ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneର Safariରେ ଡିଜିଟଲ୍ ସାର୍ଟିଫିକେଟ୍ ଏବଂ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌

ଏକ ସାର୍ଟିଫିକେଟ୍, ଯାହାକୁ “ଡିଜିଟଲ୍ ସାର୍ଟିଫିକେଟ୍” କିମ୍ବା “ପବ୍ଲିକ୍ କୀ’ ସାର୍ଟିଫିକେଟ୍” ମଧ୍ଯ କୁହାଯାଏ, ଏକ ଫାଇଲ୍ ଯାହା ୱେବ୍ ଯୋଗାଯୋଗକୁ ସୁରକ୍ଷିତ ରଖିବାରେ ସାହାଯ୍ଯ କରେ।

VeriSign, Inc. କିମ୍ବା RSA ସିକ୍ଯୁରିଟି Inc. ଭଳି ବିଶ୍ୱସ୍ତ ସଂସ୍ଥା ଦ୍ୱାରା ସାର୍ଟିଫିକେଟ୍ ଜାରି କରାଯାଇଥାଏ। ଯେତେବେଳେ ଆପଣ ଏକ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌ ପରିଦର୍ଶନ କରନ୍ତି-ଉଦାହରଣ ସ୍ୱରୂପ, ଅନ୍‌ଲାଇନ୍‌ ବ୍ଯାଙ୍କିଂ କରିବା ପାଇଁ—Safari ସାଇଟ୍‌ର ସାର୍ଟିଫିକେଟ୍ ବୈଧ କି ନାହିଁ ଯାଞ୍ଚ କରେ। ଯଦି ଏହା ନୁହେଁ, Safari ଆପଣଙ୍କୁ ଚେତାବନୀ ଦିଏ।

ସାଇଟ୍ ସହିତ ଆପଣ ଆଦାନ ପ୍ରଦାନ କରୁଥିବା ସୂଚନାକୁ ଏନ୍‌କ୍ରିପ୍ଟ୍ କରିବା ପାଇଁ ଏକ ଏନ୍‌କ୍ରିପ୍ଟ୍ ହୋଇଥିବା ଓ୍ବେବ୍‌ସାଇଟ୍‌ ଏବଂ Safari ମିଳିତ ଭାବେ କାର୍ଯ୍ଯ କରନ୍ତି। ଏନ୍‌କ୍ରିପ୍ସନ୍ ପାଇଁ ବ୍ଯବହୃତ କୀ’ ସାଇଟ୍‌ର ସୁରକ୍ଷା ସାର୍ଟିଫିକେଟ୍‌ରେ ରହିଛି। ଏହା ଆପଣଙ୍କ ସାଇନ୍-ଇନ୍ ସୂଚନା, କ୍ରେଡିଟ୍ କାର୍ଡ୍ ନମ୍ବର୍, ଠିକଣା ଏବଂ ଅନ୍ଯ ସୁରକ୍ଷିତ ଡେଟାକୁ ସୁରକ୍ଷିତ ରଖେ।

ଯଦି ଆପଣଙ୍କୁ ଏକ ପର୍ସନଲ୍‌ ସାର୍ଟିଫିକେଟ୍ ଆବଶ୍ଯକ କରୁଥିବା ଏକ ଓ୍ବେବ୍‌ସାଇଟ୍‌ ସହିତ ସଂଯୋଗ କରିବାକୁ ପଡ଼େ, ତେବେ ଆପଣଙ୍କୁ ଏହାକୁ ଇନ୍‌ଷ୍ଟଲ୍ କରିବା ପାଇଁ ଏକ ସାର୍ଟିଫିକେଟ୍ ଏବଂ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥାଏ। ଏହା ଇନ୍‌ଷ୍ଟଲ୍ ହେବା ପରେ, ଆପଣ ସ୍ୱୟଂଚାଳିତ ଭାବରେ ଓ୍ବେବ୍‌ସାଇଟ୍‌କୁ ପ୍ରାମାଣିକ ଆକ୍ସେସ୍ ପ୍ରାପ୍ତ କରନ୍ତି। ଯଦି ଆପଣ ଏହାକୁ ଆକ୍ସେସ୍ କରିବାରେ ଅସମର୍ଥ, ତେବେ ଓ୍ବେବ୍‌ସାଇଟ୍‌ ଆଡ୍‌ମିନିଷ୍ଟ୍ରେଟର୍‌ ସହ ଯୋଗାଯୋଗ କରନ୍ତୁ।

ଗୁରୁତ୍ବପୂର୍ଣ୍ଣ: ଯଦି ଏକ ଓ୍ବେବ୍‌ସାଇଟ୍ HTTPS ପ୍ରୋଟୋକଲ୍ ବ୍ଯବହାର କରେ ନାହିଁ, ଏକ ଡିଜିଟଲ୍ ପରିଚୟ ପ୍ରମାଣପତ୍ର ଅଛି କିମ୍ବା ସୂଚନା ଏନ୍‌କ୍ରିପ୍ଟ୍ କରେ, ତେବେ “ସୁରକ୍ଷିତ ନୁହେଁ” ଶବ୍ଦ ସର୍ଚ୍ଚ୍ ଫିଲ୍ଡ୍‌ରେ ଦେଖାଯିବ। ଏନ୍‌କ୍ରିପ୍ଟ୍ ହୋଇନଥିବା ଏକ ୱେବ୍‌ସାଇଟ୍‌ରେ ବ୍ଯକ୍ତିଗତ କିମ୍ବା ଆର୍ଥିକ ସୂଚନା ଲେଖନ୍ତୁ ନାହିଁ। ଆପଣ ପରିଦର୍ଶନ କରୁଥିବା ଓ୍ବେବ୍‌ସାଇଟ୍‌ ଆପଣ ଚାହୁଁଥିବା ଓ୍ବେବ୍‌ସାଇଟ୍‌ ହୋଇନପାରେ ଏବଂ ଆପଣ ଲେଖୁଥିବା ସୂଚନା ଚୋରି ହେବାର ଆଶଙ୍କା ଅଛି। ଏହା ପରିବର୍ତ୍ତେ, ଆପଣ ସାଇନ୍ ଇନ୍ କରିଥିବା ୱେବ୍‌ପେଜ୍‌କୁ ଫେରନ୍ତୁ ଏବଂ ଏନ୍‌କ୍ରିପ୍ଟ୍ ହୋଇଥିବା ସାଇଟ୍‌ର ଅନ୍ଯ ଭର୍ଶନ୍‌କୁ ଲିଙ୍କ୍ ଯାଞ୍ଚ କରନ୍ତୁ-ଉଦାହରଣ ସ୍ୱରୂପ, “ଆମର ସୁରକ୍ଷିତ ସାଇଟ୍ ବ୍ଯବହାର କରନ୍ତୁ”। ଯଦିଓ ଆପଣ ବ୍ଯକ୍ତିଗତ ସୂଚନା ଦେଖିବେ କିମ୍ବା ପ୍ରଦାନ କରିବେ ବୋଲି ଆଶା କରୁନାହାନ୍ତି ତଥାପି ଯଦି ଉପଲବ୍ଧ ଥାଏ, ତେବେ ଏହାକୁ ବ୍ଯବହାର କରନ୍ତୁ।

ଏନ୍‌କ୍ରିପ୍ସନ୍ ନିଶ୍ଚିତ କରେ ଯେ ଏକ ୱେବ୍‌ସାଇଟ୍‌ ସହିତ ଆପଣଙ୍କର ସଂଯୋଗ ସୁରକ୍ଷିତ ଅଛି, କିନ୍ତୁ ୱେବ୍‌ସାଇଟ୍‌ ବିଶ୍ୱସନୀୟ ବୋଲି ଏନ୍‌କ୍ରିପ୍ସନ୍ ନିଶ୍ଚିତ କରେ ନାହିଁ। ଠିକଣା ଠିକ୍ ଅଛି ବୋଲି ସୁନିଶ୍ଚିତ କରିବା ପାଇଁ ସର୍ବଦା Safari ଟୂଲ୍‌ବାର୍‌ରେ ଯାଞ୍ଚ କରନ୍ତୁ। ଓ୍ବେବ୍‌ସାଇଟ୍‌ ଠିକଣାର ଗୋଟିଏ କିମ୍ବା ଦୁଇଟି ଅକ୍ଷର ପରିବର୍ତ୍ତନ କରି କିଛି ଜାଲ୍ ଓ୍ବେବ୍‌ସାଇଟ୍‌ ବିଶ୍ୱାସଯୋଗ୍ୟ ଓ୍ବେବ୍‌ସାଇଟ୍‌ର ଛଦ୍ମବେଶରେ ଥାଆନ୍ତି।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.