ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଆପଣଙ୍କ ଜର୍ନଲ୍ ସେଟିଂସ୍ ବଦଳାନ୍ତୁ

ଆପଣ ଜର୍ନଲ୍ ଆପ୍ ପାଇଁ ସେଟିଂସ୍‌କୁ କଷ୍ଟମାଇଜ୍ କରିପାରିବେ; ଉଦାହରଣ ସ୍ୱରୂପ, ଆପଣ ପାଇଥିବା ପରାମର୍ଶ ପର୍ସନଲାଇଜ୍ କରନ୍ତୁ, ଜର୍ନଲିଂ ପାଇଁ ଏକ ଶେଡ‍୍ୟୂଲ୍ ଇତ୍ଯାଦି ସେଟ୍ କରନ୍ତୁ।

ଜର୍ନଲିଂ ପରାମର୍ଶକୁ ଚାଲୁ କିମ୍ବା ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଗୋପନୀୟତା ଏବଂ ସୁରକ୍ଷାରେ ଟାପ୍ କରନ୍ତୁ, ତା’ପରେ “ଜର୍ନଲିଂ ପରାମର୍ଶ”ରେ ଟାପ୍ କରନ୍ତୁ।

ଜର୍ନଲିଂ ପରାମର୍ଶ କଷ୍ଟମାଇଜ୍ କରନ୍ତୁ

ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

  • ଗୋପନୀୟତା ସେଟିଂସ୍ କଷ୍ଟମାଇଜ୍ କରନ୍ତୁ: ସେଟିଂସ୍ > ଗୋପନୀୟତା ଓ ନିରାପତ୍ତା >ଜର୍ନଲଂ ପରାମର୍ଶକୁ ଯାଆନ୍ତୁ ତା'ପରେ, ବର୍ଗଗୁଡ଼ିକ ମଧ୍ଯରୁ ଯେକୌଣସିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ।

    ପରାମର୍ଶ ଆପଣ ଚାଲୁ କରିଥିବା ଆପ୍ ଏବଂ ସେବାଗୁଡ଼ିକରୁ ଡେଟା ବ୍ଯବହାର କରେ; ପରାମର୍ଶ ପାଇଁ ବ୍ଯବହୃତ ଡେଟା ବ୍ଯକ୍ତିଗତ ଅଟେ ଏବଂ ଆପଣଙ୍କ iPhone ରେ ଷ୍ଟୋର୍ ହୋଇଛି। ଅଧିକ ସୂଚନା ପାଇଁ ଜର୍ନାଲିଂ ପରାମର୍ଶ ଏବଂ ଗୋପନୀୟତା ୱେବ୍‌ସାଇଟ୍ ଦେଖନ୍ତୁ।

  • ନୋଟିଫିକେଶନ୍ ସେଟିଂସ୍ ବଦଳାନ୍ତୁ: ସେଟିଂସ୍ > ନୋଟିଫିକେଶନ୍ > ଜର୍ନଲିଂ ପରାମର୍ଶକୁ ଯାଆନ୍ତୁ।

  • ପରାମର୍ଶ ନ ଦେଖି ନୂଆ ଏଣ୍ଟ୍ରିଗୁଡ଼ିକ ତିଆରି କରନ୍ତୁ: ସେଟିଂସ୍ > ଆପ୍ > ଜର୍ନଲ୍‌କୁ ଯାଆନ୍ତୁ, ତା’ପରେ “ପ୍ରସ୍ତାବିତ ମୁହୂର୍ତ୍ତଗୁଡ଼ିକୁ ଦେଖାନ୍ତୁ”କୁ ବନ୍ଦ କରନ୍ତୁ।

ନୂଆ ଜର୍ନଲ୍ ଏଣ୍ଟ୍ରିରେ ଏକ ଶୀର୍ଷକ, ତାରିଖ କିମ୍ବା ସାମ୍ପ୍ରତିକ ଲୋକେଶନ୍ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ଜର୍ନଲ୍‌ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ନୂଆ ଏଣ୍ଟ୍ରିଗୁଡ଼ିକରେ ଏକ ଶୀର୍ଷକ ଯୋଡ଼ନ୍ତୁ: “ଏଣ୍ଟ୍ରି ଶୀର୍ଷକ ଯୋଡ଼ନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ “ସର୍ବଦା”, “କେବଳ ମୁହୂର୍ତ୍ତ ପାଇଁ” କିମ୍ବା “କଦାପି ନୁହେଁ” ବାଛନ୍ତୁ।

    • ଏହି ମୁହୂର୍ତ୍ତର ତାରିଖକୁ ଏଣ୍ଟ୍ରି ତାରିଖ ଭାବେ ଉପଯୋଗ କରନ୍ତୁ: “ସର୍ବଦା ମୁହୂର୍ତ୍ତ ତାରିଖ ବ‍୍ୟବହାର କରନ୍ତୁ” ଚାଲୁ କରନ୍ତୁ।

    • ନୂଆ ଏଣ୍ଟ୍ରିରେ ସାମ୍ପ୍ରତିକ ଲୋକେଶନ୍ ଯୋଡ଼ନ୍ତୁ: “ସାମ୍ପ୍ରତିକ ଲୋକେଶନ୍ ଯୋଡ଼ନ୍ତୁ” ଚାଲୁ କରନ୍ତୁ।

ଜର୍ନଲ୍‌ରେ ନିଆଯାଇଥିବା ଫଟୋ ଏବଂ ଭିଡିଓକୁ ଫଟୋ ଆପ୍‌ରେ ସେଭ୍ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆପ୍‌ରେ ଟାପ୍ କରନ୍ତୁ, ତା’ପରେ ଜର୍ନଲ୍‌ରେ ଟାପ୍ କରନ୍ତୁ।

  3. “ଫଟୋରେ ସେଭ୍ କରନ୍ତୁ” ଚାଲୁ କରନ୍ତୁ।

ଜର୍ନଲ୍ ନୋଟିଫିକେଶନ୍‌ଗୁଡ଼ିକୁ ଚାଲୁ କିମ୍ବା ବନ୍ଦ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନୋଟିଫିକେଶନ୍‌ରେ ଟାପ୍ କରନ୍ତୁ, ତା’ପରେ ଜର୍ନଲ୍ ପରାମର୍ଶରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.