ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

CarPlayରେ ସେଟିଂସ୍ ପରିବର୍ତ୍ତନ କରନ୍ତୁ

CarPlay ସେଟିଂସ୍‌ରେ ଆପଣ ୱାଲ୍‌ପେପର୍ ପରିବର୍ତ୍ତନ କରିପାରିବେ, ଡ୍ରାଇଭିଂ ଫୋକସ୍ ଚାଲୁ କରିପାରିବେ, CarPlay ଡିସ୍‌ପ୍ଲେ ଉପରେ କିପରି ଦେଖାଯାଏ ତାହା ପରିବର୍ତ୍ତନ କରିପାରିବେ, CarPlay ଡ୍ଯାଶ୍‌ବୋର୍ଡ୍‌ରେ ପରାମର୍ଶ ପରିବର୍ତ୍ତନ କରିପାରିବେ ଏବଂ ଆଲ୍‌ବମ୍‌ ଆର୍ଟ୍‌କୁ ଚାଲୁ କିମ୍ବା ବନ୍ଦ କରିପାରିବେ।

CarPlay ସହିତ ଡ୍ରାଇଭିଂ ଫୋକସ୍ ବ୍ଯବହାର କରନ୍ତୁ

ଡ୍ରାଇଭିଂ ଫୋକସ୍ ଆପଣଙ୍କୁ ରାସ୍ତାରେ ଧ୍ଯାନ କେନ୍ଦ୍ରିତ ରଖିବାରେ ସହାୟତା କରେ। CarPlay ସହିତ ଆପଣଙ୍କ iPhone ସଂଯୁକ୍ତ ଥିବା ଏବଂ ଡ୍ରାଇଭିଂ ଫୋକସ୍ ଅନ୍ ଥିବା ସମୟରେ, ନୋଟିଫିକେଶନ୍ ଏବଂ ଟେକ୍ସ୍‌ଟ୍‌ ମେସେଜ୍‌ ସାଇଲେଣ୍ଟ୍ କିମ୍ବା ସୀମିତ ଥାଏ।

  1. ଆପଣଙ୍କ ଗାଡ଼ିର ବିଲ୍ଟ-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରି CarPlayରେ ସେଟିଂସ୍ ଖୋଲନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଦେଖୁଛନ୍ତି CarPlay ଡ୍ଯାଶ୍‌ବୋର୍ଡ୍‌ ଏବଂ ସେଟିଂସ୍‌ର ବାମ ପାର୍ଶ୍ୱରେ ଥିବା ସାମ୍ପ୍ରତିକ ଆପ୍ ଲିଷ୍ଟ୍‌ରେ ଦେଖାଯାଉ ନାହିଁ, ତେବେ ଅଧିକ ବଟନ୍‌ରେ ଟାପ୍‌ କରି ଆପଣଙ୍କର ସମସ୍ତ CarPlay ଆପ୍‌ର ପୃଷ୍ଠା ଦେଖନ୍ତୁ, ଯେଉଁଥିରେ ସେଟିଂସ୍‌ ଅନ୍ତର୍ଭୁକ୍ତ।

  2. ଡ୍ରାଇଭିଂ ଫୋକସ୍‌କୁ ଯାଆନ୍ତୁ, ତା’ପରେ “CarPlay ସହିତ ସକ୍ରିୟ କରନ୍ତୁ” ଚୟନ କରନ୍ତୁ।

ଯଦି ଆପଣ ଡ୍ରାଇଭିଂ କରୁନଥିବା ସମୟରେ ଏକ ଡ୍ରାଇଭିଂ ଫୋକସ୍ ନୋଟିଫିକେଶନ୍ ପ୍ରାପ୍ତ କରନ୍ତି (ଉଦାହରଣ ସ୍ୱରୂପ, ଆପଣ ଜଣେ ଯାତ୍ରୀ ଥିବା ସମୟରେ), ତେବେ ଆପଣ ଏହାକୁ ବନ୍ଦ କରିପାରିବେ—ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ତା’ପରେ “ମୁଁ ଡ୍ରାଇଭିଂ କରୁନାହିଁ”ରେ ଟାପ୍ କରନ୍ତୁ।

CarPlayର ଦୃଶ୍ଯକୁ ସ୍ୱିଚ୍ କରନ୍ତୁ

CarPlay ଅଧିକାଂଶ ଗାଡ଼ିରେ ଡିଫଲ୍ଟ୍‌ ଭାବରେ ଡାର୍କ୍‌ ଦୃଶ୍ଯରେ ସେଟ୍ ହୋଇଛି। ଯଦି ଆପଣ CarPlay କୁ ସ୍ୱୟଂଚାଳିତ ଭାବରେ ଡାର୍କ୍ ଏବଂ ଲାଇଟ୍ ଆପିଅରନ୍ସ୍ ମଧ୍ଯରେ ସ୍ୱିଚ୍ କରିବାକୁ ପସନ୍ଦ କରନ୍ତି, ତେବେ ନିମ୍ନଲିଖିତ କାର୍ଯ୍ଯଟି କରନ୍ତୁ:

  1. ଆପଣଙ୍କ ଗାଡ଼ିର ବିଲ୍ଟ-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରି CarPlayରେ ସେଟିଂସ୍ ଖୋଲନ୍ତୁ।

  2. ଆପିଅରନ୍ସ୍ ଚୟନ କରନ୍ତୁ।

  3. ସର୍ବଦା ଡାର୍କ୍‌ ଚୟନ କରନ୍ତୁ।

ଡାର୍କ୍‌ ଆପିଅରନ୍ସ୍‌କୁ ରାତି ଭଳି କମ୍‌-ଆଲୋକ ପରିବେଶରେ ଦେଖିବା ପାଇଁ ଅପ୍ଟିମାଇଜ୍ କରାଯାଇଛି।

CarPlayରେ ୱାଲ୍‌ପେପର୍ ପରିବର୍ତ୍ତନ କରନ୍ତୁ

ଆପଣଙ୍କ ଗାଡ଼ିର ବିଲ୍ଟ-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରି CarPlayରେ ସେଟିଂସ୍ ଖୋଲନ୍ତୁ, ୱାଲ୍‌ପେପର୍ ଚୟନ କରନ୍ତୁ, ତା’ପରେ ଉପଲବ୍ଧ ବିକଳ୍ପଗୁଡ଼ିକ ମଧ୍ଯରୁ ଗୋଟିଏ ବାଛନ୍ତୁ।

CarPlay ଡ୍ଯାଶ୍‌ବୋର୍ଡ୍‌ରେ ପରାମର୍ଶ ଲୁଚାନ୍ତୁ କିମ୍ବା ଦେଖାନ୍ତୁ

ଆପଣଙ୍କ ଗାଡ଼ିର ବିଲ୍ଟ-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରି CarPlayରେ ସେଟିଂସ୍ ଖୋଲନ୍ତୁ, ତା’ପରେ CarPlayରେ ପରାମର୍ଶ ବନ୍ଦ କିମ୍ବା ଚାଲୁ କରନ୍ତୁ।

ଆଲ୍‌ବମ୍‌ ଆର୍ଟ୍‌ ଲୁଚାନ୍ତୁ କିମ୍ବା ଦେଖାନ୍ତୁ

ଆପଣଙ୍କ ଗାଡ଼ିର ବିଲ୍ଟ-ଇନ୍ କଣ୍ଟ୍ରୋଲ୍ ବ୍ଯବହାର କରି CarPlayରେ ସେଟିଂସ୍ ଖୋଲନ୍ତୁ, ତା’ପରେ “ଆଲ୍‌ବମ୍‌ ଆର୍ଟ୍‌ ଦେଖାନ୍ତୁ” ବନ୍ଦ କିମ୍ବା ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.