ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ମେସେଜ୍‌ରେ ଆପଣଙ୍କ ଲୋକେଶନ୍ ଶେୟର୍ କରନ୍ତୁ

“ଲୋକେଶନ୍ ଶେୟରିଂ” ବ୍ଯବହାର କରି ଆପଣ ଅନ୍ଯମାନଙ୍କୁ ଜାଣିପାରିବେ ଯେ ଆପଣ କେଉଁଠି ଅଛନ୍ତି (କିମ୍ବା ସେମାନେ କେଉଁଠି ଅଛନ୍ତି ତାହା ଜାଣିପାରିବେ)।

ଶେୟର୍ କରାଯାଇଥିବା ଲୋକେଶନ୍ ସହିତ ଏକ ମେସେଜ୍ ବାର୍ତ୍ତାଳାପ।

ଆପଣଙ୍କ ଲୋକେଶନ୍‌କୁ ସ୍ୱୟଂଚାଳିତ ଭାବରେ ଶେୟର୍‌ କରି ଅପ୍‌ଡେଟ୍‌ କରନ୍ତୁ

ଆପଣ ଏକ ମେସେଜ୍ ବାର୍ତ୍ତାଳାପରେ ଆପଣଙ୍କ ଲୋକେଶନ୍ ଶେୟର୍ କରିବା ସମୟରେ ଏହା ବାର୍ତ୍ତାଳାପରେ ରିଅଲ୍ ଟାଇମ୍‌ରେ ଅପ୍‌ଡେଟ୍‌ ହୋଇଥାଏ। କୌଣସି ବ୍ଯକ୍ତି ଆପଣ କେଉଁଠାରେ ଅଛନ୍ତି ପଚାରିଲେ ଆପଣ ସାମ୍ପ୍ରତିକ ଲୋକେଶନ୍‌ (କୀ’ବୋର୍ଡ୍‌ ଉପରେ)ରେ ଟାପ୍ କରି ଆପଣଙ୍କ ଲୋକେଶନ୍‌ ଶେୟର୍‌ କରିପାରିବେ କିମ୍ୱା ନିମ୍ନଲିଖିତ କାର୍ଯ୍ୟ କରିପାରିବେ:

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ କିମ୍ବା ଏକ ବାର୍ତ୍ତାଳାପ ଖୋଲନ୍ତୁ, “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ଲୋକେଶନ୍‌ରେ ଟାପ୍‌ କରନ୍ତୁ, ତା’ପରେ "ଶେୟର୍‌ କରନ୍ତୁ"ରେ ଟାପ୍‌ କରନ୍ତୁ।

  3. ଆପଣ ନିଜର ଲୋକେଶନ୍ କେତେ ସମୟ ପର୍ଯ୍ଯନ୍ତ ଶେୟର୍ କରିବାକୁ ଚାହୁଁଛନ୍ତି ତାହା ସ୍ଥିର କରନ୍ତୁ।

    ଯଦି ଆପଣ ନିଜ ଲୋକଶନ୍ ଶେୟର୍‌ କରିବାକୁ ମାନ୍ଯୁଅଲ୍ ଭାବରେ ବନ୍ଦ ନକରିବା ପର୍ଯ୍ୟନ୍ତ ଶେୟର୍‌ କରିବାକୁ ଚାହୁଁଛନ୍ତି, ତେବେ “ଅନିର୍ଦ୍ଦିଷ୍ଟ ଭାବରେ”ରେ ଟାପ୍ କରନ୍ତୁ।

  4. ଆପଣଙ୍କ ଲୋକେଶନ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍ରେ ଟାପ୍ କରନ୍ତୁ। (କିମ୍ବା ଯଦି ଆପଣ ନିଜ ମନ ପରିବର୍ତ୍ତନ କରନ୍ତି ତେବେ “ମେସେଜ୍‌ରୁ ଆପ୍ କାଢ଼ି ଦିଅନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ।)

ଆପଣ ବାର୍ତ୍ତାଳାପର ଶୀର୍ଷରେ ଥିବା ବ୍ଯକ୍ତି କିମ୍ବା ଗ୍ରୂପ୍‌ ନାମରେ ଟାପ୍ କରି, ତା’ପରେ “ମୋ ଲୋକେଶନ୍ ଶେୟର୍ କରନ୍ତୁ”ରେ ଟାପ୍ କରି ମଧ୍ଯ ଆପଣଙ୍କ ଲୋକେଶନ୍ ଶେୟର୍ କରିପାରିବେ। ଯଦି ଆପଣ ଏହାକୁ ଏକ ଗ୍ରୂପ୍‌ରେ ଶେୟର୍ କରନ୍ତି ଏବଂ ତା’ପରେ ଗ୍ରୂପ୍‌ରେ ଅନ୍ଯ ଲୋକଙ୍କୁ ଯୋଡ଼ନ୍ତି, ତେବେ ଆପଣ କେଉଁଠାରେ ଅଛନ୍ତି ତାହା ସମସ୍ତଙ୍କୁ ଜଣାଇବା ପାଇଁ ଆପଣ ନିଜ ଲୋକେଶନ୍‌କୁ ପୁନଃ ଶେୟର୍ କରିପାରିବେ।

ଆପଣ ଏକ SMS ବାର୍ତ୍ତାଳାପରେ ଆପଣଙ୍କ ଲୋକେଶନ୍‌ ଶେୟର୍‌ କରିବାକୁ ଚାହୁଁଥିଲେ, ବଦଳରେ ଏକ ପିନ୍ ହୋଇଥିବା ଲୋକେଶନ୍‌ପଠାନ୍ତୁ

କୌଣସି ବ୍ଯକ୍ତିଙ୍କ ସହିତ ଚେକ୍ ଇନ୍ କରିବାକୁ ମେସେଜ୍ ବ୍ଯବହାର କରିବା ପାଇଁ-ଉଦାହରଣ ସ୍ୱରୂପ, ଆପଣ ସୁରକ୍ଷିତ ଭାବେ ନିଜ ଗନ୍ତବ୍ଯ ସ୍ଥଳରେ ପହଞ୍ଚିଛନ୍ତି ବୋଲି ଜଣେ ପରିବାର ସଦସ୍ଯ କିମ୍ବା ବନ୍ଧୁଙ୍କୁ ଜଣାଇବା ପାଇଁ, ଚେକ୍ ଇନ୍ ବ୍ଯବହାର କରି ଆପଣଙ୍କ ବନ୍ଧୁଙ୍କୁ ଆପଣ ପହଞ୍ଚିଛନ୍ତି ବୋଲି ଜଣାନ୍ତୁ।

ଆପଣ ଆପଣଙ୍କ ଲୋକେଶନ୍ ଶେୟର୍ କରିବା ସମୟରେ ମେସେଜ୍ Find My ଆପ୍ ବ୍ଯବହାର କରିଥାଏ। ଆପଣଙ୍କ ଲୋକେଶନ୍‌କିପରି ଶେୟର୍ କରିବେ ଏବଂ କୌଣସି ବ୍ଯକ୍ତିଙ୍କୁ ଖୋଜିବେ ଜାଣନ୍ତୁ।

ପିନ୍ ହୋଇଥିବା ଲୋକେଶନ୍ ପଠାନ୍ତୁ

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ କିମ୍ବା ଏକ ବାର୍ତ୍ତାଳାପ ଖୋଲନ୍ତୁ, “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ଲୋକେଶନ୍‌ରେ ଟାପ୍‌ କରନ୍ତୁ।

  3. ମ୍ଯାପ୍‌ର ଶୀର୍ଷ ବାମରେ ଥିବା “ମ୍ଯାପ୍ ପିନ୍” ବଟନ୍ ଉପରେ ଟାପ୍ କରନ୍ତୁ, ତା’ପରେ ପିନ୍ ସଠିକ୍ ସ୍ଥାନକୁ ନଆସିବା ପର୍ଯ୍ଯନ୍ତ ମ୍ଯାପ୍‌କୁ ଡ୍ରାଗ୍ କରନ୍ତୁ।

  4. “ପିନ୍ ପଠାନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ ଆପଣଙ୍କ ପିନ୍ ପଠାଇବା ପାଇଁ “ପଠାନ୍ତୁ” ବଟନ୍ରେ ଟାପ୍‌ କରନ୍ତୁ।

ଆପଣ ମୂଭ୍ କଲେ ପିନ୍ ହୋଇଥିବା ଲୋକେଶନ୍ ଅପଡେଟ୍ ହୁଏ ନାହିଁ।

ଅନ୍ଯ କୌଣସି ବ୍ଯକ୍ତିଙ୍କ ଲୋକେଶନ୍ ପଚାରନ୍ତୁ

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ନୂଆ ମେସେଜ୍ ଆରମ୍ଭ କରନ୍ତୁ କିମ୍ବା ଅନ୍ଯ ଜଣେ ବ୍ଯକ୍ତିଙ୍କ ସହ ବାର୍ତ୍ତାଳାପ ଖୋଲନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • “ଆପ୍” ବଟନ୍‌ରେ ଟାପ୍‌ କରନ୍ତୁ, ଲୋକେଶନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଅନୁରୋଧ କରନ୍ତୁ’ରେ ଟାପ୍‌ କରନ୍ତୁ।

    • “ଆପଣ କେଉଁଠି ଅଛନ୍ତି?” ପ୍ରଶ୍ନ ସହ ଶେଷ ହେଉଥିବା ଏକ ମେସେଜ୍ ପଠାନ୍ତୁ ଏହାପରେ “ଲୋକେଶନ୍‌ ଅନୁରୋଧ କରନ୍ତୁ” (କୀ’ବୋର୍ଡ୍‌ ଉପରେ)ରେ ଟାପ୍ କରନ୍ତୁ।

    • ସେହି ବ୍ଯକ୍ତିଙ୍କ ନାମରେ ଟାପ୍ କରନ୍ତୁ ଯାହାର ଲୋକେଶନ୍ ଆପଣ ବାର୍ତ୍ତାଳାପର ଶୀର୍ଷରେ ଦେଖିବାକୁ ଚାହୁଁଛନ୍ତି, ତା’ପରେ “ଲୋକେଶନ୍‌ ଅନୁରୋଧ କରନ୍ତୁ”ରେ ଟାପ୍ କରନ୍ତୁ।

  3. ଆପଣଙ୍କ ଅନୁରୋଧ ପଠାଇବା ପାଇଁ “ପଠାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

କୌଣସି ବ୍ଯକ୍ତି ଆପଣଙ୍କ ସହ ନିଜର ଲୋକେଶନ୍ ଶେୟର୍‌ କରିବା ପରେ, ବାର୍ତ୍ତାଳାପର ଶୀର୍ଷରେ ତାଙ୍କର ଲୋକେଶନ୍‌ ତାଙ୍କ ନାମ ତଳେ ଦେଖାଯାଏ। ଏକ ମ୍ଯାପ୍‌ରେ ସେମାନେ କେଉଁଠାରେ ଅଛନ୍ତି ଦେଖିବାକୁ ସେମାନଙ୍କ ନାମରେ ଟାପ୍ କରନ୍ତୁ। ମ୍ଯାପ୍‌ ବଡ଼ କରିବାକୁ ସେଥିରେ ଟାପ୍ କରନ୍ତୁ।

ଆପଣ ଖୋଜୁଥିବା ବ୍ୟକ୍ତିଙ୍କ ଆଖପାଖରେ ଥିଲେ ଏବଂ ଆପଣ ଦୁହେଁ ଏକ iPhone 15 କିମ୍ୱା ପରବର୍ତ୍ତୀ ମଡେଲ୍ ବ୍ୟବହାର କରୁଥିଲେ, ଆପଣ ସେମାନଙ୍କ ଲୋକେଶନ୍‌ର ସଠିକ୍ ଦିଗନିର୍ଦ୍ଦେଶ ପାଇବା ପାଇଁ Find My ବ୍ୟବହାର କରିପାରିବେ। ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ “ପ୍ରିସିସନ୍‌ ଫାଇଣ୍ଡିଂ” ବ୍ଯବହାର କରନ୍ତୁ ଦେଖନ୍ତୁ।

ଜଣେ ବନ୍ଧୁଙ୍କୁ ସାକ୍ଷାତ କରନ୍ତୁ

ଯଦି ଆପଣ ଏବଂ ଜଣେ ବନ୍ଧୁ ଉଭୟ ଏକ ସମର୍ଥିତ ମଡେଲ୍, ବ୍ଯବହାର କରୁଛନ୍ତି, ତେବେ ପରସ୍ପରର ନିକଟବର୍ତ୍ତୀ ଥିବା ସମୟରେ ତାଙ୍କ ଲୋକେଶନ୍‌ର ସଠିକ୍ ଦିଗନିର୍ଦ୍ଦେଶ ପାଇବା ପାଇଁ “ଖୋଜାଖୋଜି” ବ୍ଯବହାର କରିପାରିବେ। ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁ “ପ୍ରିସିସନ୍‌ ଫାଇଣ୍ଡିଂ” ବ୍ଯବହାର କରନ୍ତୁ ଦେଖନ୍ତୁ।

“ପ୍ରିସିସନ୍ ଫାଇଣ୍ଡିଂ” ବ୍ଯବହାର କରି ଶେୟର୍ କରାଯାଇଥିବା ଲୋକେଶନ୍ ସହିତ ଏକ ମେସେଜ୍ ବାର୍ତ୍ତାଳାପ।

ଆପଣଙ୍କ ଲୋକେଶନ୍ ଶେୟର୍ କରିବା ବନ୍ଦ କରନ୍ତୁ

  1. ଆପଣଙ୍କ iPhoneରେ ମେସେଜ୍‌ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପ ଖୋଲନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • ଆପଣଙ୍କ ଶେୟର୍ କରାଯାଇଥିବା ଲୋକେଶନ୍ ଥିବା ମେସେଜ୍‌ରେ ଟାପ୍‌ କରନ୍ତୁ, ତା’ପରେ “ମୋ ଲୋକେଶନ୍ ଶେୟର୍ କରିବା ବନ୍ଦ କରନ୍ତୁ”ରେ ଟାପ୍‌ କରନ୍ତୁ।

    • ଆପଣ ବାର୍ତ୍ତାଳାପର ଶୀର୍ଷରେ ସେହି ବ୍ଯକ୍ତିଙ୍କ ନାମରେ ଟାପ୍‌ କରନ୍ତୁ ଯାହା ସହ ଆପଣ ଲୋକେଶନ୍ ଶେୟର୍ କରୁଛନ୍ତି, ତା’ପରେ ଶେୟର୍ କରିବା ବନ୍ଦ କରନ୍ତୁ କିମ୍ବା “ମୋ ଲୋକେଶନ୍ ଶେୟର୍ କରିବା ବନ୍ଦ କରନ୍ତୁ”ରେ ଟାପ୍‌ କରନ୍ତୁ।

ବାର୍ତ୍ତାଳାପରେ ଥିବା ପୂର୍ବବର୍ତ୍ତୀ ବବଲ୍‌ରେ ଆଉ ଏକ ମ୍ଯାପ୍‌ ପ୍ରଦର୍ଶିତ ହେଉନାହିଁ।

ଧ‍୍ୟାନ ଦିଅନ୍ତୁ: ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଲୋକେଶନ୍ ଶେୟରିଂ କରୁଥିବା ଲୋକଙ୍କୁ ଖୋଜିବା ଉପଲବ୍ଧ ନାହିଁ। ଯଦି ଆପଣ ଲୋକେଶନ୍ ଶେୟର୍ କରିବା ସେଟ୍ ଅପ୍ କରିଛନ୍ତି ଏବଂ ଅନ୍ଯମାନେ ତଥାପି ଆପଣଙ୍କ ଲୋକେଶନ୍ ଦେଖିପାରୁ ନାହାନ୍ତୁ, ତେବେ ଆପଣ ଆକ୍ସେସ୍ ପାଇଁ ଅନୁମତି ଦେଇଥିବା ନିଶ୍ଚିତ କରନ୍ତୁ। ସେଟିଂସ୍  > ଗୋପନୀୟତା ଓ ସୁରକ୍ଷା > ଲୋକେଶନ୍ ସେବା > Find Myକୁ ଯାଆନ୍ତୁ, ତା’ପରେ ଏକ ବିକଳ୍ପ ବାଛନ୍ତୁ। ଆପଣ ଶେୟର୍ କରୁଥିବା ଲୋକେଶନ୍ ସୂଚନା ନିୟନ୍ତ୍ରଣ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.