ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ବନ୍ଧୁ ଏବଂ ପରିବାର ସହ ଯୋଗାଯୋଗରେ ରୁହନ୍ତୁ

iPhone ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଲୋକମାନଙ୍କ ସହ ଯୋଗାଯୋଗକୁ ସହଜ କରିଥାଏ-ଯାହାଦ୍ୱାରା ଆପଣ ଫୋନ୍ କିମ୍ବା ଭିଡିଓ କଲ୍ ସହିତ ଯୋଗାଯୋଗ କରିପାରିବେ ଏବଂ ଆପଣଙ୍କ ବନ୍ଧୁମାନଙ୍କ ଗ୍ରୂପ୍‌କୁ ଶୀଘ୍ର ଟେକ୍ସ୍‌ଟ୍ କରିପାରିବେ।

କଣ୍ଟାକ୍ଟ୍ ଆପ୍‌ରେ କଣ୍ଟାକ୍ଟ୍ କାର୍ଡ୍‌।

ସ୍ମାର୍ଟ୍‌ ଠିକଣା ଥିବା ବହି

ଥରେ କଣ୍ଟାକ୍ଟ୍‌ ଆପ୍‌ରେ ରେ ଫୋନ ନମ୍ବର୍, ଇମେଲ୍ ଠିକଣା, ଜନ୍ମଦିନ ଏବଂ ଆହୁରି ଅନେକ କିଛି ଲେଖନ୍ତୁ ଏବଂ ମେସେଜ୍‌ରୁ FaceTime ରୁ Mail ପର୍ଯ୍ୟନ୍ତ ଆପଣଙ୍କର ଆବଶ୍ୟକୀୟ ସ୍ଥାନଗୁଡ଼ିକରେ ସେଗୁଡ଼ିକୁ ରଖନ୍ତୁ। ଆପଣ ଅନ୍ୟ ଏକ ଆକାଉଣ୍ଟ୍‌ରୁ ମଧ୍ୟ କଣ୍ଟାକ୍ଟ୍ ସୂଚନା ଯୋଡ଼ିପାରିବେ (ଯେପରିକି Google କିମ୍ବା Yahoo)।

ସେଟିଂସ୍  > ଆପ୍ > କଣ୍ଟାକ୍ଟ୍‌ > କଣ୍ଟାକ୍ଟ୍‌ ଆକାଉଣ୍ଟ୍‌କୁ ଯାଆନ୍ତୁ, ତା’ପରେ “ଆକାଉଣ୍ଟ୍‌ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

କଣ୍ଟାକ୍ଟ୍‌ ଆପ୍‌ରେ ଫେଭରିଟ୍ ସ୍କ୍ରୀନ୍; ଛଅଟି କଣ୍ଟାକ୍ଟ୍ ଫେଭରିଟ୍ ଭାବରେ ଲିଷ୍ଟ୍‌ ହୋଇଛି।

ଆପଣଙ୍କ ଫେଭରିଟ୍ ବାଛନ୍ତୁ

ଆପଣ ଯେଉଁ ଲୋକମାନଙ୍କ ସହ ବାରମ୍ବାର କଥାବାର୍ତ୍ତା କରନ୍ତି ସେମାନଙ୍କୁ ଫୋନ୍ ଆପ୍‌ରେ ଆପଣଙ୍କ ଫେଭରିଟ୍‌ ଲିଷ୍ଟ୍‌ରେ ଯୋଡ଼ନ୍ତୁ ଯାହା ଦ୍ୱାରା ସେମାନଙ୍କୁ ସହଜରେ ଯୋଗାଯୋଗ କରିପାରିବେ।

ଫୋନ୍ ଆପ୍ ରେ, ଫେଭରିଟ୍ ଉପରେ ଟାପ୍ କରନ୍ତୁ, “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ କଣ୍ଟାକ୍ଟ୍ ବାଛନ୍ତୁ। ଫେଭରିଟ୍‌ରେ ଥିବା କଣ୍ଟାକ୍ଟ୍‌କୁ କଲ୍ କରିବା ପାଇଁ, କେବଳ ତାଙ୍କ ନାମରେ ଟାପ୍ କରନ୍ତୁ।

ମେସେଜ୍ ଆପ୍‌ରେ ଏକ ଗ୍ରୁପ୍ ବାର୍ତ୍ତାଳାପ।

ଏକ ଗ୍ରୁପ୍ ବାର୍ତ୍ତାଳାପ ଆରମ୍ଭ କରନ୍ତୁ

ଆପଣ ସମସ୍ତ ଲୋକ, ଯେପରିକି ପରିବାରର ସଦସ୍ଯଙ୍କ ସହିତ କଥାବାର୍ତ୍ତା କରିବାକୁ ଚାହୁଁଥିବା ଏକ ଗ୍ରୂପ୍‌କୁ ଗୋଟିଏ ଥରରେ ମେସେଜ୍ ପଠାଇପାରିବେ।

ମେସେଜ୍ ଆପ୍ ରେ, “କମ୍ପୋଜ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ଆପଣ ଯେଉଁ ଲୋକମାନଙ୍କୁ ମେସେଜ୍ ପଠାଇବାକୁ ଚାହୁଁଛନ୍ତି ସେମାନଙ୍କ ନାମ ଟାଇପ୍ କରନ୍ତୁ, ତା’ପରେ ପ୍ରଥମ ମେସେଜ୍ ପଠାନ୍ତୁ।

ଏକ FaceTime କଲ୍।

ଏକ ଭିଡିଓ କଲ୍ କରନ୍ତୁ

ଆପଣ ନିଜ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହିତ ଭିଡିଓ କଲ୍ କରିବା ପାଇଁ FaceTime ବ୍ୟବହାର କରିପାରିବେ।

FaceTime ଆପ୍ ରେ, ସ୍କ୍ରୀନ୍‌ର ଶୀର୍ଷରେ ନୂଆ FaceTimeରେ ଟାପ୍‌ କରନ୍ତୁ, ଆପଣ କଲ୍ କରିବାକୁ ଚାହୁଁଥିବା ବ୍ଯକ୍ତିଙ୍କ ନାମ ଟାଇପ୍ କରନ୍ତୁ, ତା’ପରେ FaceTime ବଟନ୍‌ରେ ଟାପ୍‌ କରନ୍ତୁ। ଆପଣ କଲ୍ ସମୟରେ FaceTime କଣ୍ଟ୍ରୋଲ୍ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍‌ କରିପାରିବେ (ଉଦାହରଣ ସ୍ୱରୂପ, ଯଦି ଆପଣ ନିଜକୁ ମ୍ଯୂଟ୍‌ କରିବାକୁ ଚାହୁଁଛନ୍ତି)।

ପାଞ୍ଚ ଜଣ ଅଂଶଗ୍ରହଣକାରୀଙ୍କ ସହିତ ଏକ ଗ୍ରୂପ FaceTime କଲ୍; ପ୍ରତ୍ଯେକ ଅଂଶଗ୍ରହଣକାରୀ ଏକ ପୃଥକ ଟାଇଲ୍‌ରେ ଦେଖାଯିବେ।

ଏକ FaceTime କଲ୍‌ରେ ଲୋକଙ୍କୁ ଯୋଡ଼ନ୍ତୁ

ଆପଣ ଏକ FaceTime କଲ୍‌ରେ ଅଧିକ ଲୋକଙ୍କୁ ଯୋଡ଼ିପାରିବେ-ବନ୍ଧୁ ଏବଂ ପରିବାର ଲୋକମାନେ ଯେକୌଣସି ସମୟରେ ଯୋଗ ଦେଇପାରିବେ। କଣ୍ଟ୍ରୋଲ୍ ଦେଖାଇବା ପାଇଁ ସ୍କ୍ରୀନ୍‌ରେ ଟାପ୍ କରନ୍ତୁ, “ସୂଚନା” ବଟନ୍‌ରେ ଟାପ୍ କରନ୍ତୁ, ତା’ପରେ “ଲୋକମାନଙ୍କୁ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

ଅଧିକ ଜାଣିବାକୁ ଚାହୁଁଛନ୍ତି କି?

ସମସ୍ତ ଫୀଚର୍ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.