ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ମେସେଜ୍‌ରେ ଫଟୋ ଉଠାନ୍ତୁ କିମ୍ବା ଭିଡିଓ ବନାନ୍ତୁ ଏବଂ ଏଡିଟ୍ କରନ୍ତୁ

ଆପଣ ମେସେଜ୍ ଆପ୍‌ରେ ସିଧାସଳଖ ଫଟୋ ଏବଂ ଭିଡିଓ କ୍ଯାପ୍‌ଚର୍‌ କରିପାରିବେ। ଆପଣ ଫଟୋ ଏବଂ ଭିଡିଓ ପଠାଇବା ପୂର୍ବରୁ ଇମେଜ୍‌ ଏଡିଟ୍ କରି, ମାର୍କିଂ କରି କିମ୍ବା ଇଫେକ୍ଟ୍‌ ଯୋଡ଼ି ମଧ୍ୟ ସେଗୁଡ଼ିକୁ ମାର୍ଜିତ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ଆଟାଚ୍‌ମେଣ୍ଟ୍‌ଗୁଡ଼ିକ ପାଇଁ ସାଇଜ୍ ସୀମା ସେଟ୍ କରିପାରନ୍ତି; ଆବଶ୍ଯକ ସ୍ଥଳେ iPhone ଫଟୋ ଏବଂ ଭିଡିଓ ଆଟାଚ୍‌ମେଣ୍ଟ୍‌କୁ କମ୍ପ୍ରେସ୍ କରିପାରେ।

ମେସେଜ୍ ମଧ୍ୟରେ ଫଟୋ ଏଡିଟ୍ କରିବା।

ଏକ ନୂଆ ଫଟୋ ଉଠାନ୍ତୁ କିମ୍ବା ଭିଡିଓ ବନାନ୍ତୁ ଏବଂ ଏଡିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପ ଖୋଲନ୍ତୁ କିମ୍ବା ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ, “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ କ୍ଯାମେରାରେ ଟାପ୍‌ କରନ୍ତୁ।

  3. କ୍ଯାମେରା ମୋଡ୍ ପରିବର୍ତ୍ତନ କରିବା ପାଇଁ, ସ୍ଲୋ-ମୋ, ଭିଡିଓ, ଫଟୋ, ପୋର୍ଟ୍ରେଟ୍ କିମ୍ବା ପାନୋରେ ଟାପ୍‌ କରନ୍ତୁ। (ଆପଣଙ୍କୁ ବାମ କିମ୍ବା ଡାହାଣକୁ ସ୍ୱାଇପ୍ କରିବାକୁ ପଡ଼ିପାରେ।)

  4. ଆପଣଙ୍କ ଫଟୋ କିମ୍ବା ଭିଡିଓରେ କ୍ଯାମେରା ଇଫେକ୍ଟ୍—ଯେପରିକି ଫିଲ୍ଟର୍, ଷ୍ଟିକର୍, ଲେବଲ୍ ଏବଂ ଆକାର ଯୋଡ଼ିବାକୁ—“ଇଫେକ୍ଟ୍” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ “ଫିଲ୍ଟର୍” ବଟନ୍‌ କିମ୍ବା “Memoji” ବଟନ୍‌ ପରି ବଟନ୍‌ରେ ଟାପ୍‌ କରନ୍ତୁ। ଏକ ବିକଳ୍ପ ବାଛନ୍ତୁ, ତା’ପରେ ଆପଣଙ୍କ ଇମେଜ୍‌ରେ ଇଫେକ୍ଟ୍‌ ଯୋଡ଼ିବାକୁ “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

  5. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଫଟୋ ନିଅନ୍ତୁ: “ଭ୍ଯୂଫାଇଣ୍ଡର୍‌”ରେ ଶଟ୍‌କୁ ଫ୍ରେମ୍ କରନ୍ତୁ, ତା’ପରେ “ଫଟୋ ଉଠାନ୍ତୁ”ବଟନ୍‌ରେ ଟାପ୍‌ କରନ୍ତୁ।

    • ଏକ ଭିଡିଓ କରନ୍ତୁ: ରେକର୍ଡିଂ ଆରମ୍ଭ କରିବା ପାଇଁ “ଭିଡିଓ ରେକର୍ଡ୍ କରନ୍ତୁ” ବଟନ୍‌ରେ ଏବଂ ବନ୍ଦ କରିବା ପାଇଁ “ଭିଡିଓ ରେକର୍ଡିଂ ବନ୍ଦ କରନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

  6. ମେସେଜ୍ ବବଲ୍‌ରେ ଫଟୋ କିମ୍ବା ଭିଡିଓ ଯୋଡ଼ିବାକୁ “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ, ଏକ ମନ୍ତବ୍ଯ ଯୋଡ଼ନ୍ତୁ, ତା’ପରେ ଆପଣଙ୍କ ମେସେଜ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ। (କିମ୍ବା କୌଣସି ମେସେଜ୍ ନଯୋଡ଼ି ଫଟୋ କିମ୍ବା ଭିଡିଓ ପଠାଇବା ପାଇଁ କେବଳ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।)

    ଧ‍୍ୟାନ ଦିଅନ୍ତୁ: ଡୁଅଲ୍‌ SIM ଥିବା ମଡେଲ୍‌ରେ SMS, MMS କିମ୍ବା RCS ଆଟାଚ୍‌ମେଣ୍ଟ୍‌ ପଠାଇବାକୁ, ଆପଣଙ୍କୁ ଡୁଅଲ୍‌ SIM ସେଟ୍ ଅପ୍ କରିବା ଆବଶ୍ଯକ।

ଆପଣ Digital Touch ଇଫେକ୍ଟ୍ କିମ୍ବା FaceTime ଆପ୍‌ରେ ଭିଡିଓ ମେସେଜ୍‌ ରେକର୍ଡ୍ କରି ମଧ୍ଯ ଏକ ଫଟୋ କିମ୍ବା ଭିଡିଓ ପଠାଇପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ (କିମ୍ବା ପରିବାରର ଜଣେ ସଦସ୍ୟଙ୍କ) iPhoneରେ ସମ୍ବେଦନଶୀଳ ବିଷୟବସ୍ତୁ ବିଷୟରେ ଚେତାବନୀ ପ୍ରାପ୍ତ କରିପାରିବେ ଏବଂ ଏହା ପ୍ରେରଣ କିମ୍ବା ପ୍ରାପ୍ତ ହେବା ପୂର୍ବରୁ ଆପଣଙ୍କୁ ସତର୍କ କରାଇବ। ସମ୍ବେଦନଶୀଳ ବିଷୟବସ୍ତୁ ବିଷୟରେ ଚେତାବନୀ ପ୍ରାପ୍ତ କରନ୍ତୁ କିମ୍ବା ସମ୍ବେଦନଶୀଳ ଇମେଜ୍ ଯାଞ୍ଚ କରନ୍ତୁ ଦେଖନ୍ତୁ।

ଏକ ପୂର୍ବରୁ ଥିବା ଫଟୋକୁ ଯୋଡ଼ନ୍ତୁ ଏବଂ ଏଡିଟ୍ କରନ୍ତୁ

ଆପଣ ଏକ ମେସେଜ୍‌ ବାର୍ତ୍ତାଳାପରେ ପଠାଇବା ପୂର୍ବରୁ ଆପଣଙ୍କ ଫଟୋ ଲାଇବ୍ରେରୀରୁ ପୂର୍ବରୁ ଥିବା ଫଟୋକୁ ଏଡିଟ୍‌ କିମ୍ବା ମର୍କ୍‌ ଅପ୍‌ କରିପାରିବେ।

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପ ଖୋଲନ୍ତୁ କିମ୍ବା ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ, “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଫଟୋରେ ଟାପ୍‌ କରନ୍ତୁ।

  3. ସର୍ଚ୍ଚ୍‌ କରିବା ପାଇଁ ଉପରକୁ ସ୍ୱାଇପ୍ କରନ୍ତୁ, ସମସ୍ତ ଫଟୋ ମାଧ୍ଯମରେ ବ୍ରାଉଜ୍ କରନ୍ତୁ କିମ୍ବା ଆଲବମ୍ ପରିବର୍ତ୍ତନ କରନ୍ତୁ, ତା’ପରେ ଆପଣ ପଠାଇବାକୁ ଚାହୁଁଥିବା ଇମେଜ୍‌ରେ ଟାପ୍‌ କରନ୍ତୁ।

  4. ଗୋଟିଏ ଫଟୋ ବଦଳାଇବା ପାଇଁ, ମେସେଜ୍ ବବଲ୍‌ରେ ଥିବା ଫଟୋରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନୋକ୍ତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  5. ଏକ ମନ୍ତବ୍ଯ (ଇଚ୍ଛାଧୀନ) ଯୋଡ଼ନ୍ତୁ, ତା’ପରେ ଫଟୋ ପଠାଇବା ପାଇଁ “ପଠାନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଏକ ମେସେଜ ବବଲ୍‌ରୁ ଏକ ଫଟୋ କିମ୍ବା ଭିଡିଓ ପଠାଇବା ପୂର୍ବରୁ ଏହାକୁ କାଢ଼ିବା ପାଇଁ “ଫଟୋ କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ iMessage (ଯେପରିକି ଫଟୋ କିମ୍ବା ଭିଡିଓ) Appleରେ ଅପ୍‌ଲୋଡ୍ ଏବଂ ଏନ୍‌କ୍ରିପ୍ଟ୍‌ କରାଯାଇପାରେ ଯାହା ଦ୍ୱାରା ପ୍ରେରକ ଏବଂ ପ୍ରାପ୍ରକର୍ତ୍ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ଯକ୍ତି ସେଗୁଡ଼ିକୁ ଆକ୍ସେସ୍‌ କରିପାରିବେ ନାହିଁ। କାର୍ଯ୍ୟଦକ୍ଷତା ଉନ୍ନତ କରିବା ପାଇଁ ଆପଣ ଏକ ମେସେଜ୍‌ ଲେଖୁଥିବା ସମୟରେ ଆପଣଙ୍କ iPhone ସ୍ବୟଂଚାଳିତ ଭାବରେ Appleରେ ଆଟାଚ୍‌ମେଣ୍ଟ୍ ଅପ୍‌ଲୋଡ୍ କରିପାରେ। ଯଦି ଆପଣ ନିଜ ମେସେଜ୍ ନ ପଠାଇବାକୁ ନିଷ୍ପତ୍ତି ନିଅନ୍ତି, ତେବେ କିଛି ଦିନ ପରେ ସର୍ଭର୍‌ରୁ ଆଟାଚ୍‌ମେଣ୍ଟ୍ ଡିଲିଟ୍ ହୋଇଯାଏ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.