ଏହି କଣ୍ଟ‍୍ରୋଲ୍‌କୁ ପରିବର୍ତ୍ତନ କରିବା ଫଳରେ ଏହି ପୃଷ୍ଠା ସ୍ବୟଂଚାଳିତ ଭାବରେ ଅପ୍‌ଡେଟ୍ ହୋଇଯିବ

iPhone ରେ AssistiveTouch ବ୍ଯବହାର କରନ୍ତୁ

iPhone ରେ AssistiveTouch ସହିତ, ଆପଣ ନିଜ ଆବଶ୍ଯକତା ଅନୁଯାୟୀ ଟଚ୍‌ସ୍କ୍ରୀନ୍ ଅଡେପ୍ଟ୍ କରିପାରିବେ। ଯଦି କିଛି ଜେଶ୍ଚର୍ ଆପଣଙ୍କ ପାଇଁ କାର୍ଯ୍ଯ କରୁନାହିଁ, ତେବେ ସେଗୁଡ଼ିକୁ ଟାପ୍ କିମ୍ବା ଅନ୍ଯ ଜେଶ୍ଚର୍ ଦ୍ୱାରା ପରିବର୍ତ୍ତନ କରନ୍ତୁ କିମ୍ବା ଏକ ସରଳ ସାଉଣ୍ଡ୍ ବ୍ଯବହାର କରନ୍ତୁ। ଆପଣ iPhone ବଟନ୍ ଦବାଇବା ପାଇଁ AssistiveTouch ମଧ୍ଯ ବ୍ଯବହାର କରିପାରିବେ। ଆପଣ AssistiveTouch ବିନା କୌଣସି ଆକ୍ସେସରିରେ କିମ୍ବା ଏକ ସୁସଙ୍ଗତ ଆଡାପ୍ଟିଭ୍ ଆକ୍ସେସରିରେ (ଯେପରିକି ଏକ ଜୟଷ୍ଟିକ୍) ବ୍ଯବହାର କରିପାରିବେ।

AssistiveTouch ମେନ୍ୟୂ ଦେଖାଯାଉଥିବା ଏକ iPhone ରେ, ନୋଟିଫିକେଶନ୍ ସେଣ୍ଟର୍, ଡିଭାଇସ୍, କଣ୍ଟ୍ରୋଲ୍ ସେଣ୍ଟର୍, ହୋମ୍, ଜେଶ୍ଚର୍ ଏବଂ କଷ୍ଟମ୍ ପାଇଁ ନିୟନ୍ତ୍ରଣ ଦେଖାଯାଉଛି।

ନିମ୍ନୋକ୍ତ ଭଳି କାର୍ଯ୍ଯ କରିବା ପାଇଁ ଆପଣ AssistiveTouch ବ୍ଯବହାର କରିପାରିବେ:

  • ହୋମ୍ ସ୍କ୍ରୀନ୍‌କୁ ଯାଆନ୍ତୁ

  • ଡବଲ୍-ଟାପ୍ କରନ୍ତୁ

  • ମଲ୍ଟିଫୀଙ୍ଗର୍ ଜେଶ୍ଚର୍ କରନ୍ତୁ

  • ସ୍କ୍ରୋଲ୍ ଜେଶ୍ଚର୍ କରନ୍ତୁ

  • Siri ସକ୍ରିୟ କରନ୍ତୁ

  • ଆକ୍ସେସ୍ କଣ୍ଟ୍ରୋଲ୍ ସେଣ୍ଟର୍, ନୋଟିଫିକେଶନ୍, ଲକ୍ ସ୍କ୍ରୀନ୍ କିମ୍ବା ଆପ୍ ସ୍ବିଚର୍

  • iPhone ରେ ଭଲ୍ଯୁମ୍ ଆଡ୍‌ଜଷ୍ଟ୍ କରନ୍ତୁ

  • iPhone କୁ ହଲାଇ ଦିଅନ୍ତୁ

  • ଗୋଟିଏ ସ୍କ୍ରୀନ୍‌ଶଟ୍ ନିଅନ୍ତୁ

  • 3D Touch ବ‍୍ୟବହାର କରନ୍ତୁ (ସମର୍ଥିତ iPhone ମଡେଲ୍‌ଗୁଡ଼ିକରେ)

  • Apple Pay ବ୍ଯବହାର କରନ୍ତୁ

  • ଜରୁରୀକାଳୀନ SOS ବ୍ୟବହାର କରନ୍ତୁ

  • ସ୍ପୀକ୍ ସ୍କ୍ରୀନ୍

  • ଡ୍ବେଲ୍ ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ

  • iPhone ରୀଷ୍ଟାର୍ଟ୍ କରନ୍ତୁ

AssistiveTouch ସେଟ୍ ଅପ୍ କରନ୍ତୁ

Siri: Siri କୁ ପଚାରନ୍ତୁ କିଛି ଏହିପରି, “Turn on AssistiveTouch.” Siri କୁ କିପରି ବ୍ଯବହାର କରିବେ ଜାଣନ୍ତୁ

କିମ୍ବା ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > AssistiveTouch କୁ ଯାଆନ୍ତୁ।

  2. AssistiveTouch ଚାଲୁ କରନ୍ତୁ। AssistiveTouch ମେନ୍ଯୂ ବଟନ୍ ସ୍କ୍ରୀନ୍‌ରେ ଦେଖାଯିବ।

  3. AssistiveTouch କୁ କଷ୍ଟମାଇଜ୍ କରିବାକୁ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏରେ ଟାପ୍ କରନ୍ତୁ:

    • ଟପ୍ ଲେଭଲ୍ ମେନ୍ୟୂ କଷ୍ଟମାଇଜ୍ କରନ୍ତୁ: ଏହାର କାର୍ଯ୍ଯ ବଦଳାଇବା ପାଇଁ ଏକ ଆଇକନ୍‌ରେ ଟାପ୍ କରନ୍ତୁ। ମେନ୍ଯୂରେ ଆଇକନ୍ ସଂଖ୍ଯା ବଦଳାଇବା ପାଇଁ ହ୍ରାସ ବଟନ୍ କିମ୍ବା ବୃଦ୍ଧି ବଟନ୍ରେ ଟାପ୍ କରନ୍ତୁ। ମେନ୍ଯୂରେ ସର୍ବାଧିକ ଆଠଟି ଆଇକନ୍ ରହିପାରିବ।

    • ସିଂଗଲ୍-ଟ୍ଯାପ୍, ଡବଲ୍-ଟ୍ଯାପ୍, ଦୀର୍ଘ ସମୟ ଧରି ଦବାନ୍ତୁ, କିମ୍ବା 3D ଟଚ୍: ଆପଣ ମେନ୍ଯୂ ବଟନ୍ ସହିତ ଇଣ୍ଟରାକ୍ଟ୍ କରିବା ସମଯୟରେ ଚାଲୁଥିବା କଷ୍ଟମ୍ ଆକ୍ସନ୍ ଆସାଇନ୍ କରନ୍ତୁ। 3D Touch କେବଳ ସମର୍ଥିତ iPhone ମଡେଲ୍‌ଗୁଡ଼ିକରେ ଉପଲବ୍ଧ।

    • ନୂଆ ଜେଶ୍ଚର୍ ତିଆରି କରନ୍ତୁ: ଆପଣଙ୍କ ଫେଭରିଟ୍ ଜେଶ୍ଚର୍ ଯୋଡ଼ନ୍ତୁ।

    • ଆଇଡଲ୍ ଅପାରଦର୍ଶିତା: ବ୍ଯବହାର ହେଉନଥିବା ସମୟରେ ମେନ୍ଯୂ ବଟନ୍‌ର ଦୃଶ୍ଯମାନତା ଆଡ୍‌ଜଷ୍ଟ୍ କରେ।

    • AssistiveTouch ସାହାଯ‍୍ୟରେ ସୁନିଶ୍ଚିତ କରନ୍ତୁ: Face ID ଥିବା iPhoneରେ, ପାର୍ଶ୍ୱ ବଟନ୍‌କୁ ଡବଲ୍ କ୍ଲିକ୍ କରିବା ପରିବର୍ତ୍ତେ AssistiveTouch ବ୍ଯବହାର କରି Face ID ସାହାଯ୍ଯରେ ପେମେଣ୍ଟ୍ ସୁନିଶ୍ଚିତ କରନ୍ତୁ।

ଟିପ୍‌: AssistiveTouch କୁ ଶୀଘ୍ର ଚାଲୁ କିମ୍ବା ବନ୍ଦ କରିବାକୁ, ଆପଣ ଆକ୍ସେସିବିଲିଟି ଶର୍ଟ୍‌କଟ୍ ସେଟ୍ ଅପ୍ କରିପାରିବେ, ତା’ପରେ ସାଇଡ୍ କିମ୍ବା ହୋମ୍ ବଟନ୍‌ରେ ଟ୍ରିପଲ୍-କ୍ଲିକ୍ କରନ୍ତୁ।

AssistiveTouch ବ୍ଯବହାର କରନ୍ତୁ

AssistiveTouch ଅନ୍ ଥିବା ସମୟରେ AssistiveTouch ମେନ୍ୟୂ ବଟନ୍ ରେ ଟାପ୍ କରନ୍ତୁ, ତା’ପରେ ଏକ କାର୍ଯ୍ଯ କିମ୍ବା ଜେଶ୍ଚର୍ ଚୟନ କରନ୍ତୁ।

ପୂର୍ବବର୍ତ୍ତୀ ମେନ୍ଯୂକୁ ଫେରିବା ପାଇଁ, ମେନ୍ଯୂର ମଧ‍୍ୟ ଭାଗରେ ଥିବା ତୀରରେ ଟାପ୍ କରନ୍ତୁ। କୌଣସି ଜେଶ୍ଚର୍ ନକରି ମେନ୍ୟୂରୁ ବାହାରିବା ପାଇଁ, ମେନ୍ୟୂ ବାହାରେ ଯେକୌଣସି ସ୍ଥାନରେ ଟାପ୍ କରନ୍ତୁ।

AssistiveTouch ମେନ୍ଯୂ ବଟନ୍‌କୁ ମୂଭ୍ କରିବା ପାଇଁ, ଏହାକୁ ସ୍କ୍ରୀନ୍‌ରେ ଏକ ନୂଆ ଲୋକାଶନ୍‌କୁ ଡ୍ରାଗ୍ କରନ୍ତୁ।

ଏକ ମଲ୍ଟିଫିଙ୍ଗର୍ ଜେଶ୍ଚର୍ ପାଇଁ ନିମ୍ନଲିଖିତ କାର୍ଯ୍ଯ କରନ୍ତୁ:

  • ପିଞ୍ଚ୍ କରନ୍ତୁ ଏବଂ ଘୂରାନ୍ତୁ: “କଷ୍ଟମ୍”ରେ ଟାପ୍ କରନ୍ତୁ, ତା’ପରେ ପିଞ୍ଚ୍ କରି ଘୂରାନ୍ତୁ। ଯେତେବେଳେ ଦୁଇଟି ପିଞ୍ଚ୍ ସର୍କଲ୍ ଦେଖାଯାଏ, ପିଞ୍ଚ୍ ସର୍କଲ୍ ମୂଭ୍ କରିବା ପାଇଁ ସ୍କ୍ରୀନ୍ ଉପରେ ଯେକୌଣସି ସ୍ଥାନରେ ସ୍ପର୍ଶ କରନ୍ତୁ, ତା’ପରେ ଏକ ପିଞ୍ଚ୍ କିମ୍ବା ରୋଟେଟ୍ ଜେଶ୍ଚର୍ କରିବା ପାଇଁ ସେଗୁଡ଼ିକୁ ଭିତରକୁ କିମ୍ବା ବାହାରକୁ ଡ୍ରାଗ୍ କରନ୍ତୁ। ଆପଣ କାମ ଶେଷ କରିବା ପରେ, ମେନ୍ଯୂ ବଟନ୍‌ରେ ଟାପ୍ କରନ୍ତୁ।

  • ମଲ୍ଟିଫିଙ୍ଗର୍ ସ୍ୱାଇପ୍ କିମ୍ବା ଡ୍ରାଗ୍ କରନ୍ତୁ: ଡିଭାଇସ୍ > ଅଧିକ > ଜେଶ୍ଚର୍‌ରେ ଟାପ୍ କରନ୍ତୁ, ତା’ପରେ ଜେଶ୍ଚର୍ ପାଇଁ ଆବଶ୍ଯକ ସଂଖ୍ଯାର ଡିଜିଟ୍‌ରେ ଟାପ୍ କରନ୍ତୁ। ଯେତେବେଳେ ସ୍କ୍ରୀନ୍‌ରେ ସର୍କଲ୍ ଦେଖାଯିବ, ଜେଶ୍ଚର୍ ଦ୍ୱାରା ଆବଶ୍ଯକ ଦିଗକୁ ସ୍ୱାଇପ୍ କିମ୍ବା ଡ୍ରାଗ୍ କରନ୍ତୁ। ଆପଣ କାମ ଶେଷ କରିବା ପରେ, ମେନ୍ଯୂ ବଟନ୍‌ରେ ଟାପ୍ କରନ୍ତୁ।

ଏକ ପଏଣ୍ଟର୍ ଡିଭାଇସ୍ ସହିତ iPhone କୁ କଣ୍ଟ୍ରୋଲ୍ କରନ୍ତୁ

ଆପଣ Bluetooth® ଏବଂ USB ସହାୟକ ପଏଣ୍ଟରର୍ ଡିଭାଇସ୍, ଯେପରିକି ଟ୍ରାକ୍‌ପ୍ଯାଡ୍, ଗେମ୍ କଣ୍ଟ୍ରୋଲର୍ ଏବଂ ମାଉସ୍ ଡିଭାଇସ୍ ସଂଯୋଗ କରିପାରିବେ।

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > AssistiveTouch କୁ ଯାଆନ୍ତୁ।

  2. AssistiveTouch ଚାଲୁ କରନ୍ତୁ।

  3. ପଏଣ୍ଟର୍ ଡିଭାଇସ୍ ତଳେ, ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏରେ ଟାପ୍ କରନ୍ତୁ:

    • ଡିଭାଇସ୍: ଡିଭାଇସ୍‌କୁ ପେୟର୍ କିମ୍ବା ଅନ୍‌ପେୟର୍ କରନ୍ତୁ ଏବଂ ବଟନ୍‌କୁ କଷ୍ଟମାଇଜ୍ କରନ୍ତୁ।

    • ମାଉସ୍ କୀ’ଗୁଡ଼ିକ: କୀ’ବୋର୍ଡ୍ ବ୍ୟବହାର କରି AssistiveTouch ପଏଣ୍ଟର୍‌କୁ କଣ୍ଟ୍ରୋଲ୍ କରିବାକୁ ଅନୁମତି ଦିଅନ୍ତୁ।

    • ପଏଣ୍ଟର୍ ଷ୍ଟାଇଲ୍: ସାଇଜ୍, ରଙ୍ଗ ଏବଂ ଅଟୋ-ହାଇଡ୍ ସେଟିଂସ୍ ଆଡ୍‌ଜଷ୍ଟ୍ କରନ୍ତୁ।

    • ଅନ୍ ସ୍କ୍ରୀନ୍ କୀ’ବୋର୍ଡ୍ ଦେଖାନ୍ତୁ: ଅନ୍‌ସ୍କ୍ରୀନ୍ କୀ’ବୋର୍ଡ୍ ଡିସ୍‌ପ୍ଲେ କରନ୍ତୁ।

    • କ୍ଲିକ୍‌ର ସାଉଣ୍ଡ୍: ପଏଣ୍ଟର୍ ଡିଭାଇସ୍ କ୍ଲିକ୍ ହେବା ସମୟରେ ଏକ ସାଉଣ୍ଡ୍ ଚଲାନ୍ତୁ।

    • ସର୍ବଦା ମେନ୍ଯୂ ଦେଖାନ୍ତୁ: ପଏଣ୍ଟର୍ ଡିଭାଇସ୍ ସଂଯୁକ୍ତ ଥିବା ସମୟରେ AssistiveTouch ମେନ୍ଯୂ ଦେଖାନ୍ତୁ।

    • ଟ୍ରାକିଂ ସେନ୍ସିଟିଭିଟି: ଆପଣ ଟ୍ରାକ୍‌ପ୍ଯାଡ୍ ଉପରେ ମାଉସ୍ କିମ୍ବା ଆପଣଙ୍କ ଆଙ୍ଗୁଠିକୁ ଡ୍ରାଗ୍ କରିବା ସମୟରେ ପଏଣ୍ଟର୍ କେତେ ଶୀଘ୍ର ମୂଭ୍ କରିବ ତାହା ଆଡ୍‌ଜଷ୍ଟ୍ କରନ୍ତୁ।

ଆପଣ ପଏଣ୍ଟର୍‌ର ଆପିଅରନ୍ସ୍ ମଧ୍ଯ ପରିବର୍ତ୍ତନ କରିପାରିବେ

ଡ୍ବେଲ୍ କଣ୍ଟ୍ରୋଲ୍ ସେଟ୍ ଅପ୍ କରନ୍ତୁ

ଆପଣ କର୍ସର୍ ଏକ ସ୍କ୍ରୀନ୍ ଏଲିମେଣ୍ଟ୍ କିମ୍ବା ସ୍କ୍ରୀନ୍‌ର ଏକ କ୍ଷେତ୍ରରେ ସ୍ଥିର ଭାବରେ ଧରି ରଖିଥିବା ସମୟରେ iPhone ଏକ ଚୟନିତ କାର୍ଯ୍ଯ କରେ।

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > AssistiveTouch କୁ ଯାଆନ୍ତୁ, ତା’ପରେ ଡ୍ବେଲ୍ କଣ୍ଟ୍ରୋଲ୍ ଚାଲୁ କରନ୍ତୁ।

  2. ନିମ୍ନଲିଖିତ ମଧ୍ଯରୁ ଯେକୌଣସି ଗୋଟିଏ ଆଡ୍‌ଜଷ୍ଟ୍ କରନ୍ତୁ:

    • ଫଲ୍‌ବ୍ଯାକ୍ ଆକ୍ସନ୍: ଏକ ଅପରେଶନ୍ କରିବା ପରେ ଚୟନିତ ଫଲ୍‌ବ୍ୟାକ୍ ଆକ୍ସନ୍‌କୁ ଡ୍ବେଲ୍ ଆକ୍ସନ୍‌ର ଉତ୍ତର ଦେବା ପାଇଁ ଚାଲୁ କରନ୍ତୁ।

    • ଗତିବିଧି ସହନଶୀଳତା: ଏକ ଆଇଟମ୍ ଉପରେ ଅବସ୍ଥାପିତ ଥିବା ସମୟରେ କର୍ସର୍ ମୂଭ୍ କରି ପାରୁଥିବା ଦୂରତା ଆଡ୍‌ଜଷ୍ଟ୍ କରନ୍ତୁ।

    • ହଟ୍ କର୍ଣ୍ଣର୍: କର୍ସର୍ ସ୍କ୍ରୀନ୍‌ର ଏକ କୋଣରେ ଥିବା—ସମୟରେ ଏକ ଚୟନିତ କାର୍ଯ୍ଯ କରନ୍ତୁ—ଯେପରିକି ଏକ ସ୍କ୍ରୀନ୍‌ଶଟ୍ ନେବା, କଣ୍ଟୋଲ୍ ସେଣ୍ଟର୍ ଖୋଲିବା, Siri ସକ୍ରିୟ କରିବା, ସ୍କ୍ରୋଲ୍ କରିବା କିମ୍ବା ଏକ ଶର୍ଟ୍‌କଟ୍ ବ୍ଯବହାର କରିବା।

    • ବର୍ଦ୍ଧିତ ପୂର୍ବାନୁମାନ: କୀ’ବୋର୍ଡ୍ ଅଧୀନରେ, ଟାଇପ୍ କରିବା ସମୟରେ ଅଧିକ ଶବ୍ଦ ପାଇଁ ପରାମର୍ଶ ପାଇବାକୁ ଏକ୍ସ୍‌ଟେଣ୍ଡେଡ୍ ପ୍ରିଡିକ୍ସନ୍ ଚାଲୁ କରନ୍ତୁ।

    • କୀ’ ଡ୍ୱେଲ୍ ସମୟ: କୀ’ବୋର୍ଡ୍ ଅଧୀନରେ, ହ୍ରାସ ବଟନ୍ କିମ୍ବା ବୃଦ୍ଧି ବଟନ୍ ରେ ଟାପ୍ କରି କୀ’ବୋର୍ଡ୍ କୀ’ରେ ଟାପ୍ କରିବା ପାଇଁ ଲାଗୁଥିବା ସମୟର ପରିମାଣ ଆଡ୍‌ଜଷ୍ଟ୍ କରନ୍ତୁ। ଆପଣ ସେକେଣ୍ଡ୍ ସଂଖ୍ୟା ମଧ‍୍ୟ ଲେଖିପାରିବେ।

    • ଟାଇପ୍ କରିବା ପାଇଁ ସ୍ଲାଇଡ୍ କରନ୍ତୁ: କୀ’ବୋର୍ଡ୍ ଅଧୀନରେ, କୀ’ବୋର୍ଡ୍‌ରେ ଆପଣଙ୍କ କର୍ସର୍ ଦ୍ବାରା ଏକ ପାଥ୍ ଡ୍ର କରି ଟାଇପ୍ କରିବା ପାଇଁ “ଟାଇପ୍ କରିବା ପାଇଁ ସ୍ଲାଇଡ୍ କରନ୍ତୁ” ଚାଲୁ କରନ୍ତୁ।

    • ଏକ ଡ୍ବେଲ୍ କାର୍ଯ୍ଯ ଆରମ୍ଭ କରିବା ପାଇଁ ଆବଶ୍ଯକ ଥିବା ସମୟ: ହ୍ରାସ ବଟନ୍ କିମ୍ବା ବୃଦ୍ଧି ବଟନ୍ରେ ଟାପ୍ କରନ୍ତୁ।

ଜେଶ୍ଚର୍ ପଫର୍ମ୍ କରିବା ପାଇଁ ସରଳ ସାଉଣ୍ଡ୍ ବ୍ୟବହାର କରନ୍ତୁ

AssistiveTouch ସହିତ, ଆପଣ ଏକ ସାଧାରଣ ସାଉଣ୍ଡ୍ ଯେପରିକି ମାଉଥ୍ ପପ୍ କିମ୍ବା ଏକ S-ସାଉଣ୍ଡ୍ କରି iPhone ରେ ଏକ ଜେଶ୍ଚର୍ କିମ୍ବା ଅନ୍ୟ ଏକ ଆକ୍ସନ୍ ପଫର୍ମ୍ କରିପାରିବେ।

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > AssistiveTouch କୁ ଯାଆନ୍ତୁ, ତା’ପରେ AssistiveTouch ଚାଲୁ କରନ୍ତୁ।

  2. ସାଉଣ୍ଡ୍ ଆକ୍ସନ୍‌ରେ ଟାପ୍ କରନ୍ତୁ, ତା’ପରେ ଏକ ସାଉଣ୍ଡ୍ ଉପରେ ଟାପ୍ କରନ୍ତୁ।

  3. ଆପଣ ସାଉଣ୍ଡ୍ କଲେ କେଉଁ ଜେଶ୍ଚର୍ କିମ୍ବା ପଫର୍ମ୍ କରିବାକୁ ଚାହୁଁଥିବା ଅନ୍ଯ କୌଣସି ଆକ୍ସନ୍ ଚୟନ କରନ୍ତୁ।

  4. ଜେଶ୍ଚର୍ କିମ୍ବା ଆକ୍ସନ୍ ପଫର୍ମ୍ କରିବା ପାଇଁ, କେବଳ ସାଉଣ୍ଡ୍ କରନ୍ତୁ।

କଷ୍ଟମ୍ ଜେଶ୍ଚର୍ ତିଆରି କରନ୍ତୁ

ଆପଣ AssistiveTouch ମେନ୍ୟୂରେ, ବାରମ୍ବାର ବ୍ୟବହାର କରୁଥିବା ଜେଶ୍ଚର୍ (ଯେପରିକି ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ କିମ୍ବା ଦୁଇ ଆଙ୍ଗୁଠିରେ ଘୁଞ୍ଚାଇ ରଖନ୍ତୁ) ଯୋଡ଼ିପାରିବେ। ଆପଣ ଅନେକ ଜେଶ୍ଚର୍ ମଧ୍ୟ ତିଆରି କରିପାରିବେ, ଉଦାହରଣ ସ୍ୱରୂପ, ବିଭିନ୍ନ ଡିଗ୍ରୀର ଘୂର୍ଣ୍ଣନ ପାଇଁ।

  1. ସେଟିଂସ୍  > ଆକ୍ସେସିବିଲିଟି > ଟଚ୍ > AssistiveTouch >ନୂଆ ଜେଶ୍ଚର୍ ତିଆରି କରନ୍ତୁକୁ ଯାଆନ୍ତୁ।

  2. ରେକର୍ଡିଂ ସ୍କ୍ରୀନ୍‌ରେ ଆପଣଙ୍କ ଜେଶ୍ଚର୍ ପ୍ରଦର୍ଶନ କରନ୍ତୁ। ଉଦାହରଣ ସ୍ୱରୂପ:

    • ଟଚ୍-ଅଣ୍ଡ୍-ହୋଲ୍ଡ୍ ଜେଶ୍ଚର୍: ରେକର୍ଡିଂ ପ୍ରଗତି ବାର୍ ଅଧାରେ ପହଞ୍ଚିବା ପର୍ଯ୍ଯନ୍ତ ଆପଣଙ୍କ ଆଙ୍ଗୁଠିକୁ ଗୋଟିଏ ସ୍ଥାନରେ ସ୍ପର୍ଶ କରି ହୋଲ୍ଡ୍ କରନ୍ତୁ, ତା’ପରେ ଆପଣଙ୍କ ଆଙ୍ଗୁଠିକୁ ଉପରକୁ ଉଠାନ୍ତୁ। ରେକର୍ଡିଂ ସମୟରେ ଆପଣଙ୍କ ଆଙ୍ଗୁଠି ମୂଭ୍ ନକରିବା ପ୍ରତି ସାବଧାନ ରୁହନ୍ତୁ, ନଚେତ୍ ଜେଶ୍ଚର୍ ଏକ ଡ୍ରାଗ୍ ଭାବରେ ରେକର୍ଡ୍ ହେବ।

    • ଦୁଇ-ଆଙ୍ଗୁଠିର ରୋଟେଶନ୍ ଜେଶ୍ଚର୍: iPhone ସ୍କ୍ରୀନ୍‌ରେ ଦୁଇଟି ଆଙ୍ଗୁଠିକୁ ସେଗୁଡ଼ିକ ମଧ୍ଯରେ ଥିବା ଏକ ବିନ୍ଦୁର ଚାରିପାଖରେ ଘୂରାନ୍ତୁ। (ଆପଣ ଗୋଟିଏ ଆଙ୍ଗୁଠି କିମ୍ବା ଷ୍ଟାଇଲସ୍ ସାହାଯ୍ଯରେ ଏହା କରିପାରିବେ—କେବଳ ପ୍ରତ୍ଯେକ ଆର୍କ୍‌କୁ ଅଲଗା ଭାବରେ ଗୋଟିଏ ପରେ ଗୋଟିଏ ତିଆରି କରନ୍ତୁ।)

    ଆପଣ ଟାପ୍ କିମ୍ବା ଡ୍ରାଗ୍ ଜେଶ୍ଚର୍‌ଗୁଡ଼ିକର ଏକ କ୍ରମ ରେକର୍ଡ୍ କଲେ, ସେଗୁଡ଼ିକ ଏକା ସମୟରେ ପ୍ଲେ ବ୍ଯାକ୍ କରିବ। ଉଦାହରଣ ସ୍ୱରୂପ, ଗୋଟିଏ ଆଙ୍ଗୁଠି କିମ୍ବା ଷ୍ଟାଇଲସ୍ ବ୍ଯବହାର କରି ସ୍କ୍ରୀନ୍‌ର ଚାରୋଟି ସ୍ଥାନରେ ଚାରୋଟି ଭିନ୍ନ କ୍ରମାନ୍ବୟ ଟାପ୍ ରେକର୍ଡ୍ କରିବା ଦ୍ୱାରା ଏହା ଚାରି-ଆଙ୍ଗୁଠିର ସମସାମୟିକ ଟାପ୍‌ରେ ତିଆରି କରିଥାଏ।

  3. ଯଦି ଆପଣଙ୍କ ଜେଶ୍ଚର୍ ଠିକ୍ ନ ହୁଏ, “ବାତିଲ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ପୁଣି ଚେଷ୍ଟା କରନ୍ତୁ।

  4. ଆପଣ ନିଜ ଜେଶ୍ଚର୍ ସହ ସନ୍ତୁଷ୍ଟ ହେଲାପରେ, “ସେଭ୍ କରନ୍ତୁ”ରେ ଟାପ୍ କରନ୍ତୁ, ତା’ପରେ ଜେଶ୍ଚର୍‌ର ନାମ ଦିଅନ୍ତୁ।

ଆପଣଙ୍କ କଷ୍ଟମ୍ ଜେଶ୍ଚର୍ ବ୍ୟବହାର କରିବା ପାଇଁ AssistiveTouch ମେନ୍ୟୂ ବଟନ୍ ରେ ଟାପ୍ କରନ୍ତୁ, କଷ୍ଟମ୍‌ରେ ଟାପ୍ କରନ୍ତୁ, ତା’ପରେ ଜେଶ୍ଚର୍ ବାଛନ୍ତୁ। ଆପଣଙ୍କ ଜେଶ୍ଚର୍‌କୁ ଦର୍ଶାଉଥିବା ନୀଳ ବୃତ୍ତ ଦେଖାଗଲେ, ଆପଣ ଯେଉଁ ସ୍ଥାନରେ ଜେଶ୍ଚର୍ ବ୍ଯବହାର କରିବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ସେଗୁଡ଼ିକୁ ଡ୍ରାଗ୍ କରନ୍ତୁ, ତା’ପରେ ରିଲୀଜ୍ କରନ୍ତୁ।

Morty Proxy This is a proxified and sanitized view of the page, visit original site.
ସହାୟକ କି?
କ‍୍ୟାରେକ୍ଟର୍ ସୀମା: 250
ସର୍ବାଧିକ କ‍୍ୟାରେକ୍ଟର୍ ସୀମା 250 ଅଟେ।
ଆପଣଙ୍କ ମତାମତ ପାଇଁ ଧନ‍୍ୟବାଦ।
Morty Proxy This is a proxified and sanitized view of the page, visit original site.