ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଏକ ଡିଫଲ୍ଟ୍ ଯାତ୍ରା ମୋଡ୍ ଏବଂ ମ୍ଯାପ୍‌ ୟୁନିଟ୍‌ ବାଛନ୍ତୁ

ଆପଣ ଯାତ୍ରା ମୋଡ୍ ଏବଂ ୟୁନିଟ୍‌ ସମେତ ମ୍ଯାପ୍‌ ଆପ୍ ପାଇଁ ଆପଣଙ୍କ ସେଟିଂସ୍‌କୁ ସମୀକ୍ଷା କରିପାରିବେ ଏବଂ ପରିବର୍ତ୍ତନ କରିପାରିବେ।

ଏକ ଡିଫଲ୍ଟ୍ ଯାତ୍ରା ମୋଡ୍ ଏବଂ ପ୍ରାଥମିକତା ବାଛନ୍ତୁ

ଦିଗ ନିର୍ଦ୍ଦେଶ ପ୍ରଦାନ କରିବା ସମୟରେ ମ୍ଯାପ୍‌ ଆପଣଙ୍କ ଦ୍ବାରା ପ୍ରାଥମିକତା ଦିଆଯାଇଥିବା ଯାତ୍ରା ମୋଡ୍‌କୁ ଡିଫଲ୍ଟ୍ ଭାବରେ ଉପଯୋଗ କରିଥାଏ। ଆପଣ ଡ୍ରାଇଭିଂ, ଚାଲିବା, ଟ୍ରାଞ୍ଜିଟ୍ କିମ୍ବା ସାଇକ୍ଲିଂ ବାଛିପାରିବେ।

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ସର୍ଚ୍ଚ ଫିଲ୍ଡ୍‌ ନିକଟରେ ଥିବା ଆପଣଙ୍କ ଇମେଜ୍ କିମ୍ବା ପ୍ରଥମ ଅକ୍ଷରରେ ଟାପ୍ କରନ୍ତୁ, ପ୍ରାଥମିକତାରେ ଟାପ୍ କରନ୍ତୁ, ତା’ପରେ ବିକଳ୍ପରେ ଟାପ୍ କରନ୍ତୁ।

    (ଯଦି ସର୍ଚ୍ଚ ଫିଲ୍ଡ୍‌ର ପାର୍ଶ୍ୱରେ ଆପଣଙ୍କ ଫଟୋ କିମ୍ୱା ପ୍ରଥମ ଅକ୍ଷର ଦେଖାଯାଉ ନାହିଁ, ତେବେ ଫିଲ୍ଡ୍‌ର ପାର୍ଶ୍ୱରେ “ବାତିଲ କରନ୍ତୁ”ରେ ଟାପ୍ କରନ୍ତୁ କିମ୍ୱା ସର୍ଚ୍ଚ୍‌ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ “ବାତିଲ କରନ୍ତୁ”ରେ ଟାପ୍ କରନ୍ତୁ।)

  3. ଅଧିକ ବିକଳ୍ପ ଖୋଜିବା ପାଇଁ, ସ୍କ୍ରୀନ୍‌ର ନିମ୍ନରେ ମ୍ଯାପ୍‌ର ସେଟିଂସ୍‌ରେ ଟାପ୍ କରନ୍ତୁ।

ଯାତ୍ରା ମୋଡ୍ ଉପରେ ନିର୍ଭର କରି, ଆପଣଙ୍କ ପାଖରେ ଅନ୍ଯ ମାର୍ଗର ବିକଳ୍ପ ଥାଇପାରେ ଯେପରିକି ଡ୍ରାଇଭିଂ କରିବା ସମୟରେ ଆଗମନ ସମୟ ବାଛିବା, ସାଇକ୍ଲିଂ କିମ୍ବା ଚାଲିବା ସମୟରେ ଅଧିକ ଟ୍ରାଫିକ୍ କିମ୍ବା ଚଢ଼ାଣି ଏଡ଼ାଇବା କିମ୍ବା ଆପଣ କେଉଁ ଟ୍ରାଞ୍ଜିଟ୍ ପଦ୍ଧତିକୁ ପ୍ରାଥମିକତା ଦିଅନ୍ତି ତାହା ବାଛିବା।

ମ୍ଯାପ୍‌ରେ ବ୍ଯବହୃତ ୟୁନିଟ୍‌କୁ ପରିବର୍ତ୍ତନ କରନ୍ତୁ

2D ମ୍ଯାପ୍‌ରେ, ଆପଣ ଜୂମ୍‌ ଆଉଟ୍ କରିବା ସମୟରେ ଉପର ବାମ ପଟେ ଏକ ସ୍କେଲ୍ ଦେଖାଯାଏ। ଆପଣ ସ୍କେଲ୍ ପାଇଁ ବ୍ଯବହୃତ ୟୁନିଟ୍‌କୁ ପରିବର୍ତ୍ତନ କରିପାରିବେ।

  1. ସେଟିଂସ୍  > ସାଧାରଣ > ଭାଷା ଓ ଅଞ୍ଚଳ > ମାପ ସିଷ୍ଟମ୍‌କୁ ଯାଆନ୍ତୁ।

  2. ଏକ ବିକଳ୍ପ ଚୟନ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.