ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ ଥିବା ମ୍ଯାପ୍ ଆପ୍‌ରେ ନିଜ ଘର, କାର୍ଯ୍ଯସ୍ଥଳ କିମ୍ବା ସ୍କୂଲ୍‌ର ଠିକଣା ସେଟ୍ କରନ୍ତୁ

ରିଅଲ୍-ଟାଇମ୍ ଟ୍ରାଫିକ୍ ଅପ୍‌ଡେଟ୍, ଦିଗନିର୍ଦ୍ଦେଶ ଏବଂ ନୋଟିଫିକେଶନ୍‌ର ଏକକ-ଟାପ୍ ଆକ୍ସେସ୍ ପାଇଁ ଆପଣ ନିଜର ଘର, କାର୍ଯ୍ଯସ୍ଥଳୀ କିମ୍ୱା ସ୍କୂଲ୍‌ର ଠିକଣା ସେଟ୍ କରିପାରିବେ, ଯାହା ଆପଣଙ୍କ ଯାତ୍ରାକୁ ଅଧିକ ଉନ୍ନତ କରିଥାଏ।

ଏକ ଠିକଣାକୁ ଘର, କାର୍ଯ୍ଯସ୍ଥଳୀ କିମ୍ବା ସ୍କୂଲ୍‌ ଭାବରେ ସେଟ୍ କରିବାର ବିକଳ୍ପ ସହିତ ବିବରଣୀ ସ୍କ୍ରୀନ୍‌ ଦେଖାଉଥିବା ମ୍ଯାପ୍ ଆପ୍।

ଆପଣଙ୍କ ଘର, କାର୍ଯ୍ଯ କିମ୍ବା ସ୍କୂଲ୍‌ର ଠିକଣା ସେଟ୍ କରନ୍ତୁ

ଆପଣ କଣ୍ଟାକ୍ଟ୍ ଆପ୍‌ରେ ଥିବା ନିଜ କଣ୍ଟାକ୍ଟ୍ କାର୍ଡ୍‌ରେ ଥିବା ଘର କିମ୍ବା କାର୍ଯ୍ଯସ୍ଥଳୀର ଠିକଣାଠାରୁ ଭିନ୍ନ ଏକ ଘର କିମ୍ବା କାର୍ଯ୍ଯସ୍ଥଳୀର ଠିକଣା ସେଟ୍ କରିପାରିବେ।

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଲାଇବ୍ରେରି ତଳେ, “ଯୋଡ଼ନ୍ତୁ” ବଟନ୍‌ ଉପରେ ଟାପ୍ କରନ୍ତୁ (ଆପଣଙ୍କୁ ବାମକୁ ସ୍ୱାଇପ୍ କରିବାକୁ ପଡ଼ିପାରେ)।

  3. ସର୍ଚ୍ଚ୍ ଫିଲ୍ଡ୍‌ରେ ଟାପ୍ କରନ୍ତୁ, ତା’ପରେ ଆପଣ ଖୋଜୁଥିବା ଠିକଣା ଲେଖନ୍ତୁ।

  4. ଠିକଣାରେ ଟାପ୍ କରନ୍ତୁ, ତା’ପରେ ଏହାକୁ ଏକ ପ୍ରକାରରେ ଆସାଇନ୍ କରନ୍ତୁ: ମୋ ଘର, ମୋ କର୍ଯ୍ଯ କିମ୍ବା ମୋ ସ୍କୂଲ୍‌।

  5. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣଙ୍କୁ “ମୋ କାର୍ଡ୍‌”ରେ ମ୍ଯାପ୍‌ ସିଙ୍କ୍ କରିବାକୁ ଅନୁରୋଧ କରାଯିବା ପରେ ଆପଣଙ୍କ ଘର, କାର୍ଯ୍ୟସ୍ଥଳୀ କିମ୍ୱା ସ୍କୂଲ୍‌ ଠିକଣା ପରିବର୍ତ୍ତନ କରନ୍ତି, ତେବେ ଆପଣଙ୍କୁ କଣ୍ଟାକ୍ଟ୍‌ରେ ଆପଣଙ୍କ ଠିକଣା ଅପ୍‌ଡେଟ୍ କରିବାକୁ ପଡ଼ିପାରେ। ଆପଣଙ୍କ ହୋମ୍‌ ଠିକଣା ଯୋଡ଼ନ୍ତୁ କିମ୍ବା ଏଡିଟ୍ କରନ୍ତୁ ଦେଖନ୍ତୁ।

ଏକ ଠିକଣାର ଲୋକେଶନ୍ ରିଫାଇନ୍ କରନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଲାଇବ୍ରେରି ତଳେ, ଆପଣ ରିଫାଇନ୍ କରିବାକୁ ଚାହୁଁଥିବା ଠିକଣାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ବିବରଣୀ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  4. ମ୍ଯାପ୍‌ରେ ଲୋକେଶନ୍‌ ରିଫାଇନ୍‌ କରିବା ପାଇଁ ଟାପ୍ କରନ୍ତୁ, ତା’ପରେ ମ୍ଯାପ୍‌କୁ ଡ୍ରାଗ୍ କରନ୍ତୁ।

  5. “ସମ୍ପୂର୍ଣ୍ଣ ହୋଇଛି”ରେ ଟାପ୍ କରନ୍ତୁ।

ଏକ ସେଟ୍ କରାଯାଇଥିବା ଠିକଣାର ବିବରଣୀ ପରିବର୍ତ୍ତନ କରନ୍ତୁ

ଯଦି ସେହି ଠିକଣା ପରିବର୍ତ୍ତନ ହୁଏ, ତେବେ ଆପଣ ନିଜ ସେଟ୍ କରାଯାଇଥିବା ଠିକଣାର ବିବରଣୀ ବଦଳାଇ ପାରିବେ।

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଲାଇବ୍ରେରି ତଳେ, ଆପଣ ବଦଳାଇବାକୁ ଚାହୁଁଥିବା ଠିକଣାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ବିବରଣୀ ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି କାର୍ଯ୍ଯ କରନ୍ତୁ:

    • ପିନ୍‌ର ନାମ ପରିବର୍ତ୍ତନ କରନ୍ତୁ: ଲେବଲ୍ ଫିଲ୍ଡ୍‌ରେ ଏକ ନୂଆ ନାମ ଲେଖନ୍ତୁ।

    • ଆପଣଙ୍କ ଘର, କାର୍ଯ୍ଯସ୍ଥଳୀ କିମ୍ବା ସ୍କୂଲ୍‌ରେ ଠିକଣା ଆସାଇନ୍ କରନ୍ତୁ: ପ୍ରକାରର ତଳେ ଏକ ବିକଳ୍ପ ବାଛନ୍ତୁ।

    • ପିନ୍‌ର ଲୋକେଶନ୍ ପରିବର୍ତ୍ତନ କରନ୍ତୁ: “ମ୍ଯାପ୍‌ରେ ଲୋକେଶନ୍ ରିଫାଇନ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

ଏକ ସେଟ୍ କରାଯାଇଥିବା ଠିକଣା କାଢ଼ନ୍ତୁ

  1. ଆପଣଙ୍କ iPhoneରେ ମ‍୍ୟାପ୍‌ ଆପ୍‌ କୁ ଯାଆନ୍ତୁ।

  2. ଲାଇବ୍ରେରି ତଳେ, ଆପଣ କାଢ଼ିବାକୁ ଚାହୁଁଥିବା ଠିକଣାକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

  3. “ଅନ୍‌ପିନ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.