ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ ଥିବା ଘଣ୍ଟା ଆପ୍‌ରେ ଟାଇମର୍ ସେଟ୍ କରନ୍ତୁ

ନିର୍ଦ୍ଦିଷ୍ଟ ସମୟରୁ ଗଣନା କରିବା ପାଇଁ ଆପଣ ଟାଇମର୍ ସେଟ୍ କରିପାରିବେ।

Siri: Siri କୁ ପଚାରନ୍ତୁ କିଛି ଏହିପରି: “Set the timer for 3 minutes.” Siri କିପରି ବ୍ଯବହାର କରିବେ ଜାଣନ୍ତୁ

ଟାଇମର୍ ସେଟ୍ କରିବା ପାଇଁ ସେଟିଂସ୍ ସହିତ ଏକ ଟାଇମର୍ ଯୋଡ଼ିବାକୁ ଏକ ସ୍କ୍ରୀନ୍ ଏବଂ ସମ୍ପ୍ରତି ତିଆରି ହୋଇଥିବା ଟାଇମର୍ ଆରମ୍ଭ କରିବା ପାଇଁ ଏକ ବଟନ୍।

ଏକ କଷ୍ଟମ୍ ଟାଇମର୍ ସେଟ୍ କରନ୍ତୁ

  1. ଆପଣଙ୍କ iPhone ରେ ଘଣ୍ଟା ଆପ୍ କୁ ଯାଆନ୍ତୁ।

  2. ଟାଇମର୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ସମୟସୀମା ସେଟ୍ କରନ୍ତୁ।

  3. ନିମ୍ନଲିଖିତ ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ବାଛନ୍ତୁ:

    • ଲେବଲ୍: ଟାଇମର୍‌କୁ “ଏଗ୍ ଟାଇମର୍” ଭଳି ଏକ ନାମ ଦିଅନ୍ତୁ।

    • ଟାଇମର୍ ସମାପ୍ତ ହେବା ସମୟରେ: ଟାଇମର୍ ଶେଷ ହେବା ସମୟରେ ଚଲାଇବା ପାଇଁ ଏକ ସାଉଣ୍ଡ୍ ବାଛନ୍ତୁ।

  4. “ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଅନ୍ଯ ଏକ ଆପ୍ ଖୋଲନ୍ତି କିମ୍ବା iPhone ସ୍ଲୀପ୍ ମୋଡ୍‌କୁ ଯାଏ ତେବେ ମଧ୍ଯ ଟାଇମର୍ ଜାରି ରହିବ।

ଆପଣ ଏକ କଷ୍ଟମ୍ ଟାଇମର୍ ସେଟ୍ କଲେ ଏହା ସାମ୍ପ୍ରତିକ ତଳେ ଦେଖାଯାଏ—ଯାହା ଦ୍ବାରା ଆପଣ ଇଛା ଅନୁସାରେ ସେହି ସମାନ ଟାଇମର୍ ଆରମ୍ଭ କରିପାରିବେ।

ଅଡିଓ କିମ୍ବା ଭିଡିଓ ଚଲାଇବା ବନ୍ଦ କରିବାକୁ ଏକ ଟାଇମର୍ ସେଟ୍ କରନ୍ତୁ

ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଅଡିଓ କିମ୍ବା ଭିଡିଓ ଚଲାଇବା ବନ୍ଦ କରିବାକୁ ଚାହାଁନ୍ତି, ତେବେ ଆପଣ ପ୍ଲେବ୍ଯାକ୍ ବନ୍ଦ କରିବାକୁ ଟାଇମର୍ ସେଟ୍ କରିପାରିବେ—ଉଦାହରଣ ସ୍ୱରୂପ, ଆପଣ ରେଡିଓ ଶୁଣୁଶୁଣୁ ଶୋଇ ପଡ଼ବା ସମୟରେ।

  1. ଆପଣଙ୍କ iPhone ରେ ଘଣ୍ଟା ଆପ୍ କୁ ଯାଆନ୍ତୁ।

  2. ଉପରୋକ୍ତ ଭଳି, ଏକ କଷ୍ଟମ୍ ଟାଇମର୍ ସେଟ୍ କରନ୍ତୁ।

  3. ଟାଇମ୍ ସମାପ୍ତ ହେବା ସମୟରେ ଟାପ୍ କରନ୍ତୁ, ତା’ପରେ “ସାଉଣ୍ଡ୍ ଲିଷ୍ଟ୍‌ର ନିମ୍ନରେ ଚଲାଇବା ବନ୍ଦ କରନ୍ତୁ”ରେ ଟାପ୍ କରନ୍ତୁ।

  4. “ସେଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ “ଆରମ୍ଭ କରନ୍ତୁ”ରେ ଟାପ୍ କରନ୍ତୁ।

ଏକାଧିକ ଟାଇମର୍ ସେଟ୍ କରନ୍ତୁ

ଆପଣ ଏକ କଷ୍ଟମ୍ ଟାଇମର୍ ଆରମ୍ଭ କରିବା ପରେ, ଏକ ସମୟରେ ବିଭିନ୍ନ କାର୍ଯ୍ଯର ଟ୍ରାକ୍ ରଖିବା ପାଇଁ ଅଧିକ ଟାଇମର୍ ଯୋଡ଼ିପାରିବେ।

  1. ଆପଣଙ୍କ iPhone ରେ ଘଣ୍ଟା ଆପ୍ କୁ ଯାଆନ୍ତୁ।

  2. ଟାଇମର୍‌ରେ ଟାପ୍‌ କରନ୍ତୁ, ତା’ପରେ ଏକ ଟାଇମର୍ ଆରମ୍ଭ କରନ୍ତୁ।

  3. ଶୀର୍ଷ ଡାହାଣ ପାର୍ଶ୍ୱରେ “ଯୋଡ଼ନ୍ତୁ” ବଟନ୍ ରେ ଟାପ୍‌ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଏକ କଷ୍ଟମ୍ ଟାଇମର୍ ଯୋଡ଼ନ୍ତୁ: ସମୟର ଏକ ଅବଧି ସେଟ୍ କରନ୍ତୁ, ଏକ ଲେବଲ୍ କିମ୍ବା ସାଉଣ୍ଡ୍ ଯୋଡ଼ନ୍ତୁ, ତା’ପରେ “ଆରମ୍ଭ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

    • ଏକ ପ୍ରୀସେଟ୍ ଟାଇମର୍ ଯୋଡ଼ନ୍ତୁ: ପ୍ରୀସେଟ୍‌ର ତଳେ ବାମକୁ ସ୍ୱିପ୍ କରନ୍ତୁ, ତା’ପରେ ଏକ ପ୍ରୀସେଟ୍‌ର ସମୟ ଅବଧି ଉପରେ ଟାପ୍ କରନ୍ତୁ (ଯେପରିକି 1,5 କିମ୍ବା 10 ମିନିଟ୍)।

    • ଏକ ସାମ୍ପ୍ରତିକ ଟାଇମର୍ ଯୋଡ଼ନ୍ତୁ: ଆପଣ ସାମ୍ପ୍ରତିକ ସେଟ୍ କରିଥିବା ଏକ ଟାଇମର୍ ପାଖରେ “ଆରମ୍ଭ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

      ଯଦି ଆପଣ ଏକ ପ୍ରୀସେଟ୍ କିମ୍ବା ସାମ୍ପ୍ରତିକ ଟାଇମର୍ ଚୟନ କରନ୍ତି, ତେବେ ଲେବଲ୍ ଓ ସାଉଣ୍ଡ୍ ଏଡିଟ୍ କରିବାକୁ ଟାଇମର୍‌ରେ ଟାପ୍ କରନ୍ତୁ।

ଏକ ଟାଇମର୍ ବନ୍ଦ କରନ୍ତୁ, ପଜ୍ କରନ୍ତୁ କିମ୍ବା କାଢ଼ି ଦିଅନ୍ତୁ

ଏକ ଟାଇମର୍ ଶେଷ ହେଲେ, ଆପଣ ଯେକୌଣସି ଆପ୍ ବ୍ଯବହାର କରୁଥାନ୍ତୁ ନା କାହିଁକି, ଆପଣଙ୍କ ସ୍କ୍ରୀନ୍ ଶୀର୍ଷରେ ଏକ ନୋଟିଫିକେଶନ୍ ପ୍ରାପ୍ତ କରିବେ। ନୋଟିଫିକେଶନ କ୍ଲିଅର୍ କରିବା ପାଇଁ “ବାତିଲ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ କିମ୍ବା ଯଦି ଆପଣ ଚାହାନ୍ତି ଯେ ଟାଇମର୍ ପୁଣିଥରେ ଚାଲୁ ହେଉ, ତେବେ ରୀସେଟ୍ ବଟନ୍ରେ ଟାପ୍ କରନ୍ତୁ। ଆପଣ ଲକ୍ ସ୍କ୍ରୀନ୍‌ରୁ “ପୁନରାବୃତ୍ତି କରନ୍ତୁ” କିମ୍ବା “ବନ୍ଦ କରନ୍ତୁ”ରେ ମଧ୍ଯ ଟାପ୍ କରିପାରିବେ।

ଏହା ଶେଷ ହେବା ପୂର୍ବରୁ ଆପଣ ଏକ ଟାଇମର୍‌କୁ ମଧ୍ଯ ବନ୍ଦ କରିପାରିବେ।

  1. ଆପଣଙ୍କ iPhone ରେ ଘଣ୍ଟା ଆପ୍ କୁ ଯାଆନ୍ତୁ।

  2. “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ନିମ୍ନଲିଖିତ ମଧ୍ଯରୁ କୌଣସି ଗୋଟିଏ କାର୍ଯ୍ଯ କରନ୍ତୁ:

    • ଟାଇମର୍ ପଜ୍ କରନ୍ତୁ: ଏହାକୁ କିଛିକ୍ଷଣ ପାଇଁ ବନ୍ଦ କରିବାକୁ ଟାଇମର୍ ପାଖରେ “ପଜ୍ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ। ତଳକୁ ଗଣନା ଜାରି ରଖିବା ପାଇଁ “ଆରମ୍ଭ କରନ୍ତୁ” ବଟନ୍ରେ ଟାପ୍ କରନ୍ତୁ।

    • ଏକ ଟାଇମର୍ କାଢ଼ନ୍ତୁ: ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ ଟ୍ରାଶ୍ ବଟନ୍ ରେ ଟାପ୍ କରନ୍ତୁ।

    • ଏକାଧିକ ଟାଇମର୍ କାଢ଼ି ଦିଅନ୍ତୁ: “ଏଡିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, “କାଢ଼ି ଦିଅନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଟ୍ରାଶ୍ ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ ଲକ୍ ସ୍କ୍ରୀନ୍‌ରୁ, ଆପଣ ଏକ ଟାଇମର୍‌ରେ ବାମକୁ ସ୍ୱାଇପ୍ କରିପାରିବେ, ତା’ପରେ “କ୍ଲିଅର୍ କରନ୍ତୁ”ରେ ଟାପ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.