ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ମ୍ଯୁଜିକ୍‌ଯୋଡ଼ନ୍ତୁ ଏବଂ ଅଫ୍‌ଲାଇନ୍‌ରେ ଶୁଣନ୍ତୁ

ଯେତେଶୀଘ୍ର ଆପଣ Apple Music କୁ ସବ୍‌ସ୍କ୍ରାଇବ୍‌ କରିବେ, ସେତେଶୀଘ୍ର ଆପଣ Apple Musicରୁ ଗୀତ ଏବଂ ଭିଡିଓକୁ ଆପଣଙ୍କ ମ୍ଯୁଜିକ୍‌ ଲାଇବ୍ରେରୀରେ ଯୋଡ଼ିପାରିବେ ଏବଂ ଡାଉନ୍‌ଲୋଡ୍‌ କରିପାରିବେ। ଇଣ୍ଟର୍‌ନେଟ୍‌ ସଂଯୋଗ ଥିବା ସମୟରେ ଆପଣ iPhoneରେ ଯୋଡ଼ୁଥିବା ମ୍ଯୁଜିକ୍‌କୁ ଆପଣ ଷ୍ଟ୍ରୀମିଂ କରିପାରିବେ। ଆପଣ ଇଣ୍ଟର୍‌ନେଟ୍‌ ସହିତ ସଂଯୁକ୍ତ ନଥିବା ସମୟରେ ମ୍ଯୁଜିକ୍‌ ଚଲାଇବା ପାଇଁ, ଆପଣଙ୍କୁ ପ୍ରଥମେ ଏହାକୁ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ।

Apple Musicରୁ ଆପଣଙ୍କ ଲାଇବ୍ରେରୀରେ ମ୍ଯୁଜିକ୍‌ ଯୋଡ଼ନ୍ତୁ

  1. ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍‌ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଗୀତ, ଆଲ୍‌ବମ୍‌, ପ୍ଲେଲିଷ୍ଟ୍ କିମ୍ବା ଭିଡିଓକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ “ଲାଇବ୍ରେରୀରେ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

    • ଏକ ଆଲ୍‌ବମ୍‌ କିମ୍ବା ପ୍ଲେଲିଷ୍ଟ୍‌ର ବିଷୟବସ୍ତୁ ଦେଖିବା ସମୟରେ, ଆଲ୍‌ବମ୍‌ କିମ୍ବା ପ୍ଲେଲିଷ୍ଟ୍‌ ଯୋଡ଼ିବା ପାଇଁ ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଯୋଡ଼ନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ କିମ୍ବା ଏକ ଗୀତ ପାଖରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ସେହି ଗୀତ ଯୋଡ଼ିବା ପାଇଁ ଲାଇବ୍ରେରିରେ “ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

    • ”ବର୍ତ୍ତମାନ ଚାଲୁଛି” ସ୍କ୍ରୀନ୍‌ରେ “ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ଲାଇବ୍ରେରୀରେ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ।

ଯଦି ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଛନ୍ତି ଏବଂ “ଲାଇବ୍ରେରି ସିଙ୍କ୍ କରନ୍ତୁ” ଚାଲୁ ଅଛି, ତେବେ ଆପଣ iPhoneରେ ଯୋଡ଼ିଥିବା ମ୍ଯୂଜିକ୍‌ ଅନ୍ୟ ଡିଭାଇସ୍‌ରେ ମଧ‍୍ୟ ଯୋଡ଼ାଯାଇଛି (ସେଟିଂସ୍‌  > ଆପ୍‌ > ମ୍ଯୂଜିକ୍‌କୁ ଯାଆନ୍ତୁ, ତା’ପରେ “ଲାଇବ୍ରେରି ସିଙ୍କ୍ କରନ୍ତୁ” ଚାଲୁ କରନ୍ତୁ)।

Apple Musicରୁ ଆପଣଙ୍କ iPhoneରେ ମ୍ଯୁଜିକ୍‌ ଡାଉନ୍‌ଲୋଡ୍‌ କରନ୍ତୁ

ଆପଣ Apple Musicରୁ ଆପଣଙ୍କ ଲାଇବ୍ରେରିରେ ମ୍ଯୂଜିକ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ, ଆପଣଙ୍କୁ “ଲାଇବ୍ରେରି ସିଙ୍କ୍‌ କରନ୍ତୁ” ଚାଲୁ କରିବାକୁ ପଡ଼ିବ। ସେଟିଂସ୍‌  > ଆପ୍‌ > ମ୍ଯୂଜିକ୍‌କୁ ଯାଆନ୍ତୁ, ତା’ପରେ “ଲାଇବ୍ରେରି ସିଙ୍କ୍ କରନ୍ତୁ” ଚାଲୁ କରନ୍ତୁ। ଏହାପରେ ମ୍ଯୁଜିକ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ ଏହି ଷ୍ଟେପ୍‌ ଅନୁସରଣ କରନ୍ତୁ।

  1. ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍‌ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ଏକ ଗୀତ, ଆଲ୍‌ବମ୍‌ କିମ୍ବା ପ୍ଲେଲିଷ୍ଟ୍ ଡାଉନ୍‌ଲୋଡ୍‌ କରନ୍ତୁ: ଆପଣଙ୍କ ଲାଇବ୍ରେରୀରେ ଯୋଡ଼ାଯାଇଥିବା ମ୍ଯୁଜିକ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଡାଉନ୍‌ଲୋଡ୍‌ରେ ଟାପ୍ କରନ୍ତୁ।

      ଆପଣ ଏକ ପ୍ଲେଲିଷ୍ଟ୍‌ କିମ୍ବା ଆଲ୍‌ବମ୍‌ ଯୋଡ଼ିଲା ପରେ, ଆପଣ ସ୍କ୍ରୀନ୍‌ରେ “ଡାଉନ୍‌ଲୋଡ୍‌ କରନ୍ତୁ” ବଟନ୍ରେ ଟାପ୍‌ କରିପାରିବେ।

    • ସର୍ବଦା ମ୍ଯୁଜିକ୍‌ ଡାଉନ୍‌ଲୋଡ୍‌ କରନ୍ତୁ: ସେଟିଂସ୍‌ > ଆପ୍‌ > ମ୍ଯୁଜିକ୍‌କୁ ଯାଆନ୍ତୁ, ତା’ପରେ ସ୍ବୟଂଚାଳିତ ଡାଉନ୍‌ଲୋଡ୍‌ ଚାଲୁ କରନ୍ତୁ।

      ଆପଣ ଯୋଡ଼ୁଥିବା ଗୀତ ସ୍ବୟଂଚାଳିତ ଭାବରେ iPhoneରେ ଡାଉନ୍‌ଲୋଡ୍‌ ହୋଇଥାଏ।

    • ଡାଉନ୍‌ଲୋଡ୍‌ ପ୍ରଗତି ଦେଖନ୍ତୁ: ଲାଇବ୍ରେରି ସ୍କ୍ରୀନ୍‌ରେ ଡାଉନ୍‌ଲୋଡ୍‌ ହୋଇଥିବା ମ୍ଯୂଜିକ୍‌ରେ‌ ଟାପ୍ କରନ୍ତୁ, ତା’ପରେ “ଡାଉନ୍‌ଲୋଡ୍‌ ହେଉଛି”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଡାଉନ୍‌ଲୋଡ୍‌ କରୁଥିବା ମ୍ଯୁଜିକ୍‌ Dolby Atmosରେ ଉପଲବ୍ଧ ଅଛି, ତେବେ ଆଇଟମ୍‌ର ପାର୍ଶ୍ୱରେ Dolby ଆଇକନ୍ ଦେଖାଯିବ ଏବଂ ଆପଣ ଏହାକୁ Dolby Atmos କିମ୍ବା ଷ୍ଟେରିଓରେ ଡାଉନ୍‌ଲୋଡ୍‌ କରିପାରିବେ। Dolby Atmosରେ ଉପଲବ୍ଧ ଥିବା ସମୟରେ ମ୍ଯୁଜିକ୍‌ ଡାଉନ୍‌ଲୋଡ୍‌ କରିବାକୁ, ସେଟିଂସ୍‌ > Apps > ମ୍ଯୁଜିକ୍‌କୁ ଯାଆନ୍ତୁ, ତା’ପରେ Dolby Atmosରେ “ଡାଉନ୍‌ଲୋଡ୍‌ କରନ୍ତୁ” ଚାଲୁ କରନ୍ତୁ। Dolby Atmos ମ୍ଯୁଜିକ୍‌ ଚଲାନ୍ତୁ ଦେଖନ୍ତୁ।

ଆପଣଙ୍କ ଲାଇବ୍ରେରୀରୁ ମ୍ଯୁଜିକ୍‌ ଡିଲିଟ୍ କରନ୍ତୁ

  1. ଆପଣଙ୍କ iPhoneରେ ଥିବା ମ୍ଯୁଜିକ୍‌ ଆପ୍ କୁ ଯାଆନ୍ତୁ।

  2. ଗୀତ, ଆଲ୍‌ବମ୍‌, ପ୍ଲେଲିଷ୍ଟ୍ କିମ୍ବା ମ୍ଯୁଜିକ୍‌ ଭିଡିଓକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, ତା’ପରେ ଲାଇବ୍ରେରିରୁ ଡିଲିଟ୍ ଉପରେ ଟାପ୍ କରନ୍ତୁ।

ଷ୍ଟୋରେଜ୍ ସ୍ପେସ୍ ପରିଚାଳନା କରନ୍ତୁ

ଷ୍ଟୋରେଜ୍ ସ୍ପେସ୍ ପରିଚାଳନା କରିବା ପାଇଁ, ନିମ୍ନଲିଖିତ ମଧ‍୍ୟରୁ କୌଣସି ଗୋଟିଏ କରନ୍ତୁ:

  • iPhoneରେ ଷ୍ଟୋର୍ ହୋଇଥିବା ମ୍ଯୁଜିକ୍‌ ଏବଂ ଭିଡିଓକୁ କାଢ଼ି ଦିଅନ୍ତୁ: ଆପଣଙ୍କ iPhoneରେ ମ୍ଯୁଜିକ୍‌ ଆପ୍‌କୁ ଯାଆନ୍ତୁ, ଏକ ଗୀତ, ଆଲ୍‌ବମ୍, ପ୍ଲେଲିଷ୍ଟ୍‌, ମ୍ଯୁଜିକ୍‌ ଭିଡିଓ, TV ଶୋ’ କିମ୍ବା ଆପଣ ଡାଉନ୍‌ଲୋଡ୍‌ କରିଥିବା ମୂଭିକୁ ସ୍ପର୍ଶ କରି ହୋଲ୍ଡ୍‌ କରନ୍ତୁ, “କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ, ତା’ପରେ “ଡାଉନ୍‌ଲୋଡ୍‌ କାଢ଼ି ଦିଅନ୍ତୁ”ରେ ଟାପ୍‌ କରନ୍ତୁ।

    ଆଇଟମ୍‌କୁ iPhoneରୁ କାଢ଼ି ଦିଆଯାଇଛି କିନ୍ତୁ ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ଥିବା ଆପଣଙ୍କ ମ୍ଯୁଜିକ୍‌ ‌ଲାଇବ୍ରେରୀରୁ ନୁହେଁ।

  • ମ୍ଯୁଜିକ୍‌ ଷ୍ଟୋରେଜ୍ ଖାଲି କରନ୍ତୁ: ଯଦି iPhoneରେ ଷ୍ଟୋରେଜ୍ ସ୍ପେସ୍ କମ୍ ଥାଏ, ତେବେ ଆପଣ କିଛି ସମୟ ଧରି ଚଲାଇ ନଥିବା ଡାଉନ୍‌ଲୋଡ୍‌ ହୋଇଥିବା ମ୍ଯୁଜିକ୍‌କୁ ସ୍ବୟଂଚାଳିତ ଭାବରେ କାଢ଼ି ପାରିବେ। ସେଟିଂସ୍‌  > ଆପ୍‌ > ମ୍ଯୁଜିକ୍‌ > “ଷ୍ଟୋରେଜ୍ ଅପ୍ଟିମାଇଜ୍‌ କରନ୍ତୁ”କୁ ଯାଆନ୍ତୁ।

  • iPhoneରୁ ସମସ୍ତ ଗୀତ କିମ୍ବା ନିର୍ଦ୍ଦିଷ୍ଟ କଳାକାରଙ୍କୁ କାଢ଼ି ଦିଅନ୍ତୁ: ସେଟିଂସ୍‌ > ଆପ୍‌ > ମ୍ଯୁଜିକ୍‌ > ମ୍ଯୁଜିକ୍‌ “ଡାଉନ୍‌ଲୋଡ୍‌ ହୋଇଛି”କୁ ଯାଆନ୍ତୁ, “ଏଡିଟ୍‌ କରନ୍ତୁ”ରେ ଟାପ୍‌ କରନ୍ତୁ, ସମସ୍ତ ଗୀତ କିମ୍ବା କଳାକାରଙ୍କ ନିକଟରେ ଥିବା “ଡିଲିଟ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ ଯାହାର ମ୍ଯୁଜିକ୍‌କୁ ଆପଣ ଡିଲିଟ୍‌ କରିବାକୁ ଚାହାଁନ୍ତି।

  • iPhoneରୁ ସବୁ Apple Musicର ଗୀତକୁ କାଢ଼ି ଦିଅନ୍ତୁ: ସେଟିଂସ୍‌ > ଆପ୍‌ > ମ୍ଯୂଜିକ୍‌କୁ ଯାଆନ୍ତୁ, ତା’ପରେ “ଲାଇବ୍ରେରି ସିଙ୍କ୍ କରନ୍ତୁ” ବନ୍ଦ କରନ୍ତୁ।

    iPhoneରୁ ଗୀତଗୁଡ଼ିକୁ କାଢ଼ି ଦିଆଯାଏ କିନ୍ତୁ ସେଗୁଡ଼ିକ ଆପଣଙ୍କ ଅନ୍ଯ ଡିଭାଇସ୍‌ରେ ମ୍ଯୁଜିକ୍‌ ଲାଇବ୍ରେରୀରେ ରହିଥାଏ। ଆପଣ କ୍ରୟ କରିଥିବା କିମ୍ବା ସିଙ୍କ୍ କରିଥିବା ମ୍ଯୁଜିକ୍‌ ମଧ‍୍ୟ ବାକି ଅଛି।

ମ୍ଯୁଜିକ୍‌ ପାଇଁ ମୋବାଇଲ୍ ଡେଟାର ବିକଳ୍ପ ବାଛନ୍ତୁ

  1. ସେଟିଂସ୍‌  > ଆପ୍‌ > ମ୍ଯୁଜିକ୍‌କୁ ଯାଆନ୍ତୁ, ତା’ପରେ ମୋବାଇଲ୍ ଡେଟା ଚାଲୁ କରନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • ମୋବାଇଲ୍‌ ଡେଟା ବ୍ଯବହାର କରି ଡାଉନ୍‌ଲୋଡ୍‌ କରିବା ଅନ୍‌ କିମ୍ବା ଅଫ୍‌ କରନ୍ତୁ।

    • “ଅଡିଓ ଗୁଣବତ୍ତା”ରେ ଟାପ୍‌ କରନ୍ତୁ, Lossless ଅଡିଓ ଚାଲୁ କରନ୍ତୁ, ତା’ପରେ ଏକ ସେଟିଂ (କିଛି ନାହିଁ, ଉଚ୍ଚ ଦକ୍ଷତା, ଉଚ୍ଚ ଗୁଣବତ୍ତା, Lossless କିମ୍ବା ଉଚ୍ଚ-ରିଜୋଲ୍ୟୁଶନ୍ Lossless) ବାଛିବାକୁ “ମୋବାଇଲ୍ ଷ୍ଟ୍ରୀମିଂ”ରେ ଟାପ୍‌ କରନ୍ତୁ ।

      ଉଚ୍ଚ ଦକ୍ଷତା ତୁଳନାରେ ଉଚ୍ଚ-ଗୁଣବତ୍ତା, Lossless ଏବଂ ଉଚ୍ଚ-ରିଜୋଲ୍ୟୁଶନ୍ Lossless ଯଥେଷ୍ଟ ଅଧିକ ମୋବାଇଲ୍ ଡେଟା ବ୍ଯବହାର କରିଥାଏ, ଯାହା ପାଇଁ ଆପଣଙ୍କ ମୋବାଇଲ୍ ନେଟ୍‌ୱର୍କ୍‌ ପ୍ରଦାନକାରୀ ଅତିରିକ୍ତ ଚାର୍ଜ୍‌ ନେଇପାରନ୍ତି। ଗୀତଗୁଡ଼ିକ ଚଲାଇବା ଆରମ୍ଭ କରିବାକୁ ମଧ‍୍ୟ ଅଧିକ ସମୟ ଲାଗିପାରେ।

ଆପଣ Appleରୁ TV ଶୋ’, ମ୍ଯୂଜିକ୍‌, ମ୍ଯୂଜିକ୍‌ ଭିଡିଓ, ଇ-ବୁକ୍, ଅଡିଓବୁକ୍ କିମ୍ବା ରିଂଟୋନ୍‌ରୁ ଆକ୍ସେସ୍ କ୍ରୟ କଲେ ଆପଣଙ୍କ ପାଖରେ ଏହି ଆଇଟମ୍‌ଗୁଡ଼ିକୁ ଏକ ସୁସଂଗତ iPhone, iPad, Mac କିମ୍ବା PCରେ ସ୍ଥାୟୀ ଭାବରେ ଡାଉନ୍‌ଲୋଡ୍‌ କରିବାର ବିକଳ୍ପ ମଧ୍ୟ ଅଛି। Apple ଆପଣଙ୍କ ଡାଉନ୍‌ଲୋଡ୍‌ ହୋଇଥିବା ବିଷୟବସ୍ତୁକୁ ପ୍ରତ୍ଯାହାର କରିପାରିବ ନାହିଁ ଏବଂ ଇଣ୍ଟର୍‌ନେଟ୍‌ ସଂଯୋଗ ବିନା ଆପଣ ସର୍ବଦା ଆପଣଙ୍କ ଡାଉନ୍‌ଲୋଡ୍‌ ହୋଇଥିବା ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.