ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ମେସେଜ୍‌ରେ ଷ୍ଟିକର୍ ପଠାନ୍ତୁ

ଆପଣଙ୍କ ଟେକ୍ସ୍‌ଟ୍ ମେସେଜ୍‌ରେ ଆପଣଙ୍କ ବ୍ୟକ୍ତିତ୍ୱ ଏବଂ ମୂଡ୍ ସହିତ ମେଳ ହେଉଥିବା ଷ୍ଟିକର୍ ଯୋଡ଼ି ନିଜକୁ ପ୍ରକାଶ କରନ୍ତୁ।

ଏକ ବାର୍ତ୍ତାଳାପ ତଳେ ଷ୍ଟିକର୍ ଦେଖାଯାଉଛି। କାର୍ଡ୍‌ର ଶୀର୍ଷରେ ଥିବା ପ୍ରତ୍ୟେକ ବଟନ୍ ଏକ ଷ୍ଟିକର୍ ପ୍ୟାକ୍ ଖୋଲିଥାଏ।

ଏକ ମେସେଜ୍‌ରେ ଏକ ଷ୍ଟିକର୍ ପଠାନ୍ତୁ

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍ ଟାପ୍ କରନ୍ତୁ।

  3. ଷ୍ଟିକର୍‌ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ଯେକୌଣସି ଷ୍ଟିକର୍ ପ୍ୟାକ୍ ପାଇଁ ଆଇକନ୍‌ରେ ଟାପ୍ କରନ୍ତୁ:

  4. ଏକ ମେସେଜ୍ (ଇଚ୍ଛାଧୀନ) ଯୋଡ଼ନ୍ତୁ, ତା’ପରେ “ପଠାନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

ଆପଣ ଇମୋଜି କୀ’ବୋର୍ଡରୁ ମଧ୍ଯ ଷ୍ଟିକର୍ ପଠାଇପାରିବେ। iPhone କୀ'ବୋର୍ଡ୍ ସାହାଯ‍୍ୟରେ ଏକ ଷ୍ଟିକର୍ ତିଆରି କରନ୍ତୁ ଦେଖନ୍ତୁ।

ଏକ ବାର୍ତ୍ତାଳାପରେ ଷ୍ଟିକର୍‌ଗୁଡ଼ିକୁ ରଖନ୍ତୁ

ଆପଣ ବାର୍ତ୍ତାଳାପରେ ଥିବା ମେସେଜ୍ ବବଲ୍‌ରେ ଷ୍ଟିକର୍ ଯୋଡିପାରିବେ ଏବଂ ଷ୍ଟିକରଗୁଡ଼ିକୁ କୋଣରେ ରଖିପାରିବେ କିମ୍ବା ସେଗୁଡ଼ିକୁ ବିଭିନ୍ନ ସାଇଜ୍‌ରେ ତିଆରି କରିପାରିବେ। ଆପଣ ଷ୍ଟିକର୍‌ର ଶୀର୍ଷରେ ଅନ୍ୟ ଏକ ଷ୍ଟିକର୍ ମଧ୍ୟ ରଖିପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍ ଟାପ୍ କରନ୍ତୁ।

  3. ଷ୍ଟିକର୍‌ରେ ଟାପ୍ କରନ୍ତୁ, ତା'ପରେ ଷ୍ଟିକର୍ ପ୍ଯାକ୍ ବ୍ରାଉଜ୍ କରିବା ପାଇଁ ଶୀର୍ଷ ଧାଡ଼ିରେ ଥିବା ଆଇକନ୍ ଯେପରିକି—“ଲାଇଭ୍ ଷ୍ଟିକର୍” ବଟନ୍, “ଇମୋଜି” ବଟନ୍ କିମ୍ବା“Memoji ଷ୍ଟିକର୍” ବଟନ୍—ରେ ଟାପ୍ କରନ୍ତୁ।

  4. ଏକ ଷ୍ଟିକର୍‌କୁ ଏକ ବବଲ୍ ଉପରକୁ ଡ୍ରାଗ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ କୌଣସି ଗୋଟିଏ କରନ୍ତୁ:

    • କୋଣ ଆଡ୍‌ଜଷ୍ଟ୍ କରନ୍ତୁ: ଷ୍ଟିକର୍‌କୁ ଡ୍ରାଗ୍ କରୁଥିବା ଆଙ୍ଗୁଠି ଚାରିପଟେ ଦ୍ବିତୀୟ ଆଙ୍ଗୁଠିକୁ ଘୂରାନ୍ତୁ।

    • ସାଇଜ୍ ଆଡ୍‌ଜଷ୍ଟ୍ କରନ୍ତୁ: ଅନ୍ୟ ଆଙ୍ଗୁଠିକୁ ଷ୍ଟିକର୍‌କୁ ଡ୍ରାଗ୍ କରୁଥିବା ଆଙ୍ଗୁଠିର ଆହୁରି ନିକଟ କିମ୍ବା ଦୂରକୁ ମୂଭ କରନ୍ତୁ।

    ଆପଣ ଷ୍ଟିକର୍‌କୁ ଏକ ମେସେଜ୍‌ରେ ପଠାଇବା ମାତ୍ରେ ଆପଣଙ୍କ ପ୍ରାପ୍ତକର୍ତ୍ତା ଏହାକୁ ଦେଖିବେ।

    ବାର୍ତ୍ତାଳାପରେ କିଏ ଷ୍ଟିକର୍ ପଠାଇଛନ୍ତି ତାହା ଜାଣିବା ପାଇଁ, ଷ୍ଟିକର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ ଷ୍ଟିକର୍ ବିବରଣୀରେ ଟାପ୍ କରନ୍ତୁ।

ଟିପ୍‌: ମେସେଜ୍‌ରେ ଶୀଘ୍ର ଷ୍ଟିକର୍ ଯୋଡ଼ନ୍ତୁ। ଏକ ମେସେଜ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, “ଷ୍ଟିକର୍ ଆଟାଚ୍ କରନ୍ତୁ”ରେ ଟାପ୍ କରନ୍ତୁ, ତାପରେ ସେହି ମେସେଜ୍ ବବଲ୍‌ର ଏକ କୋଣରେ ଦେଖାଯିବାକୁ ଏକ ଷ୍ଟିକର୍ ବାଛନ୍ତୁ।

ଷ୍ଟିକର୍ ମୂଭ୍ କରନ୍ତୁ, ରିସାଇଜ୍ କରନ୍ତୁ କିମ୍ବା ଡିଲିଟ୍ କରନ୍ତୁ

ଆପଣ ବାର୍ତ୍ତାଳାପରେ ମେସେଜ୍ ବବଲ୍ ଉପରେ ଏକ ଷ୍ଟିକର୍ ରଖିବା ପରେ, ଆପଣ ଏଥିରେ ପରିବର୍ତ୍ତନ କରିପାରିବେ।

ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ଏକ ଷ୍ଟିକର୍‌କୁ ମୂଭ୍ କିମ୍ବା ରିସାଇଜ୍ କରନ୍ତୁ: ଷ୍ଟିକର୍ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଯେକୌଣସି ପରିବର୍ତ୍ତନ କରନ୍ତୁ।

  • ଷ୍ଟିକର୍ ଡିଲିଟ୍ କରନ୍ତୁ: ମେସେଜ୍ ବବଲ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ଷ୍ଟିକର୍ ବିବରଣୀରେ ଟାପ୍ କରନ୍ତୁ, ଆପଣ ଡିଲିଟ୍ କରିବାକୁ ଚାହୁଁଥିବା ଷ୍ଟିକର୍‌ରେ ବାମକୁ ସ୍ୱାଇପ୍ କରନ୍ତୁ (କେବଳ ଆପଣଙ୍କ iPhone ରେ), ତା’ପରେ “ଡିଲିଟ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

  • ଷ୍ଟିକର୍ ଦ୍ୱାରା କଭର୍ ହୋଇଥିବା ଯେକୌଣସି ଟେକ୍ସଟ୍ ଦେଖନ୍ତୁ: ମେସେଜ୍ ବବଲ୍‌ରେ ଡବଲ୍-ଟାପ୍ କରନ୍ତୁ।

ଏକ ମେସେଜ୍ ବବଲ୍‌ରେ ପଠାଯାଇଥିବା ଷ୍ଟିକର୍ ପରିବର୍ତ୍ତନ କରିବା ପାଇଁ ମେସେଜ୍ ପଠାଇବା ବତିଲ୍ କରନ୍ତୁ ଏବଂ ଏଡିଟ୍ କରନ୍ତୁ ଦେଖନ୍ତୁ।

ଧ‍୍ୟାନ ଦିଅନ୍ତୁ: ଷ୍ଟିକର୍‌ରେ ଏହି ଅପ୍‌ଡେଟ୍ ଦେଖିବା ପାଇଁ ଆପଣ ଏବଂ ଆପଣଙ୍କ ପ୍ରାପ୍ତକର୍ତ୍ତା iOS 17.2, iPadOS 17.2, macOS 14.1, watchOS 10.2, visionOS 1 କିମ୍ବା ପରବର୍ତ୍ତୀ ଭର୍ଶନ୍ ବ୍ଯବହାର କରୁଥିବା ଆବଶ୍ଯକ।

ଲାଇଭ୍ ଷ୍ଟିକର୍ ତିଆରି କରନ୍ତୁ

ଫଟୋରୁ ବିଷୟ ଉଠାଇ ଏବଂ ଏଥିରେ ଷ୍ଟିକର୍‌କୁ ଜୀବନ୍ତ କରିବାରେ ସହାୟତା କରୁଥିବା ଇଫେକ୍ଟ୍ ଯୋଡ଼ି ମେସେଜ୍‌ରେ ବ୍ୟବହାର କରିବା ପାଇଁ ଆପଣ ନିଜର ଲାଇଭ୍ ଷ୍ଟିକର୍ ତିଆରି କରିପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଏକ ବାର୍ତ୍ତାଳାପରେ, “ଯୋଡ଼ନ୍ତୁ” ବଟନ୍ ଟାପ୍ କରନ୍ତୁ, ତା’ପରେ ଷ୍ଟିକର୍‌ରେ ଟାପ୍ କରନ୍ତୁ।

  3. “ଲାଇଭ୍ ଷ୍ଟିକର୍” ବଟନ୍ ରେ ଟାପ୍ କରନ୍ତୁ, ତା'ପରେ “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

  4. ଏକ ଫଟୋରେ ଟାପ୍ କରନ୍ତୁ, ତା’ପରେ “ଯୋଡ଼ନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    ଟିପ୍‌: ମୂଭ୍ କରୁଥିବା ଏକ ଲାଇଭ୍ ଷ୍ଟିକର୍ ତିଆରି କରିବାକୁ, ଲାଇଭ୍ ଫଟୋ ବ୍ଯବହାର କରନ୍ତୁ। ଆପଣଙ୍କ ଫଟୋରୁ ଷ୍ଟିକର୍ ତିଆରି କରନ୍ତୁ ଦେଖନ୍ତୁ।

  5. ଏକ ଇଫେକ୍ଟ୍ ଯୋଡ଼ିବା ପାଇଁ, “ଇଫେକ୍ଟ୍ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ଏକ ବିକଳ୍ପ ବାଛନ୍ତୁ (ଯେପରିକି କମିକ୍ କିମ୍ବା ସାଇନି), ତା’ପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଅନ୍ୟ ଲୋକମାନଙ୍କ ଲାଇଭ୍ ଷ୍ଟିକର୍ ସେଭ୍ କରନ୍ତୁ

କୌଣସି ବ୍ଯକ୍ତି ଆପଣଙ୍କୁ ଆପଣଙ୍କ ପସନ୍ଦର ଲାଇଭ୍ ଷ୍ଟିକର୍ ପଠାଇଲେ, ଆପଣ ଏହାକୁ ପରେ ପୁଣି ବ୍ୟବହାର କରିବାକୁ ସେଭ୍ କରିପାରିବେ।

  1. ଆପଣଙ୍କ iPhone ରେ ମେସେଜ୍ ଆପ୍ କୁ ଯାଆନ୍ତୁ।

  2. ଆପଣ ସେଭ୍ କରିବାକୁ ଚାହୁଁଥିବା ଷ୍ଟିକର୍ ସହିତ ଏକ ବାର୍ତ୍ତାଳାପ ଖୋଲନ୍ତୁ।

  3. ଷ୍ଟିକର୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ କରନ୍ତୁ:

    • ଏକ ମେସେଜ୍‌ରେ ପଠାଯାଇଥିବା ଷ୍ଟିକର୍ ପାଇଁ: ଷ୍ଟିକର୍‌ରେ ସେଭ୍ କରିବା ପାଇଁ ଟାପ୍ କରନ୍ତୁ।

    • ଏକ ମେସେଜ୍ ବବଲ୍‌ରେ ରଖାଯାଇଥିବା ଏକ ଷ୍ଟିକର୍ ପାଇଁ: “ଷ୍ଟିକର୍ ବିବରଣୀ”ରେ ଟାପ୍ କରନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

ଆପଣ ଆପଣଙ୍କ ଭଏସ୍ ବ୍ଯବହାର କରୁଥିବା ଏବଂ ଆପଣଙ୍କ ମୁହଁର ଅଭିବ୍ଯକ୍ତିକୁ ପ୍ରତିଫଳିତ କରୁଥିବା Memoji ତିଆରି କରି ମଧ‍୍ୟ ପଠାଇପାରିବେ

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.