ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ରିମାଇଣ୍ଡର୍‌ରେ ଲିଷ୍ଟ୍ ଶେୟର୍ କରନ୍ତୁ ଏବଂ ସହଯୋଗ କରନ୍ତୁ

ରିମାଇଣ୍ଡର୍ ଆପ୍‌ରେ, ଆପଣ iCloud କୁ ବ୍ଯବହାର କରି ଟୁ-ଡୁ ଲିଷ୍ଟ୍ ଶେୟର୍ କରିପାରିବେ। iCloud ବ୍ଯବହାର କରୁଥିବା ଅନ୍ଯ ଲୋକଙ୍କୁ ଆପଣ ସହଯୋଗ କରିପାରିବେ ଏବଂ ଟାସ୍କ୍ ଆସାଇନ୍ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଆପଣ iCloud ରେ ଅପ୍‌ଡେଟ୍ ହୋଇଥିବା ରିମାଇଣ୍ଡର୍ ବ୍ୟବହାର କଲେ ଏହି ମାର୍ଗଦର୍ଶିକାରେ ବର୍ଣ୍ଣିତ ସମସ୍ତ ରିମାଇଣ୍ଡର୍ ଫୀଚର୍‌ଗୁଡ଼ିକ ଉପଲବ୍ଧ ଦେବ। ଅନ୍ଯ ଆକାଉଣ୍ଟ୍ ବ୍ଯବହାର କରିବା ସମୟରେ କେତେକ ଫୀଚର୍ ଉପଲବ୍ଧ ହୁଏ ନାହିଁ।

iCloud ବ୍ଯବହାର କରି ଏକ ଲିଷ୍ଟ୍‌ରେ ସହଯୋଗ କରନ୍ତୁ

ଆପଣ iCloud ବ୍ଯବହାର କରୁଥିବା ଲୋକଙ୍କ ସହ ଏକ ଲିଷ୍ଟ୍ ଶେୟର୍ କରିପାରିବେ ଏବଂ ସହଯୋଗ କରିପାରିବେ। ଆମନ୍ତ୍ରଣ ଗ୍ରହଣ କରୁଥିବା ଲୋକମାନେ ଆଇଟମ୍‌ଗୁଡ଼ିକୁ ଯୋଡ଼ିପାରିବେ ଏବଂ ଏଡିଟ୍ କରିପାରିବେ, ଆଇଟମ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ବୋଲି ଚିହ୍ନିତ କରିପାରିବେ ଏବଂ ଅଂଶଗ୍ରହଣକାରୀମାନଙ୍କ ଦ୍ବାରା କରାଯାଉଥିବା ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ। ଆପଣ ଯେଉଁମାନଙ୍କ ସହ ସହଯୋଗ କରୁଛନ୍ତି ସେମାନେ ସେମାନଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଏବଂ iCloud ସେଟିଂସ୍‌ରେ ରିମାଇଣ୍ଡର୍ ଅନ୍ ଥିବା ଆବଶ୍ଯକ

  1. ଆପଣଙ୍କ iPhoneରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଆପଣ ଶେୟର୍ କରିବାକୁ ଚାହୁଁଥିବା ଲିଷ୍ଟ୍ ଦେଖନ୍ତୁ, ତା’ପରେ “ଶେୟର୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    ଏକ ରିମାଇଣ୍ଡର୍ ସ୍କ୍ରୀନ୍ ଯାହାର ନିମ୍ନରେ ଶେୟର୍ କରିବା ପାଇଁ ବିକଳ୍ପ ସହିତ ଏକ ଗ୍ରୋସରି ଲିଷ୍ଟ୍ ଦେଖାଉଛି।
  3. ଡିଫଲ୍ଟ୍ ଭାବରେ, ଲିଷ୍ଟ୍‌ରେ ଥିବା ଅଂଶଗ୍ରହଣକାରୀମାନେ ଅନ୍ଯ ଲୋକଙ୍କୁ ଆମନ୍ତ୍ରଣ କରିପାରିବେ। ଶେୟର୍ କରିବା ସୀମିତ କରିବାକୁ, “ଆପଣ ଆମନ୍ତ୍ରଣ କରୁଥିବା ଲୋକମାନେ ଅନ୍ଯମାନଙ୍କୁ ଯୋଡ଼ିପାରିବେ” ଉପରେ ଟାପ୍ କରନ୍ତୁ, ତା’ପରେ “ଅନ୍ଯମାନଙ୍କୁ ଆମନ୍ତ୍ରଣ କରିବାକୁ ଅନୁମତି ଦିଅନ୍ତୁ” ବନ୍ଦ କରନ୍ତୁ।

  4. ଆପଣଙ୍କ ଆମନ୍ତ୍ରଣ କିପରି ପଠାଯିବ ବାଛନ୍ତୁ (ଉଦାହରଣ ସ୍ୱରୂପ, ମେସେଜ୍ କିମ୍ବା Mail ବ୍ଯବହାର କରି)।

    ଯଦି ଆପଣ ମେସେଜ୍ ମାଧ୍ଯମରେ ଆମନ୍ତ୍ରଣ ପଠାନ୍ତି, ତେବେ କେହି ଶେୟର୍ ହୋଇଥିବା ଲିଷ୍ଟ୍‌ରେ ପରିବର୍ତ୍ତନ କଲେ, ଆପଣ ମେସେଜ୍ ବାର୍ତ୍ତାଳାପରେ ଆକ୍ଟିଭିଟି ଅପ୍‌ଡେଟ୍ ପାଇବେ। ଶେୟର୍ କରାଯାଇଥିବା ଲିଷ୍ଟ୍‌କୁ ଯିବା ପାଇଁ “ଅପ୍‌ଡେଟ୍” ଉପରେ ଟାପ୍ କରନ୍ତୁ।

ଶେୟର୍ କରାଯାଇଥିବା ଲିଷ୍ଟ୍‌ରେ ଆଇଟମ୍ ଆସାଇନ୍ କରନ୍ତୁ

ଆପଣ ନିଜ ସମେତ, ଲିଷ୍ଟ୍‌ରେ ଥିବା ଯେକୌଣସି ବ୍ଯକ୍ତିଙ୍କୁ ଏକ ଟାସ୍କ୍ ଆସାଇନ୍ କରିପାରିବେ।

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଶେୟର୍ ହୋଇଥିବା ଲିଷ୍ଟ୍‌ରେ, ଏକ ରିମାଇଣ୍ଡର୍ ତିଆରି କିମ୍ବା ଏଡିଟ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କରନ୍ତୁ:

    • ବ୍ଯକ୍ତିଙ୍କ ନାମ ପରେ @ ଟାଇପ୍ କରନ୍ତୁ କିମ୍ବା କୀ’ବୋର୍ଡ୍ ଉପରେ ଥିବା ମେନ୍ଯୁରୁ ଜଣେ ବ୍ଯକ୍ତିଙ୍କୁ ବାଛନ୍ତୁ।

    • ବ୍ଯକ୍ତି ବଟନ୍ରେ ଟାପ୍ କରନ୍ତୁ, ତା’ପରେ ଜଣେ ବ୍ଯକ୍ତିଙ୍କୁ ବାଛନ୍ତୁ।

ଟିପ୍‌: ଆପଣଙ୍କୁ ଆସାଇନ୍ କରାଯାଇଥିବା ସମସ୍ତ ଆଇଟମ୍‌କୁ ଶୀଘ୍ର ଦେଖିବା ପାଇଁ, ମୋତେ ଆସାଇନ୍ କରାଯାଇଛି ସ୍ମାର୍ଟ୍ ଲିଷ୍ଟ୍‌କୁ ବ୍ୟବହାର କରନ୍ତୁ

ଶେୟର୍ କରାଯାଇଥିବା ଲିଷ୍ଟ୍ ପାଇଁ ନୋଟିଫିକେଶନ୍‌ଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ରିମାଇଣ୍ଡର୍ ଆପ୍ କୁ ଯାଆନ୍ତୁ।

  2. ଶେୟର୍ ହୋଇଥିବା ଲିଷ୍ଟ୍‌ରେ “ସହଯୋଗ” ବଟନ୍ ଟାପ୍ କରନ୍ତୁ, ତା’ପରେ "ଶେୟର୍ ହୋଇଥିବା ଲିଷ୍ଟ୍ ପରିଚାଳନା କରନ୍ତୁ”ରେ ଟାପ୍ କରନ୍ତୁ।

  3. ନିମ୍ନରେ ସୂଚିତ କରନ୍ତୁ, ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏକୁ ଚାଲୁ କିମ୍ବା ବନ୍ଦ କରନ୍ତୁ:

    • ଆଇଟମ୍ ଯୋଡ଼ାଯାଉଛି: କୌଣସି ବ୍ଯକ୍ତି ଲିଷ୍ଟ୍‌ରେ ଏକ ଆଇଟମ୍ ଯୋଡ଼ିଲେ ଆଲର୍ଟ୍ ପ୍ରାପ୍ତ କରନ୍ତୁ।

    • ଆଇଟମ୍ ସମ୍ପୂର୍ଣ୍ଣ କରାଯାଉଛି: ଯେତେବେଳେ କେହି ଲିଷ୍ଟ୍‌ରେ ଥିବା ଏକ ଆଇଟମ୍ ସମ୍ପୂର୍ଣ୍ଣ କରନ୍ତି, ସେତେବେଳେ ଏକ ଆଲର୍ଟ୍ ପ୍ରାପ୍ତ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.