ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ରୋଟର୍‌ ବ୍ଯବହାର କରି VoiceOver ନିୟନ୍ତ୍ରଣ କରନ୍ତୁ

VoiceOver କିପରି କାର୍ଯ୍ଯ କରିବ ତାହା ପରିବର୍ତ୍ତନ କରିବା ପାଇଁ ଆପଣ ଅନ୍‌ସ୍କ୍ରୀନ୍‌ VoiceOver ରୋଟର୍ ବ୍ଯବହାର କରିପାରିବେ। ଆପଣ VoiceOver ଭଲ୍ଯୂମ୍‌ କିମ୍ବା କହିବାର ହାରକୁ ଆଡ୍‌ଜଷ୍ଟ୍‌, ଗୋଟିଏ ଆଇଟମ୍‌ରୁ ସ୍କ୍ରୀନ୍‌ରେ ଥିବା ପରବର୍ତ୍ତୀ ଆଇଟମ୍‌ ପର୍ଯ୍ଯନ୍ତ ମୂଭ୍‌, ବ୍ରେଲ୍ ସ୍କ୍ରୀନ୍ ଇନ୍‌ପୁଟ୍‌ କିମ୍ବା ହାତଲେଖା ଭଳି ବିଶେଷ ଇନ୍‌ପୁଟ୍ ପଦ୍ଧତି ଚୟନ ଇତ୍ଯାଦି କରିପାରିବେ।

ସ୍ପୀକିଂ ରେଟ୍ ସେଟିଂକୁ ନିର୍ଦ୍ଦେଶ କରୁଥିବା ଡାୟଲ୍ ସହିତ ରୋଟର୍ କଣ୍ଟ୍ରୋଲ୍।

ଆପଣ VoiceOverକୁ ନିୟନ୍ତ୍ରଣ କରିବା ପାଇଁ ମ୍ଯାଜିକ୍ କୀ’ବୋର୍ଡ୍‌ର ବ୍ୟବହାର କୁଥିବା ସମୟରେ, ଭଲ୍ଯୂମ୍‌, ସ୍ପୀଚ୍ ରେଟ୍, ପିଚ୍ କିମ୍ବା ଫୋନେଟିକ୍ସ୍‌ର ବ୍ୟବହାର, ଇକୋ ଟାଇପ୍ କରିବା ଏବଂ ଵିରାମ ଚିହ୍ନ ପଢ଼ିବା ଭଳି ସେଟିଂସ୍‌କୁ ଆଡ୍‌ଜଷ୍ଟ୍‌ କରିବା ପାଇଁ ରୋଟର୍ ବ୍ୟବହାର କରନ୍ତୁ।

VoiceOver ରୋଟର୍ ବ୍ଯବହାର କରନ୍ତୁ

  1. ଯେତେବେଳେ VoiceOver ଚାଲୁ ଥାଏ, ଆପଣଙ୍କ ସ୍କ୍ରୀନ୍‌ରେ ଦୁଇଟି ଆଙ୍ଗୁଠି ଏପରି ଘୁରାନ୍ତୁ ଯେପରି ଆପଣ ଏକ ଡାଏଲ୍ ବୁଲାଉଛନ୍ତି। ଯଦି ଆପଣ ପ୍ରତ୍ୟେକ ହାତରେ ଗୋଟିଏ ଆଙ୍ଗୁଠି ବ୍ୟବହାର କରିବାକୁ ପସନ୍ଦ କରନ୍ତି, ଏକା ସାଂଗରେ ଗୋଟିଏ ଆଙ୍ଗୁଠିରେ ଉପରକୁ ଡ୍ରାଗ୍ କରନ୍ତୁ ଏବଂ ଅନ୍ୟ ଆଙ୍ଗୁଠିରେ ତଳକୁ ଡ୍ରାଗ୍ କରନ୍ତୁ।

    VoiceOver ରୋଟର୍ ସେଟିଂ କହୁଛି। ଅଧିକ ସେଟିଂସ୍ ଶୁଣିବା ପାଇଁ ନିଜ ଆଙ୍ଗୁଠିକୁ ଘୁରାଇବା ଜାରି ରଖନ୍ତୁ। ଆପଣ ଚାହୁଁଥିବା ସେଟିଂ ଶୁଣିବା ପରେ ନିଜ ଆଙ୍ଗୁଠିକୁ ଘୁରାଇବା ବନ୍ଦ କରନ୍ତୁ।

  2. ସେଟିଂ ବ୍ୟବହାର କରିବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ସ୍କ୍ରୀନ୍‌ରେ ଉପରକୁ କିମ୍ବା ତଳକୁ ସ୍ୱାଇପ୍ କରନ୍ତୁ।

    ଉପଲବ୍ଧ ରୋଟର୍ ସେଟିଂସ୍ ଏବଂ ସେଗୁଡ଼ିକର ଇଫେକ୍ଟ୍‌ ଆପଣ କ’ଣ କରୁଛନ୍ତି ତାହା ଉପରେ ନିର୍ଭର କରେ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ୱେବ୍ ପେଜ୍ ବ୍ରାଉଜିଂ ସମୟରେ ହେଡିଂ ବାଛନ୍ତି, ତେବେ VoiceOver କର୍ସର୍‌କୁ ପରବର୍ତ୍ତୀ କିମ୍ୱା ପୂର୍ବବର୍ତ୍ତୀ ହେଡିଂକୁ ମୂଭ୍ କରିବା ପାଇଁ ତଳକୁ କିମ୍ବା ଉପରକୁ ସ୍ୱାଇପ୍ କରନ୍ତୁ।

VoiceOver ରୋଟର୍ କଷ୍ଟମାଇଜ୍ କରନ୍ତୁ

  1. ସେଟିଂସ୍  > ଆକ୍ସେସିବିଲିଟି > VoiceOverକୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ରୋଟର୍ ସେଟିଂସ୍ ଯୋଡ଼ନ୍ତୁ କିମ୍ବା କ୍ରମବଦ୍ଧ କରନ୍ତୁ: ରୋଟର୍‌ରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଚାହୁଁଥିବା ସେଟିଂସ୍ ବାଛନ୍ତୁ କିମ୍ବା ସେଟିଂସ୍ ପୁଣି ଅର୍ଡର୍‌ କରିବାକୁ “ରିଅର୍ଡର୍ କରନ୍ତୁ” ବଟନ୍‌ ଡ୍ରାଗ୍ କରନ୍ତୁ।

    • ରୋଟର୍‌ରେ ଆଉ ଏକ ଭଏସ୍ ଯୋଡ଼ନ୍ତୁ: କଥାବାର୍ତ୍ତା କରୁଥିବା ଭଏସ୍ ବଦଳାନ୍ତୁ ଦେଖନ୍ତୁ।

    • VoiceOverରେ ରୋଟର୍ ଆକ୍ସନ୍‌ ସୁନିଶ୍ଚିତ କରନ୍ତୁ: ଭର୍ବୋସିଟିରେ ଟାପ୍‌ କରନ୍ତୁ, ତା’ପରେ “ସ୍ପୀକ୍‌ ନିଶ୍ଚିତୀକରଣ” ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.