ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଆପଣଙ୍କ ଫୋନ୍‌ ସେଟିଂସ୍ ବଦଳାନ୍ତୁ

ଆପଣଙ୍କ ଆଉଟ୍‌ଗୋଇଂ କଲ୍ ସେଟିଂସ୍ ବଦଳାନ୍ତୁ

  1. ସେଟିଂସ୍‌  > ଆପ୍‌ > ଫୋନ୍‌କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • “ମୋ କଲର୍ ID ଦେଖାନ୍ତୁ” ଚାଲୁ କରନ୍ତୁ: (GSM) ଆପଣଙ୍କ ଫୋନ୍ ନମ୍ବର “ମୋ’ ନମ୍ବର୍”ରେ ଦେଖାଯାଇଛି। FaceTime କଲ୍ ପାଇଁ, କଲର୍ ID ବନ୍ଦ ଥିଲେ ମଧ୍ଯ ଆପଣଙ୍କ ଫୋନ୍ ନମ୍ବର୍ ଡିସ୍‌ପ୍ଲେ ହୋଇଥାଏ।

    • ଆନ୍ତର୍ଜାତୀୟ କଲ୍ ପାଇଁ ଡାଏଲ୍ ସହାୟତା ଚାଲୁ କରନ୍ତୁ: (GSM) ଡାଏଲ୍ ସହାୟତା ଚାଲୁ ଥିବା ସମୟରେ, ଆପଣ ନିଜର କଣ୍ଟାକ୍ଟ୍‌ ଏବଂ ଫେଭରିଟ୍‌ମାନଙ୍କୁ କଲ୍ କଲେ, iPhone ସ୍ଵୟଂଚାଳିତ ଭାବରେ ସଠିକ୍ ଅନ୍ତର୍ଜାତୀୟ କିମ୍ୱା ସ୍ଥାନୀୟ କୋଡ୍‌ ଯୋଡ଼ିଥାଏ।

      ଆନ୍ତର୍ଜାତୀୟ କଲ୍ କରିବା ସମ୍ବନ୍ଧୀୟ ସୂଚନା ପାଇଁ (ଦର ଏବଂ ଲାଗୁ ହେଉଥିବା ଅନ୍ଯ ଚାର୍ଜ୍‌ ସହିତ) ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ସହିତ ଯୋଗାଯୋଗ କରନ୍ତୁ।

ଆପଣଙ୍କ କଲର୍ ID ଲୁଚାନ୍ତୁ

iPhoneରେ ଆଉଟ୍‌ଗୋଇଂ କଲ୍‌ରେ ଆପଣଙ୍କ କଲର୍ ID ସୂଚନା ଦେଖାଯିବାକୁ ରୋକା ଯାଇପାରିବ।

  1. ସେଟିଂସ୍‌  > ଆପ୍‌ > ଫୋନ୍‌କୁ ଯାଆନ୍ତୁ।

  2. “ମୋ କଲର୍ ID ଦେଖାନ୍ତୁ” ଉପରେ ଟାପ୍ କରନ୍ତୁ, ତା’ପରେ ଏହାକୁ ବନ୍ଦ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ “ମୋ କଲର୍ ID ଦେଖାନ୍ତୁ” ଦେଖିପାରୁ ନାହାନ୍ତି, ତେବେ ଆପଣଙ୍କ ନେଟ୍‌ୱର୍କ୍‌ ପ୍ରଦାନକାରୀ ଆପଣଙ୍କୁ ନିଜର କଲର୍ ID ସୂଚନା ବନ୍ଦ କରିବାକୁ ଅନୁମତି ଦେଇନପାରେ।

କଲର୍ ଚିହ୍ନଟକାରୀ ଆପ୍‌କୁ ପ୍ରାଥମିକତା ଦିଅନ୍ତୁ

କଲର୍ ID ସୂଚନାର ଅନେକ ମୁଖ୍ଯ ଉତ୍ସ ଅଛି:

  • କଣ୍ଟାକ୍ଟ୍ ଆପ୍: ଆପଣଙ୍କ କଣ୍ଟାକ୍ଟ୍ ଆପ୍‌ରେ ଥିବା ଲୋକମାନେ।

  • ନାମ ଏବଂ ଫଟୋ ଶେୟର୍‌ କରନ୍ତୁ: ସେଟିଂସ୍ > ଆପ୍ > “ନାମ ଏବଂ ଫଟୋ ଶେୟର କରନ୍ତୁ”ରେ ନାମ ଏବଂ ଫଟୋ ଶେୟରିଂ ଚାଲୁ କରିଥିବା କଲର୍‌ମାନେ।

  • ନେଟ୍‌ୱର୍କ୍‌ ପ୍ରଦାନକାରୀ କଲ୍ ଡିରେକ୍ଟରି: ସମର୍ଥିତ ନେଟ୍‌ୱର୍କ୍‌ ପ୍ରଦାନକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା କଲର୍ ସୂଚନା।

  • ବ୍ଯବସାୟୀକ କଲ୍ ଚିହ୍ନଟକରଣ: Apple Business Connect କିମ୍ବା ଆପଣଙ୍କ ମୋବାଇଲ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା ଚିହ୍ନଟ କରାଯାଇଥିବା କଲର୍ ସୂଚନା।

  • କଲ୍ ଚିହ୍ନଟକରଣ ଆପ୍: ସମର୍ଥିତ କଲର୍ ID ଆପ୍ ଦ୍ବାରା ଚିହ୍ନଟ ହୋଇଥିବା ଯେକୌଣସି କଲର୍‌ଙ୍କ ସୂଚନା।

ଯଦି ଆପଣଙ୍କ ପାଖରେ ଅତିରିକ୍ତ କଲର୍‌ଙ୍କୁ ଚିହ୍ନଟ କରୁଥିବା ଆପ୍ ଇନ୍‌ଷ୍ଟଲ୍ ଅଛି, ତେବେ ଆପଣ ସେଗୁଡ଼ିକୁ ଇନ୍‌କମିଂ କଲ୍ ଚିହ୍ନଟ କରିବା ପାଇଁ ପ୍ରାଥମିକତା ଦେଇପାରିବେ ଏବଂ ଯେକୌଣସି ସମୟରେ ସେଗୁଡ଼ିକୁ ପୁଣି ବ୍ଯବସ୍ଥିତ କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ଗୋଟିଏ କଲର୍ ଚିହ୍ନଟକାରୀ ଆପ୍‌କୁ ପ୍ରା଼ଥମିକତା ଦେଇପାରିବେ ଏବଂ ଯଦି ପ୍ରାଥମିକ ଆପ୍ କଲର୍‌ଙ୍କୁ ଚିହ୍ନଟ କରି ନପାରେ, କେବଳ ସେତେବେଳେ ଅନ୍ଯଗୁଡ଼ିକ କାର୍ଯ୍ଯକ୍ଷମ ହେଉ ବୋଲି ବାଛିପାରନ୍ତି।

  1. ସେଟିଂସ୍  > ଆପ୍ > ଫୋନ୍ > କଲ୍ ବ୍ଲକିଂ ଓ ଚିହ୍ନଟକରଣକୁ ଯାଆନ୍ତୁ।

  2. ସ୍କ୍ରୀନ୍‌ର ଶୀର୍ଷରେ “ଏଡିଟ୍ କରନ୍ତୁ”ରେ ଟାପ୍‌ କରନ୍ତୁ।

  3. ଆପ୍‌ରେ ପ୍ରାଥମିକତା ପୁନଃ କ୍ରମ କରିବା ପାଇଁ “ସର୍ଟ୍‌” ବଟନ୍କୁ ଡ୍ରାଗ୍ କରନ୍ତୁ।

ଡାଏଲ୍ ସହାୟତା ଚାଲୁ କରନ୍ତୁ

ନମ୍ୱର୍ ଡାଏଲ୍ କରିବା ସମୟରେ ଡାଏଲ୍ ସହାୟତା ସ୍ୱୟଂଚାଳିତ ଭାବରେ ସଠିକ୍ ଅନ୍ତର୍ଜାତୀୟ କିମ୍ବା ସ୍ଥାନୀୟ କୋଡ୍ ନିର୍ଦ୍ଧାରଣ କରେ।

  1. ସେଟିଂସ୍‌  > ଆପ୍‌ > ଫୋନ୍‌କୁ ଯାଆନ୍ତୁ।

  2. ତଳକୁ ସ୍କ୍ରୋଲ୍ କରନ୍ତୁ, ତା’ପରେ ଡାଏଲ୍ ସହାୟତା ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.