ଆପଣଙ୍କ ମୁଣ୍ଡର ଗତିବିଧି ସହିତ iPhone କୁ କଣ୍ଟ୍ରୋଲ୍ କରନ୍ତୁ

ମୁଣ୍ଡ ଟ୍ରାକିଂ ସହାୟତାରେ, ଆପଣ କେବଳ ନିଜ ମୁଣ୍ଡ ବ୍ୟବହାର କରି iPhone କୁ କଣ୍ଟ୍ରୋଲ୍ କରିପାରିବେ। ଅନ୍‌ସ୍କ୍ରୀନ୍ ପଏଣ୍ଟର୍ ଆପଣଙ୍କ ମୁଣ୍ଡର ଗତିବିଧିକୁ ଅନୁସରଣ କରେ ଏବଂ ଯେତେବେଳେ ଆପଣ ଏକ ଆଇଟମ୍‌କୁ ଚାହିଁ ନିଜ ମୁଣ୍ଡକୁ ସ୍ଥିର କରି ରଖନ୍ତି—କିମ୍ବା ଡ୍ବେଲ୍ କରନ୍ତି—ସେତେବେଳେ ଆପଣ ଏକ ଟାପ୍ କରିବା ପରି କାର୍ଯ୍ୟ କରନ୍ତି।

ମୁଣ୍ଡ ଟ୍ରାକିଂ ଚାଲୁ ହୋଇଥିବା ଏକ iPhone। AssistiveTouch ମେନ‍୍ୟୂ ଦୃଶ୍ୟମାନ ହେଉଛି, ଯାହା ନୋଟିଫିକେଶନ୍ ସେଣ୍ଟର୍, ସ୍କ୍ରୋଲ୍, ଡ୍ୱେଲ୍, ଡିଭାଇସ୍, କଣ୍ଟ୍ରୋଲ୍ ସେଣ୍ଟର୍, ହୋମ୍, ଜେଶ୍ଚର୍ ଏବଂ କଷ୍ଟମ୍ ପାଇଁ କଣ୍ଟ୍ରୋଲ୍ ଦେଖାଉଛି।

ଧ‍୍ୟାନ ଦିଅନ୍ତୁ: ମୁଣ୍ଡ ଟ୍ରାକିଂ iOS 26 ଏବଂ ପରବର୍ତ୍ତୀ ଭର୍ଶନ୍‌ରେ ଉପଲବ୍ଧ।

ଆପଣ ଆରମ୍ଭ କରିବା ପୂର୍ବରୁ

iPhone ରେ ମୁଣ୍ଡ ଟ୍ରାକିଂ ବିଲ୍ଟ୍-ଇନ୍, ଫ୍ରଣ୍ଟ୍-ଫେସିଂ କ୍ୟାମେରା ବ‍୍ୟବହାର କରେ। ସର୍ବୋତ୍ତମ ଫଳାଫଳ ପାଇଁ, କ୍ୟାମେରାରେ ଆପଣଙ୍କ ଚେହେରା ସ୍ପଷ୍ଟ ଦେଖାଯିବା ଏବଂ ଆପଣଙ୍କ ଚେହେରାରେ ଯଥେଷ୍ଟ ଆଲୋକ ପଡ଼ିଥିବା ସୁନିଶ୍ଚିତ କରନ୍ତୁ। iPhone ଆପଣଙ୍କ ମୁହଁଠାରୁ ପ୍ରାୟ 18 ଇଞ୍ଚ୍ ଦୂରରେ ଏକ ସ୍ଥିର ପୃଷ୍ଠରେ ରହିବା ଉଚିତ।

ମୁଣ୍ଡ ଟ୍ରାକିଂ ଚାଲୁ କରନ୍ତୁ

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ଆକ୍ସେସିବିଲିଟିରେ ଟାପ୍ କରନ୍ତୁ, ମୁଣ୍ଡ ଟ୍ରାକିଂରେ ଟାପ୍ କରନ୍ତୁ, ତା’ପରେ ମୁଣ୍ଡ ଟ୍ରାକିଂ ଚାଲୁ କରନ୍ତୁ।

ମୁଣ୍ଡ ଟ୍ରାକିଂ ବ୍ୟବହାର କରନ୍ତୁ

ଆପଣ “ମୁଣ୍ଡ ଟ୍ରାକିଂ” ଚାଲୁ କରିବା ପରେ, ଏକ ଅନ୍‌ସ୍କ୍ରୀନ୍ ପଏଣ୍ଟର୍ ଆପଣଙ୍କ ମୁଣ୍ଡର ଗତିବିଧି ଅନୁସରଣ କରେ। ସ୍କ୍ରୀନ୍‌ରେ ଆପଣଙ୍କ ମୁଣ୍ଡ ଏକ ଆଇଟମ୍ ଆଡ଼କୁ ଥିବା ସମୟରେ, ଆଇଟମ୍ ଚାରିପାଖରେ ଏକ ଆଉଟ୍‌ଲାଇନ୍ ଦେଖାଯାଏ। ଆପଣ ମୁହଁ ଯେଉଁଆଡ଼କୁ ଥାଉ ନା କାହିଁକି, ପଏଣ୍ଟର୍ ସର୍ବଦା ଆପଣଙ୍କ ମୁଣ୍ଡ ସହିତ ମୂଭ୍ କରେ। ଦ୍ରୁତ ଗତିରେ ମୂଭ୍ କରିବା ଦ୍ୱାରା ପଏଣ୍ଟର୍ ଦ୍ରୁତ ଗତିରେ ମୂଭ୍ ହୋଇଥାଏ।

ଯେତେବେଳେ ଆପଣ ସ୍କ୍ରୀନ୍‌ର ଏକ ସ୍ଥାନକୁ ଚାହିଁ ଆପଣଙ୍କ ମୁଣ୍ଡକୁ ସ୍ଥିର କରି ରଖନ୍ତି, ସେତେବେଳେ ଡ୍ବେଲ୍ ପଏଣ୍ଟର୍ ଆପଣ ଚାହୁଁଥିବା ସ୍ଥାନରେ ଦେଖାଯାଏ ଏବଂ ଡ୍ବେଲ୍ ଟାଇମର୍ ଆରମ୍ଭ ହୁଏ (ଡ୍ବେଲ୍ ପଏଣ୍ଟର୍ ସର୍କଲ୍ ପୂରଣ ହେବା ଆରମ୍ଭ ହୁଏ)। ଡ୍ବେଲ୍ ଟାଇମର୍ ସମାପ୍ତ ହେବା ପରେ, ଏକ କାର୍ଯ‍୍ୟକୁ-ଡିଫଲ୍ଟ୍ ଭାବରେ ଟାପ୍ କରନ୍ତୁ- ଯାହା କରାଯାଏ।

ଅତିରିକ୍ତ ଅନ୍‌ସ୍କ୍ରୀନ୍ ଜେଶ୍ଚର୍ କିମ୍ବା ଫିଜିକଲ୍ ବଟନ୍ ଦବାଇବା ପାଇଁ AssistiveTouch ମେନ‍୍ୟୂ ବ୍ୟବହାର କରନ୍ତୁ। “AssistiveTouch ବ୍ଯବହାର କରନ୍ତୁ” ଦେଖନ୍ତୁ।

ମୁଣ୍ଡ ଟ୍ରାକିଂ ପାଇଁ ବିକଳ୍ପ ସେଟ୍ କରନ୍ତୁ

ଆପଣ ହସିବା, ଆଖି ମିଟିମିଟି କରିବା କିମ୍ବା ନାକ ଟେକିବା ଭଳି ମୁହଁର ବିଭିନ୍ନ ଗତିବିଧି ଅନୁଯାୟୀ ସିଙ୍ଗଲ୍-ଟାପ୍ କିମ୍ବା ଡବଲ୍ ଟାପ୍ ଭଳି କାର୍ଯ୍ୟଗୁଡ଼ିକୁ କଷ୍ଟମାଇଜ୍ କରିପାରିବେ। ଆପଣଙ୍କ ମୁଣ୍ଡର ଗତିବିଧି ପ୍ରତି ମୁଣ୍ଡ ଟ୍ରାକିଂ ପଏଣ୍ଟର୍ କିପରି ପ୍ରତିକ୍ରିୟା କରେ ତାହା ପାଇଁ ଆପଣ ବିକଳ୍ପ ମଧ‍୍ୟ ସେଟ୍ କରିପାରିବେ।

  1. ଆପଣଙ୍କ iPhone ରେ ଥିବା ସେଟିଂସ୍ ଆପ୍ କୁ ଯାଆନ୍ତୁ।

  2. ନିମ୍ନଲିଖିତ ମଧ୍ୟରୁ ଗୋଟିଏ କରନ୍ତୁ:

    • କାର୍ଯ୍ଯ: ମୁହଁର ଅଭିବ‍୍ୟକ୍ତି ଚୟନ କରନ୍ତୁ (ଯେପରିକି ଭ୍ରୂଲତା ଉଠାନ୍ତୁ କିମ୍ବା ପାଟି ଖୋଲନ୍ତୁ), ତା’ପରେ ଲିଷ୍ଟ୍‌ରୁ ଏକ କାର୍ଯ‍୍ୟ ବାଛନ୍ତୁ (ଯେପରିକି ମେନ‍୍ୟୂ ଖୋଲନ୍ତୁ କିମ୍ବା ସିଙ୍ଗଲ୍-ଟାପ୍ କରନ୍ତୁ)।

      ସମ୍ବେଦନଶୀଳତା: ଅଭିବ‍୍ୟକ୍ତି ପ୍ରଦର୍ଶନ କରିବା ପାଇଁ ଆବଶ‍୍ୟକ ଭାବପ୍ରବଣତାର ମାତ୍ରା ବାଛନ୍ତୁ।

    • ପଏଣ୍ଟର୍: ମୁହଁର ଗତିବିଧି ସହିତ, ସ୍କ୍ରୀନ୍ ଧାରକୁ ସାମ୍ନା କରିବା ସମୟରେ କିମ୍ବା ମୁଣ୍ଡର ସ୍ଥିତି ଅନୁଯାୟୀ ପଏଣ୍ଟର୍ ମୂଭ୍ କରିବା ପାଇଁ ଏକ ବିକଳ୍ପ ଚୟନ କରନ୍ତୁ।

    • ପଏଣ୍ଟର୍ ସ୍ପୀଡ୍: ମୁଣ୍ଡର ଗତିବିଧି ସହିତ ପଏଣ୍ଟର୍ କେତେ ଶୀଘ୍ର ମୂଭ୍ କରିବ ତାହା ଆଡ୍‌ଜଷ୍ଟ୍ କରିବାକୁ ବୃଦ୍ଧି କିମ୍ବା ହ୍ରାସ ବଟନ୍ ଚୟନ କରନ୍ତୁ।

    • ଆଇଟମ୍‌ରେ ସ୍ନାପ୍ କରନ୍ତୁ: ସ୍କ୍ରୀନ୍‌ରେ ଆପଣଙ୍କ ମୁଣ୍ଡ ଯେଉଁଆଡ଼କୁ ଅଛି ତାହାର ନିକଟରେ ଥିବା ଆଇଟମ୍‌କୁ ସ୍ୱୟଂଚାଳିତ ଭାବରେ ପଏଣ୍ଟର୍‌କୁ ମୂଭ୍ କରନ୍ତୁ।

    • ଡ୍ବେଲ୍ କଣ୍ଟ୍ରୋଲ୍: ଡ୍ବେଲ୍ କଣ୍ଟ୍ରୋଲ୍ ଚାଲୁ କିମ୍ବା ବନ୍ଦ କରନ୍ତୁ। ଡ୍ବେଲ୍ କଣ୍ଟ୍ରୋଲ୍ ପାଇଁ ସେଟିଂସ୍ ଆଡ୍‌ଜଷ୍ଟ୍ କରିବା ପାଇଁ, ଯେପରିକି ଡିଫଲ୍ଟ୍ ଡ୍ବେଲ୍ ଆକ୍ସନ୍ ଏବଂ ଡ୍ବେଲ୍ ଟାଇମର୍ ଅବଧି, “ଡ୍ବେଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରନ୍ତୁ” ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.