ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ Touch ID ସେଟ୍ ଅପ୍ କରନ୍ତୁ

iPhoneକୁ ସୁରକ୍ଷିତ ଏବଂ ସୁବିଧାଜନକ ଭାବରେ ଅନ୍‌ଲକ୍ କରିବା, କ୍ରୟ ଏବଂ ପେମେଣ୍ଟ୍‌କୁ ଅଧିକୃତ କରିବା ଏବଂ ଆପଣଙ୍କ ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠିରେ ହୋମ୍ ବଟନ୍‌କୁ ଦବାଇ ଅନେକ ତୃତୀୟ-ପକ୍ଷ ଆପ୍‌ରେ ସାଇନ୍ ଇନ୍ କରିବା ପାଇଁ Touch ID (ସମର୍ଥିତ ମଡେଲ୍‌) ବ୍ୟବହାର କରନ୍ତୁ

Touch ID ବ୍ଯବହାର କରିବାକୁ, ଆପଣ ନିଜ iPhoneରେ ଏକ ପାସ୍‌କୋଡ୍‌ ସେଟ୍ ଅପ୍‌ କରିବା ଆବଶ୍ଯକ।

Touch ID ଚାଲୁ କରନ୍ତୁ

  1. ସେଟିଂସ୍ > Touch ID ଏବଂ ପାସ୍‌କୋଡ୍‌କୁ ଯାଆନ୍ତୁ।

  2. Touch ID ବ୍ୟବହାର କରି ନିମ୍ନରେ ଦିଆଯାଇଥିବା କୌଣସି ବିକଳ୍ପ ଚାଲୁ କରନ୍ତୁ, ତା'ପରେ ଅନ୍‌ସ୍କ୍ରୀନ୍‌ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଯଦି ଆପଣ iTunes ଓ App Store ଚାଲୁ କରନ୍ତି, ତେବେ ଆପଣ App Store, Apple Books କିମ୍ବା iTunes Storeରୁ ଆପଣଙ୍କର ପ୍ରଥମ କ୍ରୟ କରିବା ସମୟରେ ଆପଣଙ୍କୁ ଆପଣଙ୍କ Apple ଆକାଉଣ୍ଟ୍‌ର ପାସ୍‌ଓ୍ବର୍ଡ୍‌ ଦେବା ପାଇଁ କୁହାଯିବ। ଆପଣ ନିଜ ପରବର୍ତ୍ତୀ କ୍ରୟ କରିବା ସମୟରେ ଆପଣଙ୍କୁ Touch ID ବ୍ୟବହାର କରିବାକୁ କୁହାଯିବ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ Touch ID ବ୍ୟବହାର କରି ଟିପଚିହ୍ନ ଯୋଡିପାରିବେ ନାହିଁ କିମ୍ୱା ଆପଣଙ୍କ iPhone ଅନ୍‌ଲକ୍ କରିପାରିବେ ନାହିଁ, ତେବେ Apple ସହାୟତା ଆର୍ଟିକଲ୍‌ ଯଦି Touch ID ଆପଣଙ୍କ iPhone କିମ୍ୱା iPadରେ କାର୍ଯ୍ଯ କରୁନାହିଁ ଦେଖନ୍ତୁ।

Touch ID କେବେ ବ୍ୟବହାର କରିବେ ବାଛନ୍ତୁ

ଆପଣ ନିଜର iPhone ଅନ୍‌ଲକ୍ କରିବା, ପେମେଣ୍ଟ୍‌ ଅଧିକୃତ କରିବା, ସ୍ୱୟଂଚାଳିତ ଭାବେ ପାସ୍‌ଓ୍ବର୍ଡ୍‌ ପୂରଣ କରିବା ଏବଂ ପାସୱାର୍ଡ୍ ଦ୍ବାରା-ସୁରକ୍ଷିତ ଆପ୍‌ ଖୋଲିବା ପାଇଁ Touch ID ବ୍ୟବହାର କରିପାରିବେ।

ସେଟିଂସ୍‌  > Touch ID ଓ ପାସ୍‌କୋଡ୍‌କୁ ଯାଆନ୍ତୁ, ତା’ପରେ “Face ID ବ୍ୟବହାର କରନ୍ତୁ” ନିମ୍ନରେ ଥିବା ବିକଳ୍ପଗୁଡ଼ିକ ଚାଲୁ କରନ୍ତୁ।

ଟିପଚିହ୍ନ ଯୋଡ଼ନ୍ତୁ

ଆପଣ ଏକାଧିକ ଟିପଚିହ୍ନ (ଉଦାହରଣ ସ୍ୱରୂପ, ଆପଣଙ୍କ ଉଭୟ ବୁଢ଼ା ଆଙ୍ଗୁଠି ଏବଂ ତର୍ଜନୀ ଆଙ୍ଗୁଠି) ଯୋଡ଼ିପାରିବେ।

  1. ସେଟିଂସ୍ > Touch ID ଏବଂ ପାସ୍‌କୋଡ୍‌କୁ ଯାଆନ୍ତୁ।

  2. “ଟିପଚିହ୍ନ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ।

  3. ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଟିପଚିହ୍ନର ନାମ ଦିଅନ୍ତୁ କିମ୍ବା ଏହାକୁ ଡିଲିଟ୍ କରନ୍ତୁ

  1. ସେଟିଂସ୍ > Touch ID ଏବଂ ପାସ୍‌କୋଡ୍‌କୁ ଯାଆନ୍ତୁ।

    ଯଦି ଆପଣ ଏକାଧିକ ଟିପଚିହ୍ନ ଯୋଡ଼ିଛନ୍ତି, ଏହାର ପ୍ରିଣ୍ଟ୍‌କୁ ଚିହ୍ନଟ କରିବା ପାଇଁ ହୋମ୍ ବଟନ୍ ଉପରେ ଏକ ଆଙ୍ଗୁଠି ରଖନ୍ତୁ।

  2. ଟିପଚିହ୍ନରେ ଟାପ୍‌ କରନ୍ତୁ, ତା’ପରେ ଏକ ନାମ ଲେଖନ୍ତୁ (ଯେପରିକି “ବୁଢ଼ା ଆଙ୍ଗୁଠି”) କିମ୍ବା “ଟିପଚିହ୍ନ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

Touch ID ବନ୍ଦ କରନ୍ତୁ

ସେଟିଂସ୍‌  > Touch ID ଓ ପାସ୍‌କୋଡ୍‌କୁ ଯାଆନ୍ତୁ, ତା’ପରେ ଏକ କିମ୍ବା ଅଧିକ ବିକଳ୍ପକୁ ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.