ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଏକ କେବଲ୍ ସହିତ ଡିସ୍‌ପ୍ଲେକୁ iPhone ସହ ସଂଯୋଗ କରନ୍ତୁ

ଉପଯୁକ୍ତ କେବଲ୍ କିମ୍ବା ଆଡାପ୍ଟର୍ ଦ୍ୱାରା ଆପଣ ନିଜର iPhoneକୁ କମ୍ପ୍ଯୁଟର୍ ମନିଟର୍, TV କିମ୍ବା ପ୍ରୋଜେକ୍ଟର୍ ପରି ସେକେଣ୍ଡାରୀ ଡିସ୍‌ପ୍ଲେ ସହିତ ସଂଯୁକ୍ତ କରିପାରିବେ।

  1. ଆପଣଙ୍କ iPhone ମଡେଲ୍ ଉପରେ ନିର୍ଭର କରି, iPhoneର ତଳପଟରେ ଥିବା ଚାର୍ଜିଂ ପୋର୍ଟ୍‌ରେ Lightning ଡିଜିଟଲ୍ AV ଆଡାପ୍ଟର୍, VGA ଆଡାପ୍ଟର୍, USB-C ଡିସ୍‌ପ୍ଲେ AV ଆଡାପ୍ଟର୍, କିମ୍ବା USB-C VGA ମଲ୍ଟି-ପୋର୍ଟ୍ ଆଡାପ୍ଟର୍‌ ପ୍ଲଗ୍ କରନ୍ତୁ।

  2. ଆଡାପ୍ଟର୍ ସହିତ ଏକ HDMI କିମ୍ବା VGA କେବଲ୍ ସଂଯୋଗ କରନ୍ତୁ।

  3. HDMI କିମ୍ବା VGA କେବଲ୍‌ର ଅନ୍ଯ ପ୍ରାନ୍ତକୁ ମନିଟର୍, TV କିମ୍ବା ପ୍ରୋଜେକ୍ଟର୍ ସହିତ ସଂଯୁକ୍ତ କରନ୍ତୁ।

  4. ଆବଶ୍ଯକ ହେଲେ, ମନିଟର୍, TV କିମ୍ବା ପ୍ରୋଜେକ୍ଟର୍‌ରେ ଥିବା ସଠିକ୍ ଭିଡିଓ ସୋର୍ସ୍‌କୁ ସ୍ବିଚ୍ କରନ୍ତୁ। ଯଦି ଆପଣଙ୍କୁ ସହାୟତା ଦରକାର, ତେବେ ଡିସ୍‌ପ୍ଲେର ମାନ୍ଯୁଅଲ୍ ବ୍ଯବହାର କରନ୍ତୁ।

ଆଡାପ୍ଟର୍‌ରେ ଏକ ଅତିରିକ୍ତ ପୋର୍ଟ୍ ଅଛି ଯାହା ଦ୍ୱାରା ଆପଣ ଚାର୍ଜିଂ କେବଲ୍ ସଂଯୋଗ କରିପାରିବେ ଏବଂ ଏକ ମନିଟର୍, TV କିମ୍ବା ପ୍ରୋଜେକ୍ଟର୍ ସହିତ ସଂଯୁକ୍ତ ଥିବାବେଳେ ଆପଣଙ୍କ iPhone ଚାର୍ଜ୍ କରିପାରିବେ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.