ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhoneରେ Safariରେ ଆପଣଙ୍କ ସୂଚନା ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ

କ୍ରେଡିଟ୍ କାର୍ଡ୍‌ ସୂଚନା, କଣ୍ଟାକ୍ଟ୍ ସୂଚନା ଏବଂ ୟୁଜର୍‌ ନାମ ଏବଂ ପାସ୍‌ଓ୍ବର୍ଡ୍‌ ସ୍ୱୟଂଚାଳିତ ଭାବରେ ପୂରଣ କରିବାକୁ ଅଟୋଫିଲ୍ ବ୍ଯବହାର କରନ୍ତୁ।

ଗୁରୁତ୍ବପୂର୍ଣ୍ଣ: "ସୁରକ୍ଷିତ ନୁହେଁ" ଚେତାବନୀ ଥିବା ସାଇଟ୍‌ଗୁଡ଼ିକରେ ଆପଣଙ୍କ ପାସ୍‌ଓ୍ବର୍ଡ୍‌ କିମ୍ବା କ୍ରେଡିଟ୍ କାର୍ଡ୍‌ ନମ୍ବର୍‌ କଦାପି ଲେଖନ୍ତୁ ନାହିଁ। ଯଦି Safariସହିତ ବ୍ରାଉଜିଂ ସମୟରେ ଆପଣ “ସୁରକ୍ଷିତ ନୁହେଁ” ଚେତାବନୀ ଦେଖନ୍ତି, ତେବେ Apple ସମର୍ଥନ ଆର୍ଟିକଲ୍‌ ଦେଖନ୍ତୁ।

ଅଟୋଫିଲ୍ ସେଟ୍ ଅପ୍ କରନ୍ତୁ

ଅନ୍‌ଲାଇନ୍‌ ଫର୍ମ ପୂରଣ କରିବା ଏବଂ କ୍ରୟ କରିବାର ସ୍ପୀଡ୍‌ ବଢ଼ାଇବା ପାଇଁ ଆପଣ ନିଜ iPhoneରେ ପର୍ସନଲ୍‌ ସୂଚନା କିମ୍ବା କ୍ରେଡିଟ୍ କାର୍ଡ୍‌ ନମ୍ବର୍ ସେଭ୍ କରିପାରିବେ।

  1. ସେଟିଂସ୍‌  > ଆପ୍‌ > Safariକୁ ଯାଆନ୍ତୁ।

  2. ଅଟୋଫିଲ୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • କଣ୍ଟାକ୍ଟ୍ ସୂଚନା ସେଟ୍ ଅପ୍ କରନ୍ତୁ: “କଣ୍ଟାକ୍ଟ୍ ସୂଚନା ବ୍ଯବହାର କରନ୍ତୁ” ଚାଲୁ କରନ୍ତୁ, “ମୋ ସୂଚନା”ରେ ଟାପ୍‌ କରନ୍ତୁ, ତା'ପରେ ଆପଣଙ୍କ କଣ୍ଟାକ୍ଟ୍ କାର୍ଡ୍‌ ବାଛନ୍ତୁ। ଆପଣ Safariରେ ୱେବ୍‌ପେଜ୍‌ ଉପରେ ଅଟୋଫିଲ୍ ଟାପ୍‌ କଲେ ସେହି କାର୍ଡ୍‌ରୁ କଣ୍ଟାକ୍ଟ୍ ସୂଚନା ଲେଖାଯାଇଥାଏ।

    • “କ୍ରେଡିଟ୍ କାର୍ଡ୍‌ ସୂଚନା” ସେଟ୍ ଅପ୍ କରନ୍ତୁ: କ୍ରେଡିଟ୍ କାର୍ଡ୍‌ ଚାଲୁ କରନ୍ତୁ, “ସେଭ୍ କରାଯାଇଥିବା କ୍ରେଡିଟ୍ କାର୍ଡ୍‌”ରେ ଟାପ୍‌ କରନ୍ତୁ, ତା'ପରେ “କ୍ରେଡିଟ୍‌ କାର୍ଡ୍‌ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ। ଟାଇପ୍ ନକରି ସୂଚନା ଲେଖିବା ପାଇଁ ପ୍ରଦାନ କରାଯାଇଥିବା ଫିଲ୍ଡ୍‌ରେ ଆପଣଙ୍କ କ୍ରେଡିଟ୍ କାର୍ଡ୍‌ ସୂଚନା ଲେଖନ୍ତୁ କିମ୍ବା “କ୍ଯାମେରା ବ୍ଯବହାର କରନ୍ତୁ”ରେ ଟାପ୍‌ କରନ୍ତୁ।

ଆପଣଙ୍କ କଣ୍ଟାକ୍ଟ୍ ସୂଚନା ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ

ଆପଣ ଅଟୋଫିଲ୍ ବ୍ଯବହାର କରି ଅନ୍‌ଲାଇନ୍‌‌ ଫର୍ମ୍‌ରେ ଆପଣଙ୍କ ପର୍ସନଲ୍‌ ସୂଚନା ଶୀଘ୍ର ଯୋଡ଼ିପାରିବେ।

  1. ଆପଣଙ୍କ iPhoneରେ Safari ଆପ୍ କୁ ଯାଆନ୍ତୁ।

  2. ଅଟୋଫିଲ୍ ସମର୍ଥନ କରୁଥିବା ଏକ ଓ୍ବେବ୍‌ସାଇଟ୍‌ରେ ଏକ ଫର୍ମ୍‌ରେ ଏକ ଖାଲି ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  3. କୀ'ବୋର୍ଡ୍‌ ଉପରେ “କଣ୍ଟାକ୍ଟ୍ ଅଟୋଫିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଏକ କଣ୍ଟାକ୍ଟ୍ ଚୟନ କରନ୍ତୁ।

  4. ପରିବର୍ତ୍ତନ କରିବା ପାଇଁ ଯେକୌଣସି ଫିଲ୍ଡ୍‌ରେ ଟାପ୍ କରନ୍ତୁ।

  5. ଫର୍ମ ଦାଖଲ କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଆପଣ ନିଜ କଣ୍ଟାକ୍ଟ୍ ଲିଷ୍ଟ୍‌ରୁ ଅନ୍ଯ ଜଣେ ବ୍ଯକ୍ତିଙ୍କ ସୂଚନା ଲେଖିବାକୁ ଅଟୋଫିଲ୍ ବ୍ଯବହାର କରିପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ଏକ ଗିଫ୍ଟ୍ କିଣୁଛନ୍ତି ଏବଂ ଏହାକୁ ଜଣେ ବନ୍ଧୁଙ୍କୁ ପଠାଉଛନ୍ତି, ତେବେ ଆପଣ ତାଙ୍କ ଠିକଣା ଲେଖିବା ପାଇଁ ଅଟୋଫିଲ୍ ବ୍ଯବହାର କରିପାରିବେ। “କଣ୍ଟାକ୍ଟ୍ ଅଟୋଫିଲ୍ କରନ୍ତୁ”ରେ ଟାପ୍‌ କରନ୍ତୁ, “ଅନ୍ଯ କଣ୍ଟାକ୍ଟ୍‌”ରେ ଟାପ୍‌ କରନ୍ତୁ, ତା'ପରେ ସେମାନଙ୍କ କଣ୍ଟାକ୍ଟ୍ କାର୍ଡ୍‌ ବାଛନ୍ତୁ।

ଆପଣଙ୍କ ପେମେଣ୍ଟ୍ ସୂଚନା ସ୍ୱୟଂଚାଳିତ ଭାବରେ ପୂରଣ କରନ୍ତୁ

ଆପଣ ଏକ କ୍ରେଡିଟ୍ କାର୍ଡ୍‌ ଯୋଡ଼ିଲା ପରେ କିମ୍ବା ଯଦି ଆପଣଙ୍କ ପାଖରେ ଓ୍ବଲେଟ୍‌ରେ Apple Card କିମ୍ବା Apple Cash ଅଛି, ତେବେ ଆପଣ ନିଜର ସମ୍ପୂର୍ଣ୍ଣ କାର୍ଡ୍‌ ନମ୍ବର୍ ନଲେଖି ଅନ୍‌ଲାଇନ୍‌ କ୍ରୟ କରିବା ପାଇଁ ଅଟୋଫିଲ୍ ବ୍ଯବହାର କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଯେଉଁଠାରେ Apple Pay ଗ୍ରହଣ କରାଯାଉ ନାହିଁ, ସେଠାରେ ଆପଣ ଆପ୍ କିମ୍ବା ଓ୍ବେବ୍‌ରେ Apple Cash ବ୍ଯବହାର କରିପାରିବେ। ଓ୍ବଲେଟ୍‌ରେ Apple Cash ବ୍ଯବହାର କରନ୍ତୁ ଦେଖନ୍ତୁ।

  1. ଆପଣଙ୍କ iPhoneରେ Safari ଆପ୍ କୁ ଯାଆନ୍ତୁ।

  2. ଓ୍ବେବ୍‌ସାଇଟ୍‌ରେ ଏକ ଫର୍ମ୍‌ରେ କ୍ରେଡିଟ୍ କାର୍ଡ୍‌ ସୂଚନା ଫିଲ୍ଡ୍‌ରେ ଟାପ୍‌ କରନ୍ତୁ।

  3. ଆପଣ ବ୍ଯବହାର କରିବାକୁ ଚାହୁଁଥିବା “ସେଭ୍ କରାଯାଇଥିବା କାର୍ଡ୍‌”ରେ ଟାପ୍ କରନ୍ତୁ କିମ୍ବା ଏକ କ୍ରେଡିଟ୍ କାର୍ଡ୍‌ର ସମ୍ମୁଖ ଭାଗର ଫଟୋ ଉଠାଇବା ପାଇଁ “କାର୍ଡ୍‌ ସ୍କାନ୍‌ କରନ୍ତୁ”ରେ ଟାପ୍ କରନ୍ତୁ।

    ଟିପ୍‌: ଆପଣ ଏକ ନୂଆ କାର୍ଡ୍‌ ଏଣ୍ଟର୍ କରିବା ପରେ ଏହାକୁ Safari ଅଟୋଫିଲ୍‌ରେ ସେଭ୍ କରିପାରିବେ ଏବଂ ପରେ ଏହାକୁ ଓ୍ବଲେଟ୍‌ରେ ଯୋଡ଼ିପାରିବେ। ଓ୍ବଲେଟ୍‌ରେ Apple Pay ସେଟ୍‌ ଅପ୍‌ ଦେଖନ୍ତୁ।

ଆପଣ ଚେକ୍ଆଉଟ୍ ସମୟରେ ଭର୍ଚୁଆଲ୍ କାର୍ଡ୍‌ ନମ୍ବର୍‌ ବ୍ଯବହାର କରି ଆପଣଙ୍କ ପ୍ରକୃତ କ୍ରେଡିଟ୍ କାର୍ଡ୍‌ ନମ୍ବର୍‌ ଗୋପନୀୟ ରଖିପାରିବେ। ଓ୍ବଲେଟ୍‌ରେ Apple Pay ସେଟ୍‌ ଅପ୍‌ ଦେଖନ୍ତୁ। ଆପଣ ଏକ ଭର୍ଚୁଆଲ୍ କାର୍ଡ୍‌ ନମ୍ବର୍‌ ସେଟ୍ ଅପ୍ କରିବା ପରେ, କୀ’ବୋର୍ଡ୍‌ରେ ଭର୍ଚୁଆଲ୍ କାର୍ଡ୍ ଆଇକନ୍‌ ଥିବା ଏକ କାର୍ଡ୍‌ରେ ଟାପ୍‌ କରି ଏହାକୁ ଚେକ୍ଆଉଟ୍ ସମୟରେ ବ୍ଯବହାର କରନ୍ତୁ।

ଆପଣଙ୍କ ପାସ୍‌ଓ୍ବର୍ଡ୍‌ ସ୍ବୟଂଚାଳିତ ଭାବରେ ପୂରଣ କରନ୍ତୁ

ଓ୍ବେବ୍‌ସାଇଟ୍‌ ଏବଂ ଆପ୍‌ରେ ବିଭିନ୍ନ ସେବା ପାଇଁ ସାଇନ୍ ଅପ୍ କରିବା ସମୟରେ, ଆପଣ iPhoneକୁ ଆପଣଙ୍କ ଅନେକ ଆକାଉଣ୍ଟ୍‌ ପାଇଁ ଶକ୍ତିଶାଳୀ ପାସ୍‌ଓ୍ବର୍ଡ୍‌ ତିଆରି କରି ସେଭ୍ କରିବା ପାଇଁ ଦେଇପାରିବେ। ସ୍ବୟଂଚାଳିତ ଭାବରେ ଶକ୍ତିଶାଳୀ ପାସ୍‌ଓ୍ବର୍ଡ୍‌ ପୂରଣ କରନ୍ତୁ ଦେଖନ୍ତୁ।

ଅଟୋଫିଲ୍ ବିକଳ୍ପ ପରିବର୍ତ୍ତନ କରନ୍ତୁ

ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ଏବଂ କ୍ରୟ କରିବା ପାଇଁ ଆପଣ ନିଜ iPhoneରେ ପର୍ସନଲ୍‌ ସୂଚନା କିମ୍ବା କ୍ରେଡିଟ୍ କାର୍ଡ୍‌ ନମ୍ବର୍‌ ପରିବର୍ତ୍ତନ କରିପାରିବେ।

  1. ସେଟିଂସ୍‌  > ଆପ୍‌ > Safariକୁ ଯାଆନ୍ତୁ।

  2. ଅଟୋଫିଲ୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • କଣ୍ଟାକ୍ଟ୍ ସୂଚନା ପରିବର୍ତ୍ତନ କରନ୍ତୁ: “ମୋ ସୂଚନା” ଟାପ୍‌ କରନ୍ତୁ, ତା'ପରେ ଏକ କଣ୍ଟାକ୍ଟ୍ କାର୍ଡ୍‌ ବାଛନ୍ତୁ ଯେଉଁଥିରେ ଆପଣ Safariରେ ୱେବ୍‌ପେଜ୍‌ରେ ଅଟୋଫିଲ୍ ଟାପ୍‌ କରିବା ସମୟରେ ଲେଖିବାକୁ ଚାହୁଁଥିବା ସୂଚନା ଥାଏ।

    • କ୍ରେଡିଟ୍ କାର୍ଡ୍‌ ସୂଚନା ପରିବର୍ତ୍ତନ କରନ୍ତୁ: “ସଂରକ୍ଷିତ କ୍ରେଡିଟ୍ କାର୍ଡ୍‌”ରେ ଟାପ୍‌ କରନ୍ତୁ, ତା'ପରେ ଆପଣ କ୍ରୟ କରିବା ପାଇଁ ବ୍ଯବହାର କରିବାକୁ ଚାହୁଁଥିବା କ୍ରେଡିଟ୍ କାର୍ଡ୍‌ ବାଛନ୍ତୁ (କିମ୍ବା “କ୍ରେଡିଟ୍ କାର୍ଡ୍‌ ଯୋଡ଼ନ୍ତୁ”ରେ ଟାପ୍‌ କରନ୍ତୁ)।

ଅଟୋଫିଲ୍ ବନ୍ଦ କରନ୍ତୁ

ଆପଣଙ୍କ କଣ୍ଟାକ୍ଟ୍ କିମ୍ବା କ୍ରେଡିଟ୍ କାର୍ଡ୍‌ ସୂଚନା ଏବଂ ପାସ୍‌ଓ୍ବର୍ଡ୍‌ ପାଇଁ ଆପଣ ଅଟୋଫିଲ୍ ବନ୍ଦ କରିପାରିବେ। ଆପଣଙ୍କ କଣ୍ଟାକ୍ଟ୍ କିମ୍ବା କ୍ରେଡିଟ୍ କାର୍ଡ୍‌ ସୂଚନା ସହଜରେ ଉପଲବ୍ଧ ହେଉ ବୋଲି ଆପଣ ଚାହୁଁନଥିବା ସ୍ଥିତିରେ ଏହା ସହାୟକ ହୋଇଥାଏ-ଉଦାହରଣ ସ୍ୱରୂପ ଯଦି ଆପଣ ଅନ୍ଯ ମାନଙ୍କ ସହ ଏକ ଡିଭାଇସ୍ ଶେୟର୍‌ କରୁଛନ୍ତୁ।

  • ଆପଣଙ୍କ କଣ୍ଟାକ୍ଟ୍ କିମ୍ବା କ୍ରେଡିଟ୍ କାର୍ଡ୍‌ ସୂଚନା ପାଇଁ ଅଟୋଫିଲ୍ ବନ୍ଦ କରନ୍ତୁ: ସେଟିଂସ୍  > ଆପ୍‌ > Safari > ଅଟୋଫିଲ୍‌କୁ ଯାଆନ୍ତୁ, ତା’ପରେ ଯେକୌଣସି ଗୋଟିଏ ବିକଳ୍ପକୁ ବନ୍ଦ କରିଦିଅନ୍ତୁ।

  • ପାସ୍‌ଓ୍ବର୍ଡ୍‌ ପାଇଁ ଅଟୋଫିଲ୍ ବନ୍ଦ କରନ୍ତୁ: ସେଟିଂସ୍ > ସାଧାରଣ > ଅଟୋଫିଲ୍ ଓ ପାସ୍‌ଓ୍ବର୍ଡ୍‌କୁ ଯାଆନ୍ତୁ, ତା'ପରେ “ପାସ୍‌ଓ୍ବର୍ଡ୍‌ ଏବଂ ପାସ୍‌କୀ’ ଅଟୋଫିଲ୍ କରନ୍ତୁ” ବନ୍ଦ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.