ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ଘର ଆପ୍‌ ବିଷୟରେ ସୂଚନା

ଆପଣ ଲାଇଟ୍, ଲକ୍ ଏବଂ ଥର୍ମୋଷ୍ଟାଟ୍ ପରି HomeKit ଏବଂ ମ୍ୟାଟର୍-ସକ୍ଷମ ଆକ୍ସେସରିଗୁଡ଼ିକୁ ସୁରକ୍ଷିତ ଭାବରେ ଯୋଡ଼ିବା, ନିୟନ୍ତ୍ରଣ କରିବା ଏବଂ ସ୍ୱୟଂଚାଳିତ କରିବାକୁ ଘର ଆପ୍ ବ୍ୟବହାର କରିପାରିବେ। ଆପଣ HomeKit ସୁରକ୍ଷିତ ଭିଡିଓକୁ ସମର୍ଥନ କରୁଥିବା ସୁରକ୍ଷା କ୍ୟାମେରା ସେଟ୍ ଅପ୍ କଲେ, ଆପଣ ଭିଡିଓ କ୍ୟାପ୍‌ଚର୍ କରିପାରିବେ ଏବଂ ଏକ କ୍ୟାମେରା କାହାକୁ ଚିହ୍ନଟ କଲେ କିମ୍ବା ଏକ ପ୍ୟାକେଜ୍ କବାଟ ନିକଟରେ ରଖାଗଲେ ଏକ ନୋଟିଫିକେଶନ୍ ପ୍ରାପ୍ତ କରିପାରିବେ। ଆପଣ ଘର କୀ’ ସହାୟତାରେ ଏକ ସୁସଙ୍ଗତ ଲକ୍ ମଧ୍ୟ ଖୋଲିପାରିବେ, ସମାନ ଅଡିଓ ଚଲାଇବା ପାଇଁ ଏକାଧିକ ସ୍ପୀକର୍ ଗ୍ରୁପ୍ କରିପାରିବେ ଏବଂ ସମର୍ଥିତ ଡିଭାଇସ୍‌ରେ ଇଣ୍ଟର୍‌କମ୍ ମେସେଜ୍ ପଠାଇ ପାରିବେ ଏବଂ ପ୍ରାପ୍ତ କରିପାରିବେ

ଆପଣ କିଛି ନିର୍ଦ୍ଦିଷ୍ଟ ସମୟରେ କିମ୍ବା ଆପଣ ଏକ ନିର୍ଦ୍ଦିଷ୍ଟ ଆକ୍ସେସରି ଆକ୍ଟିଭେଟ୍ କଲେ (ଉଦାହରଣ ସ୍ୱରୂପ, ଆପଣ ସମ୍ମୁଖ କବାଟ ଅନ୍‌ଲକ୍‌ କଲେ) ସ୍ୱୟଂଚାଳିତ ଭାବରେ ଚଳାଇବା ପାଇଁ ଅଟୋମେଶନ୍ ତିଆରି କରିପାରିବେ। ଆପଣ ଏକ ହୋମ୍‌ ହବ୍-ଏକ Apple TV (4ର୍ଥ ଜେନେରେଶନ୍ କିମ୍ବା ପରବର୍ତ୍ତୀ ଭର୍ଶନ୍) କିମ୍ବା HomePod ସ୍ପୀକର୍‌ର ସହାୟତରେ ମଧ୍ୟ ଆପଣଙ୍କ ଘର ଆପ୍‌କୁ ରିମୋଟ୍‌ ଭାବରେ ନିୟନ୍ତ୍ରଣ କରିପାରିବେ। ଏହା ଆପଣଙ୍କୁ ଏବଂ ଆପଣ ଆମନ୍ତ୍ରଣ କରୁଥିବା ଅନ୍ୟମାନଙ୍କୁ ଆପଣ ବାହାରେ ଥିବାବେଳେ ଆପଣଙ୍କ ଘର ଆପ୍‌କୁ ସୁରକ୍ଷିତ ଭାବରେ ନିୟନ୍ତ୍ରଣ କରିବାକୁ ଅନୁମତି ଦେଇଥାଏ।

ଧ‍୍ୟାନ ଦିଅନ୍ତୁ: Matter-ସକ୍ଷମ ଆକ୍ସେସରି ପାଇଁ HomePod ସ୍ପୀକର୍ କିମ୍ବା Apple TV 4K ଭଳି ଏକ ହୋମ୍ ହବ୍ ଆବଶ୍ଯକ। ଥ୍ରେଡ୍-ଆଧାରିତ ଆକ୍ସେସରି ପାଇଁ Apple TV 4K, HomePod (2ୟ ଜେନେରେଶନ୍), HomePod mini କିମ୍ବା ଏକ ସୁସଙ୍ଗତ ତୃତୀୟ ପକ୍ଷ ଥ୍ରେଡ୍ ବର୍ଡର୍ ରାଉଟର୍ ଭଳି ଏକ ଥ୍ରେଡ୍-ସକ୍ଷମ ଥିବା ହୋମ୍ ହବ୍ ଆବଶ୍ଯକ। ଥ୍ରେଡ୍-ସକ୍ଷମ ଥିବା iPhone ଡିଭାଇସ୍ ସ୍ଥାନୀୟ ଭାବରେ ଥ୍ରେଡ୍ ଆକ୍ସେସରି ପେୟର୍ ଓ ପରିଚାଳନା କରିବାକୁ ସମର୍ଥ ଅଟେ, ଯାହା ପାଇଁ ଆକ୍ସେସରି ନିର୍ମାତାଙ୍କଠାରୁ ଏକ ଅପ୍‌ଡେଟ୍ ଆବଶ୍ଯକ ହୋଇପାରେ।

ଘରର ଓଭର୍‌ଭ‍୍ୟୁ

ଘର ଆପ୍ ଆପଣଙ୍କୁ ସହଜରେ ଆକ୍ସେସରିଗୁଡ଼ିକ ମଧ୍ଯରେ ନେଭିଗେଟ୍ ଏବଂ ଏହାକୁ କଣ୍ଟ୍ରୋଲ୍ କରିବାକୁ ଦେଇଥାଏ। ଘର ଆପ୍‌ରେ, ନିମ୍ନଲିଖିତ ବିଭାଗଗୁଡ଼ିକୁ ଦେଖାଇବା ପାଇଁ “ଘର ଟାବ୍” ଉପରେ ଟାପ୍ କରନ୍ତୁ:

  • ବର୍ଗ: ରୂମ୍ ଅନୁସାରେ ଗୋଟିଏ ସ୍କ୍ରୀନ୍‌ରେ ସମସ୍ତ ସମ୍ବନ୍ଧିତ ଆକ୍ସେସରି ଦେଖାଇବା ପାଇଁ ପାଣିପାଗ, ଲାଇଟ୍, ସୁରକ୍ଷା, ସ୍ପୀକର୍ ଓ TVs କିମ୍ବା ପାଣି ଭଳି ଏକ ବର୍ଗ ଉପରେ ଟାପ୍ କରନ୍ତୁ।

  • କ୍ୟାମେରା: ସର୍ବାଧିକ ଚାରୋଟି କ୍ୟାମେରାର ଭିଡିଓ କ୍ୟାମେରା ତଳେ ଦେଖାଯାଇପାରେ। ଅଧିକ କ୍ୟାମେରା ଦେଖିବା ପାଇଁ ବାମକୁ ସ୍ୱାଇପ୍ କରନ୍ତୁ।

  • ଦୃଶ୍ଯଗୁଡିକ: ଗୋଟିଏ ଟାପ୍‌ରେ କିମ୍ବା Siri ଅନୁରୋଧ ସହିତ ଏକାଧିକ ଆକ୍ସେସରିକୁ କଣ୍ଟ୍ରୋଲ୍ କରିବା ପାଇଁ ଦୃଶ୍ଯ ତିଆରି କରନ୍ତୁ-ଉଦାହରଣ ସ୍ୱରୂପ, ବ୍ଲାଇଣ୍ଡ୍ ବନ୍ଦ କରିବାକୁ ଏବଂ ସନ୍ଧ୍ୟାରେ ଲାଇଟ୍ ଚାଲୁ କରିବାକୁ ଏକ ଦୃଶ୍ଯ ଉପରେ ଟାପ୍ କରନ୍ତୁ।

  • ଫେଭରିଟ୍: ଘର ଟାବ୍‌ରୁ ଶୀଘ୍ର କଣ୍ଟ୍ରୋଲ୍ କରିବା ପାଇଁ ଆପଣ ଅଧିକାଂଶ ସମୟରେ ବ୍ୟବହାର କରୁଥିବା ଆକ୍ସେସରିଗୁଡ଼ିକୁ ଫେଭରିଟ୍‌ରେ ଯୋଡ଼ନ୍ତୁ।

  • ରୂମ୍: ଆକ୍ସେସରିଗୁଡିକ ରୂମ୍ ଅନୁସାରେ ବ୍ଯବସ୍ଥିତ ହୋଇଥାଏ, ଯାହା ଆପଣଙ୍କୁ କେବଳ ଆବଶ୍ୟକ ଆକ୍ସେସରି ଖୋଜିବାରେ ସହାୟତା କରିଥାଏ।

ଉପରରୁ ତଳ ପର୍ଯ୍ଯନ୍ତ, ଚାରିଟି ବର୍ଗ, ଦୁଇଟି ଦୃଶ୍ଯ, ତିନୋଟି କ୍ୟମେରା ଦୃଶ୍ୟ ଏବଂ ଗୋଟିଏ ରୁମ୍‌ର ସ୍ଥିତି ଦେଖାଉଥିବା ଘର ଟାବ୍। ନିମ୍ନ ଭାଗରେ “ଘର (ଯାହା ଚୟନିତ ଅଛି) ଅଟୋମେଶନ୍” ଏବଂ ”ଡିସ୍କଭର୍‌” ଟାବ୍‌ ଅଛି।

ଘର ଟାବ୍ ଏଡିଟ୍ କରନ୍ତୁ

ଆପଣ ଘର ଟାବ୍‌କୁ ଏପରି ଉପାୟରେ ବ୍ଯବସ୍ଥିତ କରିପାରିବେ ଯାହା ଆପଣଙ୍କ ପାଇଁ ସର୍ବୋତ୍ତମ।

“ଅଧିକ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ କରନ୍ତୁ।

  • ଆଇଟମ୍‌ଗୁଡ଼ିକୁ ପୁଣି ବ୍ୟବସ୍ଥିତ କରନ୍ତୁ: “ଘର ଦୃଶ୍ଯ ଏଡିଟ୍ କରନ୍ତୁ”କୁ ଚୟନ କରନ୍ତୁ, ତା’ପରେ ଟାଇଲ୍‌ଗୁଡ଼ିକୁ ଏକ ଭିନ୍ନ ସ୍ଥାନକୁ ଡ୍ରାଗ୍ କରନ୍ତୁ। ଆପଣଙ୍କ କାମ ସମାପ୍ତ ହେବା ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

  • ବିଭାଗଗୁଡ଼ିକୁ ପୁଣି କ୍ରମରେ ସଜାନ୍ତୁ: ଘର ଟାବ୍‌ରେ ଫେଭରିଟ୍ କିମ୍ବା ଦୃଶ୍ଯ ପରି ବିଭାଗଗୁଡ଼ିକର କ୍ରମରେ ପରିବର୍ତ୍ତନ କରିବାକୁ, “ବିଭାଗଗୁଡ଼ିକୁ ରିଅର୍ଡର୍ କରନ୍ତୁ”କୁ ବାଛନ୍ତୁ, ତା'ପରେ “ରିଅର୍ଡର୍ କରନ୍ତୁ” ବଟନ୍‌କୁ ଏକ ବିଭାଗ ପାଖରେ ଥିବା ନୂଆ ସ୍ଥାନକୁ ଡ୍ରାଗ୍ କରନ୍ତୁ। ଆପଣଙ୍କ କାମ ସମାପ୍ତ ହେବା ପରେ “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

  • “ରୀସାଇଜ୍ କରନ୍ତୁ” ଆଇକନ୍‌: “ଘର ଦୃଶ୍ଯ ଏଡିଟ୍ କରନ୍ତୁ” ଚୟନ କରନ୍ତୁ, ଏକ ଟାଇଲ୍‌ରେ ଟାପ୍‌ କରନ୍ତୁ, “ରୀସାଇଜ୍ କରନ୍ତୁ” ବଟନ୍‌ରେ ଟାପ୍‌ କରନ୍ତୁ, ତା’ପରେ “ସମ୍ପୂର୍ଣ୍ଣ”ରେ ଟାପ୍‌ କରନ୍ତୁ।

ଆପଣଙ୍କ Apple ଡିଭାଇସ୍ ସହିତ ଏକ ସ୍ମାର୍ଟ୍ ଘର କିପରି ତିଆରି ଏବଂ ଆକ୍ସେସ୍‌ କରିବେ ସେ ବିଷୟରେ ଅଧିକ ଜାଣିବା ପାଇଁ ସ୍କ୍ରୀନ୍ ତଳେ ଥିବା “ଡିସ୍କଭର୍‌” ଉପରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.