ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ପୋର୍ଟ୍ରେଟ୍ ମୋଡ୍ ଫଟୋ ଏଡିଟ୍ କରନ୍ତୁ

ଫଟୋ ଆପ୍‌ରେ, ଆପଣ ପୋର୍ଟ୍ରେଟ୍ ମୋଡ୍‌ରେ ନେଉଥିବା ଫଟୋଗୁଡ଼ିକର ଲାଇଟିଂ ଇଫେକ୍ଟ, ଡେପ୍‌ଥ୍ ଅଫ୍ ଫୀଲ୍ଡ୍ ଏବଂ ଫୋକସ୍ ପଏଣ୍ଟକୁ ବଦଳାଇ ପାରିବେ ଏବଂ ଆଡ୍‌ଜଷ୍ଟ୍ କରିପାରିବେ।

ପୋର୍ଟ୍ରେଟ୍ ମୋଡ୍ ଫଟୋରେ ବ୍ୟାକ୍‌ଗ୍ରାଉଣ୍ଡ୍ ବ୍ଲର୍ ଆଡ୍‌ଜଷ୍ଟ୍ କରନ୍ତୁ

ଆପଣଙ୍କ ପୋର୍ଟ୍ରେଟ୍‌ରେ ବ୍ୟାକ୍‌ଗ୍ରାଉଣ୍ଡ୍ ବ୍ଲର୍ ସ୍ତରକୁ ଆଡ୍‌ଜଷ୍ଟ୍ କରିବା ପାଇଁ ଡେପ୍‌ଥ କଣ୍ଟ୍ରୋଲ୍ ସ୍ଲାଇଡର୍ ବ୍ଯବହାର କରନ୍ତୁ।

ଫଟୋ ଆପ୍‌ରେ ଥିବା ଏଡିଟ୍ ସ୍କ୍ରୀନ୍ ଏବଂ ମଝିରେ ଏକ ପୋଟ୍ରେଟ୍ ସହିତ ଅଛି। ଫଟୋ ତଳେ ଡେପ୍‌ଥ୍ ଆଡ୍‌ଜଷ୍ଟ୍‌ମେଣ୍ଟ୍ ସେଟିଂ ଆଡ୍‌ଜଷ୍ଟ୍ କରିବା ପାଇଁ ଏକ ସ୍ଲାଇଡର୍ ଅଛି। ସ୍ଲାଇଡର୍ ତଳେ, ବାମରୁ ଡାହାଣକୁ ଷ୍ଟାଇଲ୍‌, ପୋର୍ଟ୍ରେଟ୍, ଆଡ୍‌ଜଷ୍ଟ୍, ଫିଲ୍ଟର୍, କ୍ରପ୍ ଏବଂ କ୍ଲୀନ୍ ଅପ୍ ବଟନ୍ ଅଛି। ପୋର୍ଟ୍ରେଟ୍ ବଟନ୍ ଚୟନିତ ହୋଇଛି।
  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. କୌଣସି ପୋର୍ଟ୍ରେଟ୍ ମୋଡ୍‌ରେ ଥିବା ଫଟୋକୁ ଫୁଲ୍ ସ୍କ୍ରୀନ୍‌ରେ ଦେଖିବା ପାଇଁ ସେଥିରେ ଟାପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ ଉପରେ ଟାପ୍ କରନ୍ତୁ।

  3. ବ‍୍ୟାକ୍‌ଗ୍ରାଉଣ୍ଡ୍ ବ୍ଲର୍ ଇଫେକ୍ଟ୍‌କୁ ବଢ଼ାଇବା କିମ୍ବା ହ୍ରାସ କରିବା ପାଇଁ ସ୍କ୍ରୀନ୍‌ର ନିମ୍ନରେ ଥିବା ଡେପଥ୍ କଣ୍ଟ୍ରୋଲ୍ ସ୍ଲାଇଡର୍‌କୁ ଡ୍ରାଗ୍ କରନ୍ତୁ।

    ଏକ କଳା ବିନ୍ଦୁ ଫଟୋର ମୂଳ ଗଭୀରତା ମୂଲ୍ୟକୁ ଚିହ୍ନଟ କରେ।

  4. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ଫଟୋ ମୋଡ୍‌ରେ ନିଆଯାଇଥିବା ଫଟୋରେ ପୋର୍ଟ୍ରେଟ୍ ଇଫେକ୍ଟ୍ ଲାଗୁ କରନ୍ତୁ

ସମର୍ଥିତ ମଡେଲ୍ଗୁଡ଼ିକରେ, ଫଟୋ ମୋଡ୍‌ରେ ନିଆଯାଇଥିବା ଜଣେ ବ୍ଯକ୍ତି, କୁକୁର କିମ୍ବା ବିରାଡ଼ି ସହିତ ଫଟୋଗୁଡ଼ିକ "ଫଟୋ ଆପ୍‌ରେ” ପୋର୍ଟ୍ରେଟ୍ କରାଯାଇପାରିବ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫୁଲ୍ ସ୍କ୍ରୀନ୍‌ରେ ଦେଖିବା ପାଇଁ ଫଟୋ ମୋଡ୍‌ରେ ନିଆଯାଇଥିବା ଯେକୌଣସି ଫଟୋକୁ ଟାପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍ କରନ୍ତୁ।

  3. ଯଦି ପୋର୍ଟ୍ରେଟ୍ ଇଫେକ୍ଟ୍ ଉପଲବ୍ଧ, ତେବେ ସ୍କ୍ରୀନ୍‌ର ନିମ୍ନରେ ଥିବା ପୋର୍ଟ୍ରେଟ୍‌କୁ ଚୟନ କରନ୍ତୁ।

  4. ପୋର୍ଟ୍ରେଟ୍ ଇଫେକ୍ଟ୍ ଚାଲୁ କରିବାକୁ ସ୍କ୍ରୀନ୍‌ର ଶୀର୍ଷରେ ଥିବା ପୋର୍ଟ୍ରେଟ୍‌ରେ ଟାପ୍ କରନ୍ତୁ।

  5. ପୋର୍ଟ୍ରେଟ୍ ଲାଇଟିଂ କିମ୍ବା ବ୍ୟାକ୍‌ଗ୍ରାଉଣ୍ଡ୍ ବ୍ଲର୍ ଆଡ୍‌ଜଷ୍ଟ୍ କରିବା ପାଇଁ “ଲାଇଟିଂ ଇଣ୍ଟେନ୍ସିଟି ଅଫ୍” ବଟନ୍ କିମ୍ବା ଡେପ୍‌ଥ ବଟନ୍‌ ରେ ଟାପ୍ କରନ୍ତୁ।

  6. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ସେଭ୍ କରିବା ପରେ ଏଡିଟ୍‌କୁ ପୂର୍ବ ଭଳି କରିବା ପାଇଁ, ଫଟୋ ଖୋଲନ୍ତୁ, ଏଡିଟ୍ ବଟନ୍‌ ରେ ଟାପ୍ କରନ୍ତୁ, "ରିଭର୍ଟ୍ କରନ୍ତୁ"ରେ ଟାପ୍ କରନ୍ତୁ, ତା’ପରେ “ଅରିଜିନଲ୍‌କୁ ରିଭର୍ଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯେତେବେଳେ ଫଟୋ ମୋଡ୍‌ରେ ନିଆଯାଇଥିବା ଏକ Live Photo ରେ ପୋର୍ଟ୍ରେଟ୍ ଇଫେକ୍ଟ୍ ପ୍ରୟୋଗ କରାଯାଏ, Live Photo ର ଇଫେକ୍ଟ୍ ଉପଲବ୍ଧ ହୁଏ ନାହିଁ। Live Photo ଦେଖିବା ପାଇଁ ଲାଇଭ୍‌ରେ ଟାପ୍ କରନ୍ତୁ କିମ୍ବା ପୋର୍ଟ୍ରେଟ୍ ଇଫେକ୍ଟ୍ ଲାଗୁ ନକରି Live Photo ଇଫେକ୍ଟ୍ ଲାଗୁ କରନ୍ତୁ।

ପୋର୍ଟ୍ରେଟ୍ ଲାଇଟିଂ ଇଫେକ୍ଟ୍‌କୁ ବଦଳାନ୍ତୁ

ଆପଣ ପୋର୍ଟ୍ରେଟ୍‌ରେ ପୋର୍ଟ୍ରେଟ୍ ଲାଇଟିଂ ଇଫେକ୍ଟ୍ ଲାଗୁ କରିପାରିବେ, ବଦଳାଇ ପାରିବେ କିମ୍ବା କାଢ଼ିପାରିବେ।

ଫଟୋ ଆପ୍‌ରେ ଥିବା ଏଡିଟ୍ ସ୍କ୍ରୀନ୍ ଏବଂ ମଝିରେ ଏକ ପୋଟ୍ରେଟ୍ ସହିତ ଅଛି। ଫଟୋ ତଳେ ପୋର୍ଟ୍ରେଟ୍ ଲାଇଟିଂ ବିକଳ୍ପ ରହିଛି। ଷ୍ଟୁଡିଓ ଲାଇଟ୍ ଚୟନିତ ହୋଇଛି। ଇଫେକ୍ଟ୍‌ର ସ୍ତରକୁ ଆଡ୍‌ଜଷ୍ଟ୍ କରିବା ପାଇଁ ତାହା ତଳେ ଏକ ସ୍ଲାଇଡର୍ ଅଛି। ସ୍କ୍ରୀନ୍‌ର ତଳେ, ବାମରୁ ଡାହାଣକୁ ପୋର୍ଟ୍ରେଟ୍, ଆଡ୍‌ଜଷ୍ଟ୍, ଫିଲ୍ଟର୍ ଏବଂ କ୍ରପ୍ ବଟନ୍ ଅଛି। ପୋର୍ଟ୍ରେଟ୍ ବଟନ୍ ଚୟନିତ ହୋଇଛି।
  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଏହାକୁ ଖୋଲିବାକୁ ଏକ ପୋର୍ଟ୍ରେଟ୍ ମୋଡ୍‌ ଫଟୋରେ ଟାପ୍‌ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ରେ ଟାପ୍‌ କରନ୍ତୁ।

  3. ସ୍କ୍ରୀନ୍‌ର ଶୀର୍ଷରେ ଥିବା “ଲାଇଟିଂ ଇଣ୍ଟେନ୍ସିଟି ଅଫ୍” ବଟନ୍ ରେ ଟାପ୍‌ କରନ୍ତୁ।

    ପୋର୍ଟ୍ରେଟ୍ ଲାଇଟିଂ ଇଫେକ୍ଟ୍ ସ୍କ୍ରୀନ୍‌ର ନିମ୍ନରେ ଦେଖାଯାଏ।

  4. ପୋର୍ଟ୍ରେଟ୍ ଲାଇଟିଂ କଣ୍ଟ୍ରୋଲ୍କୁ ସ୍ପର୍ଶ କରନ୍ତୁ, ତା’ପରେ ଏକ ଲାଇଟିଂ ଇଫେକ୍ଟ୍‌ ବାଛିବା ପାଇଁ ଆପଣଙ୍କ ଆଙ୍ଗୁଠିକୁ ବାମ କିମ୍ବା ଡାହାଣକୁ ସ୍ଲାଇଡ୍ କରନ୍ତୁ:

    • ନ୍ଯାଚୁରାଲ୍ ଲାଇଟ୍: ଏକ ବ୍ଲର୍ ହୋଇଥିବା ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ମୁହଁ ତୀକ୍ଷ୍ଣ ଫୋକସ୍‌ରେ ଅଛି।

    • ଷ୍ଟୁଡିଓ ଲାଇଟ୍: ମୁହଁ ଉଜ୍ଜ୍ୱଳ ଭାବରେ ଆଲୋକିତ ହୋଇଛି ଏବଂ ଫଟୋରେ ଏକ ସାମଗ୍ରିକ ସଫା ଲୁକ୍ ଅଛି।

    • କଣ୍ଟୋର୍ ଲାଇଟ୍: ଚେହେରାରେ ହାଇଲାଇଟ୍ ଏବଂ ଲୋ ଲାଇଟ୍ ସହିତ ଡ୍ରାମାଟିକ୍ ଶ‍୍ୟାଡୋ ଅଛି।

    • ଷ୍ଟେଜ୍ ଲାଇଟ୍: ଘନ କଳା ପୃଷ୍ଠଭୂମିରେ ଚେହେରା ସ୍ପଟ୍‌ଲାଇଟ୍‌ରେ ଅଛି।

    • ଷ୍ଟେଜ୍ ଲାଇଟ୍ ମୋନୋ: ଇଫେକ୍ଟ୍ ଷ୍ଟେଜ୍ ଲାଇଟ୍ ପରି କିନ୍ତୁ ଫଟୋ କ୍ଲାସିକ୍ କଳା ଓ ଧଳା ରଙ୍ଗରେ ଥାଏ।

    • ହାଇ-କୀ’ ଲାଇଟ୍ ମୋନୋ: ଏହାର ପ୍ରଭାବ ଏକ ଧଳା ପୃଷ୍ଠପଟରେ ଏକ ଗ୍ରେସ୍କେଲ୍ ବିଷୟ ତିଆରି କରେ।

  5. ଆଲୋକ ପ୍ରଭାବର ତୀବ୍ରତା ଆଡ୍‌ଜଷ୍ଟ୍ କରିବା ପାଇଁ ସ୍ଲାଇଡର୍‌କୁ ଆଲୋକ ପ୍ରଭାବର ବାମ କିମ୍ବା ଡାହାଣକୁ ଡ୍ରାଗ୍ କରନ୍ତୁ।

  6. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ସେଭ୍ କରିବା ପରେ ଏଡିଟ୍‌କୁ ପୂର୍ବ ଭଳି କରିବା ପାଇଁ ଏଡିଟ୍ ବଟନ୍‌ ରେ ଟାପ୍ କରନ୍ତୁ, “ରିଭର୍ଟ୍”ରେ ଟାପ୍ କରନ୍ତୁ, ତା’ପରେ "ଅରିଜିନଲ୍‌କୁ ରିଭର୍ଟ୍ କରନ୍ତୁ“ରେ ଟାପ୍ କରନ୍ତୁ।

ଏକ ପୋର୍ଟ୍ରେଟ୍‌ର ଫୋକସ୍ ପଏଣ୍ଟ୍ ବଦଳାନ୍ତୁ

ଆପଣ ଏକ ପୋର୍ଟ୍ରେଟ୍‌ର ସବ୍‌ଜେକ୍ଟ୍ (କିମ୍ବା ଫୋକସ୍ ପଏଣ୍ଟ୍) ପରିବର୍ତ୍ତନ କରିପାରିବେ (iPhone 13 କିମ୍ବା ପରବର୍ତ୍ତୀ ମଡେଲ୍‌ରେ ଉପଲବ୍ଧ)। ଆପଣ ଏକ ନୂତନ ସବ୍‌ଜେକ୍ଟ୍ ଚୟନ କଲେ, ବ୍ଯାକ୍‌ଗ୍ରାଉଣ୍ଡ୍ ବ୍ଲର୍ ସ୍ବୟଂଚାଳିତ ଭାବରେ ଆଡ୍‌ଜଷ୍ଟ୍ ହୁଏ ଯାହା ଦ୍ବାରା ନୂଆ ସବ୍‌ଜେକ୍ଟ୍ ସ୍ପଷ୍ଟ ଭାବରେ ଓ ଫୋକସ୍‌ରେ ଦେଖାଯାଏ। ସୁନିଶ୍ଚିତ କରନ୍ତୁ ଯେ ନୂଆ ବିଷୟ ବ୍ଲର୍ ହୋଇନାହିଁ କିମ୍ବା ଅଧିକ ଦୂରରେ ନାହିଁ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. କୌଣସି ପୋର୍ଟ୍ରେଟ୍ ମୋଡ୍‌ରେ ଥିବା ଫଟୋକୁ ଫୁଲ୍ ସ୍କ୍ରୀନ୍‌ରେ ଦେଖିବା ପାଇଁ ସେଥିରେ ଟାପ୍ କରନ୍ତୁ, ତା’ପରେ ଏଡିଟ୍ ବଟନ୍‌ ଉପରେ ଟାପ୍ କରନ୍ତୁ।

  3. ଫଟୋରେ ଏକ ନୂଆ ବିଷୟ କିମ୍ବା ଫୋକସ୍ ପଏଣ୍ଟ୍‌ରେ ଟାପ୍ କରନ୍ତୁ।

  4. “ସମ୍ପୂର୍ଣ୍ଣ”ରେ ଟାପ୍ କରନ୍ତୁ।

ପୋର୍ଟ୍ରେଟ୍ ଇଫେକ୍ଟ୍ କାଢ଼ି ଦିଅନ୍ତୁ

ଆପଣ ପୋର୍ଟ୍ରେଟ୍ ମୋଡ୍‌ରେ ନିଆଯାଇଥିବା ଫଟୋରୁ ପୋର୍ଟ୍ରେଟ୍ ଇଫେକ୍ଟ୍ କାଢ଼ିପାରିବେ।

  1. ଆପଣଙ୍କ iPhoneରେ ଫଟୋ ଆପ୍ କୁ ଯାଆନ୍ତୁ।

  2. ଫଟୋକୁ ଫୁଲ୍ ସ୍କ୍ରୀନ୍‌ରେ ଦେଖିବା ପାଇଁ ଯେକୌଣସି ପୋଟ୍ରେଟ୍ ମୋଡ୍‌ରେ ଟାପ୍ କରନ୍ତୁ।

  3. ସ୍କ୍ରୀନ୍‌ର ଶୀର୍ଷ-ବାମ କୋଣରେ ଥିବା ପୋର୍ଟ୍ରେଟ୍‌ରେ ଟାପ୍ କରନ୍ତୁ, ତା’ପରେ “ପୋର୍ଟ୍ରେଟ୍ ଅଫ୍”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.