ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ନୋଟ୍ ଶେୟର୍ କରନ୍ତୁ ଏବଂ iPhoneରେ ସହଯୋଗ କରନ୍ତୁ

ନୋଟ୍ ଆପ୍‌ରେ ଆପଣ ଜଣେ ବନ୍ଧୁଙ୍କୁ ଏକ ନୋଟ୍ କପି ପଠାଇ ପାରିବେ। ଆପଣ iCloudରେ ଏକ ନୋଟ୍‌ କିମ୍ବା ନୋଟ୍ ଥିବା ଫୋଲ୍ଡରରେ ରିଅଲ୍ ଟାଇମ୍ ସହଯୋଗ ପାଇଁ ଲୋକଙ୍କୁ ଆମନ୍ତ୍ରଣ କରିପାରିବେ ଏବଂ ସମସ୍ତେ ନବୀନତମ ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ।

ଶେୟରିଂ ବିକଳ୍ପ ଦେଖାଉଥିବା ଏକ ଓଭରଲେ ସହିତ ଏକ ନୋଟ୍।

ନୋଟ୍‌ର ଏକ କପି ଶେୟର୍ କରନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଆପଣ ଶେୟର୍ କରିବାକୁ ଚାହୁଁଥିବା ନୋଟ୍ ଖୋଲନ୍ତୁ।

  3. “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍‌ କରନ୍ତୁ, ”କପି ପଠାନ୍ତୁ” ବାଛନ୍ତୁ, ତା'ପରେ ଆପଣଙ୍କ ନୋଟ୍ କିପରି ପଠାଇବେ ବାଛନ୍ତୁ।

iCloud ବ୍ଯବହାର କରି ନୋଟ୍ କିମ୍ବା ନୋଟ୍ ଥିବା ଫୋଲ୍ଡର୍‌ରେ ସହଯୋଗ କରନ୍ତୁ

ଅନ୍ଯମାନଙ୍କ ସହିତ ସହଯୋଗ କରିବାକୁ, ଆପଣ iCloudରେ ଏକ ନୋଟ୍ କିମ୍ବା ନୋଟ୍‌ ଥିବା ଏକ ଫୋଲ୍ଡର୍ ଶେୟର୍ କରିପାରିବେ। ଆପଣ ଅଂଶଗ୍ରହଣକାରୀଙ୍କ ପାଇଁ ଅନୁମତି ସେଟ୍ କରିପାରିବେ (ଯେପରିକି ସେମାନଙ୍କୁ ନୋଟ୍ ଏଡିଟ୍ କରିବା, ଆଟାଚ୍‌ମେଣ୍ଟ୍ ଯୋଡ଼ିବା ଏବଂ ସବ୍‌ଫୋଲ୍ଡର୍ ତିଆରି କରିବାକୁ ଅନୁମତି ଦେବା) ଏବଂ ସମସ୍ତ ଅଂଶଗ୍ରହଣକାରୀ ରିଅଲ୍ ଟାଇମ୍‌ରେ ସମସ୍ତେ କରୁଥିବା ପରିବର୍ତ୍ତନ ଦେଖିପାରିବେ। ଅଂଶଗ୍ରହଣକାରୀମାନେ ସେମାନଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ ହୋଇଥିବା ଏବଂ iCloud ସେଟିଂସ୍‌ରେ ନୋଟ୍ ଚାଲୁ ହୋଇଥିବା ଆବଶ୍ଯକ।

ଧ‍୍ୟାନ ଦିଅନ୍ତୁ: ଆପଣ ଲକ୍ ହୋଇଥିବା ନୋଟ୍‌ରେ କିମ୍ବା ଲକ୍ ହୋଇଥିବା ନୋଟ୍‌ରେ ଥିବା ଫୋଲ୍ଡର୍‌ରେ ସହଯୋଗ କରିପାରିବେ ନାହିଁ।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ନୋଟ୍ ଶେୟର୍‌ କରନ୍ତୁ: ଆପଣ ଶେୟର୍‌ କରିବାକୁ ଚାହୁଁଥିବା ନୋଟ୍ ଖୋଲନ୍ତୁ, “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ସହଯୋଗ କରନ୍ତୁ” ବାଛନ୍ତୁ।

    • ଗୋଟିଏ ଫୋଲ୍ଡର୍ ଶେୟର୍‌ କରନ୍ତୁ: ଆପଣ ଶେୟର୍ କରିବାକୁ ଚାହୁଁଥିବା ଫୋଲ୍ଡର୍‌ ଖୋଲନ୍ତୁ, ତା'ପରେ “ଶେୟର୍ କରନ୍ତୁ”‌ ବଟନ୍‌ରେ ଟାପ୍‌ କରନ୍ତୁ।

  3. ଆକ୍ସେସ୍ ଏବଂ ଅନୁମତି ପରିବର୍ତ୍ତନ କରିବା ପାଇଁ “କେବଳ ଆମନ୍ତ୍ରିତ ବ୍ଯକ୍ତି ଏଡିଟ୍‌ କରିପାରିବେ”ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ ସେଟ୍ କରନ୍ତୁ:

    • କିଏ ଆକ୍ସେସ୍ କରିପାରିବେ: କେବଳ ଆମନ୍ତ୍ରିତ ବ୍ଯକ୍ତି କିମ୍ବା ଲିଙ୍କ୍ ଥିବା ଯେକୌଣସି ବ୍ଯକ୍ତିଙ୍କୁ ବାଛନ୍ତୁ।

    • ଅନୁମତି: “ପରିବର୍ତ୍ତନ କରିପାରିବେ” ବାଛନ୍ତୁ କିମ୍ବା କେବଳ ଦେଖନ୍ତୁ।

    • ନିମନ୍ତ୍ରଣ କରିବାକୁ ଅନ୍ଯମାନଙ୍କୁ ଅନୁମତି ଦିଅନ୍ତୁ: ଅଂଶଗ୍ରହଣକାରୀଙ୍କୁ ନୂଆ ଲୋକଙ୍କୁ ଆମନ୍ତ୍ରଣ କରିବା ପାଇଁ ଅନୁମତି ଦିଅନ୍ତୁ (ପରିବର୍ତ୍ତନ କରିବା ପାଇଁ ସେମାନଙ୍କ ପାଖରେ ଅନୁମତି ଥିଲେ ହିଁ ଏହା ଉପଲବ୍ଧ ହେବ)।

  4. ଆପଣଙ୍କ ଆମନ୍ତ୍ରଣ ପଠାଇବା ପାଇଁ ମେସେଜ୍ କିମ୍ବା Mail ବାଛନ୍ତୁ। (AirDrop ସହଯୋଗ ପାଇଁ ସମର୍ଥିତ ନୁହେଁ।)

    ଯଦି ଆପଣ ମେସେଜ୍ ମାଧ୍ଯମରେ ଆମନ୍ତ୍ରଣ ପଠାନ୍ତି, ତେବେ କେହି ଶେୟର୍ ହୋଇଥିବା ନୋଟ୍‌ରେ ପରିବର୍ତ୍ତନ କଲେ, ଆପଣ ମେସେଜ୍ ବାର୍ତ୍ତାଳାପରେ ଆକ୍ଟିଭିଟି ଅପ୍‌ଡେଟ୍‌ ପାଇବେ । ଶେୟର୍ କରାଯାଇଥିବା ନୋଟ୍‌କୁ ଯିବା ପାଇଁ ଅପ୍‌ଡେଟ୍‌ରେ ଟାପ୍ କରନ୍ତୁ।

Apple ସମର୍ଥନ ଆର୍ଟିକଲ୍‌: ଯଦି ଆପଣ ନିଜ iPhone କିମ୍ବା iPadର ନୋଟ୍ ଆପ୍‌ରେ ଶେୟର୍ କିମ୍ବା ସହଯୋଗ କରିପାରିବେ ନାହିଁ

ନୋଟ୍‌ରେ ଆକ୍ଟିଭିଟି ଦେଖନ୍ତୁ

ନୋଟ୍ ଲିଷ୍ଟ୍‌ରେ, ନୋଟ୍ ଶୀର୍ଷକର ବାମ ପାର୍ଶ୍ୱରେ ଥିବା ଏକ କମଳା ରଙ୍ଗର ବିନ୍ଦୁ ଦର୍ଶାଏ ଯେ ଆପଣ ଶେଷ ଥର ଏହାକୁ ଦେଖିଥିବା ପରଠାରୁ ନୋଟ୍ ବଦଳିଛି।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ନୋଟ୍ ଖୋଲନ୍ତୁ, ତା'ପରେ ନୋଟ୍‌ରେ ଡାହାଣକୁ ସ୍ୱାଇପ୍ କରନ୍ତୁ କିମ୍ବା କିଏ ଏବଂ କେତେବେଳେ ପରିବର୍ତ୍ତନ କରିଛନ୍ତି ତାହା ଦେଖିବା ପାଇଁ ଆକ୍ଟିଭିଟି କାର୍ଡ୍‌ରେ ସ୍ୱାଇପ୍ କରନ୍ତୁ।

  3. ଆକ୍ଟିଭିଟି କିପରି ଦର୍ଶାଯାଏ ଆଡ୍‌ଜଷ୍ଟ୍ କରିବାକୁ “ସହଯୋଗ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ ବାଛନ୍ତୁ:

    • ଅପ୍‌ଡେଟ୍ ଦେଖାନ୍ତୁ: ଆପଣ ଶେଷ ଥର ନୋଟ୍ ଖୋଲିବା ପରଠାରୁ ହୋଇଥିବା ପରିବର୍ତ୍ତନ ଦେଖାଇଥାଏ।

    • ସମସ୍ତ ଆକ୍ଟିଭିଟି ଦେଖାନ୍ତୁ: ନୋଟ୍‌ରେ ସମସ୍ତ ଆକ୍ଟିଭିଟି ଦେଖାଏ।

    • ହାଇଲାଇଟ୍‌ଗୁଡ଼ିକ ଦେଖାନ୍ତୁ: ପ୍ରତ୍ଯକ ଅଂଶଗ୍ରହଣକାରୀଙ୍କ ଦ୍ୱାରା କରାଯାଇଥିବା ନାମ, ତାରିଖ ଏବଂ ପରିବର୍ତ୍ତନ ଦେଖାଏ।

ଟିପ୍‌: ଜଣେ ଅଂଶଗ୍ରହଣକାରୀଙ୍କ ଉଲ୍ଲେଖ କରିବା ଏବଂ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଅପ୍‌ଡେଟ୍ ବିଷୟରେ ସୂଚିତ କରିବା ପାଇଁ, @ ଚିହ୍ନ ପରେ ସେମାନଙ୍କ ନାମ ଟାଇପ୍ କରନ୍ତୁ।

ଫୋଲ୍ଡର୍‌ରେ ଆକ୍ଟିଭିଟି ଦେଖନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଫୋଲ୍ଡର୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ “ଫୋଲ୍ଡର୍ କାର୍ଯ୍ଯକଳାପ ଦେଖାନ୍ତୁ” ଉପରେ ଟାପ୍ କରନ୍ତୁ।

ଶେୟରିଂ ସେଟିଂସ୍‌ ବଦଳାନ୍ତୁ

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଶେୟର୍ କରାଯାଇଥିବା ଏକ ନୋଟ୍ କିମ୍ବା ଫୋଲ୍ଡର୍‌ର ମାଲିକ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କାର୍ଯ୍ଯ କରି ଶେୟରିଂ ସେଟିଂସ୍ ପରିବର୍ତ୍ତନ କରିପାରିବେ:

    • ଶେୟର୍ କରାଯାଇଥିବା ନୋଟ୍ ପରିଚାଳନା କରନ୍ତୁ: “ସହଯୋଗ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଶେୟର୍ ହୋଇଥିବା ନୋଟ୍ ପରିଚାଳନା କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଶେୟର୍ କରାଯାଇଥିବା ଏକ ଫୋଲ୍ଡର୍ ପରିଚାଳନା କରନ୍ତୁ: "ଫୋଲ୍ଡର୍ ଆକ୍ସନ୍" ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “ଶେୟର୍ କରାଯାଇଥିବା ଫୋଲ୍ଡର୍ ପରିଚାଳନା କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଅଂଶଗ୍ରହଣକାରୀମାନଙ୍କୁ କାଢ଼ନ୍ତୁ: ଆପଣ କାଢ଼ିବାକୁ ଚାହୁଁଥିବା ଅଂଶଗ୍ରହଣକାରୀ ଉପରେ ଟାପ୍ କରନ୍ତୁ, ତା’ପରେ “ଆକ୍ସେସ୍ କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

    • ଆକ୍ସେସ୍ ଏବଂ ଅନୁମତି ସେଟିଂସ୍ ବଦଳାନ୍ତୁ: ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ସେଟିଂସ୍ ବଦଳାଇବାକୁ, “ଶେୟର୍ ବିକଳ୍ପ” ଉପରେ ଟାପ୍ କରନ୍ତୁ। ଜଣେ ବ୍ଯକ୍ତିଙ୍କ ପାଇଁ ସେଟିଂସ୍ ବଦଳାଇବା ପାଇଁ, ତାଙ୍କ ନାମ ଉପରେ ଟାପ୍ କରନ୍ତୁ।

    • ଶେୟର୍ କରିବା ବନ୍ଦ କରନ୍ତୁ: ଆପଣ ଏହି ବିକଳ୍ପ ଚୟନ କଲେ, ଶେୟର୍ କରାଯାଇଥିବା ନୋଟ୍ କିମ୍ବା ଫୋଲ୍ଡର୍ ଅନ୍ଯ ଅଂଶଗ୍ରହଣକାରୀମାନଙ୍କ ଡିଭାଇସ୍‌ଗୁଡ଼ିକରୁ ଡିଲିଟ୍ ହୋଇଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.