ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

ଆଖପାଖରେ ଥିବା Apple ଡିଭାଇସ୍‌ଗୁଡ଼ିକୁ ଆଇଟମ୍ ପଠାଇବା ପାଇଁ AirDrop ବ୍ୟବହାର କରନ୍ତୁ

AirDrop ସହିତ, ଆପଣ ଆଖପାଖରେ ଥିବା iPhone, iPad କିମ୍ୱା Mac କୁ ଫଟୋ, ଭିଡିଓ, ଡକ୍ଯୁମେଣ୍ଟ୍ ଇତ୍ଯାଦି ୱେୟର୍‌ଲେସ୍ ଭାବରେ ପଠାଇପାରିବେ। ଆପଣଙ୍କ ନିଜ ଡିଭାଇସ୍‌କୁ ଫାଇଲ୍ ପଠାଇବା କିମ୍ବା ଅନ୍ୟମାନଙ୍କ ସହିତ ଫାଇଲ୍ ଶେୟର୍ କରିବାକୁ ଆପଣ AirDrop ବ୍ୟବହାର କରିପାରିବେ।

ଆପଣ ଏକ iPhone, iPad ଏବଂ Mac ରେ AirDrop ବ୍ୟବହାର କରିପାରିବେ।

ସୁରକ୍ଷା ପାଇଁ କରାଯାଉଥିବା ଟ୍ରାନ୍ସ୍‌ଫର୍‌କୁ ଏନକ୍ରିପ୍ଟ୍ କରାଯାଇଥାଏ ଏବଂ ପ୍ରାପ୍ତକର୍ତ୍ତା ପ୍ରତ୍ୟେକ ଟ୍ରାନ୍ସ୍‌ଫର୍ ଆସିବା ପରେ ଏହାକୁ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ଏକ AirDrop ଟ୍ରାନ୍ସ୍‌ଫର୍ ଆରମ୍ଭ ହେବା ପରେ Bluetooth କିମ୍ବା Wi-Fi ରେଞ୍ଜ୍ ବାହାରାକୁ ଚାଲିଯାଆନ୍ତି, ତେବେ ଇଣ୍ଟର୍‌ନେଟ୍ ମାଧ୍ଯମରେ ଟ୍ରାନ୍ସ୍‌ଫର୍ ଜାରି ରହିବ।

Mac ଏକ iPhone ପାଖରେ ଅଛି। AirDrop ଡାଏଲଗ୍ Mac ଡେସ୍କ୍‌ଟପ୍‌ରେ ଖୋଲା ଅଛି, iPhone ସହିତ ଏକ ଡକ୍ଯୁମେଣ୍ଟ୍ ଶେୟର୍ କରିବା ପାଇଁ ପ୍ରସ୍ତୁତ ଅଛି। iPhone ସ୍କ୍ରୀନ୍‌ରେ ଡକ୍ଯୁମେଣ୍ଟ୍ ପ୍ରାପ୍ତ କରିବା ବିଷୟରେ ଏକ ନୋଟିଫିକେଶନ୍ ଅଛି।

ଆପଣ ଆରମ୍ଭ କରିବା ପୂର୍ବରୁ

ନିମ୍ନଲିଖିତ କାର୍ଯ୍ଯ କରିବା ନିଶ୍ଚିତ କରନ୍ତୁ:

  • ଉଭୟ ଡିଭାଇସ୍‌ରେ Wi-Fi ଏବଂ Bluetooth® ଚାଲୁ ଅଛି।

  • ଡିଭାଇସ୍‌ଗୁଡ଼ିକ ପରସ୍ପରଠାରୁ 30 ଫୁଟ୍ (10 ମିଟର୍) ମଧ୍ଯରେ ରହିଛି।

ଯଦି ଆପଣ ଏକ VPN ବ୍ଯବହାର କରୁଛନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ଏହାର କନ୍‌ଫିଗରେଶନ୍ ସ୍ଥାନୀୟ ନେଟ୍‌ୱର୍କିଂକୁ ପ୍ରତିରୋଧ କରିନଥାଏ କାରଣ ଏହା କିଛି କଣ୍ଟିନ୍ଯୁଇଟି ଫୀଚର୍‌ରେ ବାଧା ସୃଷ୍ଟି କରିପାରେ।

ଯଦି ଆପଣ ନିଜ Apple ଡିଭାଇସ୍ ମଧ୍ୟରେ ଆଇଟମ୍ ପଠାଇବାକୁ AirDrop ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ଆଇଟମ୍‌ଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ଗ୍ରହଣ କରି ସେଭ୍ କରିବା ପାଇଁ ଆପଣଙ୍କ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରନ୍ତୁ

AirDrop ଚାଲୁ କରନ୍ତୁ

  • iPhone କିମ୍ବା iPad ରେ: କଣ୍ଟ୍ରୋଲ୍ ସେଣ୍ଟର୍ ଖୋଲନ୍ତୁକଣ୍ଟ୍ରୋଲ୍‌ର ଶୀର୍ଷ-ବାମ ଗ୍ରୂପ୍‌କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ AirDrop ଆଇକନ୍ରେ ଟାପ୍ କରନ୍ତୁ। ଆପଣ କାହଠାରୁ ଆଇଟମ୍‌ଗୁଡ଼ିକ ପ୍ରାପ୍ତ କରିବା ଚାହାଁନ୍ତି ବାଛିବାକୁ “କେବଳ କଣ୍ଟାକ୍ଟ୍” କିମ୍ବା “10 ମିନିଟ୍ ପାଇଁ ସମସ୍ତେ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: AirDrop ପାଇଁ ସର୍ବନିମ୍ନ ସିଷ୍ଟମ୍ ଆବଶ୍ୟକତା ଥିବା ଡିଭାଇସ୍‌ରେ ବିକଳ୍ପଗୁଡ଼ିକ “କେବଳ କଣ୍ଟାକ୍ଟ୍” ଏବଂ 10 ମିନିଟ୍ ପର୍ଯ୍ଯନ୍ତ “ସମସ୍ତଙ୍କ” ପାଇଁ ଉପଲବ୍ଧ।

  • Mac ରେ: ମେନୁ ବାର୍‌ରେ କଣ୍ଟ୍ରୋଲ୍ ସେଣ୍ଟର୍ ଷ୍ଟାଟସ୍ ମେନ୍ଯୁରେ କ୍ଲିକ୍ କରନ୍ତୁ, ତା’ପରେ AirDrop ଆଇକନ୍ରେ କ୍ଲିକ୍ କରନ୍ତୁ। ଏହ ଅନ୍ ଥିବା ସମୟରେ ନୀଳ ଥାଏ।

    ଆପଣଙ୍କୁ କିଏ ଆଇଟମ୍ ପଠାଇପାରିବେ ବାଛିବାକୁ, AirDrop ପାଖରେ ଥିବା ଡାହାଣ ତୀରରେ କ୍ଲିକ୍ କରନ୍ତୁ, ତା’ପରେ “କେବଳ କଣ୍ଟାକ୍ଟ୍” କିମ୍ବା “ସମସ୍ତେ”ରେ କ୍ଲିକ୍ କରନ୍ତୁ।

ଏକ AirDrop କୋଡ୍ ସାହାଯ୍ୟରେ ଏକ ଆଇଟମ୍ ଶେୟର୍ କରନ୍ତୁ

iOS 26.2, iPadOS 26.2, macOS 26.2 କିମ୍ବା ପରବର୍ତ୍ତୀ ଭର୍ଶନ୍ ସହିତ, ଯଦି କେହି ଆପଣଙ୍କୁ AirDrop ସହାୟତାରେ ଏକ ଆଇଟମ୍ ପଠାଇବାକୁ ଚେଷ୍ଟା କରନ୍ତି ଏବଂ ସେ ଆପଣଙ୍କ କଣ୍ଟାକ୍ଟ୍‌ରେ ନଥାନ୍ତି, ତେବେ ସେ ଏକ AirDrop କୋଡ୍ ବ୍ୟବହାର କରିବା ଆବଶ‍୍ୟକ।

ଯଦି ଆପଣ ଆଇଟମ୍ ପ୍ରାପ୍ତ କରିବାକୁ ବାଛନ୍ତି, ତେବେ “ଜାରି ରଖନ୍ତୁ” ଚୟନ କରନ୍ତୁ। AirDrop କୋଡ୍ ଆପଣଙ୍କ ଡିଭାଇସ୍‌ରେ ଦେଖାଯାଏ। ଆପଣ ପ୍ରେରକଙ୍କ ସହିତ କୋଡ୍ ଶେୟର୍ କରିବା ଏବଂ ସେ ଏହାକୁ ନିଜ ଡିଭାଇସ୍‌ରେ ଲେଖିବା ପରେ, ଆଇଟମ୍ ଶେୟର୍ ହୋଇଯାଏ।

ଆପଣ ଅନ୍ୟ ଏକ AirDrop କୋଡ୍ ବ୍ୟବହାର କରିବାର ଆବଶ୍ୟକତା ବିନା 30 ଦିନ ପାଇଁ ସେହି ବ୍ୟକ୍ତିଙ୍କ ସହିତ AirDrop ବ୍ୟବହାର କରି ଆଇଟମ୍ ଶେୟର୍ କରିବା ଏବଂ ପ୍ରାପ୍ତ କରିବା ଜାରି ରଖିପାରିବେ। ଯଦି ଆପଣ 30 ଦିନ ପୂରଣ ହେବା ପୂର୍ବରୁ ଆଇଟମ୍ ଶେୟର୍ କରିବାକୁ ଆଉ ଚାହୁଁନାହାନ୍ତି, ତେବେ କଣ୍ଟାକ୍ଟ୍ ଆପ୍ କୁ ଯାଆନ୍ତୁ, ଆପଣଙ୍କ ଅନ୍ୟ ପରିଚିତ ଲିଷ୍ଟ୍‌ରେ ପ୍ରେରକଙ୍କୁ ଖୋଜନ୍ତୁ, ତା’ପରେ “ଏହି ବ୍ୟକ୍ତିଙ୍କୁ ଭୁଲିଯାଆନ୍ତୁ” ଚୟନ କରନ୍ତୁ।

AirDrop ବ୍ୟବହାର କରି ଏକ ଆଇଟମ୍ ପଠାନ୍ତୁ

AirDrop ଥିବା କୌଣସି ବ୍ଯକ୍ତିଙ୍କୁ ଏକ ଆଇଟମ୍ ପଠାଇବାକୁ, ଆପଣ ଏବଂ ଆପଣଙ୍କ ପ୍ରାପ୍ତକର୍ତ୍ତା ଉଭୟ AirDrop ଚାଲୁ କରିଥିବା ଆବଶ୍ଯକ।

ଯଦି ଆପଣ ଏଭଳି ଜଣେ ବ‍୍ୟକ୍ତିଙ୍କୁ ଆଇଟମ୍ ପଠାଉଛନ୍ତି ଯିଏ କେବଳ ଜଣେ କଣ୍ଟାକ୍ଟ୍‌ଙ୍କଠାରୁ ଆଇଟମ୍ ଗ୍ରହଣ କରନ୍ତି, ତେବେ ଆପଣ ତାଙ୍କ କଣ୍ଟାକ୍ଟ୍ ଲିଷ୍ଟ୍‌ରେ ଥିବା ସହିତ ଆପଣଙ୍କ କଣ୍ଟାକ୍ଟ୍ କାର୍ଡ୍‌ରେ ଅନ୍ତର୍ଭୁକ୍ତ ଆପଣଙ୍କର Apple ଆକାଉଣ୍ଟ୍ ଇମେଲ୍ ଠିକଣା କିମ୍ବା ଫୋନ୍ ନମ୍ବର୍ ତାଙ୍କ ପାଖରେ ଥିବା ଆବଶ୍ୟକ।

  • iPhone କିମ୍ବା iPad ରେ: ଆଇଟମ୍ ଖୋଲନ୍ତୁ, ତା'ପରେ “ଶେୟର୍ କରନ୍ତୁ” ଆଇକନ୍, ଶେୟର୍ କରନ୍ତୁ, AirDrop ଆଇକନ୍ କିମ୍ବା ଅନ୍ୟ ଏକ ବଟନ୍ (ଆପ୍ ଉପରେ ନିର୍ଭର କରି)ରେ ଟାପ୍ କରନ୍ତୁ। AirDrop ଆଇକନ୍ ରେ ଟାପ୍ କରନ୍ତୁ, ତା’ପରେ ଆପଣ ଶେୟର୍ କରିବାକୁ ଚାହୁଁଥିବା ପ୍ରାପ୍ତକର୍ତ୍ତାରେ ଟାପ୍ କରନ୍ତୁ। ଆପଣ ଦେଖୁଥିବା ପ୍ରାପ୍ତକର୍ତ୍ତାମାନେ ଆଖପାଖରେ ଅଛନ୍ତି, ସମାନଙ୍କ Wi-Fi ଏବଂ Bluetooth ଚାଲୁ ଅଛି ଏବଂ ସେମାନେ ଆପଣଙ୍କ ଡିଭାଇସ୍‌ରୁ ଫାଇଲ୍ ଗ୍ରହଣ କରିବାକୁ ସମର୍ଥ ଅଟନ୍ତି।

    ଟିପ୍‌: ଯଦି ଆପଣ ନିଜ କଣ୍ଟାକ୍ଟ୍‌ରେ ଥିବା କୌଣସି ବ୍ଯକ୍ତିଙ୍କର ପାଖାପାଖି ରେଞ୍ଜ୍ ମଧ୍ୟରେ ଅଛନ୍ତି, ତେବେ ଆପଣ ଶେୟର୍ କରିବାକୁ ଚାହୁଁଥିବା ଫାଇଲ୍ ଖୋଲି ତା'ପରେ ଆପଣଙ୍କ iPhone କୁ ଆପଣଙ୍କ କଣ୍ଟାକ୍ଟ୍‌ର iPhone ର (iOS 17 କିମ୍ବା ପରବର୍ତ୍ତୀ ସମର୍ଥିତ ମଡେଲ୍‌ରେ) ନିକଟକୁ ମୂଭ୍ କରି ଏକ AirDrop ଟ୍ରାନ୍ସଫର୍ ଆରମ୍ଭ କରିପାରିବେ।

  • Mac ରେ: ଏକ Mac ରେ ଆଇଟମ୍ ଖୋଲନ୍ତୁ, ଟୁଲ୍‌ବାର୍‌ରେ “ଶେୟର୍ କରନ୍ତୁ” ଆଇକନ୍ରେ କ୍ଲିକ୍ କରନ୍ତୁ, ତା’ପରେ AirDrop ରେ କ୍ଲିକ୍ କରନ୍ତୁ। ଆପଣ ଯେଉଁ ପ୍ରାପ୍ତକର୍ତ୍ତାଙ୍କ ସହ ଶେୟର୍ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଚୟନ କରନ୍ତୁ। ଆପଣ ଦେଖୁଥିବା ପ୍ରାପ୍ତକର୍ତ୍ତାମାନେ ଆଖପାଖରେ ଅଛନ୍ତି, ସମାନଙ୍କ Wi-Fi ଏବଂ Bluetooth ଚାଲୁ ଅଛି ଏବଂ ସେମାନେ ଆପଣଙ୍କ ଡିଭାଇସ୍‌ରୁ ଫାଇଲ୍ ଗ୍ରହଣ କରିବାକୁ ସମର୍ଥ ଅଟନ୍ତି।

    ଟିପ୍‌: ଆପଣ Finder ରେ AirDrop ସହିତ ମଧ୍ୟ ଆଇଟମ୍ ଶେୟର୍ କରିପାରିବେ। Finder ୱିଣ୍ଡୋ ଖୋଲିବା ପାଇଁ, Dock ରେ Finder ଆଇକନ୍ କ୍ଲିକ୍ କରନ୍ତୁ। ସାଇଡ୍‌ବାର୍‌ରେ AirDrop ରେ କ୍ଲିକ୍ କରନ୍ତୁ, ତା'ପରେ ଆପଣ ଆଇଟମ୍‌କୁ ଡ୍ରାଗ୍ କରି ଏହାକୁ ଶେୟର୍ କରିବାକୁ ଚାହୁଁଥିବା ପ୍ରାପ୍ତକର୍ତ୍ତାଙ୍କୁ ପଠାନ୍ତୁ।

ଯଦି ଆପଣ ଆଇଟମ୍ ଶେୟର୍ କରିବା ପାଇଁ ଏକ କୋଡ୍ ଲେଖିବା ବିଷୟରେ ଏକ ନୋଟିଫିକେଶନ୍ ଦେଖନ୍ତି, ତେବେ ପ୍ରାପ୍ତକର୍ତ୍ତାଙ୍କ ଡିଭାଇସ୍‌ରେ ଜେନେରେଟ୍ ହୋଇଥିବା AirDrop କୋଡ୍ ଲେଖନ୍ତୁ।

iPhone, iPad କିମ୍ୱା Mac ବ୍ୟବହାର କରି କୌଣସି ବ୍ୟକ୍ତିଙ୍କ ସହିତ ଆପ୍ ଏବଂ ୱେବ୍‌ସାଇଟ୍ ପାସ୍‌ୱର୍ଡ୍ ସୁରକ୍ଷିତ ଭାବରେ ଶେୟର୍ କରିବା ପାଇଁ AirDrop ବ୍ୟବହାର କରିବାକୁ ଆପଣ ବିଶ୍ୱାସ କରୁଥିବା ଲୋକଙ୍କ ସହ iPhone ରେ ପାସ୍‌ୱର୍ଡ୍ ଏବଂ ପାସ୍‌କୀ’ ଶେୟର୍ କରନ୍ତୁ ଦେଖନ୍ତୁ।

AirDrop ମାଧ୍ଯମରେ ଆଇଟମ୍ ପ୍ରାପ୍ତ କରନ୍ତୁ

ଆପଣଙ୍କ ଡିଭାଇସ୍‌ରେ AirDrop ନୋଟିଫିକେଶନ୍‌ରେ “ଗ୍ରହଣ କରନ୍ତୁ”ରେ ଟାପ୍ କରନ୍ତୁ କିମ୍ବା କ୍ଲିକ୍ କରନ୍ତୁ।

ଯଦି ଆପଣ ଏକ ନୋଟିଫିକେଶନ୍ ଦେଖନ୍ତି ଯେ ଆଇଟମ୍ ପ୍ରାପ୍ତ କରିବା ପାଇଁ ଆପଣଙ୍କୁ ଏକ AirDrop କୋଡ୍ ଆବଶ୍ୟକ, ତେବେ "AirDrop କୋଡ୍ ପ୍ରାପ୍ତ କରନ୍ତୁ"ରେ ଟାପ୍ କିମ୍ବା କ୍ଲିକ୍ କରନ୍ତୁ ଏବଂ ଏହାକୁ ପ୍ରେରକଙ୍କ ସହିତ ଶେୟର୍ କରନ୍ତୁ। ପ୍ରେରକ AirDrop ସହାୟତାରେ ଆଇଟମ୍ ପଠାଇବା ପାଇଁ ନିଜ ଡିଭାଇସ୍‌ରେ କୋଡ୍ ଲେଖିବେ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ ସମାନ Apple ଆକାଉଣ୍ଟ୍‌ରେ ସାଇନ୍ ଇନ୍ କରିଥିବା ଡିଭାଇସ୍ ମଧ‍୍ୟରେ ଏକ ଆଇଟମ୍ ପଠାଉଛନ୍ତି, ତେବେ ଆଇଟମ୍ ସ୍ୱୟଂଚାଳିତ ଭାବରେ ଗ୍ରହଣ କରାଯାଏ।

ଅଧିକାଂଶ ଆଇଟମ୍ ସେହି ଆପ୍‌ରେ ସେଭ୍ ହୋଇ଼ଥାଏ ଯେଉଁଠାରୁ ସେଗୁଡ଼ିକ ପଠାଯାଇଛି। ଉଦାହରଣ ସ୍ୱରୂପ, ଯଦି କେହି ଫଟୋ ଆପ୍‌ରୁ ଆପଣଙ୍କୁ ଫଟୋ ପଠାଇବା ପାଇଁ AirDrop ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଡିଭାଇସ୍‌ରେ ଥିବା ଫଟୋ ଆପ୍‌ରେ ସେଭ୍ ହୁଏ।

ଡିଭାଇସ୍ ଉପରେ ନିର୍ଭର କରି, ଆପଣ ଅନ୍ଯ ସ୍ଥାନରେ ଆପଣଙ୍କ ଫାଇଲ୍ ପାଇପାରନ୍ତି। ଏକ iPhone କିମ୍ବା iPad ରେ, କିଛି ଆଇଟମ୍ ଫାଇଲ୍ ଆପ୍‌ରେ ସେଭ୍ ହୋଇପାରେ। ଏକ Mac ରେ, କିଛି ଆଇଟମ୍ ଡାଉନ୍‌ଲୋଡ୍ ଫୋଲ୍ଡର୍‌ରେ ସ୍ୱୟଂଚାଳିତ ଭାବରେ ସେଭ୍ ହୋଇଥାଏ, କିନ୍ତୁ ଆଇଟମ୍‌କୁ ଆପଣ କେଉଁଠି ସେଭ୍ କରିବେ ସେଥିପାଇଁ ଆପଣଙ୍କ ପାଖରେ ବିକଳ୍ପ ମଧ‍୍ୟ ରହିପାରେ—ଉଦାହରଣ ସ୍ୱରୂପ ଡାଉନ୍‌ଲୋଡ୍ ଫୋଲ୍ଡର୍‌ରେ ଏକ ଫଟୋ ସେଭ୍ କରିବେ ନା ଫଟୋରେ ଖୋଲିବେ।

ଧ‍୍ୟାନ ଦିଅନ୍ତୁ: ଯଦି ଆପଣ Mac ରେ ଥିବା Finder ରେ AirDrop ଖୋଲିଛନ୍ତି, ତେବେ ଗ୍ରହଣ କିମ୍ବା ଖାରଜ କରିବା ପାଇଁ ନୋଟିଫିକେଶନ୍ ସେଣ୍ଟର୍ ପରିବର୍ତ୍ତେ ନୋଟିଫିକେଶନ୍‌ଗୁଡ଼ିକ ଏଠାରେ ଦେଖାଯାଏ।

ଯଦି ଆପଣ ନିଜର ଗୋଟିଏ Apple ଡିଭାଇସ୍‌ରୁ ଅନ୍ୟ ଏକ ଡିଭାଇସ୍‌କୁ ଆଇଟମ୍ ପଠାନ୍ତି (ଉଦାହରଣ ସ୍ୱରୂପ, ଆପଣଙ୍କ Mac ରୁ ଆପଣଙ୍କ iPhone କୁ) ଏବଂ ଆପଣ ଉଭୟ ଡିଭାଇସ୍‌ରେ ସମାନ Apple ଆକାଉଣ୍ଟ୍ ବ୍ୟବହାର କରି ସାଇନ୍ ଇନ୍ କରିଛନ୍ତି, ତେବେ ଆଇଟମ୍‌ଗୁଡ଼ିକ ସ୍ବୟଂଚାଳିତ ଭାବେ ଗ୍ରହଣ କରାଯାଇ ସେଭ୍ କରାଯାଏ।

AirDrop ପାଇଁ ମୋବାଇଲ୍ ଡେଟା ବନ୍ଦ କରନ୍ତୁ

ଆପଣ AirDrop ବ୍ୟବହାର କରିବା ସମୟରେ ମୋବାଇଲ୍ ଡେଟା ଚାର୍ଜ୍ ଲାଗୁ ହୋଇପାରେ।

ଯଦି ଆପଣ Bluetooth କିମ୍ୱା Wi-Fi ର ରେଞ୍ଜ୍‌ରୁ ବାହାରେ ଥିବା ସମୟରେ ମୋବାଇଲ୍ ଡେଟା ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ, ତେବେ ସେଟିଂସ୍  > ସାଧାରଣ > AirDrop କୁ ଯାଆନ୍ତୁ, ତା'ପରେ “ମୋବାଇଲ୍ ଡେଟା ବ୍ୟବହାର କରନ୍ତୁ” ବନ୍ଦ କରନ୍ତୁ।

ସାଧାରଣତଃ ଏହା ଏକକାଳୀନ ସେଟିଂ ଅଟେ କିନ୍ତୁ ଯଦି, ଉଦାହରଣ ସ୍ୱରୂପ, ଆପଣ ଭ୍ରମଣ କରୁଛନ୍ତି ଏବଂ ରୋମିଂ ଚାର୍ଜ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଆପଣ ଏହାକୁ ପରିବର୍ତ୍ତନ କରିପାରିବେ।

ଯଦି AirDrop କାର୍ଯ୍ଯ କରୁନାହିଁ

ଆପଣଙ୍କ କଣ୍ଟାକ୍ଟ୍ ସୂଚନା ଶୀଘ୍ର ଶେୟର୍ କରିବା ପାଇଁ iPhone ରେ NameDrop ବ୍ଯବହାର କରନ୍ତୁ ଦେଖନ୍ତୁ।

ଡିଭାଇସ୍‌ଗୁଡ଼ିକ ମଧ୍ୟରେ ଛୋଟ ଫାଇଲ୍‌ଗୁଡ଼ିକର ଶେୟର୍ କରିବା ପାଇଁ AirDrop ସର୍ବୋତ୍ତମ ମାଧ୍ଯମ ଅଟେ। ଯଦି ଆପଣ ନିଜ Mac ଏବଂ ଅନ୍ୟ Apple ଡିଭାଇସ୍ ମଧ୍ୟରେ ଅନେକ ଫାଇଲ୍ ଶେୟର୍ କରିବାକୁ ଚାହୁଁଛନ୍ତି, ତେବେ iPhone ର ଷ୍ଟୋରେଜ୍ ଡିଭାଇସ୍, ସର୍ଭର୍ କିମ୍ବା କ୍ଲାଉଡ୍‌କୁ ଫାଇଲ୍ ଟ୍ରାନ୍ସ୍‌ଫର୍ କରନ୍ତୁ ଦେଖନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.