ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଏକ Freeform ବୋର୍ଡ୍‌ରେ ହସ୍ତଲିଖିତ ଗଣିତ ସମସ୍ଯାର ସମାଧାନ କରନ୍ତୁ

ଆପଣ ଏକ Freeform ବୋର୍ଡ୍‌ରେ ହସ୍ତଲିଖିତ ଗଣିତ ସମସ୍ଯାର ସମାଧାନ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ହସ୍ତଲିଖିତ ଗାଣିତିକ ପ୍ରଶ୍ନର ଫଳାଫଳ ଦେଖିବା ପାଇଁ, ଆପଣ iOS 18, iPadOS 18, କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ଯବହାର କରୁଥିବା ଆବଶ୍ଯକ।

  1. ଆପଣଙ୍କ iPhoneରେ Freeform ଆପ୍ କୁ ଯାଆନ୍ତୁ।

  2. ଏକ ବୋର୍ଡ୍‌ ଖୋଲନ୍ତୁ କିମ୍ବା ଏକ ନୂଆ ବୋର୍ଡ୍‌ ଆରମ୍ଭ କରିବା ପାଇଁ “ନୂଆ ବୋର୍ଡ୍‌” ବଟନ୍ରେ ଟାପ୍ କରନ୍ତୁ।

  3. “ଆକ୍ସନ୍ ମେନ୍ଯୁ” ବଟନ୍‌ରେ ଟାପ୍‌ କରନ୍ତୁ, ଗଣିତ ଫଳାଫଳ ଉପରେ ଟାପ୍‌ କରନ୍ତୁ, ତା’ପରେ ଆପଣ ଲେଖିଥିବା ଗଣିତ ସମସ୍ଯାକୁ ଆପଣଙ୍କ iPhone କିପରି ପ୍ରତିକ୍ରିୟା ଦେବାକୁ ଚାହୁଁଛନ୍ତି ତାହା ବାଛନ୍ତୁ:

    • ଯଦି ଆପଣ ଏହାକୁ ସମାଧାନ କରିବାକୁ ଚାହାଁନ୍ତି: ଇନ୍‌ସର୍ଟ୍‌ ଫଳାଫଳ ବାଛନ୍ତୁ। (ଲିଖିତ ଆକାରରେ ଦେଖାଯାଉଥିବା ଉତ୍ତର ଆପଣଙ୍କ ଉତ୍ତର ସହ ମେଳହେଉଛି।)

    • ଆପଣ ଯଦି ପରାମର୍ଶଗୁଡ଼ିକ ଦେଖାଯାଉ ବୋଲି ଚାହାଁନ୍ତି: ପରାମର୍ଶ ଫଳାଫଳ ବାଛନ୍ତୁ। (ଏକ “ସମାଧାନ କରନ୍ତୁ” ବଟନ୍ ଦେଖାଯାଏ ଯାହା ଟାପ୍‌ କରିବା ସମୟରେ ଆପଣଙ୍କ ଉତ୍ତର ସହିତ ମେଳ ହେଉଥିବା ଲିଖିତ ଉତ୍ତର ଯୋଡ଼ି ହୋଇଯାଏ।)

  4. “ଡ୍ରଇଂ ଏବଂ ହସ୍ତାକ୍ଷର ଟୂଲ୍‌” ବଟନ୍ରେ ଟାପ୍‌ କରନ୍ତୁ, ତା’ପରେ ଏକ ଗଣିତ ସମୀକରଣ ଲେଖିବା ଆରମ୍ଭ କରନ୍ତୁ।

  5. ଏକ ସମାନ ଚିହ୍ନ ଲେଖନ୍ତୁ କିମ୍ବା ସଂଖ୍ଯାଗୁଡ଼ିକର ଏକ ଷ୍ଟାକ୍ ତଳେ ଏକ ଭୂସମାନ୍ତର ରେଖା ଅଙ୍କନ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଗୋଟିଏ କରନ୍ତୁ:

    • “ଫଳାଫଳ ଇନ୍‌ସର୍ଟ୍‌ କରନ୍ତୁ” ମୋଡ୍‌ରେ: ସମୀକରଣ ଖୋଲିବା ପାଇଁ ଉତ୍ତରରେ ଟାପ୍ କରନ୍ତୁ। ଉତ୍ତରକୁ ଡିଲିଟ୍ କରିବା ପାଇଁ ଆପଣ “ବନ୍ଦ କରନ୍ତୁ” ବଟନ୍‌ରେ ଟାପ୍‌ କରିପାରିବେ।

    • ପରାମର୍ଶ ଫଳାଫଳ ମୋଡ୍ ରେ: ଆପଣଙ୍କ ଉତ୍ତର ସହ ମେଳ ହେଉଥିବା ଲିଖିତ ଉତ୍ତର ଯୋଡ଼ିବାକୁ “ସମାଧାନ କରନ୍ତୁ” ଉପରେ ଟାପ୍ କରନ୍ତୁ।

ଆପଣ କେଉଁ ମୋଡ୍ ଚାହୁଁଛନ୍ତି ତାହା ସ୍ଥିର କରିପାରିବେ କିମ୍ବା ଗଣିତ ସୂଚନା ବନ୍ଦ କରିପାରିବେ। ଗଣିତର ହିଣ୍ଟ୍‌ ପ୍ରାପ୍ତ କରନ୍ତୁ ଦେଖନ୍ତୁ।

ଆପଣ ସମାଧାନ ପାଇଁ ସମୀକରଣକୁ ଯେକୌଣସି ଷ୍ଟିକି ନୋଟ୍, ଆକୃତି ଏବଂ ଟେକ୍ସ୍‌ଟ୍‌ ବକ୍ସରେ ଟେକ୍ସ୍‌ଟ୍‌ ଏବଂ ନୋଟ୍ ଆପ୍‌ରେ ମଧ୍ଯ ଟାଇପ୍ କରିପାରିବେ।

ଆପଣ କାଲ୍‌କୁଲେଟର୍ ଆପ୍‌ରେ କଲା ପରି ଭାରିଏବଲ୍‌ ବ୍ଯବହାର କରିପାରିବେ, ସମୀକରଣ ଏଡିଟ୍ କରିପାରିବେ ଏବଂ ଫଳାଫଳ ମଧ୍ଯ ଆପ୍‌ଡେଟ୍‌ କରିପାରିବେ। ଗଣିତ ନୋଟ୍‌ ସହାୟତାରେ ଗଣିତର ସମାଧାନ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.