ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଆପଣଙ୍କ ନୋଟ୍ ଲକ୍ କରନ୍ତୁ

ନୋଟ୍ ଆପ୍‌ ରେ, ଆପଣଙ୍କ ସମ୍ବେଦନଶୀଳ ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଆପଣ ନୋଟ୍‌କୁ ଲକ୍ କରିପାରିବେ। ଆପଣ ନିଜ ଡିଭାଇସ୍‌ର ପାସ୍‌କୋଡ୍ କିମ୍ବା ଏକ କଷ୍ଟମ୍ ପାସ୍‌ୱର୍ଡ୍‌ ବ୍ଯବହାର କରି ଆପଣଙ୍କ ଲକ୍ ହୋଇଥିବା ନୋଟ୍‌କୁ ଆକ୍ସେସ୍ କରିପାରିବେ। ଆପଣଙ୍କର ଏକାଧିକ ନୋଟ୍ ଆକାଉଣ୍ଟ୍‌ ଥିଲେ, ଆପଣ ପ୍ରତ୍ଯକ ଆକାଉଣ୍ଟ୍‌ ପାଇଁ ଲକ୍‌ କରିବା ପଦ୍ଧତି ବାଛନ୍ତୁ (ଉଦାହରଣ ସ୍ୱରୂପ, ଆପଣଙ୍କ iCloud ଆକାଉଣ୍ଟ୍‌ ପାଇଁ)।

ଆପଣଙ୍କ ଡିଭାଇସ୍‌ର ପାସ୍‌କୋଡ୍ ବ୍ଯବହାର କରି ନୋଟ୍ ଲକ୍ କରନ୍ତୁ

ଯଦି ଆପଣ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିବା ପାଇଁ ଆପଣଙ୍କ ଡିଭାଇସ୍‌ର ପାସ୍‌କୋଡ୍‌ ବ୍ଯବହାର କରନ୍ତି, ତେବେ ଆପଣଙ୍କୁ ଏକ ଅଲଗା ପାସ୍‌ଓ୍ବର୍ଡ୍‌ ତିଆରି କରିବାକୁ ଏବଂ ମନେ ରଖିବାକୁ ପଡ଼ିବ ନାହିଁ, ଫଳରେ ଆପଣଙ୍କ ଲକ୍ ହୋଇଥିବା ନୋଟ୍‌ର ଆକ୍ସେସ୍‌ ହରାଇବାର ସମ୍ଭାବନା ହ୍ରାସ ପାଇଥାଏ। ଯଦି ଆପଣ ନିଜ ଡିଭାଇସ୍ ପାସ୍‌କୋଡ୍ ବ୍ଯବହାର କରନ୍ତି, ତେବେ ଆପଣ ଆପଣଙ୍କ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିବା ପାଇଁ Face ID କିମ୍ବା Touch ID ମଧ୍ଯ ବ୍ଯବହାର କରିପାରିବେ।

ଯଦି ଆପଣ ଏକାଧିକ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଛନ୍ତି, ତେବେ ପ୍ରତ୍ଯେକ ଡିଭାଇସ୍‌ରେ ଆପଣଙ୍କ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିବାକୁ ଆପଣ ସେହି ଡିଭାଇସ୍‌ର ପାସ୍‌କୋଡ୍ (କିମ୍ବା Mac ପାଇଁ ଲଗ୍ଇନ୍ ପାସ୍‌ୱର୍ଡ୍) ବ୍ଯବହାର କରନ୍ତୁ।

ଡିଭାଇସ୍‌ ପାସ୍‌କୋଡ୍ ସହିତ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିବାକୁ, ଆପଣ OS 16, iPadOS 16, macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍‌ ବ୍ଯବହାର କରୁଥିବା ଆବଶ୍ଯକ। OSର ପୂର୍ବବର୍ତ୍ତୀ ଭର୍ଶନ୍ ଥିବା ଡିଭାଇସ୍‌ରେ ଆପଣ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିପାରିବେ ନାହିଁ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. ପାସ୍‌ୱର୍ଡ୍‌ରେ ଟାପ୍ କରନ୍ତୁ।

  3. ଯଦି ଆପଣଙ୍କର ଏକାଧିକ ଆକାଉଣ୍ଟ୍‌ ଅଛି, ତେବେ ଆପଣ ଯେଉଁ ଆକାଉଣ୍ଟ୍‌ ପାଇଁ ପାସ୍‌ୱର୍ଡ୍ ସେଟ୍ କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ।

  4. “ଡିଭାଇସ୍‌ର ପାସ୍‌କୋଡ୍‌ ବ୍ଯବହାର କରନ୍ତୁ”ରେ ଟାପ୍ କରନ୍ତୁ।

  5. ଅତିରିକ୍ତ ସୁବିଧା ପାଇଁ, ଆପଣ Face ID କିମ୍ବା Touch ID ମଧ୍ଯ ଚାଲୁ କରିପାରିବେ।

କଷ୍ଟମ୍ ପାସ୍‌ୱର୍ଡ୍ ବ୍ଯବହାର କରି ନୋଟ୍ ଲକ୍ କରନ୍ତୁ

ଲକ୍ ହୋଇଥିବା ନୋଟ୍ ପାଇଁ ଏକ କଷ୍ଟମ୍ ପାସ୍‌ୱର୍ଡ୍ ତିଆରି କରିବା ଅତିରିକ୍ତ ସୁରକ୍ଷା ପ୍ରଦାନ କରିପାରେ କିନ୍ତୁ ଯଦି ଆପଣ ପାସ୍‌ୱର୍ଡ୍ ଭୁଲିଯାଆନ୍ତି, ତେବେ ଆପଣ ନିଜ ଲକ୍ ହୋଇଥିବା ନୋଟ୍‌ଗୁଡ଼ିକର ଆକ୍ସେସ୍ ହରାଇପାରନ୍ତି।

ଆପଣ ସମାନ Apple ଆକାଉଣ୍ଟ୍‌ ବ୍ଯବହାର କରି ସାଇନ୍ ଇନ୍ କରିଥିବା ସମସ୍ତ ଡିଭାଇସ୍‌ରେ ଆପଣଙ୍କ ଲକ୍ ହୋଇଥିବା ନୋଟ୍ ଆକ୍ସେସ୍ କରିବା ପାଇଁ ଆପଣଙ୍କ କଷ୍ଟମ୍ ପାସ୍‌ୱର୍ଡ୍ ବ୍ଯବହାର କରିପାରିବେ। ଯଦି ଆପଣଙ୍କର ଗୋଟିଏରୁ ଅଧିକ iCloud ଆକାଉଣ୍ଟ୍ କିମ୍ବା "ମୋ iPhoneରେ" ଆକାଉଣ୍ଟ୍‌ ଅଛି, ତେବେ ଆପଣ ପ୍ରତ୍ଯକ ଆକାଉଣ୍ଟ୍‌ ପାଇଁ ଏକ ଅଲଗା କଷ୍ଟମ୍ ପାସ୍‌ୱର୍ଡ୍ ସେଟ୍ କରିପାରିବେ।

ଏକ କଷ୍ଟମ୍ ପାସ୍‌ୱର୍ଡ୍ ସହିତ ଲକ୍ ହୋଇଥିବା ନୋଟ୍‌କୁ ଆକ୍ସେସ୍ କରିବା ପାଇଁ, ଆପଣ OS 9.3, iPadOS 13, OS X 10.11.4 କିମ୍ବା ପରବର୍ତ୍ତୀ ଭର୍ଶନ୍‌ ବ୍ଯବହାର କରୁଥିବା ଆବଶ୍ଯକ। OSର ପୂର୍ବବର୍ତ୍ତୀ ଭର୍ଶନ୍ ଥିବା ଡିଭାଇସ୍‌ରେ ଆପଣ ନୋଟ୍ ଦେଖିପାରିବେ ନାହିଁ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. ପାସ୍‌ୱର୍ଡ୍‌ରେ ଟାପ୍ କରନ୍ତୁ।

  3. ଯଦି ଆପଣଙ୍କର ଏକାଧିକ ଆକାଉଣ୍ଟ୍‌ ଅଛି, ତେବେ ଆପଣ ଯେଉଁ ଆକାଉଣ୍ଟ୍‌ ପାଇଁ ପାସ୍‌ୱର୍ଡ୍ ସେଟ୍ କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ।

  4. “କଷ୍ଟମ୍ ପାସ୍‌ୱର୍ଡ୍‌ ବ୍ଯବହାର କରନ୍ତୁ” ଉପରେ ଟାପ୍ କରନ୍ତୁ।

  5. ଅତିରିକ୍ତ ସୁବିଧା ପାଇଁ, ଆପଣ Face ID କିମ୍ବା Touch ID ମଧ୍ଯ ଚାଲୁ କରିପାରିବେ।

    ଆପଣଙ୍କ ନୋଟ୍ ଅନ୍‌ଲକ୍ କରିବାର ଏକମାତ୍ର ଉପାୟ ଭାବରେ Face ID କିମ୍ବା Touch ID ଉପରେ ନିର୍ଭର କରନ୍ତୁ ନାହିଁ। ଯଦି ଆପଣ ନିଜ Face ID କିମ୍ବା Touch ID ସେଟିଂସ୍ ଅପ୍‌ଡେଟ୍‌ କରନ୍ତି କିମ୍ବା ଆପଣଙ୍କ ନୋଟ୍‌ର ପାସ୍‌ୱର୍ଡ୍ ବଦଳାଇବାକୁ ଚାହାନ୍ତି, ତେବେ ଆପଣଙ୍କୁ ଆପଣଙ୍କ ନୋଟ୍‌ର ପାସ୍‌ୱର୍ଡ୍ ପୁଣି ଲେଖିବାକୁ ପଡ଼ିବ।

ଗୁରୁତ୍ବପୂର୍ଣ୍ଣ: ଯଦି ଆପଣ ନିଜ କଷ୍ଟମ୍ ପାସ୍‌ୱର୍ଡ୍‌ ଭୁଲିଯାଆନ୍ତି ଏବଂ ଆପଣଙ୍କ ଲକ୍ ହୋଇଥିବା ନୋଟ୍‌କୁ ଆକ୍ସେସ୍ କରିବା ପାଇଁ Face ID କିମ୍ବା Touch ID ବ୍ଯବହାର କରିପାରୁନାହାନ୍ତି, ତେବେ Apple ସେହି ନୋଟ୍‌ଗୁଡ଼ିକର ଆକ୍ସେସ୍ ପୁନଃ ପ୍ରାପ୍ତ କରିବାରେ ଆପଣଙ୍କ ସାହାଯୟତା କରିପାରିବ ନାହିଁ।

ଆପଣ ନିଜ କଷ୍ଟମ୍ ପାସ୍‌ୱର୍ଡ୍ ରୀସେଟ୍‌ କରିପାରିବେ କିନ୍ତୁ ଏହା ଆପଣଙ୍କୁ ପୂର୍ବରୁ ଲକ୍ ହୋଇଥିବା ନୋଟ୍‌ଗୁଡ଼ିକ ପାଇଁ ଆକ୍ସେସ୍ ଦେବ ନାହିଁ। ନୂଆ କଷ୍ଟମ୍ ପାସ୍‌ୱର୍ଡ୍ ବର୍ତ୍ତମାନଠାରୁ ଆପଣ ଲକ୍ କରିଥିବା ସମସ୍ତ ନୋଟ୍ ଉପରେ ଲାଗୁ ହେବ। ସେଟିଂସ୍ > ଆପ୍ > ନୋଟ୍‌କୁ ଯାଆନ୍ତୁ, ତା’ପରେ ପାସ୍‌ଓ୍ବ‌ଡ୍ > “ପାସ୍‌ଓ୍ବର୍ଡ୍ ରୀସେଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

Apple ସମର୍ଥନ ଆର୍ଟିକଲ୍‌ ଆପଣଙ୍କ iPhone କିମ୍ବା iPadରେ ନୋଟ୍‌ଗୁଡ଼ିକୁ କିପରି ଲକ୍ କିମ୍ବା ଅନ୍‌ଲକ୍ କରିବେ ଦେଖନ୍ତୁ।

ଲକ୍‌ କରିବା ପଦ୍ଧତି ବଦଳାନ୍ତୁ

ଯଦି ଆପଣ ଏକ କଷ୍ଟମ୍ ପାସ୍‌ୱର୍ଡ୍ ବ୍ଯବହାର କରୁଛନ୍ତି, ତେବେ ଆପଣ ନିଜ ଡିଭାଇସ୍‌ର ପାସ୍‌କୋଡ୍ ବ୍ଯବହାର କରିବା ପାଇଁ ସ୍ବିଚ୍ କରିପାରିବେ। ଆପଣ ନିଜ ଲକ୍‌ କରିବା ପଦ୍ଧତି ବଦଳାଇଲେ, ପୂର୍ବବର୍ତ୍ତୀ ପଦ୍ଧତି ବ୍ଯବହାର କରି ଆପଣ ଆକ୍ସେସ୍ କରିଥିବା ନୋଟ୍ ନୂଆ ପଦ୍ଧତି ବ୍ଯବହାର କରିବା ଆରମ୍ଭ କରେ।

  1. ସେଟିଂସ୍‌  > ଆପ୍‌ > ନୋଟ୍‌କୁ ଯାଆନ୍ତୁ।

  2. ପାସ୍‌ୱର୍ଡ୍‌ ଉପରେ ଟାପ୍‌ କରନ୍ତୁ, ଏକ ଆକାଉଣ୍ଟ୍ ବାଛନ୍ତୁ (ଯଦି ଏକରୁ ଅଧିକ ଆକାଉଣ୍ଟ୍‌ ଥାଏ), ତା’ପରେ “ଡିଭାଇସ୍ ପାସ୍‌କୋଡ୍ ବ୍ୟବହାର କରନ୍ତୁ” ଉପରେ ଟାପ୍ କରନ୍ତୁ।

ନୋଟ୍ ଲକ୍ କରିବା

ଆପଣ କେବଳ iCloud ଏବଂ ନିଜ ଡିଭାଇସ୍‌ରେ ଥିବା ନୋଟ୍‌ ଲକ୍ କରିପାରିବେ। ଆପଣ PDF, ଅଡିଓ, ଭିଡିଓ Keynote, ପୃଷ୍ଠା, କିମ୍ବା ସଂଖ୍ଯା ଆଟାଚ୍‌ମେଣ୍ଟ୍ ଥିବା ନୋଟ୍‌; ଅନ୍ଯ ଆକାଉଣ୍ଟ୍‌ ସହ ସିଙ୍କ୍ କରାଯାଇଥିବା ନୋଟ୍; କିମ୍ବା କ୍ବିକ୍‌ ନୋଟ୍‌ଗୁଡ଼ିକୁ ଲକ୍‌ କରିପେରିବେ ନାହିଁ। ଆପଣ iCloudରେ ଶେୟର୍ କରାଯାଇଥିବା ଏକ ନୋଟ୍‌କୁ ଲକ୍ କରିପାରିବେ ନାହିଁ।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ନୋଟ୍ ଖୋଲନ୍ତୁ, ତା'ପରେ "ନୋଟ୍ ଆକ୍ସନ୍” ବଟନ୍‌ରେ ଟାପ୍‌ କରନ୍ତୁ।

  3. “ଲକ୍‌”ରେ ଟାପ୍ କରନ୍ତୁ।

ଏକ ନୋଟ୍ ଲକ୍ ଥିବାବେଳେ, ନୋଟ୍ ଲିଷ୍ଟ୍‌ରେ ଶୀର୍ଷକ ଦୃଶ୍ଯମାନ ରୁହେ।

ଏକ ନୋଟ୍‌ରୁ ଏକ ଲକ୍ କାଢ଼ିବା ପାଇଁ "ନୋଟ୍ ଆକ୍ସନ୍” ବଟନ୍‌ରେ ଟାପ୍‌ କରନ୍ତୁ, ତା'ପରେ “କାଢ଼ି ଦିଅନ୍ତୁ” ଉପରେ ଟାପ୍‌ କରନ୍ତୁ।

ଆପଣଙ୍କ ଲକ୍ ହୋଇଥିବା ନୋଟ୍ ଖୋଲନ୍ତୁ

ଗୋଟିଏ ଲକ୍ ହୋଇଥିବା ନୋଟ୍‌କୁ ଖୋଲିବା ଦ୍ୱାରା ସେହି ଆକାଉଣ୍ଟ୍‌ରେ ଆପଣଙ୍କର ସମସ୍ତ ଲକ୍ ହୋଇଥିବା ନୋଟ୍ ଅନେକ ମିନିଟ୍ ପାଇଁ ଖୋଲିଯାଏ ଯାହା ଦ୍ୱାରା ଆପଣ ସହଜରେ ଅନ୍ଯ ନୋଟ୍‌କୁ ଯାଇପାରିବେ କିମ୍ବା ଅନ୍ଯ ଆପ୍‌ରୁ ସୂଚନା କପି କରି ପେଷ୍ଟ୍ କରିପାରିବେ।

  1. ଆପଣଙ୍କ iPhoneରେ ନୋଟ୍‌ ଆପ୍ କୁ ଯାଆନ୍ତୁ।

  2. ଲକ୍ ହୋଇଥିବା ନୋଟ୍‌ରେ ଟାପ୍‌ କରନ୍ତୁ, ତା'ପରେ “ନୋଟ୍ ଦେଖନ୍ତୁ”ରେ ଟାପ୍‌ କରନ୍ତୁ।

  3. ନୋଟ୍ ଖୋଲିବା ପାଇଁ Face ID, Touch ID, ଆପଣଙ୍କ ଡିଭାଇସ୍‌ର ପାସ୍‌କୋଡ୍ କିମ୍ବା ନୋଟ୍‌ର ପାସ୍‌ୱର୍ଡ୍ ବ୍ଯବହାର କରନ୍ତୁ।

ଆପଣଙ୍କ ନୋଟ୍‌ଗୁଡ଼ିକୁ ପୁଣିଥରେ ଲକ୍ କରିବା ପାଇଁ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

  • ସ୍କ୍ରୀନ୍‌ ଉପରେ ଥିବା ଲକ୍ ଆଇକନ୍‌ରେ ଟାପ୍ କରନ୍ତୁ।

  • ନୋଟ୍ ଲିଷ୍ଟ୍‌ର ନିମ୍ନରେ ଥିବା “ବର୍ତ୍ତମାନ ଲକ୍ କରନ୍ତୁ”ରେ ଟାପ୍ କରନ୍ତୁ।

  • ନୋଟ୍ ଆପ୍ ବନ୍ଦ କରନ୍ତୁ।

  • ଆପଣଙ୍କ iPhone ଲକ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.