ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରୁ ପ୍ରିଣ୍ଟ୍ କରନ୍ତୁ

Mail, ଫଟୋ ଏବଂ Safari ପରି ଆପ୍‌ଗୁଡ଼ିକରୁ ଏକ AirPrint-ସକ୍ଷମ ପ୍ରିଣ୍ଟର୍‌ରେ ୱାୟର୍‌ଲେସ୍ ମାଧ‍୍ୟମରେ ପ୍ରିଣ୍ଟ୍ କରିବାକୁ AirPrint ବ୍ଯବହାର କରନ୍ତୁ। App Store ରେ ଉପଲବ୍ଧ ଅନେକ ଆପ୍ AirPrint କୁ ମଧ୍ଯ ସମର୍ଥନ କରେ।

ଧ‍୍ୟାନ ଦିଅନ୍ତୁ: ଆପଣଙ୍କର iPhone ଓ ପ୍ରିଣ୍ଟର୍ ସମାନ Wi-Fi ନେଟ୍‌ୱର୍କ୍‌ରେ ରହିବା ଆବଶ୍ଯକ। Apple ସହାୟତା ଆର୍ଟିକଲ୍ AirPrint ବିଷୟରେ ଦେଖନ୍ତୁ।

ଏକ AirPrint-ସକ୍ଷମ ପ୍ରିଣ୍ଟର୍ ବାଛନ୍ତୁ

ଆପଣଙ୍କ ପ୍ରିଣ୍ଟର୍ AirPrint କୁ ସମର୍ଥନ କରୁଛି ଏବଂ ଆପଣଙ୍କ iPhone ଏବଂ ପ୍ରିଣ୍ଟର୍ ସମାନ Wi-Fi ନେଟ୍‌ଓ୍ବର୍କ୍‌ରେ ଅଛି ବୋଲି ନିଶ୍ଚିତ କରିବା ପରେ ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

  1. ଆପଣ ଯେଉଁ ଆପ୍‌ରୁ ପ୍ରିଣ୍ଟ୍ କରିବାକୁ ଚାହୁଁଛନ୍ତି ତାହା ଖୋଲନ୍ତୁ।

  2. “ଶେୟର୍ କରନ୍ତୁ” ବଟନ୍, “ଅଧିକ” ବଟନ୍, “ଉତ୍ତର ଦିଅନ୍ତୁ” ବଟନ୍, କିମ୍ବା “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ (ଆପ୍ ଉପରେ ନିର୍ଭର କରି)।

  3. “ପ୍ରିଣ୍ଟ୍” ଉପରେ ଟାପ୍ କରନ୍ତୁ, ”କୌଣସି ପ୍ରିଣ୍ଟର୍ ଚୟନ ହୋଇନାହିଁ” ଉପରେ ଟାପ୍ କରନ୍ତୁ, ତା’ପରେ ଏକ AirPrint -ସକ୍ଷମ କରାଯାଇଥିବା ପ୍ରିଣ୍ଟର୍ ବାଛନ୍ତୁ।

ଏକ ଡକ୍ଯୁମେଣ୍ଟ୍ ପ୍ରିଣ୍ଟ୍ କରନ୍ତୁ

  1. ଆପଣ ଯେଉଁ ଆପ୍‌ରୁ ପ୍ରିଣ୍ଟ୍ କରିବାକୁ ଚାହୁଁଛନ୍ତି ତାହା ଖୋଲନ୍ତୁ।

  2. “ଶେୟର୍ କରନ୍ତୁ” ବଟନ୍, “ଅଧିକ” ବଟନ୍, “ଉତ୍ତର ଦିଅନ୍ତୁ” ବଟନ୍, କିମ୍ବା “ଆକ୍ସନ୍ ମେନ୍ଯୁ” ବଟନ୍ ରେ ଟାପ୍ କରନ୍ତୁ (ଆପ୍ ଉପରେ ନିର୍ଭର କରି)।

  3. “ପ୍ରିଣ୍ଟ୍”ରେ ଟାପ୍ କରନ୍ତୁ। (ଯଦି ଆପଣ ପ୍ରିଣ୍ଟ୍ ଦେଖୁନାହାନ୍ତି, ତେବେ ଉପରକୁ ସ୍ୱାଇପ୍ କରନ୍ତୁ।)

ପ୍ରିଣ୍ଟ୍ କାମର ସ୍ଥିତି ଦେଖନ୍ତୁ

ଆପ୍ ସ୍ବିଚର୍ ଖୋଲନ୍ତୁ, ତା’ପରେ “ପ୍ରିଣ୍ଟ୍ ସେଣ୍ଟର୍” ଟାପ୍ କରନ୍ତୁ।

ଆଇକନ୍ ଉପରେ ଥିବା ବ୍ଯାଜ୍ ଦର୍ଶାଉଛି ଯେ, ଧାଡ଼ିରେ କେତେ ଡକ୍ଯୁମେଣ୍ଟ୍ ଅଛି।

ଏକ ପ୍ରିଣ୍ଟ୍ କାମ ବାତିଲ୍ କରିବାକୁ, ଏହାକୁ ପ୍ରିଣ୍ଟ୍ ସେଣ୍ଟର୍‌ରେ ଚୟନ କରନ୍ତୁ, ତା’ପରେ “ପ୍ରିଣ୍ଟିଂ ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.