ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରୁ ଷ୍ଟକ୍‌ଗୁଡ଼ିକରେ ଏକାଧିକ ୱାଚ୍‌ଲିଷ୍ଟ୍ ପରିଚାଳନା କରନ୍ତୁ

ଆପଣ ଫଲୋ କରୁଥିବା ଷ୍ଟକ୍‌କୁ ସଂଗଠିତ କରିବା ପାଇଁ ଆପଣ ନିଜସ୍ୱ ୱାଚ୍‌ଲିଷ୍ଟ୍ ତିଆରି କରିପାରିବେ। ଉଦାହରଣ ସ୍ୱରୂପ, ଆପଣ ମନୋରଞ୍ଜନ କିମ୍ବା ନିରନ୍ତରତା ଭଳି ବର୍ଗ ଅନୁସାରେ ସେଗୁଡ଼ିକୁ ସଂଗଠିତ କରିପାରିବେ। ଆପଣ ୱାଚ୍‌ଲିଷ୍ଟ୍ ମଧ୍ୟରେ ସ୍ୱିଚ୍ କରିପାରିବେ ଏବଂ ସେଗୁଡ଼ିକୁ ଆପଣଙ୍କ ଅନ୍ୟ ଡିଭାଇସ୍‌ରେ ଦେଖିପାରିବେ।

ଷ୍ଟକ୍ ଆପ୍‌ରେ କଷ୍ଟମାଇଜ୍ ହୋଇଥିବା ୱାଚ୍‌ଲିଷ୍ଟ୍‌ର ଏକ ଲିଷ୍ଟ୍: ମୋ ପ୍ରତୀକ, ମା’ଙ୍କ ପୋର୍ଟ୍‌ଫୋଲିଓ, ସ୍ଥିରତା ଏବଂ ମନୋରଞ୍ଜନ।

ଏକ ନୂଆ ୱାଚ୍‌ଲିଷ୍ଟ୍ ତିଆରି କରନ୍ତୁ

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ନୂଆ ୱାଚ୍‌ଲିଷ୍ଟ୍‌ରେ ଟାପ୍ କରନ୍ତୁ।

  3. ୱାଚ୍‌ଲିଷ୍ଟ୍‌ର ନାମ ଦିଅନ୍ତୁ, ତା’ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

ୱାଚ୍‌ଲିଷ୍ଟ୍ ମଧ୍ୟରେ ସ୍ୱିଚ୍ କରିବାକୁ, ଆପଣ ଦେଖୁଥିବା ସାମ୍ପ୍ରତିକ “ୱାଚ୍‌ଲିଷ୍ଟ୍‌ର ନାମ” ପାଖରେ ଥିବା ୱାଚ୍‌ଲିଷ୍ଟ୍ ମେନ‍୍ୟୂ ରେ ଟାପ୍ କରନ୍ତୁ, ତା'ପରେ ଆପଣ ଦେଖିବାକୁ ଚାହୁଁଥିବା ୱାଚ୍‌ଲିଷ୍ଟ୍‌ର ନାମରେ ଟାପ୍ କରନ୍ତୁ।

ଏକ ୱାଚ୍‌ଲିଷ୍ଟ୍‌ରେ ପ୍ରତୀକ ଯୋଡ଼ନ୍ତୁ

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. ସର୍ଚ୍ଚ୍ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ସର୍ଚ୍ଚ୍ ଫିଲ୍ଡ୍‌ରେ, ଏକ ଟିକର୍ ପ୍ରତୀକ, କମ୍ପାନି, ଫଣ୍ଡ୍ କିମ୍ବା ସୂଚକାଙ୍କ ନାମ ଲେଖନ୍ତୁ।

  3. ସର୍ଚ୍ଚ୍ ଫଳାଫଳରେ ଥିବା ପ୍ରତୀକ ପାଖରେ “ଯୋଡ଼ନ୍ତୁ” ବଟନ୍ ଟାପ୍ କରନ୍ତୁ।

  4. “ବନ୍ଦ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ।

ଟିପ୍‌: ଗୋଟିଏ ୱାଚ୍‌ଲିଷ୍ଟ୍‌ରେ ଥିବା ଏକ ପ୍ରତୀକକୁ ଅନ୍ୟ ୱାଚ୍‌ଲିଷ୍ଟ୍‌ରେ ଶୀଘ୍ର ଯୋଡ଼ିବା ପାଇଁ, ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ, ଲିଷ୍ଟ୍‌ରେ ଟାପ୍ କରନ୍ତୁ, ୱାଚ୍‌ଲିଷ୍ଟ୍‌କୁ ଚୟନ କରନ୍ତୁ, ତାପରେ ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଆପଣ ଏକ ୱାଚ୍‌ଲିଷ୍ଟ୍‌ରେ ଯୋଡ଼ୁଥିବା ପ୍ରତ୍ୟେକ ପ୍ରତୀକକୁ ମୋ ପ୍ରତୀକ ୱାଚ୍‌ଲିଷ୍ଟ୍ ରେ ମଧ୍ଯ ଯୋଡ଼ାଯାଇଛି।

’ୱାଚ୍‌ଲିଷ୍ଟ୍’ରୁ ପ୍ରତୀକଗୁଡ଼ିକୁ କାଢ଼ି ଦିଅନ୍ତୁ

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. ପ୍ରତୀକରେ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ “କାଢ଼ି ଦିଅନ୍ତୁ”ରେ ଟାପ୍ କରନ୍ତୁ।

    ଧ‍୍ୟାନ ଦିଅନ୍ତୁ: ଆପଣ ତିଆରି କରିଥିବା ୱାଚ୍‌ଲିଷ୍ଟ୍‌ରୁ ଏକ ପ୍ରତୀକକୁ କାଢ଼ିଦେଲେ ସେହି ପ୍ରତୀକ ମୋ ପ୍ରତୀକ ୱାଚ୍‌ଲିଷ୍ଟ୍ ରେ ରହିଥାଏ। ଯଦି ଆପଣ “ମୋ ପ୍ରତୀକ” ୱାଚ୍‌ଲିଷ୍ଟ୍‌ରୁ ଏକ ପ୍ରତୀକ କାଢ଼ି ଦିଅନ୍ତି, ତେବେ ସେହି ପ୍ରତୀକ ଆପଣଙ୍କ ଅନ୍ଯ ୱାଚ୍‌ଲିଷ୍ଟ୍‌ରୁ ମଧ୍ଯ କାଢ଼ି ଦିଆଯିବ।

ଏକ ୱାଚ୍‌ଲିଷ୍ଟ୍‌ରେ ପ୍ରତୀକକୁ ପୁନଃବ୍ଯବସ୍ଥିତ କିମ୍ବା କ୍ରମବଦ୍ଧ କରନ୍ତୁ

ଆପଣଙ୍କ ୱାଚ୍‌ଲିଷ୍ଟ୍‌ରେ ଥିବା ପ୍ରତୀକଗୁଡ଼ିକ କିପରି କ୍ରମବଦ୍ଧ ହୋଇଛି ତାହା ଆପଣ ବାଛିପାରିବେ।

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. ଆପଣ କ୍ରମବଦ୍ଧ କରିବାକୁ ଚାହୁଁଥିବା ୱାଚ୍‌ଲିଷ୍ଟ୍‌ରେ, ନିମ୍ନଲିଖିତ ମଧ‍୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଏକ ୱାଚ୍‌ଲିଷ୍ଟ୍‌କୁ ମାନ୍ଯୁଅଲି ପୁନଃ ବ୍ୟବସ୍ଥିତ କରନ୍ତୁ: ଏକ ପ୍ରତୀକକୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଏହାକୁ ଲିଷ୍ଟ୍‌ରେ ଅନ୍ଯତ୍ର ରଖିବାକୁ ଡ୍ରାଗ୍ କରନ୍ତୁ।

    • ଏକ ୱାଚ୍‌ଲିଷ୍ଟ୍‌କୁ ସ୍ୱୟଂଚାଳିତ ଭାବରେ କ୍ରମବଦ୍ଧ କରନ୍ତୁ: “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, “ୱାଚ୍‌ଲିଷ୍ଟ୍ ଅନୁଯାୟୀ କ୍ରମବଦ୍ଧ କରନ୍ତୁ”ରେ ଟାପ୍ କରନ୍ତୁ, ତାପରେ ଆପଣ ଲିଷ୍ଟ୍‌କୁ କିପରି କ୍ରମବଦ୍ଧ କରିବାକୁ ଚାହୁଁଛନ୍ତି ସେଥିରେ ଟାପ୍ କରନ୍ତୁ। ସ୍ୱୟଂଚାଳିତ ଭାବରେ କ୍ରମବଦ୍ଧ କରିବା ପରେ ମାନ୍ୟୁଅଲ୍ ଅର୍ଡରକୁ ଫେରିବା ପାଇଁ ମାନ୍ୟୁଅଲ୍‌ରେ ଟାପ୍ କରନ୍ତୁ।

      ସ୍ବୟଂଚାଳିତ ଭାବରେ କ୍ରମବଦ୍ଧ ହୋଇଥିବା ୱାଚ୍‌ଲିଷ୍ଟ୍‌ରେ ଥିବା ପ୍ରତୀକର କ୍ରମ ପୂର୍ବ ଅବସ୍ଥାକୁ ଆଣିବା ପାଇଁ, “ଅଧିକ” ବଟନ୍ ରେ ଟାପ୍ କରନ୍ତୁ, “ଏହା ଅନୁଯାୟୀ ୱାଚ୍‌ଲିଷ୍ଟ୍ କ୍ରମବଦ୍ଧ କରନ୍ତୁ"ରେ ଟାପ୍ କରନ୍ତୁ, ତା'ପରେ "ଛୋଟରୁ ବଡ଼ କ୍ରମ" କିମ୍ବା "ବଡ଼ରୁ ଛୋଟ କ୍ରମ"ରେ ଟାପ୍ କରନ୍ତୁ।

ୱାଚ୍‌ଲିଷ୍ଟ୍‌ରେ ପ୍ରଦର୍ଶିତ ମୂଲ୍ଯକୁ ବଦଳାନ୍ତୁ

ଆପଣ ଏକ ୱାଚ୍‌ଲିଷ୍ଟ୍‌ରେ ପ୍ରତ୍ୟେକ ପ୍ରତୀକର ମୂଲ୍ୟର ତଳେ ଡିସ୍‌ପ୍ଲେ ହୋଇଥିବା ମୂଲ୍ଯକୁ ବଦଳାଇପାରିବେ।

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. ଆପଣ ଯେଉଁ ୱାଚ୍‌ଲିଷ୍ଟ୍‌କୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ସେଥିରେ “ଅଧିକ” ବଟନ୍ ଟାପ୍ କରନ୍ତୁ।

  3. ୱାଚ୍‌ଲିଷ୍ଟ୍ ଶୋ’ରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏରେ ଟାପ୍ କରନ୍ତୁ:

    • ମୂଲ୍ଯ ପରିବର୍ତ୍ତନ

    • ଶତକଡ଼ା ପରିବର୍ତ୍ତନ

    • ମାର୍କେଟ୍ କ୍ଯାପ୍

ୱାଚ୍‌ଲିଷ୍ଟ୍ ରୀଅର୍ଡର୍, ରୀନେମ୍ କରନ୍ତୁ କିମ୍ବା ୱାଚ୍‌ଲିଷ୍ଟ୍ କାଢ଼ି ଦିଅନ୍ତୁ

  1. ଆପଣଙ୍କ iPhone ରେ ଷ୍ଟକ୍ ଆପ୍ କୁ ଯାଆନ୍ତୁ।

  2. ୱାଚ୍‌ଲିଷ୍ଟ୍ ନାମରେ ଟାପ୍ କରିବା ପରେ ୱାଚ୍‌ଲିଷ୍ଟ୍ ପରିଚାଳନାରେ ଟାପ୍ କରନ୍ତୁ, ତା’ପରେ ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଗୋଟିଏ କରନ୍ତୁ:

    • ଆପଣଙ୍କ ୱାଚ୍‌ଲିଷ୍ଟ୍‌କୁ ପୁଣି କ୍ରମରେ ସଜାନ୍ତୁ: “ରୀଅର୍ଡର୍ କରନ୍ତୁ” ବଟନ୍କୁ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ୱାଚ୍‌ଲିଷ୍ଟ୍‌କୁ ଏକ ନୂଆ ପୋଜିଶନ୍‌କୁ ଡ୍ରାଗ୍ କରନ୍ତୁ।

    • ଗୋଟିଏ ୱାଚ୍‌ଲିଷ୍ଟ୍ ରୀନେମ୍ କରନ୍ତୁ: ପେନ୍‌ସିଲ୍ ବଟନ୍ରେ ଟାପ୍ କରି ଏକ ନୂଆ ନାମ ଟାଇପ୍ କରନ୍ତୁ, ତା'ପରେ “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ।

    • ଏକ ୱାଚ୍‌ଲିଷ୍ଟ୍ କାଢ଼ି ଦିଅନ୍ତୁ: “ଡିଲିଟ୍ କରନ୍ତୁ” ବଟନ୍ ରେ ଟାପ୍ କରନ୍ତୁ, “ୱାଚ୍‌ଲିଷ୍ଟ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ସୁନିଶ୍ଚିତ କରିବା ପାଇଁ “ୱାଚ୍‌ଲିଷ୍ଟ୍ ଡିଲିଟ୍ କରନ୍ତୁ”ରେ ଟାପ୍ କରନ୍ତୁ।

  3. ସମ୍ପୂର୍ଣ୍ଣ ବଟନ୍ ରେ ଟାପ୍ କରନ୍ତୁ।

ଆପଣଙ୍କ ସମସ୍ତ ଡିଭାଇସ୍‌ରେ ନିଜ ୱାଚ୍‌ଲିଷ୍ଟ୍‌ଗୁଡ଼ିକ ଦେଖନ୍ତୁ

ଆପଣ ସମାନ Apple ଆକାଉଣ୍ଟ୍ ସାହାଯ‍୍ୟରେ ସାଇନ୍ ଇନ୍ କରିଥିବା ଯେକୌଣସି iPhone, iPad ଓ Mac ରେ ଆପଣଙ୍କ ୱାଚ୍‌ଲିଷ୍ଟ୍ ଦେଖିପାରିବେ।

  • ଆପଣଙ୍କ iPhone କିମ୍ବା iPad ରେ: ସେଟିଂସ୍  > [ଆପଣଙ୍କ ନାମ] > iCloud କୁ ଯାଆନ୍ତୁ, (“iCloud ରେ ସେଭ୍ ହୋଇଛି” ପାଖରେ ଥିବା) “ସବୁ ଦେଖନ୍ତୁ”ରେ ଟାପ୍ କରନ୍ତୁ, ତା'ପରେ ଷ୍ଟକ୍ ଚାଲୁ କରନ୍ତୁ।

  • macOS 13 କିମ୍ବା ପରବର୍ତ୍ତୀ ଭର୍ଶନ୍ ଥିବା Mac ରେ: Apple ମେନ୍ୟୁ > ସିଷ୍ଟମ୍ ସେଟିଂସ୍ ବାଛନ୍ତୁ, ସାଇଡ୍‌ବାର୍‌ର ଶୀର୍ଷରେ ଆପଣଙ୍କ ନାମରେ କ୍ଲିକ୍ କରନ୍ତୁ, iCloud ରେ କ୍ଲିକ୍ କରନ୍ତୁ, ତା'ପରେ ଷ୍ଟକ୍ ଚାଲୁ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.