କୁ ପିଞ୍ଚ୍ କରନ୍ତୁ।

    • ଅଧିକ ସଠିକ୍ ଜୂମ୍ ପାଇଁ 1x ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ (ସମର୍ଥିତ ମଡେଲ୍‌ରେ)।

    • ସମର୍ଥିତ ମଡେଲ୍‌ରେ, ଜୂମ୍ ଇନ୍ ଏବଂ ଆଉଟ୍ କରିବା ପାଇଁ କ୍ଯାମେରା କଣ୍ଟ୍ରୋଲ୍ ବ୍ୟବହାର କରନ୍ତୁ।

  4. ରେକର୍ଡ୍‌ ବଟନ୍‌ରେ ଟାପ୍ କରନ୍ତୁ, ରେକର୍ଡିଂ ବନ୍ଦ କରିବାକୁ, ଭଲ୍ୟୁମ୍ ବଟନ୍ ଦବାନ୍ତୁ କିମ୍ୱା କ୍ୟାମେରା କଣ୍ଟ୍ରୋଲ୍‌କୁ (ସମର୍ଥିତ ମଡେଲ୍‌ରେ) କ୍ଲିକ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ସୁରକ୍ଷା ପାଇଁ, କ୍ଯାମେରା ବ୍ୟବହାର ସମୟରେ ସ୍କ୍ରୀନ୍ ଶୀର୍ଷରେ ଏକ ସବୁଜ ଡଟ୍ ଦେଖାଯିବ। iPhoneରେ ହାର୍ଡୱେର୍ ଫୀଚର୍‌କୁ ଆକ୍ସେସ୍ ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

HD କିମ୍ବା 4K ଭିଡିଓ ରେକର୍ଡ୍ କରନ୍ତୁ

ଆପଣଙ୍କ iPhone ମଡେଲ୍ ଉପରେ ନିର୍ଭର କରି, ଆପଣ HD, 4K, HD (PAL), ଏବଂ 4K (PAL) ପରି ଉଚ୍ଚ ଗୁଣବତ୍ତା ଫର୍ମାଟ୍‌ରେ ଭିଡିଓ ରେକର୍ଡ୍‌ କରିପାରିବେ।

  1. ସେଟିଂସ୍‌  > କ୍ୟାମେରାକୁ ଯାଆନ୍ତୁ, ତା’ପରେ "ଭିଡିଓ ରେକର୍ଡ୍‌ କରନ୍ତୁ"ରେ ଟାପ୍ କରନ୍ତୁ।

  2. ଆପଣଙ୍କ iPhone ସମର୍ଥନ କରୁଥିବା ଭିଡିଓ ଫର୍ମାଟ୍ ଏବଂ ଫ୍ରେମ୍ ରେଟ୍ ଲିଷ୍ଟ୍‌ରୁ ଚୟନ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଦ୍ରୁତ ଫ୍ରେମ୍ ରେଟ୍ ଏବଂ ଅଧିକ ରିଜୋଲ୍ୟୁଶନ୍ ବଡ଼ ଭିଡିଓ ଫାଇଲ୍‌ ଦେଇଥାଏ।

ଆପଣ ଦ୍ରୁତ ଫ୍ରେମ୍ ହାରରେ ରେକର୍ଡ୍ କରିଥିବା ଭିଡିଓକୁ ଫଟୋ ଆପ୍‌ରେ ସ୍ଲୋ ସ୍ପିଡ୍‌ରେ ଚଲାଇ ପାରିବେ। ଭିଡିଓର ଲମ୍ବ ଟ୍ରିମ୍ କରନ୍ତୁ, ସ୍ପୀଡ୍‌ ଆଡ୍‌ଜଷ୍ଟ୍ କରନ୍ତୁ ଏବଂ ଅଡିଓ ଏଡିଟ୍ କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: PAL ହେଉଛି ଏକ ଟେଲିଭିଜନ୍ ଭିଡିଓ ଫର୍ମାଟ୍ ଯାହା ୟୁରୋପ୍, ଆଫ୍ରିକା, ଏସିଆ ଏବଂ ଦକ୍ଷିଣ ଆମେରିକାର ଅନେକ ଦେଶ ଏବଂ ଅଞ୍ଚଳରେ ବ୍ୟବହୃତ ହୋଇଥାଏ।

ଆକ୍ସନ୍ ମୋଡ୍ ବ୍ଯବହାର କରନ୍ତୁ

ସମର୍ଥିତ ମଡେଲ୍‌ଗୁଡ଼ିକରେ, ଭିଡିଓ ମୋଡ୍‌ରେ ରେକର୍ଡିଂ କରିବା ସମୟରେ ଆକ୍ସନ୍‌ ମୋଡ୍ ଉନ୍ନତ ଷ୍ଟେବଲାଇଜେଶନ୍‌ ପ୍ରଦାନ କରେ। ଆକ୍ସନ ମୋଡ୍ ଚାଲୁ କରିବା ପାଇଁ ସ୍କ୍ରୀନ୍‌ର ଶୀର୍ଷରେ ଥିବା ଆକ୍ସନ୍ ମୋଡ୍ ଅଫ୍ ବଟନ୍ରେ ଟାପ୍‌ କରନ୍ତୁ ଏବଂ ବନ୍ଦ କରିବା ପାଇଁ ଆକ୍ସନ୍ ମୋଡ୍ ଅନ୍ ବଟନ୍ରେ ଟାପ୍‌କରନ୍ତୁ।

ଭୂସମାନ୍ତର ଭାବରେ ବୁଲାଯାଇଥିବା iPhone। କ୍ୟାମେରା ଖୋଲା ଅଛି ଏବଂ ଭିଡିଓ ମୋଡ୍‌ରେ ଅଛି। କ୍ୟାମେରା ଫ୍ରେମ୍‌ରେ ଜଗିଂ କରୁଥିବା ଜଣେ ବ‍୍ୟକ୍ତି। ଫ୍ଲାଶ୍ ବଟନ୍ ସ୍କ୍ରୀନ୍‌ର ତଳ-ବାମ କୋଣରେ ଅଛି। କ୍ଯାମେରା କଣ୍ଟ୍ରୋଲ୍ ବଟନ୍ ସ୍କ୍ରୀନ୍‌ର ବାମ-କେନ୍ଦ୍ରରେ ଅଛି। ଶୀର୍ଷ-ବାମ କୋଣରେ ଭିଡିଓ ରିଜୋଲ୍ୟୁଶନ୍ ଏବଂ ଫ୍ରେମ୍ ରେଟ୍ ସ୍ୱିଚ୍ କରିବା ପାଇଁ ଦ୍ରୁତ ଟଗଲ୍ ଅଛି। ଶୀର୍ଷ-ବାମ କୋଣରେ ଥିବା ଆକ୍ସନ୍‌ ବଟନ୍ ଚାଲୁ ହୋଇଛି। ଡାହାଣ ପାର୍ଶ୍ୱରେ, ଶୀର୍ଷରୁ ନିମ୍ନ ପର୍ଯ୍ୟନ୍ତ, କ‍୍ୟାମେରା ଚୁଜର୍ ବ୍ୟାକ୍-ଫେସିଂ ବଟନ୍, ରେକର୍ଡ୍‌ ବଟନ୍ ଏବଂ ଫଟୋ ଓ ଭିଡିଓ ଭ୍ୟୁୟର୍ ବଟନ୍ ଅଛି। ଭ‍୍ୟୁଫାଇଣ୍ଡର୍ ଭିତରେ ଦୌଡ଼ୁଥିବା ଜଣେ ବ୍ଯକ୍ତି।

ଧ‍୍ୟାନ ଦିଅନ୍ତୁ: ବ୍ରାଇଟ୍‌ ଲାଇଟ୍‌ରେ ଆକ୍ସନ୍ ମୋଡ୍ ସବୁଠାରୁ ଭଲ କାମ କରେ। ଯଦି ଆପଣ କମ୍‌ ଆଲୋକରେ ଆକ୍ସନ୍‌ ମୋଡ୍ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବ ସେଟିଂସ୍‌  > କ୍ୟାମେରାକୁ ଯାଆନ୍ତୁ, ରେକର୍ଡ୍‌ ଭିଡିଓରେ ଟାପ୍‌ କରନ୍ତୁ, ତାପରେ “ଆକ୍ସନ୍‌ ମୋଡ୍ ଲାଇଟ୍ କମ୍‌ କରନ୍ତୁ” ଚାଲୁ କରନ୍ତୁ। ଆକ୍ସନ୍ ମୋଡ୍‌ର ସର୍ବାଧିକ କ୍ୟାପ୍ଚର୍ ରିଜୋଲ୍ଯୁଶନ୍ 2.8K ରହିଛି।

ଫଟୋ ମୋଡ୍‌ରେ ଥିବା ସମୟରେ ଏକ ଭିଡିଓ ରେକର୍ଡ୍ କରନ୍ତୁ

QuickTake ଆପଣଙ୍କୁ ଭିଡିଓ ମୋଡ୍‌କୁ ବଦଳାଇବା ପରିବର୍ତ୍ତେ ଫଟୋ ମୋଡ୍‌ରେ ଥିବା ସମୟରେ ଏକ ଭିଡିଓ ରେକର୍ଡ୍ କରିବାକୁ ଦେଇଥାଏ। ରେକର୍ଡିଂ ସମୟରେ, ଆପଣ ରେକର୍ଡ୍‌ ବଟନ୍‌ ଲକ୍ ପୋଜିସନ୍‌କୁ ମୂଭ୍ କରିପାରିବେ ଏବଂ ସେହି ସମୟରେ ସ୍ଥିର ଫଟୋ ଉଠାଇପାରିବେ।

  1. ଆପଣଙ୍କ iPhoneରେ କ୍ଯାମେରା ଖୋଲନ୍ତୁ।

  2. ରେକର୍ଡିଂ ଆରମ୍ଭ କରିବା ପାଇଁ ଶଟର୍ ବଟନ୍‌କୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ।

  3. ଶଟର୍ ବଟନ୍‌କୁ ଡାହାଣ ପାର୍ଶ୍ବକୁ ସ୍ଲାଇଡ୍ କରନ୍ତୁ ଏବଂ ହ୍ଯାଣ୍ଡ୍‌-ଫ୍ରୀ ରେକର୍ଡିଂ ପାଇଁ ଲକ୍ ଉପରେ ଯିବାକୁ ଦିଅନ୍ତୁ।

    • ଉଭୟ ରେକର୍ଡ୍ ଏବଂ ଶଟର୍ ବଟନ୍ ଫ୍ରେମ୍‌ର ତଳେ ଦେଖାଯିବ-ରେକର୍ଡିଂ ସମୟରେ ଏକ ସ୍ଥିର ଫଟୋ ନେବା ପାଇଁ ଶଟର୍ ବଟନ୍‌ରେ ଟାପ୍ କରନ୍ତୁ।

    • ଜୂମ୍ ଇନ୍ କରିବା ପାଇଁ ଆପଣଙ୍କ ବିଷୟରେ ଉପରକୁ ସ୍ୱାଇପ୍ କରନ୍ତୁ, କିମ୍ବା ଯଦି ଆପଣ ହ‍୍ୟାଣ୍ଡ୍‌-ଫ୍ରୀ ରେକର୍ଡିଂ କରୁଛନ୍ତି, ଜୂମ୍ ଇନ୍ କରିବା ପାଇଁ ସ୍କ୍ରୀନ୍‌ରେ ପିଞ୍ଚ୍ ଆଉଟ୍ କରିପାରିବେ।

  4. ରେକର୍ଡିଂ ବନ୍ଦ କରିବା ପାଇଁ ରେକର୍ଡ୍ ବଟନ୍‌ରେ ଟାପ୍‌ କରନ୍ତୁ।

    ଫଟୋ ମୋଡ୍‌ରେ କ୍ଯାମେରା ସ୍କ୍ରୀନ୍। ସବ୍‌ଜିକ୍ଟ୍‌ କ୍ଯାମେରା ଫ୍ରେମ୍ ମଧ୍ଯରେ ସ୍କ୍ରୀନ୍‌ର କେନ୍ଦ୍ରରେ ଅଛି। ସ୍କ୍ରୀନ୍ ତଳେ, ଶଟର୍ ବଟନ୍ ଡାହାଣକୁ ମୂଭ୍ ହୁଏ, ଯାହା ଏକ ଭିଡିଓ ରେକର୍ଡିଂ ଆରମ୍ଭ କରିବାର ଗତିବିଧି ପ୍ରଦର୍ଶନ କରେ। ଭିଡିଓ ଟାଇମର୍ ସ୍କ୍ରୀନ୍‌ର ଶୀର୍ଷରେ ଅଛି।

    ଟିପ୍‌: ଫଟୋ ମୋଡ୍‌ରେ ଏକ ଭିଡିଓ ରେକର୍ଡିଂ ଆରମ୍ଭ କରିବା ପାଇଁ ଭଲ୍ୟୁମ୍ ଅପ୍ କିମ୍ବା ଭଲ୍ୟୁମ୍ ଡାଉନ୍ ବଟନ୍ ଦବାଇ ହୋଲ୍ଡ୍ କରନ୍ତୁ।

    ସମର୍ଥିତ ମଡେଲଗୁଡ଼ିକରେ, ଫୂଲ୍‌ ରିଜୋଲ୍ୟୁଶନ୍‌ ଭିଡିଓ ରେକର୍ଡ୍ କରିବା ପାଇଁ ଆପଣ କ୍ୟାମେରା କଣ୍ଟ୍ରୋଲ୍‌କୁ କ୍ଲିକ୍ କରି ହୋଲ୍ଡ କରିପାରିବେ।

ଫଟୋ ଆପ୍‌ରେ ଥିବା ଭିଡିଓ ଦେଖିବା ପାଇଁ ଥମ୍ବ୍‌ନେଲ୍‌ରେ ଟାପ୍ କରନ୍ତୁ।

ସ୍ଲୋ-ମୋଶନ୍ ଭିଡିଓ ରେକର୍ଡ୍ କରନ୍ତୁ

ଯେତେବେଳେ ଆପଣ ସ୍ଲୋ-ମୋଶନ୍‌ ମୋଡ୍‌ରେ ଏକ ଭିଡିଓ ରେକର୍ଡ କରନ୍ତି, ଆପଣଙ୍କ ଭିଡିଓ ସ୍ୱାଭାବିକ ଭାବରେ ରେକର୍ଡ୍ ହୁଏ ଏବଂ ଆପଣ ଏହାକୁ ପରେ ଚଲାଇବା ସମୟରେ ସ୍ଲୋ ମୋଶନ୍ ପ୍ରଭାବ ଦେଖନ୍ତି। ଆପଣ ନିଜ ଭିଡିଓ ଏଡିଟ୍ ମଧ୍ୟ କରିପାରିବେ ଯାହା ଦ୍ୱାରା ସ୍ଲୋ-ମୋଶନ୍ ଆକ୍ସନ୍ ଏକ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ ଏବଂ ବନ୍ଦ ହେବ।

  1. ଆପଣଙ୍କ iPhoneରେ କ୍ଯାମେରା ଖୋଲନ୍ତୁ।

  2. ସ୍ଲୋ-ମୋ ମୋଡ୍ଚୟନ କରନ୍ତୁ।

    ସମର୍ଥିତ ମଡେଲ୍‌ଗୁଡ଼ିକରେ, ଆପଣ ଫ୍ରଣ୍ଟ୍‌ କ୍ଯାମେରାରେ ଶ୍ଲୋ-ମୋ ମୋଡ୍‌ରେ ରେକର୍ଡ୍‌ କରିବା ପାଇଁ କ୍ଯାମେରା ଚୁଜର୍ ବ୍ୟାକ୍-ଫେସିଂ ବଟନ୍‌ରେ ଟାପ୍‌ କରିପାରିବେ।

  3. ରେକର୍ଡିଂ ଆରମ୍ଭ କରିବାକୁ, ରେକର୍ଡ୍‌ ବଟନ୍‌ରେ ଟାପ୍ କରନ୍ତୁ, ଭଲ୍ୟୁମ୍ ବଟନ୍ ଦବାନ୍ତୁ କିମ୍ୱା କ୍ୟାମେରା କଣ୍ଟ୍ରୋଲ୍‌କୁ (ସମର୍ଥିତ ମଡେଲ୍‌ରେ) କ୍ଲିକ୍ କରନ୍ତୁ।

    ରେକର୍ଡିଂ ସମୟରେ ଏକ ସ୍ଥିର ଫଟୋ ନେବାକୁ ଆପଣ ଶଟର୍ ବଟନ୍‌ରେ ଟାପ୍ କରିପାରିବେ।

  4. ରେକର୍ଡିଂ ବନ୍ଦ କରିବାକୁ, ରେକର୍ଡ୍‌ ବଟନ୍‌ରେ ଟାପ୍ କରନ୍ତୁ, ଭଲ୍ୟୁମ୍ ବଟନ୍ ଦବାନ୍ତୁ କିମ୍ୱା କ୍ୟାମେରା କଣ୍ଟ୍ରୋଲ୍‌କୁ (ସମର୍ଥିତ ମଡେଲ୍‌ରେ) କ୍ଲିକ୍ କରନ୍ତୁ।

ଭିଡିଓର ଏକ ଅଂଶକୁ ଶ୍ଲୋ’ ମୋଶନ୍‌ ଏବଂ ବାକି ଅଂଶକୁ ନିୟମିତ ସ୍ପୀଡ୍‌ରେ ଚଲାଇବାକୁ ସେଟ୍ କରିବା ପାଇଁ, ଭିଡିଓ ଥମ୍ବ୍‌ନେଲ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଏଡିଟ୍ କରନ୍ତୁ“ରେ ଟାପ୍‌ କରନ୍ତୁ। ଆପଣ ସ୍ଲୋ ମୋଶନ୍‌ରେ ଯେଉଁ ବିଭାଗଟିକୁ ପ୍ଲେ ବ୍ଯାକ୍‌ କରିବାକୁ ଚାହୁଁଛନ୍ତି ତାହା ନିର୍ଦ୍ଧାରଣ କରିବାକୁ ଫ୍ରେମ୍ ଭ୍ୟୁୟର୍ ତଳେ ଭର୍ଟିକାଲ୍ ବର୍ଗଗୁଡ଼ିକୁ ସ୍ଲାଇଡ୍ କରନ୍ତୁ।

ଆପଣଙ୍କ ମଡେଲ୍ ଉପରେ ନିର୍ଭର କରି, ଆପଣ ସ୍ଲୋ ମୋଶନ୍ ଫ୍ରେମ୍ ରେଟ୍ ଏବଂ ରିଜୋଲ୍ୟୁଶନ୍ ବଦଳାଇ ପାରିବେ। ସ୍ଲୋ-ମୋଶନ୍‌ ରେକର୍ଡିଂ ସେଟିଂସ୍‌ରେ ପରିବର୍ତ୍ତନ କରିବାକୁ, ସେଟିଂସ୍  > କ୍ୟାମେରାକୁ ଯାଆନ୍ତୁ, ତା’ପରେ ସ୍ଲୋ-ମୋଶନ୍‌ରେ ରେକର୍ଡ୍‌ କରନ୍ତୁରେ ଟାପ୍‌ କରନ୍ତୁ।

ଟିପ୍‌: ଆପଣ ରେକର୍ଡ୍ କରୁଥିବା ସମୟରେ ଭିଡିଓ ରିଜୋଲ୍ୟୁଶନ୍ ଏବଂ ଫ୍ରେମ୍ ରେଟ୍ ଆଡ୍‌ଜଷ୍ଟ୍ କରିବାକୁ ଦ୍ରୁତ ଟଗଲ୍ ବ୍ଯବହାର କରନ୍ତୁ। ଭିଡିଓ ରିଜୋଲ୍ୟୁଶନ୍ ଏବଂ ଫ୍ରେମ୍ ରେଟ୍ ବଦଳାଇବା ପାଇଁ ଦ୍ରୁତ ଟଗଲ୍ ବ୍ଯବହାର କରନ୍ତୁ ଦେଖନ୍ତୁ।

ଗୋଟିଏ ଟାଇମ୍-ଲାପ୍ସ୍ ଭିଡିଓ ରେକର୍ଡ୍ କରନ୍ତୁ

ଏକ ଚୟନିତ ବ‍୍ୟବଧାନ ମଧ୍ଯରେ ଅନୁଭୂତିର ଏକ ଟାଇମ୍-ଲାପ୍ସ୍ ଭିଡିଓ ତିଆରି କରିବା ପାଇଁ ଚୟନିତ ବ୍ୟବଧାନରେ ଫୁଟେଜ୍ କ୍ଯାପ୍‌ଚର୍‌ କରନ୍ତୁ-ଯେପରିକି ଅସ୍ତ ହେଉଥିବା ସୂର୍ଯ୍ୟ କିମ୍ବା ଯାତାୟତ ଟ୍ରାଫିକ୍।

  1. ଆପଣଙ୍କ iPhoneରେ କ୍ଯାମେରା ଖୋଲନ୍ତୁ।

  2. ଟାଇମ୍-ଲାପ୍ସ୍ ମୋଡ୍ ଚୟନ କରନ୍ତୁ।

  3. ଆପଣ ମୋଶନ୍‌ରେ ଏକ ଦୃଶ୍ୟ କ୍ୟାପ୍ଚର୍‌ କରିବାକୁ ଚାହୁଁଥିବା ସ୍ଥାନରେ ଆପଣଙ୍କ iPhone ସେଟ୍ ଅପ୍ କରନ୍ତୁ।

  4. ରେକର୍ଡିଂ ଆରମ୍ଭ କରିବାକୁ ରେକର୍ଡ୍‌ ବଟନ୍‌ରେ ଟାପ୍ କରନ୍ତୁ କିମ୍ୱା କ୍ୟାମେରା କଣ୍ଟ୍ରୋଲ୍‌ରେ (ସମର୍ଥିତ ମଡେଲ୍‌ଗୁଡିକରେ) କ୍ଲିକ୍ କରନ୍ତୁ; ବନ୍ଦ କରିବାକୁ ପୁଣି ଥରେ ଟାପ୍ ‌କିମ୍ବା କ୍ଲିକ୍ କରନ୍ତୁ ।

ଟିପ୍‌: iPhone 12 ମଡେଲ୍ ଏବଂ ପରବର୍ତ୍ତୀ ଭର୍ଶନ୍‌ରେ, କମ୍ ଆଲୋକ ସ୍ଥିତିରେ ରେକର୍ଡିଂ କରିବା ସମୟରେ ଅଧିକ ବିବରଣୀ ଏବଂ ଉଜ୍ଜ୍ୱଳତା ସହିତ ଟାଇମ୍-ଲାପ୍ସ୍ ଭିଡିଓ କ୍ୟାପ୍ଚର୍ କରିବାକୁ ଟ୍ରାଇପଡ୍ ବ୍ୟବହାର କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.