ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ନୋଟ୍‌ର‌ ଭିୟ୍ଯୁକୁ ବଦଳାନ୍ତୁ

ନୋଟ୍ ଆପ୍ ରେ ଆପଣଙ୍କ ନୋଟ୍ କିପରି ଦେଖାଯିବ ତାହା ଆପଣ ବଦଳାଇ ପାରିବେ। ଆପଣଙ୍କ ନୋଟ୍‌ରେ ଲାଇନ୍ କିମ୍ବା ଗ୍ରିଡ୍ ଯୋଡ଼ନ୍ତୁ, ଆପଣଙ୍କ ନୋଟ୍‌ଗୁଡ଼ିକୁ ଏକ ଲିଷ୍ଟ୍ କିମ୍ବା ଗ୍ଯାଲେରି ଭାବେ ଦେଖନ୍ତୁ ଏବଂ ସବୁ ଆଟାଚ୍‌ମେଣ୍ଟ୍‌କୁ ଗୋଟିଏ ସ୍ଥାନରେ ଦେଖନ୍ତୁ।

ନୋଟ୍‌ରେ ଲାଇନ୍ କିମ୍ବା ଗ୍ରିଡ୍ ଦେଖାଇବା ପାଇଁ

  • ଏକ ବିଦ୍ଯମାନ ନୋଟ୍‌ରେ: "ନୋଟ୍ ଆକ୍ସନ୍” ବଟନ୍‌ରେ ଟାପ୍‌ କରନ୍ତୁ, ଲାଇନ୍‌ ଏବଂ ଗ୍ରିଡ୍ ଉପରେ ଟାପ୍‌ କରନ୍ତୁ, ତା'ପରେ ଏକ ଷ୍ଟାଇଲ୍ ବାଛନ୍ତୁ।

  • ସମସ୍ତ ନୂଆ ନୋଟ୍‌ରେ: ସେଟିଂସ୍‌  > ଆପ୍ > ନୋଟ୍‌କୁ ଯାଆନ୍ତୁ, ତା’ପରେ “ରେଖା ଓ ଗ୍ରିଡ୍” ଉପରେ ଟାପ୍ କରନ୍ତୁ।

ନୋଟ୍‌ଗୁଡ଼ିକୁ ଏକ ଲିଷ୍ଟ୍ କିମ୍ବା ଗ୍ଯାଲେରି ଭାବରେ ଦେଖନ୍ତୁ

ନୋଟ୍‌ଗୁଡ଼ିକର ଫୋଲ୍ଡର୍ ଦେଖୁଥିବା ସମୟରେ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ ”ଲିଷ୍ଟ୍‌ ଭାବରେ ଦେଖନ୍ତୁ” କିମ୍ବା “ଗ୍ୟାଲେରୀ ଭାବରେ ଦେଖନ୍ତୁ” ରେ ଟାପ୍‌ କରନ୍ତୁ।

ସମସ୍ତ ଆଟାଚ୍‌ମେଣ୍ଟ୍‌ ଦେଖନ୍ତୁ

ନୋଟ୍‌ର ଗୋଟିଏ ଫୋଲ୍ଡର୍ ଦେଖୁଥିବା ସମୟରେ "ଫୋଲ୍ଡର୍ ଆକ୍ସନ୍" ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ”ଆଟାଚ୍‌ମେଣ୍ଟ୍‌ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.