ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ସହିତ Magic Keyboard ବ୍ଯବହାର କରିବା ସମୟରେ ଡାଏକ୍ରିଟିକଲ୍ ଚିହ୍ନ ଥିବା ଅକ୍ଷରଗୁଡ଼ିକୁ ଲେଖନ୍ତୁ

ଯଦି ଆପଣଙ୍କ Magic Keyboard ରେ ଆପଣ ଟାଇପ୍ କରୁଥିବା ଉଚ୍ଚାରଣ ପାଇଁ ଆକ୍ସେଣ୍ଟ୍ ଏବଂ ଅନ୍ଯାନ୍ଯ ଡାଏକ୍ରିଟିକଲ୍ ଚିହ୍ନ ଅନ୍ତର୍ଭୁକ୍ତ ହୋଇନଥାଏ, ତେବେ ସେହି ଚିହ୍ନଗୁଡ଼ିକୁ ଏଣ୍ଟର୍ କରିବା ପାଇଁ ଆପଣ ଏକ ଅପ୍ସନ୍ କୀ’ ମଡିଫାୟର୍ କିମ୍ବା ଅନ୍‌ସ୍କ୍ରୀନ୍ କୀବୋର୍ଡ୍ ବ୍ଯବହାର କରିପାରିବେ।

ଏକ କ‍୍ୟାରେକ୍ଟର୍ ପାଇଁ ଏକ ଡାଏକ୍ରିଟିକଲ୍ ଚିହ୍ନ ଲେଖିବାକୁ ଅପ୍ସନ୍ କୀ’ ବ୍ଯବହାର କରନ୍ତୁ

ଏକ ଡାଏକ୍ରିଟିକଲ୍ ଚିହ୍ନ ସହିତ ଏକ ଅକ୍ଷର ଏଣ୍ଟର୍ କରିବାକୁ, ଆପଣ ଏକ ଚିହ୍ନ ଚୟନ କରିବା ପାଇଁ Magic Keyboard ରେ ଅପ୍ସନ୍ କୀ’ ଦବାଇ ପାରିବେ।

  1. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  2. ଗୋଟିଏ ଆପ୍‌ରେ, ଅପ୍ସନ୍ କୀ’ ଦବାଇ ହୋଲ୍ଦ୍ କରନ୍ତୁ, ତା’ପରେ ଏକ କୀ’ ଦବାନ୍ତୁ ଯାହା ଏକ ଡାଏକ୍ରିଟିକଲ୍ ଚିହ୍ନ ଏଣ୍ଟର୍ କରିଥାଏ।

    ଉଦାହରଣ ସ୍ୱରୂପ, ସ୍ପାନିଶ୍ (ମେକ୍ସିକୋ) କୀ’ବୋର୍ଡ୍ ଏବଂ U. S. ଇଣ୍ଟର୍‌ନ‍୍ୟାଶନଲ୍-PC ବିକଳ୍ପ ଲେ’ଆଉଟ୍ ଏହି ଡାଏକ୍ରିଟିକଲ୍ ଚିହ୍ନ‌କୁ ସମର୍ଥନ କରିଥାଏ:

    • ଆକ‍୍ୟୁଟ୍ ଆକ୍ସେଣ୍ଟ୍ (ଉଦାହରଣ ସ୍ୱରୂପ, é): ଅପ୍ସନ୍-E.

    • ଗ୍ରେଭ୍ ଆକ୍ସେଣ୍ଟ୍ (ଉଦାହରଣ ସ୍ୱରୂପ, è): ଅପ୍ସନ୍ -`।

    • ଟିଲ୍‌ଡେ (ଉଦାହରଣ ସ୍ୱରୂପ, ñ): ଅପ୍ସନ୍-N.

    • ଡାଏରିସିସ୍ କିମ୍ୱା ଉମ୍ଲାଉଟ୍ (ଉଦାହରଣ ସ୍ୱରୂପ, ü): ଅପ୍ସନ୍-U।

    • ସର୍କମ୍‌ଫ୍ଲେକ୍ସ୍ (ଉଦାହରଣ ସ୍ୱରୂପ, ê): ଅପ୍ସନ୍-I.

  3. ଅକ୍ଷରଟି ଦବାନ୍ତୁ।

    ଉଦାହରଣ ସ୍ୱରୂପ, ସ୍ପାନିଶ୍ (ମେକ୍ସିକୋ) କିମ୍ବା U. S. କୀ’ବୋର୍ଡ୍ ବ୍ଯବହାର କରି ñ ଲେଖିବା ପାଇଁ ଇଣ୍ଟର୍‌ନ‍୍ୟାଶନଲ୍-PC ବିକଳ୍ପ ଲେ’ଆଉଟ୍, “ଅପ୍ସନ୍-N” ଦବାନ୍ତୁ, ତା’ପରେ ଏକ nଟାଇପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ପିନ୍‌ୟିନ୍ ଅର୍ଥୋଗ୍ରାଫିରେ ମାଣ୍ଡାରିନ୍ ଚାଇନିଜ୍ ଟାଇପ୍ କରିବା ପାଇଁ ABC-ଏକ୍ସଟେଣ୍ଡେଡ୍ ବିକଳ୍ପ ଲେଆଉଟ୍ ସାହାଯ‍୍ୟରେ ମଧ୍ଯ ଆପଣ ଟୋନ୍ ଚିହ୍ନ ଲେଖିପାରିବେ। ଉଦାହରଣ ସ୍ୱରୂପ, lǚxíng(“ଯାତ୍ରା”)ରେ ǚ ଟାଇପ୍ କରିବା ପାଇଁ ଅପ୍ସନ୍-V ଦବାନ୍ତୁ, ତା’ପରେ vଟାଇପ୍ କରନ୍ତୁ। ଏହା ବ୍ଯତୀତ, ABC-ଏକ୍ସ୍‌ଟେଣ୍ଡେଡ୍ ଲେଆଉଟ୍ ସାହାଯ‍୍ୟରେ ଆପଣ ଚେକ୍, ଫ୍ରେଞ୍ଚ୍, ଜର୍ମାନ୍, ହଙ୍ଗେରୀୟ ଏବଂ ପୋଲିଶ୍ ଭଳି ଅନେକ ୟୁରୋପୀୟ ଭାଷାରୁ ଡାଏକ୍ରିଟିକଲ୍ ଚିହ୍ନ ଏବଂ ଅକ୍ଷର ଟାଇପ୍ କରିପାରିବେ।

ଏକ ଡାଏକ୍ରିଟିକଲ୍ ଚିହ୍ନ ଲେଖିବା ପାଇଁ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ବ୍ଯବହାର କରନ୍ତୁ

  1. ଅନ୍‌ସ୍କ୍ରୀନ୍ କୀ’ବୋର୍ଡ ଦେଖାଇବା ପାଇଁ, Magic Keyboard ରେ ଇଜେକ୍ଟ୍ କୀ’ ଦବାନ୍ତୁ।

  2. ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍‌ରେ, ଆପଣ ଚାହୁଁଥିବା ଅକ୍ଷର ସହ ସମ୍ବନ୍ଧିତ କୀ’ବୋର୍ଡ୍‌ରେ ଥିବା ଅକ୍ଷର, ସଂଖ୍ଯା କିମ୍ବା ଚିହ୍ନକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ।

    ଉଦାହରଣ ସ୍ୱରୂପ, é ଲେଖିବା ପାଇଁ e କୀ’କୁ ସ୍ପର୍ଶ କରି ହୋଲ୍ଡ କରନ୍ତୁ।

  3. ଏକ ଭାରିଆଣ୍ଟ୍ ବାଛିବାକୁ ଆପଣଙ୍କ ଆଙ୍ଗୁଠିକୁ ସ୍ଲାଇଡ୍ କରନ୍ତୁ।

  4. ଆପଣଙ୍କ କାମ ଶେଷ ହେବା ପରେ ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଲୁଚାଇବା ପାଇଁ Magic Keyboard ରେ ଇଜେକ୍ଟ୍ କୀ’ ଦବାନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.