ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ Apple TV କିମ୍ବା ଏକ Apple TV ଚ୍ଯାନେଲ୍ ସବ୍‌ସ୍କ୍ରାଇବ୍‌ କରନ୍ତୁ

Apple TV ଆପ୍‌ରେ ଆପଣ Apple TV ଓ Apple TV ଚ୍ଯାନେଲ୍‌ ସବ୍‌ସ୍କ୍ରାଇବ୍‌ କରିପାରିବେ। ଏକ ସବ୍‌ସ୍କ୍ରିପ୍ସନ୍ ଆପଣଙ୍କୁ iPhone, iPad, Mac, Apple TV 4K, Apple Vision Pro, ଏବଂ ସମର୍ଥିତ ସ୍ମାର୍ଟ୍ TV ଏବଂ ଷ୍ଟ୍ରୀମିଂ ଡିଭାଇସ୍ ରେ ଚାହିଦା ଅନୁଯାୟୀ ବିଷୟବସ୍ତୁକୁ ଆକ୍ସେସ୍ ଦେଇଥାଏ। ଆପଣ iPhone, iPad ଏବଂ Mac ରେ ଅଫ୍‌ଲାଇନ୍ ଦେଖିବା ପାଇଁ ମଧ୍ଯ କଣ୍ଟେଣ୍ଟ୍ ଡାଉନ୍‌ଲୋଡ୍ କରିପାରିବେ।

ଆପଣ Apple One କୁ ସବ୍‌ସ୍କ୍ରାଇବ୍ କରି ଅନ୍ଯ Apple ସେବା ସହିତ ଆପଣଙ୍କର Apple TV ସବ୍‌ସ୍କ୍ରିପ୍ସନ୍ ଏକତ୍ରିତ କରିବାକୁ ବାଛିପାରିବେ। Apple ସହାୟତା ଆର୍ଟିକଲ୍ “Apple One ସହିତ Apple ସବ୍‌ସ୍କ୍ରିପ୍ସନ୍ ଏକତ୍ରିତ କରନ୍ତୁ” ଦେଖନ୍ତୁ।

Apple TV ଏବଂ Peacock ଯୁକ୍ତରାଷ୍ଟ୍ରରେ ଏକ ବଣ୍ଡଲ୍ ସବ୍‌ସ୍କ୍ରିପ୍ସନ୍ ଭାବରେ ମଧ‍୍ୟ ଉପଲବ୍ଧ।

ଧ‍୍ୟାନ ଦିଅନ୍ତୁ: Apple TV, MLS Season Pass, Formula 1, Apple TV ଚ୍ଯାନେଲ୍‌ ଏବଂ Apple One ସମସ୍ତ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple ସହାୟତା ଆର୍ଟିକଲ୍ Apple Media ସେବାର ଉପଲବ୍ଧତା ଦେଖନ୍ତୁ।

Apple TV କୁ ସବ୍‌ସ୍କ୍ରାଇବ୍ କରନ୍ତୁ

Apple TV ହେଉଛି ଏକ ସବ୍‌ସ୍କ୍ରିପ୍ସନ୍ ଷ୍ଟ୍ରୀମିଂ ସେବା ଯେଉଁଥିରେ Apple Originals -ଆୱର୍ଡ୍-ପ୍ରାପ୍ତ ସିରୀଜ୍, ଆକର୍ଷଣୀୟ ଡ୍ରାମା, ଯୁଗାନ୍ତକାରୀ ଡକ୍ଯୁମେଣ୍ଟରି, ପିଲାଙ୍କ ମନୋରଞ୍ଜନ, କମେଡି ଇତ‍୍ୟାଦି—ପ୍ରତି ମାସରେ ନୂତନ ଆଇଟମ୍ ଯୋଡ଼ାଯାଏ। କିଛି ଦେଶ ଓ ଅଞ୍ଚଳରେ, ସବ୍‌ସ୍କ୍ରିପ୍ସନ୍ ସହିତ Major League Soccer (MLS), “Friday Night Baseball” ଡବଲ୍‌ହେଡର୍ ଓ Formula 1 ରେସ୍ ମଧ‍୍ୟ ଅନ୍ତର୍ଭୁକ୍ତ।

  1. ଆପଣଙ୍କ iPhone ରେ Apple TV ଆପ୍ କୁ ଯାଆନ୍ତୁ।

  2. Apple TV ରେ ଟାପ୍ କରନ୍ତୁ, ତା’ପରେ ସବ୍‌ସ୍କ୍ରିପ୍ସନ୍ ବଟନ୍‌ରେ ଟାପ୍ କରନ୍ତୁ।

  3. ବିନା ମୂଲ୍ଯରେ ଟ୍ରାଏଲ୍ (ଯଦି ଯୋଗ୍ଯ) ଏବଂ ସବ୍‌ସ୍କ୍ରିପ୍ସନ୍ ବିବରଣୀର ସମୀକ୍ଷା କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

Apple TV ଚ୍ଯାନେଲ୍‌ଏବଂ ଆପ୍‌କୁ ସବ୍‌ସ୍କ୍ରାଇବ୍ କରନ୍ତୁ

କୌଣସି ଆପ୍ ଡାଉନ୍‌ଲୋଡ୍ ନକରି ଆପଣ ଚାହୁଁଥିବା ଶୋ’ ପାଇବା ପାଇଁ ଆପଣ Apple TV ଚ୍ଯାନେଲ୍‌କୁ ସବ୍‌ସ୍କ୍ରାଇବ୍ କରିପାରିବେ।

ଟିପ୍‌: Apple TV ଏବଂ Peacock ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ବଣ୍ଡଲ୍ ସବ୍‌ସ୍କ୍ରିପ୍ସନ୍ ଭାବରେ ଉପଲବ୍ଧ ଅଛି।

  1. ଆପଣଙ୍କ iPhone ରେ Apple TV ଆପ୍ କୁ ଯାଆନ୍ତୁ।

  2. ହୋମ୍‌ରେ ଟାପ୍‌ କରନ୍ତୁ, ତା’ପରେ ଚ୍ଯାନେଲ୍‌ ଓ ଆପ୍‌ର ଧାଡ଼ି ପର୍ଯ‍୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ।

  3. ବ୍ରାଉଜ୍ କରିବାକୁ ବାମକୁ ସ୍ୱାଇପ୍ କରନ୍ତୁ, ତା’ପରେ ଏକ ଆଇଟମ୍‌ରେ ଟାପ୍ କରନ୍ତୁ।

  4. ସବ୍‌ସ୍କ୍ରିପ୍ସନ୍ ବଟନ୍‌ରେ ଟାପ୍ କରନ୍ତୁ, ବିନା ମୂଲ୍ଯ ଟ୍ରାଏଲ୍ (ଯଦି ଯୋଗ୍ଯ) ଏବଂ ସବ୍‌ସ୍କ୍ରିପ୍ସନ୍ ବିବରଣୀର ସମୀକ୍ଷା କରନ୍ତୁ, ତା’ପରେ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ସମର୍ଥିତ ଷ୍ଟ୍ରୀମିଂ ଆପ୍ ବିଛିନ୍ନ କରିବାକୁ, ଉପର ଡାହାଣ ପଟେ ଆପଣଙ୍କ ପିକ୍ଚର୍ କିମ୍ବା ସଂଜ୍ଞାରେ ଟାପ୍ କରନ୍ତୁ, ସଂଯୁକ୍ତ ହୋଇଥିବା ଆପ୍‌ରେ ଟାପ୍ କରନ୍ତୁ, ପରେ ଷ୍ଟ୍ରୀମିଂ ଆପ୍ ପାଖରେ ଥିବା ବଟନ୍‌ରେ ଟାପ୍ କରି ଏହାକୁ ବିଛିନ୍ନ କରନ୍ତୁ।

Apple TV କିମ୍ବା Apple TV ଚ୍ଯାନେଲ୍‌ ପାଇଁ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ବଦଳାନ୍ତୁ କିମ୍ବା ବାତିଲ୍ କରନ୍ତୁ

  1. ଆପଣଙ୍କ iPhone ରେ Apple TV ଆପ୍ କୁ ଯାଆନ୍ତୁ।

  2. ହୋମ୍‌ରେ ଟାପ୍ କରନ୍ତୁ, ତା’ପରେ ଶୀର୍ଷର ଡାହାଣ ପଟେ ଆପଣଙ୍କ ଫଟୋ କିମ୍ବା ଅକ୍ଷରରେ ଟାପ୍ କରନ୍ତୁ।

  3. ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ କିମ୍ବା ଆପଣଙ୍କ ନାମରେ ଟାପ୍ କରନ୍ତୁ, ତା’ପରେ ସବ୍‌ସ୍କ୍ରିପ୍ସନ୍‌ରେ ଟାପ୍ କରନ୍ତୁ।

  4. ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ପରିବର୍ତ୍ତନ କିମ୍ବା ବାତିଲ୍ କରିବା ପାଇଁ ଅନ୍‌ସ୍କ୍ରୀନ୍ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ପରିବାରର ସଦସ୍ଯଙ୍କ ସହିତ Apple TV ଏବଂ Apple TV ଚ୍ଯାନେଲ୍‌ ଶେୟର୍‌ କରନ୍ତୁ

ଆପଣ Apple TV, Apple TV ଚ୍ଯାନେଲ୍ କିମ୍ବା Apple One କୁ ସବ୍‌ସ୍କ୍ରାଇବ୍‌ କଲେ, ପରିବାରରେ ସର୍ବାଧିକ ପାଞ୍ଚ ଜଣ ସଦସ୍ଯଙ୍କ ସହ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ଶେୟର୍‌ କରିବା ପାଇଁ ଫ‍୍ୟାମିଲି ଶେୟରିଂ ବ୍ଯବହାର କରିପାରିବେ। ଆପଣଙ୍କ ପରିବାର ଗ୍ରୁପ୍‌ର ସଦସ୍ଯଙ୍କୁ କିଛି କରିବାର ଆବଶ୍ଯକତା ନାହିଁ—ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ସେମାନେ Apple TV ଆପ୍ ଖୋଲିଲେ ଶେୟର୍ କରାଯାଇଥିବା ସବ୍‌ସ୍କ୍ରିପ୍ସନ୍ ସେମାନଙ୍କ ପାଇଁ ଉପଲବ୍ଧ ହେବ।

ଯଦି ଆପଣ ଏକ ପରିବାର ଗ୍ରୂପ୍‌ରେ ଯୋଗ ଦିଅନ୍ତି ଯାହା Apple TV, Apple TV ଚ୍ଯାନେଲ୍‌ କିମ୍ବା Apple One ସବ୍‌ସ୍କ୍ରାଇବ୍‌ କରେ ଏବଂ ଆପଣ ପୂର୍ବରୁ ସବ୍‌ସ୍କ୍ରାଇବ୍‌ କରିଛନ୍ତି, ତେବେ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍‌ ଆପଣଙ୍କ ପରବର୍ତ୍ତୀ ବିଲିଂ ତାରିଖରେ ନବୀକରଣ ହୁଏନାହିଁ; ଏହା ପରିବର୍ତ୍ତେ, ଆପଣଙ୍କୁ ଗ୍ରୂପ୍‌ର ସବ୍‌ସ୍କ୍ରିପ୍ସନ୍‌ ବ୍ଯବହାର କରିବାକୁ ପଡ଼ିବ। ଯଦି ଆପଣ ଏକ ପରିବାର ଗ୍ରୁପ୍‌ରେ ଯୋଗ ଦିଅନ୍ତି ଯେଉଁଠି ସବ୍‌ସ୍କ୍ରାଇବ୍ କରାଯାଇନାହିଁ, ତେବେ ଗ୍ରୁପ୍ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ବ୍ଯବହାର କରିବ।

ଧ‍୍ୟାନ ଦିଅନ୍ତୁ: ଏକ ପରିବାର ଗ୍ରୁପ୍ ସହିତ ଆପଣଙ୍କ ସବ୍‌ସ୍କ୍ରିପ୍ସନ୍ ଶେୟର୍ କରିବା ବନ୍ଦ କରିବା ପାଇଁ, ଆପଣ ସବ୍‌ସ୍କ୍ରିପ୍ସନ୍ ବାତିଲ୍ କରିପାରିବେ, ଛାଡ଼ନ୍ତୁ କିମ୍ବା ଏକ ପରିବାର ଶେୟରିଂ ଗ୍ରୁପ୍‌ରୁ ଜଣେ ସଦସ୍ଯଙ୍କୁ କାଢ଼ି ଦିଅନ୍ତୁକିମ୍ବା (ଯଦି ଆପଣ ପରିବାର ଗ୍ରୁପ୍ ଆୟୋଜକ ଅଟନ୍ତି), ପରିବାର ଶେୟରିଂ ବ୍ଯବହାର କରିବା ବନ୍ଦ କରନ୍ତୁ।

Apple TV ପାଇଁ ସବ୍‌ସ୍କ୍ରିପ୍ସନ୍ ଆବଶ୍ୟକ, ଯେଉଁଥିରେ କିଛି ଦେଶ ଏବଂ ଅଞ୍ଚଳରେ ନିମ୍ନଲିଖିତ ମଧ‍୍ୟରୁ କିଛି କିମ୍ବା ସମସ୍ତ ଅନ୍ତର୍ଭୁକ୍ତ ହୋଇପାରେ: Friday Night Baseball, Major League Soccer (MLS) ଏବଂ Formula 1। ସମସ୍ତ ଫୀଚର୍ ଏବଂ ବିଷୟବସ୍ତୁ ସବୁ ଦେଶ କିମ୍ବା ଅଞ୍ଚଳରେ ଉପଲବ୍ଧ ନାହିଁ। Apple TV ସବ୍‌ସ୍କ୍ରିପ୍ସନ୍‌ରେ ତୃତୀୟ-ପକ୍ଷ ବ୍ରାଣ୍ଡେଡ୍ ସବ୍‌ସ୍କ୍ରିପ୍ସନ୍ ସେବା କିମ୍ବା Apple TV ଆପ୍‌ରେ ଭଡ଼ା କିମ୍ବା କ୍ରୟ ପାଇଁ ଉପଲବ୍ଧ କଣ୍ଟେଣ୍ଟ୍ ଅନ୍ତର୍ଭୁକ୍ତ ନୁହେଁ।
Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.